ଘରେ ଘରେ ପହଞ୍ଚିବ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା, ଶପଥ ନେଲେ ବିଜେଡି ଯୁବ ଓ ଛାତ୍ର ସଂଗଠନର କର୍ମକର୍ତ୍ତା

The Sakala Picture
Published On

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ଘରେ ଘରେ ପହଞ୍ଚିବ। ଏହାକୁ ଲୋକଙ୍କ ପାଖରେ ପହଞ୍ଚାଇବେ ବିଜେଡି ଯୁବ ଓ ଛାତ୍ର ସଂଗଠନ କର୍ମକର୍ତ୍ତା । ରାଜଧାନୀ ଭୁବନେଶ୍ବରରେ ଆରମ୍ଭ ହୋଇଥିବା ଜିଲ୍ଲା ଯୁବ ଓ ଛାତ୍ର ବିଜେଡିର ନେତୃତ୍ବ ସମ୍ମିଳନୀରେ ନେଲେ ଶପଥ । ରାଜ୍ୟସ୍ତରୀୟ ନେତା କରାଇଲେ ଶପଥ ପାଠ । ବରମୁଣ୍ଡା ପଡ଼ିଆରେ ଚାଲିଥିବା କାର୍ଯ୍ଯକ୍ରମରେ ବିଜେଡିର ଆଗ ଧାଡିର ନେତା ସାମିଲ ହୋଇଛନ୍ତି। ଏଥିରେ ଯୁବ ଓ ଛାତ୍ରଙ୍କୁ ଗୁରୁମନ୍ତ୍ର ଦିଆଯାଉଛି […]

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ଘରେ ଘରେ ପହଞ୍ଚିବ। ଏହାକୁ ଲୋକଙ୍କ ପାଖରେ ପହଞ୍ଚାଇବେ ବିଜେଡି ଯୁବ ଓ ଛାତ୍ର ସଂଗଠନ କର୍ମକର୍ତ୍ତା । ରାଜଧାନୀ ଭୁବନେଶ୍ବରରେ ଆରମ୍ଭ ହୋଇଥିବା ଜିଲ୍ଲା ଯୁବ ଓ ଛାତ୍ର ବିଜେଡିର ନେତୃତ୍ବ ସମ୍ମିଳନୀରେ ନେଲେ ଶପଥ । ରାଜ୍ୟସ୍ତରୀୟ ନେତା କରାଇଲେ ଶପଥ ପାଠ ।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଜନ୍ମାଷ୍ଟମୀ: ପ୍ରଭୁ ଶ୍ରୀକୃଷ୍ଣଙ୍କ ଦିବ୍ୟ ଧରାବତରଣ, ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି

ବରମୁଣ୍ଡା ପଡ଼ିଆରେ ଚାଲିଥିବା କାର୍ଯ୍ଯକ୍ରମରେ ବିଜେଡିର ଆଗ ଧାଡିର ନେତା ସାମିଲ ହୋଇଛନ୍ତି। ଏଥିରେ ଯୁବ ଓ ଛାତ୍ରଙ୍କୁ ଗୁରୁମନ୍ତ୍ର ଦିଆଯାଉଛି । ଆଗାମୀ ପୌର ଓ ପଞ୍ଚାୟତ ନିର୍ବାଚନରେ ଗାଁ ଗାଁ ବୁଲି ବିଜେଡି ସପକ୍ଷରେ ଜନମତ ସୃଷ୍ଟି କରିବା ପାଇଁ ଯୁବ ଓ ଛାତ୍ରଙ୍କୁ ଦାୟିତ୍ବ ବଣ୍ଟନ କରାଯିବ । ସେହିପରି ନେତୃତ୍ବ ସମ୍ମିଳନୀ ଜରିଆରେ ପୌର ନିର୍ବାଚନ ପାଇଁ ବି ଛାତ୍ର ଓ ଯୁବକଙ୍କୁ ପ୍ରସ୍ତୁତ କରିବ ଦଳ । ଓ୍ବାର୍ଡ ଗୁଡ଼ିକରେ ସଂଗଠନ ଅଧିକ ମଜବୁତ କରିବାରେ ପ୍ରମୁଖ ଭୂମିକା ନେବେ ଛାତ୍ର ଓ ଯୁବ ନେତା ।

ଆହୁରି ପଢ଼ନ୍ତୁ: ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଘୋଷଣା: ଦୁର୍ଘଟଣାରେ ମୃତ୍ୟୁ ବା ସ୍ଥାୟୀ ବିକଳାଙ୍ଗ ହେଲେ ମିଳିବ ୨ ଲକ୍ଷ ଟଙ୍କାର ସହାୟତା ରାଶି

କାର୍ଯ୍ଯକ୍ରମରେ ଯୋଗ ଦେଇଛନ୍ତି ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସ ବର୍ମା, ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର, ମନ୍ତ୍ରୀ ଅଶୋକ ପଣ୍ଡା, ବିଜେଡି ସାଧାରଣ ସମ୍ପାଦକ ତଥା ବିଧାୟକ ପ୍ରଣବ ବଳବନ୍ତରାୟ, ବିଜୁ ଯୁବ ଜନତା ଦଳ ସଭାପତି ବ୍ୟୋମକେଶ ରାୟ, ବରିଷ୍ଠ ନେତା ଅରୂପ ପଟ୍ଟନାୟକ, ବିଧାୟକ ଅନ୍ତ ନାରାୟଣ ଜେନା ଓ ସୁଶାନ୍ତ ରାଉତ । କାର୍ଯ୍ଯକ୍ରମରେ ଭୁବନେଶ୍ବର ଶତାଧିକ ଯୁବ ଓ ଛାତ୍ର କର୍ମୀ ଯୋଗ ଦେଇ ଶପଥ ପାଠ କରିଛନ୍ତି ।

ଆହୁରି ପଢ଼ନ୍ତୁ: ଦୁଗ୍ଧ ଚାଷୀଙ୍କୁ ଲିଟର ପିଛା ୨ ଟଙ୍କା ଅଧିକ ଦେବାକୁ ଓମ୍‌ଫେଡ୍ ପକ୍ଷରୁ ନିଷ୍ପତ୍ତି, ସେପ୍ଟେମ୍ବର ୧୧ରୁ ଲାଗୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର