ଏସୀୟ କ୍ରୀଡାରେ ଶ୍ରେଷ୍ଠ ପ୍ରଦର୍ଶନ ଲକ୍ଷ୍ୟରେ ରିଲାଏନ୍ସ ଫାଉଣ୍ଡେସନ୍ ସହାୟତାପ୍ରାପ୍ତ ଓଡିଆ ଭାରୋତଳନକାରୀ ଝିଲ୍ଲୀ ଦଳବେହେରା

The Sakala Picture
Published On

ଭୁବନେଶ୍ୱର: ଏକାଧିକ ପ୍ରଭାବଶାଳୀ ପ୍ରଦର୍ଶନ ପରେ ଓଡ଼ିଶାର ନୟାଗଡର ୨୨ ବର୍ଷ ବୟସ୍କା ଭାରୋତଳନକାରୀ ଝିଲ୍ଲୀ ଦଳବେହେରା ଚଳିତ ବର୍ଷ ଶେଷଭାଗରେ ଚୀନର ହାଙ୍ଗଝୁଠାରେ ହେବାକୁ ଯାଉଥିବା ଏସୀୟ କ୍ରୀଡାରେ ନିଜର ଛାପ ଛାଡିବାକୁ ପ୍ରତିବଦ୍ଧ ଅଛନ୍ତି। ଡିସେମ୍ବର ମାସରେ ଝିଲ୍ଲୀ ତାସକେଂଟଠାରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ ଭାରୋତଳନ ଚମ୍ପିଆନସିପ୍ ରେ ମୋଟ ୧୬୭ କିଲୋଗ୍ରାମ ଭାର ଉତୋଳନ କରିବା ସହିତ ଏକ ରୌପ୍ୟ ପଦକ ବିଜୟିନୀ ହୋଇଥିଲେ । ପଦକ ହାସଲ ସତ୍ୱେ ଝିଲ୍ଲୀ ନିଜର ପ୍ରୟାସକୁ […]

ଭୁବନେଶ୍ୱର: ଏକାଧିକ ପ୍ରଭାବଶାଳୀ ପ୍ରଦର୍ଶନ ପରେ ଓଡ଼ିଶାର ନୟାଗଡର ୨୨ ବର୍ଷ ବୟସ୍କା ଭାରୋତଳନକାରୀ ଝିଲ୍ଲୀ ଦଳବେହେରା ଚଳିତ ବର୍ଷ ଶେଷଭାଗରେ ଚୀନର ହାଙ୍ଗଝୁଠାରେ ହେବାକୁ ଯାଉଥିବା ଏସୀୟ କ୍ରୀଡାରେ ନିଜର ଛାପ ଛାଡିବାକୁ ପ୍ରତିବଦ୍ଧ ଅଛନ୍ତି। ଡିସେମ୍ବର ମାସରେ ଝିଲ୍ଲୀ ତାସକେଂଟଠାରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ ଭାରୋତଳନ ଚମ୍ପିଆନସିପ୍ ରେ ମୋଟ ୧୬୭ କିଲୋଗ୍ରାମ ଭାର ଉତୋଳନ କରିବା ସହିତ ଏକ ରୌପ୍ୟ ପଦକ ବିଜୟିନୀ ହୋଇଥିଲେ । ପଦକ ହାସଲ ସତ୍ୱେ ଝିଲ୍ଲୀ ନିଜର ପ୍ରୟାସକୁ ନେଇ ସନ୍ତୁଷ୍ଟ ହୋଇନଥିଲେ, କାରଣ ଏହା ତାଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ୧୭୬ କିଲୋଗ୍ରାମରୁ କମ୍ ରହିଥିଲା ।

ଆହୁରି ପଢ଼ନ୍ତୁ: କୋଟି କୋଟି ଟଙ୍କା ଟିକସ ଫାଙ୍କିବା ଅଭିଯୋଗରେ ରାଜ୍ୟର ୬ ରେସ୍ତୋରାଁରେ IT ଚଢ଼ାଉ

ନିଜ ପ୍ରଦର୍ଶନ ସମ୍ପର୍କରେ ପ୍ରକାଶ କରି ଝିଲ୍ଲୀ କହିଛନ୍ତି, “ପ୍ରତିଯୋଗିତାର ପ୍ରାରମ୍ଭରେ ମୋର ପ୍ରଦର୍ଶନ ଖରାପ ରହିଥିଲା, କାରଣ ପ୍ରଥମ ଦୁଇଟି ୭୩ କିଲୋଗ୍ରାମ ସ୍ନାଚ୍ ବର୍ଗରେ ମୁଁ ବିଫଳ ହୋଇଥିଲି । ତେବେ ଚୂଡାନ୍ତ ପ୍ରୟାସରେ ମୁଁ ଏକ ଭାର ଉତୋଳନ କରିବାରେ ସଫଳ ହୋଇଥିଲି । ତେବେ ଏହାଦ୍ୱାରା ସ୍ନାଚ୍ ରେ ସ୍କୋର କମିଗଲା, ଯେଉଁଠି ମୁଁ ୭୮ କିଲୋଗ୍ରାମ ଅଥବା ତାହାଠାରୁ ଅଧିକ ଭାର ଉତୋଳନ କରିପାରିଥାନ୍ତି । ପ୍ରଥମ ଲିଫ୍ଟରେ ବିଫଳ ହେବା ଏକ ବଡ ଧକ୍କା, କାରଣ ଏହା ଜଣକର ଆତ୍ମବିଶ୍ୱାସକୁ ଚୂରମାର କରିଦେଇଥାଏ ଏବଂ ପ୍ରତିଯୋଗିତାରେ ମାନସିକ ସ୍ତରରେ ଶୂନ୍ୟ କରିଦିଏ । ତେଣୁ ଭାରୋତଳନକାରୀମାନେ ଏଭଳି ପ୍ରତିକୂଳ ପରିସ୍ଥିତି ସହିତ କିଭଳି ଖାପଖୁଆଇ ପୁଣି ମଜଭୁତ ଭାବରେ ପ୍ରତ୍ୟାବର୍ତନ କରିବେ, ତାହା ଶିକ୍ଷାଲାଭ କରିବା ଗୁରୁତ୍ୱପୂର୍ଣ୍ଣ ।”

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

ଏକ ସ୍ୱଳ୍ପ ଆୟ ରହିଥିବା ପରିବାରରୁ ଆସିଥିବା ଝିଲ୍ଲୀ ଆଦ୍ୟାବସ୍ଥାରୁ ଜଣେ ଆଥଲେଟ ହେବାର ସମସ୍ତ ସମ୍ଭାବନା ବହନ କରୁଥିଲେ ଏବଂ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମ କ୍ରୀଡା ଛାତ୍ରାବାସରୁ ତାଙ୍କର ଯାତ୍ରା ଆରମ୍ଭ କରିଥିଲେ । ୨୦୧୯ରେ ରିଲାଏନ୍ସ ଫାଉଣ୍ଡେସନ ୟୁଥ ସ୍ପୋର୍ଟସ (ଆରଏଫୱାଇଏସ)ର ଏଲିଟ ଆଥଲେଟ ବୃତି ଯୋଜନାରେ ସାମିଲ ହେବା ପରେ ତାଙ୍କ କ୍ୟାରିୟରକୁ ମଜଭୁତ ସମର୍ଥନ ମିଳିଥିଲା ।
ପ୍ରତିଯୋଗିତା ସମ୍ପର୍କିତ ଗସ୍ତ ଓ ଗମନାଗମନ ପାଇଁ ଆର୍ଥିକ ସହାୟତା ସହିତ ଝିଲ୍ଲୀଙ୍କୁ ମୁମ୍ବଇସ୍ଥିତ ସାର୍ ଏଚ୍ ଏନ୍ ରିଲାଏନ୍ସ ଫାଉଣ୍ଡେସନ ହସପିଟାଲ ଆଣ୍ଡ ରିସର୍ଚ୍ଚ ସେଂଟରର ସର୍ବାଧୁନିକ କ୍ରୀଡା ବିଜ୍ଞାନ ଓ ଭେଷଜ ବିଶେଷଜ୍ଞ ଦଳ ନିକଟରୁ ସ୍ୱତନ୍ତ୍ର ଯତ୍ନ ମିଳିବା ସୁନିଶ୍ଚିତ ହୋଇଥିଲା । ଝିଲ୍ଲୀ ସଂପ୍ରତି ସ୍ୱତନ୍ତ୍ର ଭାବରେ ରହିଥିବା ଜଣେ ଫିଜିଓଥେରାପିଷ୍ଟ, ସାମର୍ଥ୍ୟ ଓ କଣ୍ଡିସନିଂ କୋଚ୍ ଏବଂ ପୁନର୍ବାସ, ପୁଷ୍ଟିସାଧନ, ମନସ୍ତତ୍ୱ ଏବଂ ଡାଟା ପରିଚାଳନା ଓ ବିଶ୍ଳେଷଣ ଆଦି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ସ୍ୱତନ୍ତ୍ର ତଥ୍ୟ ଓ ଜ୍ଞାନର ସୁଯୋଗ ନେଇପାରୁଛନ୍ତି ।

ସାର୍ ଏନ ଏନ ରିଲାଏନ୍ସ ଫାଉଣ୍ଡେସନ ହସପିଟାଲ ଆଣ୍ଡ ରିସର୍ଚ୍ଚ ସେଂଟରରେ ଥିବା ପ୍ରମୁଖ କ୍ରୀଡା ଓ ବ୍ୟାୟାମ ମନସ୍ତତ୍ୱବିଦ୍ ମୈଥିଳୀ ଭୁପତାନି ଝିଲ୍ଲୀଙ୍କ ସହିତ ନିୟୋଜିତ ହୋଇଥିବା ପ୍ରଥମ ବିଶେଷଜ୍ଞମାନଙ୍କ ମଧ୍ୟରେ ଅନ୍ୟତମ ଥିଲେ । ଦୃଶ୍ୟମାନ କୌଶଳ ଏବଂ ନିଜ ଭାବପ୍ରବଣତାକୁ ନେଇ ଆତ୍ମ ସଚେତନତାରେ ବୃଦ୍ଧି ଜରିଆରେ ଭୂପତାନି ଝିଲ୍ଲୀଙ୍କ ପାଇଁ ଏକ ବିସ୍ତୃତ, ବ୍ୟକ୍ତିଗତ ଆଧାରିତ ଯୋଜନା ପ୍ରସ୍ତୁତ କରିବା ସହିତ ତାଙ୍କପାଇଁ ଯୋଜନାବଦ୍ଧ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ । ଭୂପତାନିଙ୍କ ବ୍ୟତୀତ ଝିଲ୍ଲୀ ପୋଷଣ ବିଶେଷଜ୍ଞ ମିହିରା ଖୋପ୍‌କରଙ୍କ ନିକଟରୁ ମଧ୍ୟ ଅନେକ ଉପାଦେୟ ପରାମର୍ଶ ଲାଭ କରିଥିଲେ, ଯିଏ ଝିଲ୍ଲୀଙ୍କୁ ତାଙ୍କର ଭାରୋତଳନକାରୀ ବର୍ଗ ୪୫ କିଲୋଗ୍ରାମରୁ ୪୯ କିଲୋଗ୍ରାମକୁ ପରିବର୍ତନ ସମୟରେ ନିଜର ସାମର୍ଥ୍ୟ ଓ ଶକ୍ତି ପୁନଃ ନିର୍ମାଣ ନିମନ୍ତେ ଶରୀରର ମାଂସପେଶୀକୁ ସୁସଂଗଠିତ ଓ ସୁଦୃଢ କରି ଗଢିତୋଳିବା ଦିଗରେ ସହାୟତା କରିଥିଲେ ।

ଫିଜିଓଥେରାପିଷ୍ଟ ହରିୟାଲି ବାରୋଟ ଆଉଜଣେ ଦୃଢ ସମର୍ଥନକାରୀ ହୋଇଛନ୍ତି, ଯିଏ କାନ୍ଧ ଏବଂ ନିତମ୍ବର ଚଳନଶୀଳତା, ଶରୀରର ଉପରିଭାଗର ସାମର୍ଥ୍ୟ, ମୁଖ୍ୟ ମାଂସପେଶୀଗୁଡିକର ଦୃଢତା ଆଦି ସ୍ୱତନ୍ତ୍ର ଦୃଷ୍ଟି ଆବଶ୍ୟକ କରୁଥିବା କ୍ଷେତ୍ରଗୁଡିକ ଚିହ୍ନଟ କରି ଉଚିତ୍ ପରାମର୍ଶ ଯୋଗାଇଥିଲେ ।
ଏହି ସମସ୍ତ ସହଯୋଗ ଓ ସହାୟତା ସହିତ ସମାନ ସମୟରେ ଝିଲ୍ଲୀଙ୍କର କ୍ୟାରିୟର ମଧ୍ୟ ଆଗକୁ ବଢିବାରେ ଲାଗିଛି । ୨୦୧୯ରେ ସେ ସମାଓଠାରେ ରାଜ୍ୟଗୋଷ୍ଠୀ ସିନିୟର ଚମ୍ପିଆନସିପ୍ ଏବଂ ନେପାଳରେ ଦକ୍ଷିଣ ଏସୀୟ କ୍ରୀଡାରେ ସ୍ୱର୍ଣ୍ଣ ପଦକ ହାସଲ କରିବା ସହିତ ଏସୀୟ ଚମ୍ପିଆନସିପ୍ ରେ ଏକ ରୌପ୍ୟ ପଦକ ହାସଲ କରିଥିଲେ । ୨୦୨୦ରେ ସେ କୋଲକାତାରେ ଅନୁଷ୍ଠିତ ସିନିୟର ଜାତୀୟ ଚମ୍ପିଆନସିପ୍‌ରେ ସ୍ୱର୍ଣ୍ଣ ପଦକ ବିଜୟିନୀ ହେବା ସହିତ ୨୦୨୧ରେ ତାସକେଂଟ୍ ଠାରେ ଏସୀୟ ଚମ୍ପିଆନସିପ୍‌ରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ।

ରିଲାଏନ୍ସ ଫାଉଣ୍ଡେସନ୍ ଯୁବ କ୍ରୀଡା (ଆରଏଫୱାଇଏସ୍‌) ର ମଜଭୁତ ସମର୍ଥନ ବଳରେ ଝିଲ୍ଲୀ ସଂପ୍ରତି ତାଙ୍କ କ୍ୟାରିୟରର ପରବର୍ତୀ ସୋପାନ ଉପରେ ଦୃଷ୍ଟିନିବଦ୍ଧ କରୁଛନ୍ତି । ତାଙ୍କ ପାଇଁ ଅଲିମ୍ପିକ୍ସରେ ଏକ ପଦକ ହାସଲ ଦୀର୍ଘସୂତ୍ରୀ ଲକ୍ଷ୍ୟ ରହିଥିବା ଝିଲ୍ଲୀ କହିଛନ୍ତି।

03 Jan 2022 By The Sakala

https://www.thesakala.in/latest-odisha-news/reliance-foundation-supported-weightlifter-jhilli-dalabehera-set-to-make-odisha-proud/article-8119
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର