ଆଗାମୀ ୩ରୁ ୪ ସପ୍ତାହ ମଧ୍ୟରେ ଓଡ଼ିଶାରେ ଭୟଙ୍କର ସ୍ଥିତି ସୃଷ୍ଟି କରିବ ଓମିକ୍ରନ, ଦୈନିକ ସଂକ୍ରମିତ ହେବେ ୩୦ ହଜାରରୁ ଊର୍ଦ୍ଧ୍ୱ ଲୋକ

The Sakala Picture
Published On

ଭୁବନେଶ୍ବର : ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି କରୋନା ସଂକ୍ରମଣ। ପ୍ରତିଦିନ ଦୈନିକ ସଂକ୍ରମଣ ସଂଖ୍ୟା ଦୃତ ଗତିରେ ମାଡିଚାଲିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୦ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଓମିକ୍ରନ ମଧ୍ୟ ରାଜ୍ୟରେ କାୟା ମେଲାଇ ଚାଲିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୭୦ଟି ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ରାଜ୍ୟରୁ ୬୭ ଓମିକ୍ରନ ମାମଲା ଚିହ୍ନଟ ହୋଇଥିଲା । ଏପରି ସ୍ଥିତିରେ ରାଜ୍ୟରେ ଆଗାମୀ ୩ରୁ ୪ […]

ଭୁବନେଶ୍ବର : ରାଜ୍ୟରେ ବୃଦ୍ଧି ପାଇବାରେ ଲାଗିଛି କରୋନା ସଂକ୍ରମଣ। ପ୍ରତିଦିନ ଦୈନିକ ସଂକ୍ରମଣ ସଂଖ୍ୟା ଦୃତ ଗତିରେ ମାଡିଚାଲିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୦ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି। ଓମିକ୍ରନ ମଧ୍ୟ ରାଜ୍ୟରେ କାୟା ମେଲାଇ ଚାଲିଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୭୦ଟି ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ରାଜ୍ୟରୁ ୬୭ ଓମିକ୍ରନ ମାମଲା ଚିହ୍ନଟ ହୋଇଥିଲା । ଏପରି ସ୍ଥିତିରେ ରାଜ୍ୟରେ ଆଗାମୀ ୩ରୁ ୪ ସପ୍ତାହ ମଧ୍ୟରେ ଓମିକ୍ରନ୍‌ ଭୟଙ୍କର ଅବସ୍ଥା ସୃଷ୍ଟି କରିବ ବୋଲି କହିଛନ୍ତି (ସ୍ୱାସ୍ଥ୍ୟ ବିଶେଷଜ୍ଞ )ସମ ହସ୍ପିଟାଲର ଡିନ ତଥା ଏମ୍‌ସର ପୂର୍ବତନ ନିର୍ଦ୍ଦେଶକ ଡା. ଅଶୋକ ମହାପାତ୍ର।

ଆହୁରି ପଢ଼ନ୍ତୁ: ଓଡ଼ିଶାର ପ୍ରତି ଚାଷୀ ପରିବାର ଉପରେ ୩୨,୭୨୧ଟଙ୍କା ଋଣ: କେନ୍ଦ୍ର

ସେ କହିଛନ୍ତି ଓଡ଼ିଶାରେ ୨ ସପ୍ତାହ ମଧ୍ୟରେ ପରିସ୍ଥିତି ଚିନ୍ତାଜନକ ହେବ । ପ୍ରତ୍ୟେକ ଦିନ ରାଜ୍ୟରେ ପାଖପାଖି ୩୦ହଜାର ପଜିଟିଭ କେସ୍‌ ଆସିବ । ସଂକ୍ରମଣର ପିକ୍‌ ସମୟରେ ଦୈନିକ ୩୦ରୁ ୪୦ ଜଣଙ୍କ ମୃତ୍ୟୁ ହେବା ନେଇ ଆଶଙ୍କା କରାଯାଉଛି। ପ୍ରତି ଶହେ ପଜିଟିଭ୍‌ ଆକ୍ରାନ୍ତଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ହୋଇପାରେ। ଓମିକ୍ରନ ଡେଲ୍ଟା ଭାରିଆଣ୍ଟଠାରୁ ୫ ଗୁଣା ବିପଦଜ୍ଜନକ । ୬ ମାସ ତଳେ ଟିକା ନେଇଥିଲେ ବି ଏହା କାମ କରିବ ନାହିଁ। ବୁଷ୍ଟର ଡୋଜର ଆବଶ୍ୟକତା ରହିଛି। କାରଣ ଲୋକେ ନେଇଥିବା ଭ୍ୟାକ୍ସିନ ୪ ରୁ ୬ ମାସ ମଧ୍ୟରେ ଅକାମି ହୋଇଯିବ । ଏହାର ପ୍ରଭାବ ରହିବ ନାହିଁ । କିନ୍ତୁ ଟିକା ନେଇଥିଲେ ଖୁବଶୀଘ୍ର ସୁସ୍ଥ ହୋଇପାରିବେ ହୋଇ ଫେରିବ ବୋଲି ସୂଚନା ଦେଇଛନ୍ତି ସମ୍‌ ହସ୍ପିଟାଲର ଡିନ୍‌ ତଥା ଏମ୍ସର ପୂର୍ବତନ ନିର୍ଦ୍ଦେଶକ ଅଶୋକ ମହାପାତ୍ର ।

ଆହୁରି ପଢ଼ନ୍ତୁ: କଟକ ଜଗତପୁର ଶିଳ୍ପାଞ୍ଚଳରେ ଥିବା ଏକ କ୍ଷୀର ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

ଅନ୍ୟପଟେ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ ରାଜ୍ୟରେ କୋଭିଡ ସଂକ୍ରମଣ ଉପର ମୁହାଁ ଟ୍ରେଣ୍ଡରେ ରହିଛି । ବହୁତ ଅଳ୍ପ ଦିନରେ ଆମେ ଦ୍ୱିତୀୟ ଲହର ପିକକୁ କ୍ରସ କରି ଯାଇପାରୁ । ଗୋଟିଏ ପାଣ୍ଡେମିକରେ ପ୍ରଥମେ ବଢ଼ିବ ତାହା ପରେ କିଛି ଦିନ ସମାନ୍ତରାଳରେ ରହିବ ତା ପରେ କମିବ ।ବର୍ତ୍ତମାନ ଦେଶରେ ବି ବଢୁଛି ଆମର ମଧ୍ୟ ବଢୁଛି । ସଂକ୍ରମଣ ବଢିଲେ ମଧ୍ୟ ହସ୍ପିଟାଲାଇଯେସନ ବହୁତ କମ ରହିଛି । ଏମିତି କି ବେଡ଼ ଅକ୍ୟୁପେନସିର ଷ୍ଟାଟସ୍ ଅନୁଯାୟୀ ଜେନେରାଲ ବେଡ଼ରେ ୬.୫୧,ଆଇସିୟୁରେ ୧୨.୫୧ ପ୍ରତିଶତ, କ୍ରିଟିକାଲ କେୟାରରେ ଅଛି ୩.୬୨ ପ୍ରତିଶତ ପେସେଣ୍ଟ ରହିଛନ୍ତି ।

ଆହୁରି ପଢ଼ନ୍ତୁ: ଉଚ୍ଚଶିକ୍ଷା ପାଇଁ ଏଚ୍ଆଇଭି ପ୍ରଭାବିତ ଛାତ୍ରଛାତ୍ରୀଙ୍କୁ ମିଳିବ ଆର୍ଥିକ ସହାୟତା: ଓସାକ୍ସ ଓ ଉଚ୍ଚଶିକ୍ଷା ବିଭାଗର ବଡ଼ ପଦକ୍ଷେପ

ଆମେ ବର୍ତ୍ତମାନ ୫ ଦିଗ ଉପରେ ନଜର ରଖିଛୁ । ଟେଷ୍ଟ ପିଜେଟିଭ ରେଟ,ହସ୍ପିଟାଲାଇଯେସନ,ମୃତ୍ୟୁ ହାର, ଲୋକଙ୍କ ବ୍ୟବହାର ଏ ସବୁ କୁ ଦେଖି ଆମେ ଆଗାମୀ ପଦକ୍ଷେପ ନେବୁ । କେବଳ ଓଡ଼ିଶାରେ ନୁହେଁ ଭାରତରେ ମଧ୍ୟ ହସ୍ପିଟାଲାଇଯେସନ କମ ରହିଛି । ଦ୍ୱିତୀୟ ଲହର ତୁଳନାରେ ଏବେ ବହୁତ କମ ରହିଛି ହସ୍ପିଟାଲାଇଯେସନ । ମୁଖ୍ୟମନ୍ତ୍ରୀ ଯେମିତି କହିଛନ୍ତି ଆମେ ସେହି ଅନୁସାରେ ଭିତ୍ତିଭୂମି ବଢ଼େଇବା ଜାରି ରଖିଛୁ । ଔଷଧ, ଅକ୍ସିଯେନ ଓ ବେଡ଼ ପ୍ରସ୍ତୁତ କରି ରଖା ଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର