ସୁମିତ ଏବଂ ଡିମ୍ପଲଙ୍କ ମାମଲାରେ ନୂଆ ମୋଡ଼: କୋର୍ଟଙ୍କ ନିର୍ଦ୍ଦେଶ ପରେ ସୁମିତ ଫେରାର

The Sakala Picture
Published On

ବ୍ରହ୍ମପୁର: ସୁମିତ ଏବଂ ଡିମ୍ପଲଙ୍କ ମାମଲରେ ଗତକାଲି  କୋର୍ଟ ନୂଆ ଆଦେଶ ଦେଇଥିଲେ। ଦୁହେଁ ପୁଣି ମିସିକି ରହିବେ। ପରବର୍ତ୍ତୀ ଶୁଣାଣି ଆସନ୍ତା ୧୭ ତାରିଖରେ ରହିବ। ଡିମ୍ପଲ ଏବଂ ସୁମିତ ନିଜେ ଭଡାଘରେ ରହିବେ। କେଶ ସରିଲା ପରେ ସବୁ ଖର୍ଚ୍ଚ ବହନ କରିବେ ସ୍ୱାମୀ ସୁମିତ। ହେଲେ କୋର୍ଟଙ୍କ ନିର୍ଦ୍ଦେଶର ଗୋଟିଏ ଦିନ ପରେ ତପସ୍ୱିନୀ(ଡିମ୍ପଲ)ଙ୍କ ତପସ୍ୟାକୁ ଭାଙ୍ଗି ଦେଇ ଫେରାର୍ ହୋଇ ଯାଇଛନ୍ତି ଡାକ୍ତର ସୁମିତ । ତପସ୍ୱିନୀଙ୍କ କହିବା ଅନୁଯାୟୀ, ଗତକାଲି […]

ବ୍ରହ୍ମପୁର: ସୁମିତ ଏବଂ ଡିମ୍ପଲଙ୍କ ମାମଲରେ ଗତକାଲି  କୋର୍ଟ ନୂଆ ଆଦେଶ ଦେଇଥିଲେ। ଦୁହେଁ ପୁଣି ମିସିକି ରହିବେ। ପରବର୍ତ୍ତୀ ଶୁଣାଣି ଆସନ୍ତା ୧୭ ତାରିଖରେ ରହିବ। ଡିମ୍ପଲ ଏବଂ ସୁମିତ ନିଜେ ଭଡାଘରେ ରହିବେ। କେଶ ସରିଲା ପରେ ସବୁ ଖର୍ଚ୍ଚ ବହନ କରିବେ ସ୍ୱାମୀ ସୁମିତ। ହେଲେ କୋର୍ଟଙ୍କ ନିର୍ଦ୍ଦେଶର ଗୋଟିଏ ଦିନ ପରେ ତପସ୍ୱିନୀ(ଡିମ୍ପଲ)ଙ୍କ ତପସ୍ୟାକୁ ଭାଙ୍ଗି ଦେଇ ଫେରାର୍ ହୋଇ ଯାଇଛନ୍ତି ଡାକ୍ତର ସୁମିତ ।

ଆହୁରି ପଢ଼ନ୍ତୁ: ବାଲିଅନ୍ତାରେ ପୁଣି ବର୍ବରତା ! ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଲୁହା ରଡ୍‌ରେ ପିଟିପିଟି ହତ୍ୟା

ତପସ୍ୱିନୀଙ୍କ କହିବା ଅନୁଯାୟୀ, ଗତକାଲି ସୁମିତ ମେଡିକାଲ ଯାଇଥିଲେ । ରାତି ୮ଟା ପାଖାପାଖି କୋର୍ଟଙ୍କ ଆଦେଶ ପରେ ଠିକ୍ ସମୟରେ ଘରକୁ ଫେରି ନଥିଲେ । ତାପରେ ତପସ୍ୱିନୀ ଡାକିବା ପରେ ଫେରିଥିଲେ ସୁମିତ । ହେଲେ ରାତିରେ ଆଖିରେ ନିଦ ନଥିଲା । ବାରଣ୍ଡାରେ ଚେୟାରକୁ ଚେୟାର ଯୋଡ଼ି ଶୋଇଥିଲେ ସୁମିତ । ଏହା ପୂର୍ବରୁ ସୁମିତ, ତପସ୍ୱିନୀ ୭ ଦିନ ଏକାଠି ରହିବା ସହ ସମୟ କାଟିଥିଲେ ।

ଆହୁରି ପଢ଼ନ୍ତୁ: OUSSSC ପକ୍ଷରୁ ୭୨୬୮ କନେଷ୍ଟବଳ ଏବଂ ଅଗ୍ନିଶମ କର୍ମଚାରୀ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ

ତେବେ ପ୍ରଥମ ପର୍ଯ୍ଯାୟ ରହଣୀ ସମୟରେ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, କେହି କାହା ସହ କଥା ହେବା କଥା ନୁହେଁ । ସେତେବେଳେ ସୁମିତ୍ ଫୋନରେ ଅନ୍ୟମାନଙ୍କ ସହ କଥା ହେଉଥିଲେ ବୋଲି କହିଛନ୍ତି ତପସ୍ୱିନୀ । ସୁମିତଙ୍କୁ ବତାଇ କେହି ଫେରାର୍ କରାଇ ଦେବା କହିଛନ୍ତି ସେ । ଆଜି ସକାଳେ ସୁମିତ ଫୋନରେ କଥା ହୋଇ ହୋଇ ପଳାଇଛନ୍ତି । ସୁମିତ ପୂର୍ବ ଯୋଜନାବଦ୍ଧ ଭାବେ ପଳାଇଛନ୍ତି । ମୋ ପାଇଁ ଭଗବାନ ଅଛନ୍ତି, ପାରିଲା ପର୍ଯ୍ଯନ୍ତ ମୁଁ ଲଢ଼ିବି ବୋଲି ଡିମ୍ପଲ କହିଛନ୍ତି।

ଆହୁରି ପଢ଼ନ୍ତୁ: ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଅଗ୍ନିଶମ ବିଭାଗର ବଡ଼ ପ୍ରସ୍ତୁତି, ମୁତୟନ ହେବେ ୨୦୫ ଟିମ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର