ପିକ୍ଅପ୍ ଭ୍ୟାନ୍ ଓ ବାଇକ୍ ମୁହାଁମୁହିଁ ଧକ୍କା, ବାଇକ୍ ଆରୋହୀ ମୃତ

The Sakala Picture
Published On

ବହଳଦା: ମୟୁରଭଞ୍ଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡସ୍ଥ ବହଳଦା ଥାନା ଅନ୍ତର୍ଗତ ଗମ୍ଭାରିଆ-କାଦୁଆଣୀ ମଝିରେ ଥିବା ଏକ ଛୋଟ ପୋଲ ପାଖରେ ଆଜି ସନ୍ଧ୍ୟା ସମୟରେ ବାଇକ ଓ ପିକ୍ଅପ୍ ଭ୍ୟାନ୍ ମଧ୍ୟରେ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ବାଇକ୍ ଆରୋହୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ, ମୃତ୍ୟୁ ବରଣ କରି ଥିବା ଯୁବକଜଣକ ବାସିଙ୍ଗି ଗ୍ରାମ ନିକଟସ୍ଥ ପଞ୍ଚାୟତ କଲୋନୀର ଭୁଟାଙ୍ଗ ସର୍ଦ୍ଦାରଙ୍କ ବଡ଼ ପୁଅ ଶୁକଲାଲ୍ ସର୍ଦ୍ଦାର ଓରଫ୍ ବୁଧୁ […]

ବହଳଦା: ମୟୁରଭଞ୍ଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡସ୍ଥ ବହଳଦା ଥାନା ଅନ୍ତର୍ଗତ ଗମ୍ଭାରିଆ-କାଦୁଆଣୀ ମଝିରେ ଥିବା ଏକ ଛୋଟ ପୋଲ ପାଖରେ ଆଜି ସନ୍ଧ୍ୟା ସମୟରେ ବାଇକ ଓ ପିକ୍ଅପ୍ ଭ୍ୟାନ୍ ମଧ୍ୟରେ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ବାଇକ୍ ଆରୋହୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ଜଣାପଡିଛି।

ଆହୁରି ପଢ଼ନ୍ତୁ: ସର୍ବଦଳୀୟ ବୈଠକରେ ବିଜେଡିର ଆଭିମୁଖ୍ୟ ସ୍ପଷ୍ଟ: ସଂସଦରେ ଉଠିବ ରାଜ୍ୟ ସରକାରଙ୍କ ବିଫଳତା ପ୍ରସଙ୍ଗ

ମିଳିଥିବା ସୂଚନା ଅନୁଯାୟୀ, ମୃତ୍ୟୁ ବରଣ କରି ଥିବା ଯୁବକଜଣକ ବାସିଙ୍ଗି ଗ୍ରାମ ନିକଟସ୍ଥ ପଞ୍ଚାୟତ କଲୋନୀର ଭୁଟାଙ୍ଗ ସର୍ଦ୍ଦାରଙ୍କ ବଡ଼ ପୁଅ ଶୁକଲାଲ୍ ସର୍ଦ୍ଦାର ଓରଫ୍ ବୁଧୁ (୩୫) । ମୃତକ ଜଣକ ନିଜ ଶ୍ଵଶୁର ଘର ରାଇରଙ୍ଗପୁର ନିକଟସ୍ଥ ହଳଦାରେ ନିଜ ସ୍ତ୍ରୀ ଓ ଦୁଇ ଜଣ ଛୋଟ ପୁଅଙ୍କ ସହ ରହିବା ସହ ସେଠାରେ ଟ୍ରାକ୍ଟର ଡ୍ରାଇଭର ଭାବେ କାମ କରୁଥିଲେ। ସେ  ଆଜି ତାଙ୍କ ନିଜ ଗାଁ ବାସିଙ୍ଗି ସ୍ଥିତ କଲୋନୀ ସାହିକୁ ଆସିଥିଲେ ପଞ୍ଚାୟତରୁ ଚାଉଳ ନେବାପାଇଁ। ଆଜି ସନ୍ଧ୍ୟାରେ ବୋଧହୁଏ ଶ୍ୱଶୁର ଘର ହଳଦାକୁ ଯାଉଥିବା ବେଳେ ରାଇରଙ୍ଗପୁର ପଟୁ ଆସୁଥିବା ଏକ ଅଣ୍ଡା ବୋଝେଇ ପିକ୍ଅପ୍ ଭ୍ୟାନ୍ ତାଙ୍କ ବାଇକକୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ଯୁ ଘଟିଥିଲା।  ଖବର ପାଇ ପୁଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଉପଖଣ୍ଡ ଡ଼ାକ୍ତରଖାନାକୁ ପଠାଇବା ସହ ଦୁର୍ଘଟଣା ଘଟାଇ ପଳାଇ ଯାଉଥିବା ଅଣ୍ତା ବୋଝେଇ ପିକ୍ଅପ୍ ଭ୍ୟାନକୁ ବହଳଦା ପୁଲିସ ପେଟ୍ରୋଲ ପମ୍ପ୍ ନିକଟରେ ଧରିବା ସହ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି। ଏନେଇ ବହଳଦା ଥାନାରେ ୫/୨୧ ନମ୍ବରରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

ଆହୁରି ପଢ଼ନ୍ତୁ: ମୃତ ବୃଦ୍ଧାଙ୍କୁ ଜୀବିତ ଦର୍ଶାଇ ଭତ୍ତା ଲୁଟ୍: ସାତପଡ଼ାରେ ସାମ୍ନାକୁ ଆସିଲା ସାଂଘାତିକ ଦୁର୍ନୀତି

05 Jan 2022 By The Sakala

ପିକ୍ଅପ୍ ଭ୍ୟାନ୍ ଓ ବାଇକ୍ ମୁହାଁମୁହିଁ ଧକ୍କା, ବାଇକ୍ ଆରୋହୀ ମୃତ

ବହଳଦା: ମୟୁରଭଞ୍ଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡସ୍ଥ ବହଳଦା ଥାନା ଅନ୍ତର୍ଗତ ଗମ୍ଭାରିଆ-କାଦୁଆଣୀ ମଝିରେ ଥିବା ଏକ ଛୋଟ ପୋଲ ପାଖରେ ଆଜି ସନ୍ଧ୍ୟା ସମୟରେ ବାଇକ ଓ ପିକ୍ଅପ୍ ଭ୍ୟାନ୍ ମଧ୍ୟରେ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ବାଇକ୍ ଆରୋହୀଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ଜଣାପଡିଛି।

ମିଳିଥିବା ସୂଚନା ଅନୁଯାୟୀ, ମୃତ୍ୟୁ ବରଣ କରି ଥିବା ଯୁବକଜଣକ ବାସିଙ୍ଗି ଗ୍ରାମ ନିକଟସ୍ଥ ପଞ୍ଚାୟତ କଲୋନୀର ଭୁଟାଙ୍ଗ ସର୍ଦ୍ଦାରଙ୍କ ବଡ଼ ପୁଅ ଶୁକଲାଲ୍ ସର୍ଦ୍ଦାର ଓରଫ୍ ବୁଧୁ (୩୫) । ମୃତକ ଜଣକ ନିଜ ଶ୍ଵଶୁର ଘର ରାଇରଙ୍ଗପୁର ନିକଟସ୍ଥ ହଳଦାରେ ନିଜ ସ୍ତ୍ରୀ ଓ ଦୁଇ ଜଣ ଛୋଟ ପୁଅଙ୍କ ସହ ରହିବା ସହ ସେଠାରେ ଟ୍ରାକ୍ଟର ଡ୍ରାଇଭର ଭାବେ କାମ କରୁଥିଲେ। ସେ  ଆଜି ତାଙ୍କ ନିଜ ଗାଁ ବାସିଙ୍ଗି ସ୍ଥିତ କଲୋନୀ ସାହିକୁ ଆସିଥିଲେ ପଞ୍ଚାୟତରୁ ଚାଉଳ ନେବାପାଇଁ। ଆଜି ସନ୍ଧ୍ୟାରେ ବୋଧହୁଏ ଶ୍ୱଶୁର ଘର ହଳଦାକୁ ଯାଉଥିବା ବେଳେ ରାଇରଙ୍ଗପୁର ପଟୁ ଆସୁଥିବା ଏକ ଅଣ୍ଡା ବୋଝେଇ ପିକ୍ଅପ୍ ଭ୍ୟାନ୍ ତାଙ୍କ ବାଇକକୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ଯୁ ଘଟିଥିଲା।  ଖବର ପାଇ ପୁଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଉପଖଣ୍ଡ ଡ଼ାକ୍ତରଖାନାକୁ ପଠାଇବା ସହ ଦୁର୍ଘଟଣା ଘଟାଇ ପଳାଇ ଯାଉଥିବା ଅଣ୍ତା ବୋଝେଇ ପିକ୍ଅପ୍ ଭ୍ୟାନକୁ ବହଳଦା ପୁଲିସ ପେଟ୍ରୋଲ ପମ୍ପ୍ ନିକଟରେ ଧରିବା ସହ ଡ୍ରାଇଭରକୁ ଅଟକ ରଖି ପଚରାଉଚରା କରୁଛି। ଏନେଇ ବହଳଦା ଥାନାରେ ୫/୨୧ ନମ୍ବରରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର