ପଛୁଆବର୍ଗଙ୍କୁ ନ୍ୟାୟ ମିଳୁ, କେନ୍ଦ୍ରକୁ ଅନୁରୋଧ କଲେ ରାଜ୍ୟ ବିଜେଡି ସାଙ୍ଗଠନିକ ସମ୍ପାଦକ

The Sakala Picture
Published On

ଭୁବନେଶ୍ୱର: ପଛୁଆବର୍ଗ ସହ ଅଛି ବିଜୁ ଜନତା ଦଳ । ଓବିସିଙ୍କୁ ମିଳୁ ସେମାନଙ୍କ ହକ୍ । ନିକଟରେ ମାନ୍ୟବର ସୁପ୍ରିମ କୋର୍ଟଙ୍କ ରାୟ ପରେ ପଞ୍ଚାୟତିରାଜ ଏବଂ ପୌରପାଳିକା ନିର୍ବାଚନରୁ ପଛୁଆ ବର୍ଗଙ୍କ ପାଇଁ ଥିବା ସଂରକ୍ଷଣ ଉଠାଇ ଦିଆଯାଇଛି । ଏହି ରାୟ ସାରା ଦେଶରେ ଲାଗୁ କରାଯାଇଛି । ଏହା ଏକ ଜାତୀୟ ସ୍ତରର ପ୍ରସଙ୍ଗ ହୋଇଥିବା ଦୃଷ୍ଟିରୁ ପଛୁଆ ବର୍ଗଙ୍କୁ ଉପଯୁକ୍ତ ନ୍ୟାୟ ଦେବା ପାଇଁ ବିଜୁ ଜନତା ଦଳ କେନ୍ଦ୍ର […]

ଭୁବନେଶ୍ୱର: ପଛୁଆବର୍ଗ ସହ ଅଛି ବିଜୁ ଜନତା ଦଳ । ଓବିସିଙ୍କୁ ମିଳୁ ସେମାନଙ୍କ ହକ୍ । ନିକଟରେ ମାନ୍ୟବର ସୁପ୍ରିମ କୋର୍ଟଙ୍କ ରାୟ ପରେ ପଞ୍ଚାୟତିରାଜ ଏବଂ ପୌରପାଳିକା ନିର୍ବାଚନରୁ ପଛୁଆ ବର୍ଗଙ୍କ ପାଇଁ ଥିବା ସଂରକ୍ଷଣ ଉଠାଇ ଦିଆଯାଇଛି । ଏହି ରାୟ ସାରା ଦେଶରେ ଲାଗୁ କରାଯାଇଛି । ଏହା ଏକ ଜାତୀୟ ସ୍ତରର ପ୍ରସଙ୍ଗ ହୋଇଥିବା ଦୃଷ୍ଟିରୁ ପଛୁଆ ବର୍ଗଙ୍କୁ ଉପଯୁକ୍ତ ନ୍ୟାୟ ଦେବା ପାଇଁ ବିଜୁ ଜନତା ଦଳ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରୁଛି । ଏ ଦିଗରେ କେନ୍ଦ୍ର ସରକାର ଯାହା ଆଇନଗତ ଏବଂ ବୈଧାନିକ ନିଷ୍ପତ୍ତି ଗ୍ରହଣ କରିବେ, ବିଜୁ ଜନତା ଦଳ ଏବଂ ସରକାର ତାକୁ ଆନ୍ତରିକତାର ସହିତ ସମର୍ଥନ କରିବେ ।

ଆହୁରି ପଢ଼ନ୍ତୁ: ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ଆଜି ସୁପ୍ରିମକୋର୍ଟରେ ଶୁଣାଣି, ଆସିପାରେ ବଡ଼ ନିର୍ଦ୍ଦେଶ

ବିଜୁ ଜନତା ଦଳ ସବୁବେଳେ ଆର୍ଥିକ ଅନଗ୍ରସର ବର୍ଗର ଜନସାଧାରଣଙ୍କୁ ସଶକ୍ତ କରିବାରେ ଦୃଢ଼ ଭାବରେ ବିଶ୍ଵାସ କରି ଆସିଛି । ସମାଜରେ ସେମାନଙ୍କ ଉନ୍ନତି ଏବଂ ସମାନ ଅଧିକାର ପାଇଁ ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରି ଆସୁଛି । ନିକଟରେ ମହିଳାଙ୍କ ପାଇଁ ପାର୍ଲାମେଣ୍ଟ ଏବଂ ବିଧାନସଭାରେ ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣ ପାଇଁ ଆହ୍ବାନ ଦେଇ ସମଗ୍ର ଭାରତ ବର୍ଷରେ ଆଲୋଡ଼ନ ସୃଷ୍ଟି କରିଥିବା ବିଜୁ ଜନତା ଦଳ ପ୍ରଥମେ ନିଜ ଆଡୁ ୨୦୧୯ ପାର୍ଲାମେଣ୍ଟ ନିର୍ବାଚନରେ ଏକ ତୃତୀୟାଂଶ ମହିଳାଙ୍କୁ ପ୍ରାର୍ଥୀ କରିଥିଲା, ଯାହା ପରେ ଅନ୍ୟ ରାଜ୍ୟମାନେ ଅନୁସରଣ କରିଥିଲେ ।

ଆହୁରି ପଢ଼ନ୍ତୁ: ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଘୋଷଣା: ଦୁର୍ଘଟଣାରେ ମୃତ୍ୟୁ ବା ସ୍ଥାୟୀ ବିକଳାଙ୍ଗ ହେଲେ ମିଳିବ ୨ ଲକ୍ଷ ଟଙ୍କାର ସହାୟତା ରାଶି

ଏବେ ଯେହେତୁ ତ୍ରି-ସ୍ତରୀୟ ପଞ୍ଚାୟତ ଏବଂ ପୌରପାଳିକା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ବିଜୁ ଜନତା ଦଳ ରାଜ୍ୟର ଆର୍ଥିକ ଅନଗ୍ରସର ବର୍ଗଙ୍କ ପ୍ରତି ନିଜର ପ୍ରତିବଦ୍ଧତା ପୁନଶ୍ଚ ଦୋହରାଇ ଏହି ଐତିହାସିକ ନିର୍ଣ୍ଣୟ ଗ୍ରହଣ କରୁଛି ଯେ ଆଗାମୀ ତ୍ରି-ସ୍ତରୀୟ ପଞ୍ଚାୟତ ଏବଂ ପୌରପାଳିକା ନିର୍ବାଚନରେ ଦଳ ଅନୁନ୍ୟ ୪୦% ପଛୁଆ ବର୍ଗର ପ୍ରାର୍ଥୀଙ୍କୁ ପ୍ରତିଦ୍ବନ୍ଦିତା କରିବା ନିମନ୍ତେ ମନୋନୟନ କରିବ । ସେମାନଙ୍କୁ ତାଙ୍କର ନ୍ୟାଯ୍ୟ ରାଜନୈତିକ ଅଧୂକାର ପ୍ରଦାନ କରିବ ବିଜେଡ଼ି

ଆହୁରି ପଢ଼ନ୍ତୁ: ଦିଲ୍ଲୀ କୋଠା ଭୁଶୁଡ଼ିବା ଘଟଣା ପରେ ତତ୍ପର ରାଜ୍ୟ ସରକାର: ୧୫ ଦିନ ଭିତରେ ଅସୁରକ୍ଷିତ କୋଠା ଚିହ୍ନଟ ପାଇଁ ନିର୍ଦ୍ଦେଶ

ବିଜୁ ଜନତା ଦଳର ଶନିବାର ରାଜ୍ୟ କାର୍ଯ୍ୟକାରିଣୀ ଅନୁଷ୍ଠିତ ହୋଇଥିବାବେଳେ ଦଳର ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଏହି ପ୍ରସ୍ତାବ ଦେଇଥିଲେ । ସର୍ବସମ୍ମତ୍ତ ନିଷ୍ପତ୍ତି କ୍ରମେ ଆଗତ କରାଯାଇଥିବା ଉପରୋକ୍ତ ପ୍ରସ୍ତାବକୁ ଅନୁମୋଦନ କରିବା ନିମନ୍ତେ ଦଳର ରାଜ୍ୟ ସଭାପତିଙ୍କୁ ଅନୁରୋଧ କରିଛନ୍ତି ପ୍ରଣବ ପ୍ରକାଶ ଦାସ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର