ବଦଳୁଛି ରାଜ୍ୟର କ୍ରୀଡା ଭିତ୍ତିଭୂମି: ୮୯ଟି ବହୁମୁଖୀ ଇନଡୋର ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

The Sakala Picture
Published On

ଭୁବନେଶ୍ବର : କ୍ରୀଡା ଆଉ ନବୀନ ପଟ୍ଟନାୟକ ଦୁଇଟି ଯେପରି ତରାଜୁର ଦୁଇଟି ପାର୍ଶ୍ବ। ରାଜ୍ୟକୁ କ୍ରୀଡା କ୍ଷେତ୍ରରେ ଏକ ନମ୍ବର କରିବା ସହ ରାଜ୍ୟର କ୍ରୀଡା ଭିତ୍ତିଭୂମିରେ କରାଯାଉଛି ଅଭୁତପୂର୍ବ ବିକାଶ। ବିଶ୍ବସ୍ତରୀୟ ସ୍ବାସ୍ଥ୍ୟ ଓ ଶିକ୍ଷା ଭିତ୍ତିଭୂମି ନିର୍ମାଣରେ ମନୋନିବେଶ କରିଥିବା ମୁଖ୍ୟମନ୍ତ୍ରୀ ଏବେ କ୍ରୀଡାରେ ଉତ୍କର୍ଷତା ଲାଭ କରିବା ଲାଗି ପ୍ରତିବଦ୍ଧତା ପ୍ରକଟ କରିଛନ୍ତି। ଭୁବନେଶ୍ବରର ପରିଚୟ ବଦଳୁଛି ଓ ଏହା କ୍ରୀଡା ରାଜଧାନୀର ମାନ୍ୟତା ପାଇଛି, ଖାସ୍ ରାଜ୍ୟ ସରକାରଙ୍କ କ୍ରୀଡା […]

ଭୁବନେଶ୍ବର : କ୍ରୀଡା ଆଉ ନବୀନ ପଟ୍ଟନାୟକ ଦୁଇଟି ଯେପରି ତରାଜୁର ଦୁଇଟି ପାର୍ଶ୍ବ। ରାଜ୍ୟକୁ କ୍ରୀଡା କ୍ଷେତ୍ରରେ ଏକ ନମ୍ବର କରିବା ସହ ରାଜ୍ୟର କ୍ରୀଡା ଭିତ୍ତିଭୂମିରେ କରାଯାଉଛି ଅଭୁତପୂର୍ବ ବିକାଶ। ବିଶ୍ବସ୍ତରୀୟ ସ୍ବାସ୍ଥ୍ୟ ଓ ଶିକ୍ଷା ଭିତ୍ତିଭୂମି ନିର୍ମାଣରେ ମନୋନିବେଶ କରିଥିବା ମୁଖ୍ୟମନ୍ତ୍ରୀ ଏବେ କ୍ରୀଡାରେ ଉତ୍କର୍ଷତା ଲାଭ କରିବା ଲାଗି ପ୍ରତିବଦ୍ଧତା ପ୍ରକଟ କରିଛନ୍ତି। ଭୁବନେଶ୍ବରର ପରିଚୟ ବଦଳୁଛି ଓ ଏହା କ୍ରୀଡା ରାଜଧାନୀର ମାନ୍ୟତା ପାଇଛି, ଖାସ୍ ରାଜ୍ୟ ସରକାରଙ୍କ କ୍ରୀଡା ରୂପାନ୍ତରୀକରଣ କାର୍ଯ୍ୟକ୍ରମ ପାଇଁ । ୨୦୨୩ ହକି ବିଶ୍ବକପ୍ ଏ କ୍ଷେତ୍ରରେ ଆଉ ଏକ ମାଇଲଖୁଣ୍ଟ ସ୍ଥାପନ କରିବ।

ଆହୁରି ପଢ଼ନ୍ତୁ: ଆମେରିକା ଆକ୍ରମଣରେ ଇରାନର ‘IRIS Dena’ ଧ୍ୱଂସ: ଶ୍ରୀଲଙ୍କା ନିକଟରେ ଅନ୍ୟ ଏକ ଇରାନୀ ଜାହାଜର ଜରୁରୀ ସହାୟତା ଲୋଡ଼ା

ଏହାରି ମଧ୍ୟରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରୀଡ଼ାବିତ୍‌ଙ୍କୁ ନୂଆବର୍ଷ ଭେଟି ଦେଇଛନ୍ତି । ରାଜ୍ୟର ବିଭିନ୍ନ ଜିଲ୍ଲାରେ କ୍ରୀଡ଼ା ପ୍ରକଳ୍ପ ସମୂହର ଉଦ୍‌ଘାଟନ ଓ ଭତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମଠାରେ ଆୟାଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ରାଜ୍ୟର ବିଭିନ୍ନ ସ୍ଥାନରେ ହେବାକୁ ଥିବା ୮୯ଟି ବହୁମୁଖୀ ଇନଡୋର ଷ୍ଟାଡିୟମର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।ଏହାସହ ରାଉରକେଲାର ବିଜୁ ପଟ୍ଟନାୟକ ଇନଡୋର ଷ୍ଟାଡିୟମର ଶୁଭାରମ୍ଭ ହୋଇଛି । ଅନୁଗୁଳ ସୁଇମିଂ ପୁଲ୍‌, ବାରିପଦା ସୁଇମିଂ ପୁଲ୍‌, କଳିଙ୍ଗ ଷ୍ଟାଡିୟମର ନୂତନ ଛାତ୍ରାବାସ ଓ କଳିଙ୍ଗ ଷ୍ଟାଡିୟମର ବିଜୁ ପଟ୍ଟନାୟକ ଭାରୋତ୍ତୋଳନ ହଲକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଲୋକାର୍ପଣ କରିଛନ୍ତି ।

ରାଜ୍ୟର ବିଭିନ୍ନ ବ୍ଲକ ଏବଂ ପୌରପାଳିକାରେ ହେବାକୁ ଥିବା ୮୯ଟି ବହୁମୁଖୀ ଇନଡୋର ଷ୍ଟାଡିୟମ ପାଇଁ କ୍ଷେତ୍ର ପ୍ରସ୍ତୁତ ହୋଇଥିବା ବେଳେ ଟେଣ୍ଡର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଛି । ୫୦ଟି କ୍ଷେତ୍ରରେ ଖୁବଶୀଘ୍ର କାମ ଆରମ୍ଭ ହେବ। ସମସ୍ତ ଇନଡୋର ଷ୍ଟାଡିୟମ ୨୦୨୨-୨୩ ସୁଦ୍ଧା କାର୍ଯ୍ୟକ୍ଷମ ହେବ ।  ଏସବୁ ବହୁମୁଖୀ ଇଣ୍ଡୋର ଷ୍ଟାଡିୟମରେ ବ୍ୟାଡମିଣ୍ଟନ, ଟେବୁଲ ଟେନିସ୍‌, ଭାର ଉତ୍ତୋଳନ ବ୍ୟବସ୍ଥା ରହିବ । ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପ୍ରଭାବିତ ଲୋକଙ୍କ ପାଇଁ ସାହାରା ପାଲଟିବ ଏସବୁ ଇନଡୋର ଷ୍ଟାଡିୟମ । ରାଜ୍ୟ ସରକାରଙ୍କ ଏଭଳି କାର୍ଯ୍ୟକ୍ରମ ରାଜ୍ୟରେ କ୍ରୀଡ଼ା କ୍ଷେତ୍ରରେ ଅଭୂତପୂର୍ବ ପରିବର୍ତ୍ତନ ଆଣିବ ବୋଲି ଆଶା କରାଯାଉଛି ।

ଆଜି କଳିଙ୍ଗ ଷ୍ଟାଡିୟମଠାରେ ଏହି କାର୍ଯ୍ୟକ୍ରମରେ ଯୋଗଦେବା ପରେ ମୁଖ୍ୟମନ୍ତ୍ରୀ ଟ୍ବିଟ୍‌ କରି କଳିଙ୍ଗ ଷ୍ଟାଡିୟମକୁ ଆମର ଆଇକନିକ କରିବା ସହ ଏଠାକୁ ଆସିବା ସବୁବେଳେ ସ୍ବତନ୍ତ୍ର ବୋଲି କହିଛନ୍ତି। ଏଥି ସହିତ ଆଗକୁ କଳିଙ୍ଗ ଷ୍ଟାଡିୟମରେ ଅନେକ ବିକାଶ କାର୍ଯ୍ୟ କରାଯିବ ବୋଲି କହିବା ସହ ମୁଖ୍ୟମନ୍ତ୍ରୀ ଟ୍ବିଟ୍‌ରେ ଲେଖିଛନ୍ତି ଯେ କଳିଙ୍ଗ ଷ୍ଟାଡିୟମକୁ ଆହୁରି ଅନେକ କିଛି ଆସିବାକୁ ବାକି ଅଛି। କଳିଙ୍ଗ ଷ୍ଟାଡିୟମରେ କ୍ରୀଡ଼ାବିତମାନଙ୍କ ପାଇଁ ଅତ୍ୟାଧୁନିକ ଚିକିତ୍ସାଳୟ ମଧ୍ୟ ପ୍ରସ୍ତୁତ କରାଯାଇଛି। ସଂପ୍ରତି କଳିଙ୍ଗ ଷ୍ଟାଡିୟମ୍ ସହିତ ହକିର ଏନ୍ତୁଡିଶାଳ ସୁନ୍ଦରଗଡ ଜିଲ୍ଲାରେ (ରାଉରକେଲାଠାରେ) ଦେଶର ବଡ ହକି ଷ୍ଟାଡିୟମ୍ ନିର୍ମାଣ କାର୍ଯ୍ୟ ଜାରି ରହିଛି । ଓଡ଼ିଶା ଅଲମ୍ପିକ୍ସ ପାଇଁ ପ୍ରସ୍ତୁତି କରୁଥିବା ବେଳେ ରାଜ୍ୟର ଯୁବ ପିଢି ମଧ୍ୟ କ୍ରୀଡାର ବିକାଶ ଦେଖି ଆଗକୁ କ୍ରୀଡାକୁ ନେଇ ବେଶ ଉତ୍ସାହିତ ଅଛନ୍ତି।

16 Dec 2021 By The Sakala

https://www.thesakala.in/latest-odisha-news/states-sports-infrastructure-is-changing-chief-minister-lays-foundation-stone-of-89-multi-purpose-indoor-stadiums/article-7649
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର