ବିଜେପି ରାସ୍ତାରେ କଂଗ୍ରେସ: ଦାବି ନାଁରେ ଉଭୟ କରୁଛନ୍ତି ଦାଦାଗିରି, ପୁଲିସ ଉପରକୁ ଟେକା, ପଥର ଓ ଅଣ୍ଡା ମାଡ଼

The Sakala Picture
Published On

ଭୁବନେଶ୍ବର: ପୁଣି ରଣକ୍ଷେତ୍ର ପାଲଟିଲା ଲୋୟର ପିଏମଜି । ନ୍ୟାୟ ଦାବି ପାଇଁ ବିଜେପିର ଓ କଂଗ୍ରେସର କୁମ୍ଭୀର କାନ୍ଦଣା । ଦାବି ନାଁରେ କରୁଛନ୍ତି ଦାଦାଗିରି । ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ବଦଳରେ ବିଶୃଙ୍ଖଳିତ କର୍ମୀଙ୍କ ଅରାଜକତା, ଟେକା ପଥର ,ଟମାଟୋ ଓ ଅଣ୍ଡା ମାଡ଼ରେ ଆହତ ହୋଇଛନ୍ତି ପୁଲିସ କର୍ମୀ। ଛାତ୍ର କଂଗ୍ରେସ ବିକ୍ଷୋଭ ବେଳ ବିଧାନସଭାକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ।  ଫଳରେ ବିଧାନସଭା ଗେଟ୍‌ ଆଗରେ ଛାତ୍ର କଂଗ୍ରେସ ଓ ପୁଲିସ ମଧ୍ୟରେ […]

ଭୁବନେଶ୍ବର: ପୁଣି ରଣକ୍ଷେତ୍ର ପାଲଟିଲା ଲୋୟର ପିଏମଜି । ନ୍ୟାୟ ଦାବି ପାଇଁ ବିଜେପିର ଓ କଂଗ୍ରେସର କୁମ୍ଭୀର କାନ୍ଦଣା । ଦାବି ନାଁରେ କରୁଛନ୍ତି ଦାଦାଗିରି । ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ବଦଳରେ ବିଶୃଙ୍ଖଳିତ କର୍ମୀଙ୍କ ଅରାଜକତା, ଟେକା ପଥର ,ଟମାଟୋ ଓ ଅଣ୍ଡା ମାଡ଼ରେ ଆହତ ହୋଇଛନ୍ତି ପୁଲିସ କର୍ମୀ।

ଆହୁରି ପଢ଼ନ୍ତୁ: ମାର୍ଚ୍ଚ ଆରମ୍ଭରୁ ତାଉ ଦେଖାଇଲାଣି ଖରା: ୩୯.୬ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ, ଜାଣନ୍ତୁ ଆଗକୁ କେମିତି ରହିବ ପାଗ

ଛାତ୍ର କଂଗ୍ରେସ ବିକ୍ଷୋଭ ବେଳ ବିଧାନସଭାକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ।  ଫଳରେ ବିଧାନସଭା ଗେଟ୍‌ ଆଗରେ ଛାତ୍ର କଂଗ୍ରେସ ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପରିସ୍ଥିତି ଏମିତି ହୋଇଥିଲା ଯେ, ପୁଲିସ ଉପରକୁ ଅଣ୍ଡା ଓ ଟମାଟୋ ମାଡ କରିଥିଲେ କିଛି ଉତ୍ତ୍ୟକ୍ତ ଛାତ୍ର କଂଗ୍ରେସର କର୍ମୀ । ଯୁବ ଓ ଛାତ୍ର କଂଗ୍ରେସ କର୍ମୀମାନେ ଲୋୟର ପିଏମଜିରେ ପୁଲିସ ଗାଡ଼ିରେ ନିଆଁ ଲଗେଇବାକୁ ଉଦ୍ୟମ କରିଥିଲେ । ତେବେ ଉପସ୍ଥିତ ପୁଲିସ କର୍ମଚାରୀଙ୍କ ତ୍ୱରିତ ପଦକ୍ଷେପ ଯୋଗୁଁ ନିଆଁକୁ ଆୟତ୍ତ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ପାଞ୍ଚ ବର୍ଷର ନାବାଳକକୁ ଅପହରଣ ପରେ ଗଳା କାଟି ହତ୍ୟା !

ସୂଚନା ଅନୁଯାୟୀ, ଗତକାଲି ଏମିତି ଭାବେ ନେଇ ଲୋୟର ପିଏଜିରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଗତକାଲି  ବିଜେପି ପକ୍ଷରୁ ବିକ୍ଷୋଭ କରାଯାଇଥିଲା । ବିଜେପି ଓ ପୁଲିସ କର୍ମୀଙ୍କ ଧସ୍ତାଧସ୍ତି ହୋଇଥିଲା । ଏଥିରେ  ୧୪ ପୁଲିସ କର୍ମୀ ଆହତ ହୋଇଥିଲେ। ଆହତଙ୍କ ମଧ୍ୟରେ ୩ ଆଇଆଇସି, ଜଣେ ଏସିପି ଥିବା ବେଳେ ଦୁଇ ପୁଲିସ କର୍ମୀ ଗୁରୁତର ଅଛନ୍ତି । ବିଜେପି କର୍ମୀଙ୍କ ଦାଦାଗିରି ଯୋଗୁଁ ସାଧାରଣ ଲୋକେ ଆହାତ ହେବା ସହ ଗଣମାଧ୍ୟମର ୪ ପ୍ରତିନିଧି ବି ବିଜେପି ଗୁଣ୍ଡାଗିରିର ଶିକାର ହୋଇଛନ୍ତି । ବିଜେପି ଯୁବ ମୋର୍ଚ୍ଚାର ଟେକା ମାଡ଼ରେ ୭ଟି ପୁଲିସ ଗାଡ଼ି ଭାଙ୍ଗି ଯାଇଛି । ବିଜେପି କର୍ମୀଙ୍କ ଅରାଜକତା ଯୋଗୁଁ ରାସ୍ତାରେ ଯାଉଥିବା ସାଧାରଣ ଲୋକ ବି ଆହାତ ହୋଇଥିଲେ। ଡାକ୍ତରଖାନାକୁ ରୋଗୀ ନେଇ ଯାଉଥିବା ଆଉ କିଛି ଲୋକ ବି ବିଜେପିର ଆନ୍ଦୋଳନ ଯୋଗୁଁ ଅନେକ ହଇରାଣ ହୋଇଥିଲେ।

ଆହୁରି ପଢ଼ନ୍ତୁ: ଘରେ ଶୋଇଥିବା ବେଳେ ହଠାତ୍ ଲାଗିଗଲା ନିଆଁ, ଜୀବନ୍ତ ଦଗ୍ଧ ହୋଇଗଲେ ଯୁବକ

10 Dec 2021 By The Sakala

ବିଜେପି ରାସ୍ତାରେ କଂଗ୍ରେସ: ଦାବି ନାଁରେ ଉଭୟ କରୁଛନ୍ତି ଦାଦାଗିରି, ପୁଲିସ ଉପରକୁ ଟେକା, ପଥର ଓ ଅଣ୍ଡା ମାଡ଼

ଭୁବନେଶ୍ବର: ପୁଣି ରଣକ୍ଷେତ୍ର ପାଲଟିଲା ଲୋୟର ପିଏମଜି । ନ୍ୟାୟ ଦାବି ପାଇଁ ବିଜେପିର ଓ କଂଗ୍ରେସର କୁମ୍ଭୀର କାନ୍ଦଣା । ଦାବି ନାଁରେ କରୁଛନ୍ତି ଦାଦାଗିରି । ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ବଦଳରେ ବିଶୃଙ୍ଖଳିତ କର୍ମୀଙ୍କ ଅରାଜକତା, ଟେକା ପଥର ,ଟମାଟୋ ଓ ଅଣ୍ଡା ମାଡ଼ରେ ଆହତ ହୋଇଛନ୍ତି ପୁଲିସ କର୍ମୀ।

ଛାତ୍ର କଂଗ୍ରେସ ବିକ୍ଷୋଭ ବେଳ ବିଧାନସଭାକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ।  ଫଳରେ ବିଧାନସଭା ଗେଟ୍‌ ଆଗରେ ଛାତ୍ର କଂଗ୍ରେସ ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ପରିସ୍ଥିତି ଏମିତି ହୋଇଥିଲା ଯେ, ପୁଲିସ ଉପରକୁ ଅଣ୍ଡା ଓ ଟମାଟୋ ମାଡ କରିଥିଲେ କିଛି ଉତ୍ତ୍ୟକ୍ତ ଛାତ୍ର କଂଗ୍ରେସର କର୍ମୀ । ଯୁବ ଓ ଛାତ୍ର କଂଗ୍ରେସ କର୍ମୀମାନେ ଲୋୟର ପିଏମଜିରେ ପୁଲିସ ଗାଡ଼ିରେ ନିଆଁ ଲଗେଇବାକୁ ଉଦ୍ୟମ କରିଥିଲେ । ତେବେ ଉପସ୍ଥିତ ପୁଲିସ କର୍ମଚାରୀଙ୍କ ତ୍ୱରିତ ପଦକ୍ଷେପ ଯୋଗୁଁ ନିଆଁକୁ ଆୟତ୍ତ କରାଯାଇଥିଲା।

ସୂଚନା ଅନୁଯାୟୀ, ଗତକାଲି ଏମିତି ଭାବେ ନେଇ ଲୋୟର ପିଏଜିରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଗତକାଲି  ବିଜେପି ପକ୍ଷରୁ ବିକ୍ଷୋଭ କରାଯାଇଥିଲା । ବିଜେପି ଓ ପୁଲିସ କର୍ମୀଙ୍କ ଧସ୍ତାଧସ୍ତି ହୋଇଥିଲା । ଏଥିରେ  ୧୪ ପୁଲିସ କର୍ମୀ ଆହତ ହୋଇଥିଲେ। ଆହତଙ୍କ ମଧ୍ୟରେ ୩ ଆଇଆଇସି, ଜଣେ ଏସିପି ଥିବା ବେଳେ ଦୁଇ ପୁଲିସ କର୍ମୀ ଗୁରୁତର ଅଛନ୍ତି । ବିଜେପି କର୍ମୀଙ୍କ ଦାଦାଗିରି ଯୋଗୁଁ ସାଧାରଣ ଲୋକେ ଆହାତ ହେବା ସହ ଗଣମାଧ୍ୟମର ୪ ପ୍ରତିନିଧି ବି ବିଜେପି ଗୁଣ୍ଡାଗିରିର ଶିକାର ହୋଇଛନ୍ତି । ବିଜେପି ଯୁବ ମୋର୍ଚ୍ଚାର ଟେକା ମାଡ଼ରେ ୭ଟି ପୁଲିସ ଗାଡ଼ି ଭାଙ୍ଗି ଯାଇଛି । ବିଜେପି କର୍ମୀଙ୍କ ଅରାଜକତା ଯୋଗୁଁ ରାସ୍ତାରେ ଯାଉଥିବା ସାଧାରଣ ଲୋକ ବି ଆହାତ ହୋଇଥିଲେ। ଡାକ୍ତରଖାନାକୁ ରୋଗୀ ନେଇ ଯାଉଥିବା ଆଉ କିଛି ଲୋକ ବି ବିଜେପିର ଆନ୍ଦୋଳନ ଯୋଗୁଁ ଅନେକ ହଇରାଣ ହୋଇଥିଲେ।

https://www.thesakala.in/latest-odisha-news/congress-protest-in-lower-pmg-and-attacked-in-police/article-7494
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର