ଫେବୃଆରୀ ଦ୍ବିତୀୟ ସପ୍ତାହରେ ପଞ୍ଚାୟତ ଭୋଟ: ୧୦ରେ ସର୍ବଦଳୀୟ ବୈଠକ, ୧୨ରେ ଉଚ୍ଚସ୍ତରୀୟ ବୈଠକ

The Sakala Picture
Published On

ଭୁବନେଶ୍ୱର: ସାରା ରାଜ୍ୟରେ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ୱାର୍ଡ ସଭ୍ୟ, ସମିତି ସଭ୍ୟ, ସରପଞ୍ଚ, ବ୍ଲକ ଅଧ୍ୟକ୍ଷ,ଜିଲ୍ଲା ପରିଷଦ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ସମ୍ପର୍କିତ ଚୂଡାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହା ପରେ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ମଧ୍ୟ ଗେଜେଟ୍‍ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ପ୍ରତିନିଧିମାନଙ୍କ ନିର୍ବାଚନ ନେଇ ଏହି ଗେଜେଟ୍‍ ବିଜ୍ଞପ୍ତିରେ ଆହ୍ୱାନ କରାଯାଇଛି। ଆସନ୍ତା ୧୦ ତାରିଖରେ ରାଜ୍ୟ […]

ଭୁବନେଶ୍ୱର: ସାରା ରାଜ୍ୟରେ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ୱାର୍ଡ ସଭ୍ୟ, ସମିତି ସଭ୍ୟ, ସରପଞ୍ଚ, ବ୍ଲକ ଅଧ୍ୟକ୍ଷ,ଜିଲ୍ଲା ପରିଷଦ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ସମ୍ପର୍କିତ ଚୂଡାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହା ପରେ ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ମଧ୍ୟ ଗେଜେଟ୍‍ ବିଜ୍ଞପ୍ତି ପ୍ରକାଶ ପାଇଛି। ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ପ୍ରତିନିଧିମାନଙ୍କ ନିର୍ବାଚନ ନେଇ ଏହି ଗେଜେଟ୍‍ ବିଜ୍ଞପ୍ତିରେ ଆହ୍ୱାନ କରାଯାଇଛି। ଆସନ୍ତା ୧୦ ତାରିଖରେ ରାଜ୍ୟ ମୁଖ୍ୟ ନିର୍ବାଚନ କମିସନରଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ହେବାକୁ ଯାଉଛି। ତେଣୁ ଏହା ପରେ ଯେ କୌଣସି ସମୟରେ କମିସନ ନିର୍ବାଚନ ଘୋଷଣା କରିପାରନ୍ତି ବୋଲି ଜଣାପଡ଼ିଛି। ଚଳିତ ଥର କରୋନାକୁ ଦୃଷ୍ଟିରେ ରଖି ନିର୍ବାଚନ ପ୍ରକ୍ରିୟାରେ ବ୍ୟାପକ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ରାଜ୍ୟ ମୁଖ୍ୟ ନିର୍ବାଚନ କମିସନର ଆଦିତ୍ୟ ପ୍ରସାଦ ପାଢୀଙ୍କ ଦ୍ୱାରା ଶନିବାର ନିଆଯାଇଥିବା ବୈଠକରୁ ଏପରି ଆଭାସ ମିଳିଛି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ: ହୋଲି ପୂର୍ବରୁ ଅଘଟଣ

ଚଳିତ ବର୍ଷ ଫେବୃୟାରୀ ଦ୍ୱିତୀୟ ସପ୍ତାହରୁ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଚଳିତ ଫେବୃୟାରୀ ୮ ତାରିଖରୁ ଫେବୃୟାରୀ ୧୯ ମଧ୍ୟରେ ୫ ପର୍ଯ୍ୟାୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବାର ଅନୁମାନ କରାଯାଉଛି। ସାଧାରଣତଃ ନିର୍ବାଚନ ଆଚରଣ ବିଧି ୪୫ ଦିନ ପର୍ଯ୍ୟନ୍ତ ରହୁଥିବାର ନଜିର ରହିଛି। ହେଲେ ବର୍ତ୍ତମାନ କୋଭିଡ ପରିସ୍ଥିତି ଅନୁଯାୟୀ ଏହି ଅବଧି ହ୍ରାସ ପାଇଛି। ଅତୀତରେ ୩୦ ଦିନ ମଧ୍ୟରେ ବିଧାନସଭା ଉପନିର୍ବାଚନ ପ୍ରକ୍ରିୟା ମଧ୍ୟ ସମାପ୍ତ ହୋଇଛି। ତେଣୁ ଆଗାମୀ ପଞ୍ଚାୟତ ନିର୍ବାଚନରେ ସମାନ ନିୟମରେ ଭୋଟ ଗ୍ରହଣ, ଗଣତି ଓ ଫଳାଫଳ ଘୋଷଣା କରାଯିବ। କୌଣସି ପରିସ୍ଥିତିରେ ବଡ଼ କିମ୍ବା ମଧ୍ୟମ ଧରଣର ନିର୍ବାଚନ ରାଲି, ଶୋଭାଯାତ୍ରା, ସାଇକେଲ ଓ ବାଇକ ରାଲିକୁ ପ୍ରଶୟ ଦିଆଯିବ ନାହିଁ। ଦେଶ ସମେତ ସାରା ରାଜ୍ୟରେ କରୋନା ମହାମାରୀର ତୃତୀୟ ଲହର ଜାରି ରହିଛି। ନୂତନ ଭାରିଏଣ୍ଟ ଓମିକ୍ରନ୍‍ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ତେଣୁ ରାଜ୍ୟରେ ସାମ୍ପ୍ରତିକ କୋଭିଡ ସ୍ଥିତି, ଆସନ୍ତା ଫେବୃୟାରୀ ସମ୍ଭାବ୍ୟ ପରିସ୍ଥିତି, ରାଜ୍ୟରେ ଟିକାକରଣ ସମ୍ପର୍କରେ ରାଜ୍ୟ ମୁଖ୍ୟ ନିର୍ବାଚନ କମିସନର ଶ୍ରୀ ପାଢୀ ଅବଗତ ହୋଇଛନ୍ତି। ପୂର୍ଣ୍ଣ କଟକଣାରେ ନିରାପଦ ମତଦାନ ସୁନିଶ୍ଚିତ କରିବା ନେଇ ଏହି ବୈଠକରେ ମତ ପ୍ରକାଶ ପାଇଛି। ନାମାଙ୍କନ ପତ୍ର ଦାଖଲ, ପ୍ରଚାର ସମୟରେ ସମସ୍ତ ପ୍ରକାର ଭିଡ ଉପରେ ନିୟନ୍ତ୍ରଣ ନେଇ ମତ ପ୍ରକାଶ ପାଇଛି। ବଡ଼ ଧରଣର ରାଲି, ସଭାକୁ ପୂର୍ଣ୍ଣ ରୂପେ ବାରଣ କରାଯିବ। ସେହିପରି ବ୍ଲକ ମୁଖ୍ୟାଳୟରେ ଭୋଟ ଗଣତି ହେବାକୁ ଯାଉଛି। ଗଣତି ଦିନଗୁଡିକରେ କେନ୍ଦ୍ରରେ କଡ଼ାକଡି କୋଭିଡ ନିୟମ ପାଳନକୁ ଗୁରୁତ୍ୱ ଦିଆଯିବ। ପୂର୍ବପରି ବୁଥ୍‍ ପିଛା ଭୋଟରଙ୍କ ସଂଖ୍ୟା ସର୍ବାଧିକ ୧୨୦୦ରୁ ୧୩୦୦ ଭୋଟର ରହିବେ ବୋଲି ଜଣାପଡ଼ିଛି। ପୂର୍ବରୁ ମତାଦାନ ସମୟ ମଧ୍ୟ ବୃଦ୍ଧି ପାଇଛି। ପୋଲିଂ ପାର୍ଟିର ଦ୍ୱିତୀୟ ଡୋଜ୍‍ ଟିକାକରଣ, ନିର୍ବାଚନ ପୂର୍ବରୁ ଆରଟି-ପିସିଆର ଟେଷ୍ଟିଂ, କେନ୍ଦ୍ର ଗୁଡ଼ିକର ବିଶୋଧନ ନେଇ ବୈଠକରେ ଆଲୋଚନା କରାଯାଇଥିଲା।

ଆହୁରି ପଢ଼ନ୍ତୁ: ଆଜି T-20 ବିଶ୍ଵକପର ଦ୍ଵିତୀୟ ସେମିଫାଇନାଲ: ଫାଇନାଲ ଟିକେଟ ପାଇଁ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

ଓଡ଼ିଶା ଜିଲ୍ଲା ପରିଷଦ ନିର୍ବାଚନ ନିୟମ-୧୯୯୪ର ନିୟମ-୩ର ଉପନିୟମ(୨) ଅନୁସାରେ ଜିଲ୍ଲା ପରିଷଦ, ଓଡ଼ିଶା ଗ୍ରାମ ପଞ୍ଚାୟତ ନିୟମ-୧୯୬୪ର ଧାରା ୧୨ର ଉପଧାରା (୧)(୨) ଅନୁସାରେ ୱାର୍ଡ ଏବଂ ସରପଞ୍ଚ ନିର୍ବାଚନ ନେଇ ଗେଜେଟ୍‍ ବିଜ୍ଞପ୍ତି ପ୍ରକାଶ ପାଇଛି। ହେଲେ ଏହି ପ୍ରକ୍ରିୟାରୁ ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଅନ୍ତର୍ଗତ ଢିଙ୍କିଆ ଗ୍ରାମ ପଞ୍ଚାୟତକୁ ବାଦ୍‍ ଦିଆଯାଇଛି। ସେହିପରି ଓଡ଼ିଶା ପଞ୍ଚାୟତ ସମିତି ନିର୍ବାଚନ ନିୟମ-୧୯୯୧ର ନିୟମ ୪ ଅନ୍ତର୍ଗତ ଉପନିୟମ(୧) ଅନୁଯାୟୀ ରାଜ୍ୟର ପଞ୍ଚାୟତ ସମିତିର ସଭ୍ୟମାନଙ୍କର ନିର୍ବାଚନ କରାଯିବ। ସାରା ରାଜ୍ୟରେ କିଛି ସପ୍ତାହ ପରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ-୨୦୧୭ରେ ନିର୍ବାଚିତ ହୋଇଥିବା ଅଧିକାରୀଙ୍କ କାର୍ଯ୍ୟକାଳ ସରିବାକୁ ଯାଉଛି। ଚଳିତ ବର୍ଷ ମାର୍ଚ୍ଚ ମାସ ୮ ତାରିଖ ପୂର୍ବରୁ ରାଜ୍ୟରେ ନିର୍ବାଚନ ସାରିବାକୁ ପଡ଼ିବ। ଏନେଇ ସମସ୍ତ ପ୍ରଶାସନିକ ପ୍ରକ୍ରିୟା ସମାପ୍ତ ହୋଇସାରିଛି।

ଆହୁରି ପଢ଼ନ୍ତୁ: ମାର୍ଚ୍ଚ ଆରମ୍ଭରୁ ତାଉ ଦେଖାଇଲାଣି ଖରା: ୩୯.୬ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ, ଜାଣନ୍ତୁ ଆଗକୁ କେମିତି ରହିବ ପାଗ

ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ବୈଠକରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିସନର ପ୍ରଦୀପ କୁମାର ଜେନା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଆର.କେ ଶର୍ମା ଏହି ବୈଠକରେ ଯୋଗ ଦେଇଥିଲେ। ରାଜ୍ୟ ସରକାରଙ୍କ ପକ୍ଷରୁ ସାମ୍ପ୍ରତିକ କୋଭିଡ ସ୍ଥିତି ଏବଂ ଏହାର ମୁକାବିଲା ସମ୍ପର୍କିତ ପଦକ୍ଷେପ ସମ୍ପର୍କରେ ଉପସ୍ଥାପନା କରାଯାଇଥିଲା। ରାଜ୍ୟ ସରକାରଙ୍କ ଅଧିକାରୀମାନେ ପାୱାର ପଏଣ୍ଟ ଜରିଆରେ ସମ୍ଭାବ୍ୟ ସ୍ଥିତି, ଟିକାକରଣ ସ୍ଥିତି ନେଇ ବିଭିନ୍ନ ତଥ୍ୟ ରଖିଥିଲେ। ନିର୍ବାଚନ ପ୍ରକ୍ରିୟା ଓ ପରିଚାଳନା ସମ୍ପର୍କିତ କେତେକ ଇନ୍‍ପୁଟ୍‍ କମିସନଙ୍କ ନିକଟରେ ରଖାଯାଇଥିଲା। ବୈଠକରେ ମୁଖ୍ୟତଃ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବା ଅଧିକାରୀମାନଙ୍କୁ ଅଗ୍ରାଧିକାରୀ ଭିତ୍ତିରେ କରୋନାର ଦ୍ୱିତୀୟ ଡୋଜ୍‍ ଟିକା ଦେବା ପାଇଁ କମିସନ୍‍ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ସାରା ରାଜ୍ୟରେ ଟିକାକରଣ ସ୍ଥିତି ମଧ୍ୟ ଉଲ୍ଲେଖନୀୟ ରହିଛି। ଯେତେ ସମ୍ଭବ ସାଧାରଣ ନାଗରିକଙ୍କ ଦ୍ୱିତୀୟ ଡୋଜ୍‍ ଟିକାକରଣକୁ ମଧ୍ୟ ପ୍ରାଧାନ୍ୟ ଦିଆଯାଇଛି। ବୈଠକ ସମ୍ପର୍କରେ ସୂଚନା ଦେଇ ମୁଖ୍ୟ ନିର୍ବାଚନ କମିସନର ଶ୍ରୀ ପାଢୀ କହିଛନ୍ତି ଯେ, ନିର୍ବାଚନ ପ୍ରକ୍ରିୟାରେ ମତଦାତା, ପ୍ରାର୍ଥୀ ଏବଂ ଏଥିରେ ନିୟୋଜିତ କର୍ମଚାରୀଙ୍କ ସ୍ୱାସ୍ଥ୍ୟଗତ ସୁରକ୍ଷାକୁ ପ୍ରାଧାନ୍ୟ ଦିଆଯିବ। କରୋନା ସ୍ଥିତିରେ ନିର୍ବାଚନ ପରିଚାଳନା ନେଇ ରାଜ୍ୟ ସରକାର ନିଜ ପକ୍ଷ ରଖିଛନ୍ତି। କରୋନା ସଂକ୍ରମଣର ସ୍ଥିତି ଓ ସମ୍ଭାବ୍ୟ ପରିସ୍ଥିତି ନେଇ ଆଲୋଚନା କରାଯାଇଛି। ଇସିଙ୍କ ଦ୍ୱାରା ମାର୍ଗଦର୍ଶିକା ଏବଂ ରାଜ୍ୟର ସ୍ଥିତିକୁ ନେଇ ମାର୍ଗଦର୍ଶିକା ପ୍ରସ୍ତୁତ କରାଯିବା ନେଇ କମିସନର ସୂଚନା ଦେଇଛନ୍ତି। ସେହିପରି ବୈଠକରୁ ଫେରିବା ପରେ ଉନ୍ନୟନ କମିସନର ଶ୍ରୀ ଜେନା କହିଛନ୍ତି ଯେ, କରୋନା ଟେଷ୍ଟି, ମୁକାବିଲା ଏବଂ ଟିକାକରଣ ସମ୍ପର୍କରେ କମିସନ ପଚାରିବୁଝିଥିଲେ। ବର୍ତ୍ତମାନ ସମ୍ମୁଖ ଯୋଦ୍ଧା ଏବଂ ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ବୁଷ୍ଟର ଡୋଜ୍‍ ଦିଆଯିବା ନେଇ ମଧ୍ୟ ଘୋଷଣା ହୋଇ ସାରିଛି। ମୋଟାମୋଟି ଭାବେ ସାଧାରଣ ଜନତା, କର୍ମଚାରୀ ଏବଂ ପ୍ରାର୍ଥୀମାନଙ୍କ ଜୀବନକୁ ଗୁରୁତ୍ୱ ଦିଆଯାଇଛି। ସବୁ ଦିଗରୁ ବିଚାରବିମର୍ଶ କରି କମିସନ ନିର୍ବାଚନ ସମ୍ପର୍କରେ ଚୂଡାନ୍ତ ନିଷ୍ପତ୍ତି ନେବେ ବୋଲି ଶ୍ରୀ ଜେନା କହିଛନ୍ତି। ଆଉ ଦିନକ ପରେ ଅର୍ଥାତ ସୋମବାର ପୂର୍ବାହ୍ନ ୧୧ଟା ୩୦ ମିନିଟ୍‍ରେ ନିର୍ବାଚନ କମିସନରଙ୍କ ପକ୍ଷରୁ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଏହାର ୨ ଦିନ ପରେ ସ୍ଥାନୀୟ ଲୋକସେବା ଭବନରେ କମିସନର ରାଜ୍ୟ ସରକାରଙ୍କ ସମସ୍ତ ଉଚ୍ଚ ପଦାଧିକାରୀ, ଜିଲ୍ଲା ଗୁଡ଼ିକର ଜିଲ୍ଲାପାଳ, ଏସ୍‍ପିଙ୍କ ସହ ନିର୍ବାଚନ ପ୍ରସ୍ତୁତି, ପରିଚାଳନା, କରୋନା କଟକଣା ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

ଅନ୍ୟମାନଙ୍କ ମଧ୍ୟରେ ଏହି ବୈଠକରେ ରାଜ୍ୟ ନିର୍ବାଚନ କମିସନରଙ୍କ ସଚିବ ରବୀନ୍ଦ୍ର ନାଥ ସାହୁ, ସ୍ୱତନ୍ତ୍ର ସଚିବ ରଘୁରାମ ଆର. ଆୟାର ଏବଂ ଉପସଚିବ ଆଜାଦ୍‍ ହିନ୍ଦ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହିଥିଲେ।

09 Jan 2022 By The Sakala

https://www.thesakala.in/latest-odisha-news/panchayat-votes-in-the-second-week-of-february/article-8270
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର