ପଞ୍ଚଭୂତରେ ବିଲୀନ ହେଲେ ଓଲିଉଡ୍‍ର ବର୍ଷୀୟାନ ଅଭିନେତା ମିହିର ଦାସ

The Sakala Picture
Published On

ଭୁବନେଶ୍ବର: କଟକ ସତୀଚଉରା ଶ୍ମଶାନରେ ଅଭିନେତା ମିହିର ଦାସଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି।  ରାଜ୍ୟ ସରକାରଙ୍କ ପକ୍ଷରୁ ଗାର୍ଡ ଅଫ ଅନର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ମିହିର ଦାସଙ୍କ ଅନ୍ତିମ ସଂସ୍କାର କରାଯଇଛି। ଶେଷ ଶ୍ରଦ୍ଧାଞ୍ଜଳି ଦେବାକୁ ବର୍ଷାକୁ ଖାତିର ନକରି ଜନସମୁଦ୍ର ଲାଗିରହିଥିଲା। ମିହିରଙ୍କ ପୁଅ ଅମ୍ଳାନ ମୁଖାଗ୍ନି ଦେଇଥିଲେ । ସକାଳୁ ସିଡିଏସ୍ଥିତ ତାଙ୍କ ବାସଭବନରୁ ମିହିରଙ୍କ ମର ଶରୀରକୁ ମୁକ୍ତିରଥରେ ତାଙ୍କର ପୂର୍ବ ବାସସ୍ଥାନ କନିକା ଛକ ନିକଟ ରାମଗଡକୁ ଅଣାଯାଇଥିଲା । […]

ଭୁବନେଶ୍ବର: କଟକ ସତୀଚଉରା ଶ୍ମଶାନରେ ଅଭିନେତା ମିହିର ଦାସଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି।  ରାଜ୍ୟ ସରକାରଙ୍କ ପକ୍ଷରୁ ଗାର୍ଡ ଅଫ ଅନର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ମିହିର ଦାସଙ୍କ ଅନ୍ତିମ ସଂସ୍କାର କରାଯଇଛି। ଶେଷ ଶ୍ରଦ୍ଧାଞ୍ଜଳି ଦେବାକୁ ବର୍ଷାକୁ ଖାତିର ନକରି ଜନସମୁଦ୍ର ଲାଗିରହିଥିଲା। ମିହିରଙ୍କ ପୁଅ ଅମ୍ଳାନ ମୁଖାଗ୍ନି ଦେଇଥିଲେ । ସକାଳୁ ସିଡିଏସ୍ଥିତ ତାଙ୍କ ବାସଭବନରୁ ମିହିରଙ୍କ ମର ଶରୀରକୁ ମୁକ୍ତିରଥରେ ତାଙ୍କର ପୂର୍ବ ବାସସ୍ଥାନ କନିକା ଛକ ନିକଟ ରାମଗଡକୁ ଅଣାଯାଇଥିଲା । ବର୍ଷା ଓ ପ୍ରତିକୂଳ ପାଗ ପରିସ୍ଥିତି ସତ୍ୱେ ଏହି ଦିବଂଗତ ଅଭିନେତାଙ୍କୁ ଶେଷ ବିଦାୟ ଜଣାଇବାକୁ ବୁହ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ଥିଲେ ।

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ସୂଚନାଯୋଗ୍ୟ ଯେ. କିଡନି ଜନିତ ରୋଗରେ ଆକ୍ରାନ୍ତ ଥିବା ଅଭିନେତା ମିହିର ଦାସଙ୍କର ସୋମବାର ଦିନ କଟକସ୍ଥିତ ଏକ ଘରୋଇ ହସପିଟାଲରେ ପରଲୋକ ଘଟିଥିଲା । ଏଥିସହିତ ଜଣେ ବହୁମୁଖୀ ଅଭିନେତାଙ୍କୁ ଓଲିଉଡ ଜଗତ ହାରାଇଛି। ହାସ୍ୟ ଅଭିନୟଠାରୁ ଆରମ୍ଭ କରି ନାୟକ, ଖଳନାୟକ ଚରିତ୍ରରେ ରୁପେଲିପରଦାରେ କରିଛନ୍ତି ନିଖୁଣ ଅଭିନୟ। ଚାରି ଦଶନ୍ଧି ଧରି ତାଙ୍କ ବଳିଷ୍ଠ ଅଭିନୟ ପ୍ରତିଟି ଓଡ଼ିଆ ସିନେପ୍ରେମୀଙ୍କୁ ମୁଗ୍ଧ କରିଥିଲେ। ତାଙ୍କ ବିୟୋଗ ଓଡ଼ିଆ ମନୋରଞ୍ଜନ ଦୁନିଆକୁ ସ୍ତବ୍ଧ କରି ଦେଇଛି। ଆଜି ସତୀଚଉରା ଶ୍ମଶାନରେ ଗାର୍ଡ ଅଫ ଅନର୍‍ ଦିଆଯାଇ ମିହିରଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।

ଆହୁରି ପଢ଼ନ୍ତୁ: ଧର୍ମ ପରିବର୍ତ୍ତନ କରିଥିବାରୁ ଶବକୁ ମିଳୁନି ଶ୍ମଶାନ, ୩୬ ଘଣ୍ଟା ହେଲା ପଡ଼ିରହିଛି ମୃତଦେହ

ଆହୁରି ପଢ଼ନ୍ତୁ: ଶ୍ରୀମନ୍ଦିର ପର୍ବପର୍ବାଣି ଓ ଯାନିଯାତ୍ରା ଚୂଡ଼ାନ୍ତ: ଜୁଲାଇ ୧୬ରେ ରଥଯାତ୍ରା, ୨୫ରେ ସୁନାବେଶ

12 Jan 2022 By The Sakala

ପଞ୍ଚଭୂତରେ ବିଲୀନ ହେଲେ ଓଲିଉଡ୍‍ର ବର୍ଷୀୟାନ ଅଭିନେତା ମିହିର ଦାସ

ଭୁବନେଶ୍ବର: କଟକ ସତୀଚଉରା ଶ୍ମଶାନରେ ଅଭିନେତା ମିହିର ଦାସଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି।  ରାଜ୍ୟ ସରକାରଙ୍କ ପକ୍ଷରୁ ଗାର୍ଡ ଅଫ ଅନର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ମିହିର ଦାସଙ୍କ ଅନ୍ତିମ ସଂସ୍କାର କରାଯଇଛି। ଶେଷ ଶ୍ରଦ୍ଧାଞ୍ଜଳି ଦେବାକୁ ବର୍ଷାକୁ ଖାତିର ନକରି ଜନସମୁଦ୍ର ଲାଗିରହିଥିଲା। ମିହିରଙ୍କ ପୁଅ ଅମ୍ଳାନ ମୁଖାଗ୍ନି ଦେଇଥିଲେ । ସକାଳୁ ସିଡିଏସ୍ଥିତ ତାଙ୍କ ବାସଭବନରୁ ମିହିରଙ୍କ ମର ଶରୀରକୁ ମୁକ୍ତିରଥରେ ତାଙ୍କର ପୂର୍ବ ବାସସ୍ଥାନ କନିକା ଛକ ନିକଟ ରାମଗଡକୁ ଅଣାଯାଇଥିଲା । ବର୍ଷା ଓ ପ୍ରତିକୂଳ ପାଗ ପରିସ୍ଥିତି ସତ୍ୱେ ଏହି ଦିବଂଗତ ଅଭିନେତାଙ୍କୁ ଶେଷ ବିଦାୟ ଜଣାଇବାକୁ ବୁହ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ଥିଲେ ।

ସୂଚନାଯୋଗ୍ୟ ଯେ. କିଡନି ଜନିତ ରୋଗରେ ଆକ୍ରାନ୍ତ ଥିବା ଅଭିନେତା ମିହିର ଦାସଙ୍କର ସୋମବାର ଦିନ କଟକସ୍ଥିତ ଏକ ଘରୋଇ ହସପିଟାଲରେ ପରଲୋକ ଘଟିଥିଲା । ଏଥିସହିତ ଜଣେ ବହୁମୁଖୀ ଅଭିନେତାଙ୍କୁ ଓଲିଉଡ ଜଗତ ହାରାଇଛି। ହାସ୍ୟ ଅଭିନୟଠାରୁ ଆରମ୍ଭ କରି ନାୟକ, ଖଳନାୟକ ଚରିତ୍ରରେ ରୁପେଲିପରଦାରେ କରିଛନ୍ତି ନିଖୁଣ ଅଭିନୟ। ଚାରି ଦଶନ୍ଧି ଧରି ତାଙ୍କ ବଳିଷ୍ଠ ଅଭିନୟ ପ୍ରତିଟି ଓଡ଼ିଆ ସିନେପ୍ରେମୀଙ୍କୁ ମୁଗ୍ଧ କରିଥିଲେ। ତାଙ୍କ ବିୟୋଗ ଓଡ଼ିଆ ମନୋରଞ୍ଜନ ଦୁନିଆକୁ ସ୍ତବ୍ଧ କରି ଦେଇଛି। ଆଜି ସତୀଚଉରା ଶ୍ମଶାନରେ ଗାର୍ଡ ଅଫ ଅନର୍‍ ଦିଆଯାଇ ମିହିରଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର