ଓଡ଼ିଶାର ଦୀର୍ଘତମ ‘ଟି-ସେତୁ’ର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ, ଉପକୃତ ହେବେ ୫ ଲକ୍ଷରୁ ଉର୍ଦ୍ଧ୍ବ ଲୋକ

The Sakala Picture
Published On

କଟକ: ମହାନଦୀ ଉପରେ ଓଡ଼ିଶାର ଦୀର୍ଘତମ ସେତୁ ସୋମବାର ଲୋକାର୍ପିତ ହୋଇଯାଇଛି। ଏହି ସେତୁଟିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛନ୍ତି। । ୧୧୧କୋଟି ବ୍ୟୟରେ ନିର୍ମିତ ବହୁ ପ୍ରତିକ୍ଷିତ ବିକାଶର ସେତୁ ‘ଟି-ସେତୁ’ର ଉଦଘାଟନ ହୋଇଛି । ଏହି ହାଇଲେଭଲ ସେତୁ କଟକ ବଡ଼ମ୍ବା ନରସିଂହପୁରର ଗୋପିନାଥପୁର-ସିଂହନାଥ ପୀଠ ଓ ବୈଦ୍ୟେଶ୍ବରକୁ ସଂଯୋଗ କରିଛି । ଏହି ସେତୁ ହେବା ଦ୍ବାରା ୪୫ କିଲୋମିଟର ଦୂରତା କମିଛି । ଯାହାଦ୍ବାରା ଉପକୃତ ହେବେ ୫ ଲକ୍ଷ […]

କଟକ: ମହାନଦୀ ଉପରେ ଓଡ଼ିଶାର ଦୀର୍ଘତମ ସେତୁ ସୋମବାର ଲୋକାର୍ପିତ ହୋଇଯାଇଛି। ଏହି ସେତୁଟିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛନ୍ତି। । ୧୧୧କୋଟି ବ୍ୟୟରେ ନିର୍ମିତ ବହୁ ପ୍ରତିକ୍ଷିତ ବିକାଶର ସେତୁ ‘ଟି-ସେତୁ’ର ଉଦଘାଟନ ହୋଇଛି । ଏହି ହାଇଲେଭଲ ସେତୁ କଟକ ବଡ଼ମ୍ବା ନରସିଂହପୁରର ଗୋପିନାଥପୁର-ସିଂହନାଥ ପୀଠ ଓ ବୈଦ୍ୟେଶ୍ବରକୁ ସଂଯୋଗ କରିଛି । ଏହି ସେତୁ ହେବା ଦ୍ବାରା ୪୫ କିଲୋମିଟର ଦୂରତା କମିଛି । ଯାହାଦ୍ବାରା ଉପକୃତ ହେବେ ୫ ଲକ୍ଷ ଲୋକ । ସେତୁର ଲମ୍ବ ୩.୪ କିଲୋମିଟର ବା ୩ ହଜାର ୧୩୯ ମିଟର ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ପୁଣି ବନ୍ୟା ସ୍ଥିତି: ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା ଓ ବୈତରଣୀ, ଅନେକ ଗାଁ ଜଳମଗ୍ନ

କୃଷି, ପର୍ଯ୍ୟଟନ, ବାଣିଜ୍ୟ କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସାଜିବ ଟି-ସେତୁ । ନୂଆ ସେତୁକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଆଗ୍ରହ ବଢିବାରେ ଲାଗିଛି । ବହୁ ଦିନର ଦାବି ପୂରଣ ହୋଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ସ୍ଥାନୀୟ ଲୋକେ । ସେତୁ ଉଦଘାଟନ ସମାରୋହରେ ମୁଖ୍ୟମନ୍ତ୍ରୀ ବହୁତ ଉତ୍ସାହିତ ଥିବା ଦେଖିବାକୁ ମିଳିଥିଲା । ଦୀର୍ଘ ଦିନର ଦାବି ପୂରଣ ହୋଇଥିବାରୁ ସ୍ଥାନୀୟ ଲୋକଙ୍କୁ ଆପଣମାନେ ଖୁସି ତ ବୋଲି ପଚାରିଥିଲେ ।

ଆହୁରି ପଢ଼ନ୍ତୁ: ଆବାସିକ ଦ୍ୟାଳୟରେ ରାଗିଂ: ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ନିର୍ଧୁମ ମାଡ଼ ମାରିବା ସହ କାମ କରାଇଲେ ଦଶମ ଶ୍ରେଣୀ ଛାତ୍ର !

ଲୋକାର୍ପଣ ପରେ ମୁଖ୍ୟମନ୍ତ୍ରୀ ସେତୁ ବୁଲି ଦେଖିଥିଲେ । ସେତୁରୁ ମହାନଦୀର ମନୋରମ ଦୃଶ୍ୟ ଉପଭୋଗ କରିଥିଲେ ମୁଖ୍ୟମନ୍ତ୍ରୀ । ନିଜର ପ୍ରିୟ ନେତା ଅଞ୍ଚଳକୁ ଆସିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଦେଖିବାକୁ ଲୋକଙ୍କ ଭିଡ ଜମିଥିଲା । ମୁଖ୍ୟମନ୍ତ୍ରୀଙ୍କୁ ଥରେ ଦେଖିବାକୁ ଲୋକଙ୍କ ମଧ୍ୟରେ ଯେମିତି ପ୍ରତିଯୋଗିତା ଲାଗିଥିଲା । ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି ପୂରଣ କରିଥିବାରୁ ସ୍ଥାନୀୟ ବାସିନ୍ଦା ତାଙ୍କୁ ଭୁରୀ ଭୁରୀ ପ୍ରଶଂସା କରୁଛନ୍ତି । ମୁଖ୍ୟମନ୍ତ୍ରୀ ସେତୁ ଲୋକାର୍ପଣ ପାଇଁ ପହଞ୍ଚିବା ପରେ ନବୀନ ପଟ୍ଟନାୟକ ଜିନ୍ଦାବାଦ ଧ୍ବନୀରେ ପ୍ରକମ୍ପିତ ହୋଇଥିଲା ପୂରା ଅଞ୍ଚ । ହାତ ହଲାଇ ସ୍ଥାନୀୟ ବାସିନ୍ଦା ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ ଜଣାଇଥିଲେ ।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉ ନାହିଁ ଏଫସିଆଇ: ସମସ୍ୟାର ସମାଧାନ ନହେଲେ ରାଜରାସ୍ତାକୁ ଓହ୍ଲାଇବ ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର