ପଶ୍ଚିମବଙ୍ଗ ମୁହାଁ ‘ଜଓ୍ବାଦ’: ପୁରୀ ଠାରୁ ୭୦ କିଲୋମିଟର ଦୂରରେ

The Sakala Picture
Published On

ଭୁବନେଶ୍ବର: ପଶ୍ଚିମବଙ୍ଗ ମୁହାଁ ବାତ୍ୟା ଜଓ୍ବାଦ । ଏହାର ପ୍ରଭାବରେ ଦୀଘାରେ ବର୍ଷା ଆରମ୍ଭ ହୋଇଯାଇଛି।  ପୁରୀ ପାଖ ଦେଇ ପଶ୍ଚିମବଙ୍ଗକୁ ଚାଲିଯିବ ‘ଜୱାଦ୍’ । ସମୁଦ୍ର ଭିତରେ ଦୁର୍ବଳ ହେଉଛି ଜୱାଦ । ଆଗାମୀ ୩ ଘଣ୍ଟାରେ ଅବପାତର ରୂପ ନେବ ଜୱାଦ । ଓଡ଼ିଶା ଉପକୂଳ ଦେଇ ଉତର ଓ ଉତର ପୂର୍ବ ଦିଗରେ ପଶ୍ଚିମବଙ୍ଗ ଆଡ଼କୁ ପଳାଇବା ସମ୍ଭାବନା ରହିଛି । ଏବେ ପୁରୀ ଠାରୁ ୭୦ କିଲୋମିଟର ଦୂରରେ ରହିଛି । […]

ଭୁବନେଶ୍ବର: ପଶ୍ଚିମବଙ୍ଗ ମୁହାଁ ବାତ୍ୟା ଜଓ୍ବାଦ । ଏହାର ପ୍ରଭାବରେ ଦୀଘାରେ ବର୍ଷା ଆରମ୍ଭ ହୋଇଯାଇଛି।  ପୁରୀ ପାଖ ଦେଇ ପଶ୍ଚିମବଙ୍ଗକୁ ଚାଲିଯିବ ‘ଜୱାଦ୍’ । ସମୁଦ୍ର ଭିତରେ ଦୁର୍ବଳ ହେଉଛି ଜୱାଦ । ଆଗାମୀ ୩ ଘଣ୍ଟାରେ ଅବପାତର ରୂପ ନେବ ଜୱାଦ । ଓଡ଼ିଶା ଉପକୂଳ ଦେଇ ଉତର ଓ ଉତର ପୂର୍ବ ଦିଗରେ ପଶ୍ଚିମବଙ୍ଗ ଆଡ଼କୁ ପଳାଇବା ସମ୍ଭାବନା ରହିଛି । ଏବେ ପୁରୀ ଠାରୁ ୭୦ କିଲୋମିଟର ଦୂରରେ ରହିଛି । ଗତ ୬ ଘଣ୍ଟା ହେବ ଗଭୀର ଅବପାତ ଭାବେ ଉତର-ଉତର-ପଶ୍ଚିମ ଦିଗରେ ଘଂଟାପ୍ରତି ୧୮ କିଲୋମିଟର ବେଗରେ ଗତି କରୁଛି ଜୱାଦ ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ର କରି ମା'ର ତଣ୍ଟି ଚିପି ହତ୍ୟା କଲା ନୃଶଂସ ପୁଅ !

ପୁରୀ ଠାରୁ ଦକ୍ଷିଣ ଓ ଦକ୍ଷିଣ ପୂର୍ବ ଦିଗରେ ୭୦ କିଲୋମିଟର, ଗୋପାଳପୁରଠାରୁ ୧୦୦ କିଲୋମିଟର ଓ ପାରାଦିପ ଠାରୁ ୧୫୦ କିଲୋମିଟର ଦୁରରେ ରହିଛି ଜୱାଦ । ତେବେ ଏହାର ପ୍ରଭାବରେ ଉପକୂଳ ଓଡ଼ିଶାରେ ବର୍ଷା ଜାରି ରହିଛି । ଉପକୂଳରେ ୪୫ରୁ ୫୫ କିଲୋମିଟର ବେଗରେ ପବନ ବହୁଥିବା ସମୟରେ ବେଳେ ବେଳେ ୬୫ କିଲୋମିଟର ଝଟକା ଅନୁଭୁତ ହେଉଛି ।

ଆହୁରି ପଢ଼ନ୍ତୁ: ନକଲି ଡିଇଫ ରାକେଟ୍‌ ଠାବ; ୧୮୨ ବାଲ୍ଟି ନକଲି ଡିଇଫ ସହ ଗାଡ଼ି ଓ ଉତ୍ପାଦନ ଯନ୍ତ୍ରପାତି ଜବତ, ୪ ଗିରଫ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର