କରୋନା କଟକଣା, ରାଜ୍ଯରେ ଫିକା ପଡ଼ିବ ହୋଲି

The Sakala Picture
Published On

ଭୁବନେଶ୍ବର: ଦେଶରେ ଏବେ କୋଭିଡର ଦ୍ୱିତୀୟ ଲହର ଦେଖିବାକୁ ମିଳୁଛି। ପୁଣି କରୋନା ଲେଉଟାଣୀ ଦେଇଛି। ତେଣୁ ଏଭଳି ପରିସ୍ଥିତିରେ ହୋଲି ପାଳନ ନେଇ ରାଜ୍ୟ ସରକାର କଟକଣା ଲଗାଇଛନ୍ତି। ଚଳିତ ବର୍ଷ କେବଳ ଘର ଭିତରେ ହୋଲି ଖେଳିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି ।  ଏନେଇ ଏସଆରସି ତରଫରୁ ଏକ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି । ଘରେ ରହି ପରିବାର ସହ ହୋଲି ଖେଳିବାକୁ ପରାମର୍ଶ ଦିଆଯାଇଛି। ଏକାଠି ହୋଇ ଦୋଳଯାତ୍ରା ପାଳନକୁ  […]

ଭୁବନେଶ୍ବର: ଦେଶରେ ଏବେ କୋଭିଡର ଦ୍ୱିତୀୟ ଲହର ଦେଖିବାକୁ ମିଳୁଛି। ପୁଣି କରୋନା ଲେଉଟାଣୀ ଦେଇଛି। ତେଣୁ ଏଭଳି ପରିସ୍ଥିତିରେ ହୋଲି ପାଳନ ନେଇ ରାଜ୍ୟ ସରକାର କଟକଣା ଲଗାଇଛନ୍ତି। ଚଳିତ ବର୍ଷ କେବଳ ଘର ଭିତରେ ହୋଲି ଖେଳିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି ।  ଏନେଇ ଏସଆରସି ତରଫରୁ ଏକ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀକୁ ଗୁଳି କରି ହତ୍ୟା କଲା ସ୍ୱାମୀ

ଘରେ ରହି ପରିବାର ସହ ହୋଲି ଖେଳିବାକୁ ପରାମର୍ଶ ଦିଆଯାଇଛି। ଏକାଠି ହୋଇ ଦୋଳଯାତ୍ରା ପାଳନକୁ  ଅନୁମତି ଦିଆଯିବନି। କୋଭିଡ ନିୟମ ମାନି ମନ୍ଦିରରେ ଶ୍ରଦ୍ଧାଳୁ ପୂଜାର୍ଚ୍ଚନା କରିପାରିବେ। ଏହା ବ୍ୟତୀତ ସର୍ବସାଧାରଣରେ କୌଣସି ପର୍ବ ପାଳନ ହେବନି ବୋଲି କୁହାଯାଇଛି ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ୯ ଜଣ ଯୁବ ଆଇଏଏସ୍ ଅଫିସରଙ୍କୁ ଉପ-ଜିଲ୍ଲାପାଳ ଭାବେ ନିଯୁକ୍ତି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର