ଓଡ଼ିଶା ଆସିବ ‘ଓମିସିୟର’: ଦେଶର ପ୍ରଥମ ରାଜ୍ୟ ଭାବେ ୫ ଲକ୍ଷ ଓମିସିୟର କିଟ୍‌ ପାଇଁ ଟାଟା ଏମଡିକୁ ଅର୍ଡର ଦେଲା ଓଡ଼ିଶା

The Sakala Picture
Published On

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏଥି ସହିତ ରାଜ୍ୟରେ ମଧ୍ୟ ଓମିକ୍ରନ ମାମଲା ବଢୁଛି। ରାଜ୍ୟରେ ବଢୁଥିବା ମାମଲାକୁ ନଜରରେ ରଖି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଟାଟା ପ୍ରସ୍ତୁତ କରିଥିବା ଓମିକ୍ରନ ଟେଷ୍ଟିଂ କିଟ୍ ଓମିସିୟର କିଣିବାକୁ ଅର୍ଡର ଦେଇଛି। ଆଜି ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଓମିସିଓର କିଟ କିଣିବା ପାଇଁ ଅର୍ଡର ଦେଇଥିବା ଜଣାପଡ଼ିଛି। ଓଡିଶା ଷ୍ଟେଟ ମେଡିକାଲ କର୍ପୋରେସନ ଲିମିଟେଡ (ଓଏସଏମସିଏଲ) ୫ଲକ୍ଷ ପରୀକ୍ଷା କିଟ୍ ପାଇଁ […]

ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଏଥି ସହିତ ରାଜ୍ୟରେ ମଧ୍ୟ ଓମିକ୍ରନ ମାମଲା ବଢୁଛି। ରାଜ୍ୟରେ ବଢୁଥିବା ମାମଲାକୁ ନଜରରେ ରଖି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଟାଟା ପ୍ରସ୍ତୁତ କରିଥିବା ଓମିକ୍ରନ ଟେଷ୍ଟିଂ କିଟ୍ ଓମିସିୟର କିଣିବାକୁ ଅର୍ଡର ଦେଇଛି। ଆଜି ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଓମିସିଓର କିଟ କିଣିବା ପାଇଁ ଅର୍ଡର ଦେଇଥିବା ଜଣାପଡ଼ିଛି। ଓଡିଶା ଷ୍ଟେଟ ମେଡିକାଲ କର୍ପୋରେସନ ଲିମିଟେଡ (ଓଏସଏମସିଏଲ) ୫ଲକ୍ଷ ପରୀକ୍ଷା କିଟ୍ ପାଇଁ ପାଇଁ ଟାଟା ମେଡିକାଲ ଆଣ୍ଡ ଡାଇଗ୍ନୋଷ୍ଟିକ୍ସ ଲିମିଟେଡ (ଟାଟା ଏମଡି) କୁ ଅର୍ଡର ଦେଇଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଆଜି ଗୁରୁ ଦିବସ; ଭାରତୀୟ ସଂସ୍କୃତିରେ ଗୁରୁ-ଶିଷ୍ୟ ପରମ୍ପରା ଅକ୍ଷୁର୍ଣ୍ଣ ଓ ପବିତ୍ର

କରୋନା ଆକ୍ରାନ୍ତଙ୍କ ଜିନମ ସିକ୍ୱେନ୍ସିଂ ପରେ ସେମାନେ ଓମିକ୍ରନ ଆକ୍ରାନ୍ତ କି ନୁହେଁ ତାହା ଜଣାପଡୁଥିଲା। କିନ୍ତୁ ଓମିକ୍ରନ ଟେଷ୍ଟିଂ କିଟ୍ ଓମିସିୟର ଆସିଗଲେ ଆଉ ଜିନମ ସିକ୍ୱେନ୍ସିଂ ଆବଶ୍ୟକ ପଡିବ ନାହିଁ।  ଜିନମ ସିକ୍ୱେନ୍ସିଂ ପାଇଁ ଓମିକ୍ରନ ଆକ୍ରାନ୍ତଙ୍କ ରିପୋର୍ଟ ଆସିବାରେ ବିଳମ୍ବ ହେଉଛି । ଯାହା ଫଳରେ ଓମିକ୍ରନ ତାର କାୟା ବଢାଇଚାଲିଛି। ଯଦି କରୋନା ଆକ୍ରାନ୍ତ ଓମିକ୍ରନ ସଂକ୍ରମିତ ଶିଘ୍ର ଜଣାପଡିଯିବ ତେବେ ତାଙ୍କୁ ଆଇସୋଲେଟ କରାଯିବ। ଯାହା ଫଳରେ ଓମିକ୍ରନ ତାର କାୟା ବିସ୍ତାର କରିପାରିବନି। ଯାହାକୁ ନଜରରେ ରଖି  ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଓମିକ୍ରନ ଟେଷ୍ଟିଂ କିଟ୍ ଓମିସିୟର ଅର୍ଡର କରାଯାଇଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୫ ଲକ୍ଷ ଓମିସିୟର କିଟ୍ ଆଣିବା ପାଇଁ ଅର୍ଡର କରାଯାଇଥିବା ବେଳେ ଟାଟା ଏମଡି ଏହି ଅର୍ଡର ରିସିଭ କରିଛି। ଓମିସିୟର କିଟ୍ ଆସିବା ଦ୍ୱାରା ଜିନମ୍ ସିକ୍ୱେନ୍ସିଂର ଆଉ ଆବଶ୍ୟକତା ପଡିବନି ଏବଂ ବେଶ ସହଜରେ ଓମିକ୍ରନ ଭୂତାଣୁ ଚିହ୍ନଟ କରାଯାଇପାରିବ ।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରୁ ଓରାଙ୍ଗଉଟାନ୍‌ ଉଦ୍ଧାର ଘଟଣା: ଅନ୍ତର୍ଜାତୀୟ ଚୋରାଚାଲାଣ ଲିଙ୍କ୍ ଆଶଙ୍କା କଲେ ଜଙ୍ଗଲ ମନ୍ତ୍ରୀ

କିଛି ଦିନ ତଳେ ଓମିକ୍ରନ ସହ ଲଢ଼ିବା ପାଇଁ ଟାଟା ପ୍ରସ୍ତୁତ କରିଥିବା ଟେଷ୍ଟିଂ କିଟ୍ ଓମିସିଓରକୁ ମଞ୍ଜୁରୀ ପ୍ରଦାନ କରିଥିଲା ଆଇସିଏମଆର। ଏହି କିଟ ଆସିବା ଦ୍ବାରା ରାଜ୍ୟକୁ ଲୋକଙ୍କ ନମୁନା ଜିନୋମ ସିକ୍ୟୁଏନ୍ସିଂ ପାଇଁ ପଠାଇବାକୁ ପଡ଼ିବ ନାହିଁ। ଏହି କିଟ୍ ଦ୍ବାରା ଲୋକେ ଓମିକ୍ରନ ଆକ୍ରାନ୍ତ କି ନାହିଁ ଜଣାପଡ଼ିଯିବ। ଓଡ଼ିଶାର ପାଞ୍ଚ ଲକ୍ଷ ଓମିସିୟର କିଟ୍‌ ଅର୍ଡର ପରେ ଟାଟା ଏମଡିର ସିଇଓ ତଥା ପରିଚାଳନା ନିର୍ଦ୍ଦେଶକ ଗିରିଶ କ୍ରିଷ୍ଣମୂର୍ତ୍ତି କହିଛନ୍ତି, “ଓମିସିଓର ହେଉଛି ଏକମାତ୍ର ଟେଷ୍ଟ୍ କିଟ୍ ଯାହା  ଓମିକ୍ରନ୍ ଭାରିଆଣ୍ଟକୁ ଚିହ୍ନଟ କରିପାରିବ। ଏହା ଉପରେ ଭରସା କରି ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଏହାକୁ ଅର୍ଡର କରିଥିବାରୁ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛୁ।

ଆହୁରି ପଢ଼ନ୍ତୁ: ସୋସିଆଲ ମିଡିଆରେ ନବୀନଙ୍କ ପ୍ରତି ଅପମାନଜନକ ପ୍ରଚାର; ଥାନାରେ ବିଜେପି କର୍ମକର୍ତ୍ତାଙ୍କ ନାମରେ ଅଭିଯୋଗ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର