ଓଡ଼ିଶା ଆସିଛନ୍ତି ୫୦୦ ବିଦେଶ ଫେରନ୍ତା, ଉଠାଉ ନାହାନ୍ତି ଫୋନ୍‌

The Sakala Picture
Published On

ଭୁବନେଶ୍ୱର : ଓମିକ୍ରନ୍‍ ଭୟ ଘାରୁଛି। କେତେବେଳେ ଆକ୍ରାନ୍ତ ଚିହ୍ନଟ ନ ହେବେ ବୋଲି କହିବା ମୁସ୍କିଲ। କାରଣ ଇତିମଧ୍ୟରେ ପ୍ରାୟ ୫୦୦ ଯାତ୍ରୀ ଅନ୍ୟ ବିମାନବନ୍ଦର ଦେଇ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ଝାରସୁଗୁଡ଼ା ବିମାନବନ୍ଦର ଦେଇ ଓଡ଼ିଶାରେ ପ୍ରବେଶ କରିଛନ୍ତି। ଏହି ସଂଖ୍ୟା ଅଧିକ ବି ହୋଇପାରେ ତେବେ ଚିନ୍ତାର ବିଷୟ ଏହି ଯେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଯାତ୍ରୀଙ୍କୁ ଏବେ ଟ୍ରାକ୍‍ କରିବା ସମ୍ଭବ ହେଉ ନାହିଁ। କାରଣ ସେମାନେ ଫୋନ୍‍ […]

ଭୁବନେଶ୍ୱର : ଓମିକ୍ରନ୍‍ ଭୟ ଘାରୁଛି। କେତେବେଳେ ଆକ୍ରାନ୍ତ ଚିହ୍ନଟ ନ ହେବେ ବୋଲି କହିବା ମୁସ୍କିଲ। କାରଣ ଇତିମଧ୍ୟରେ ପ୍ରାୟ ୫୦୦ ଯାତ୍ରୀ ଅନ୍ୟ ବିମାନବନ୍ଦର ଦେଇ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ଝାରସୁଗୁଡ଼ା ବିମାନବନ୍ଦର ଦେଇ ଓଡ଼ିଶାରେ ପ୍ରବେଶ କରିଛନ୍ତି। ଏହି ସଂଖ୍ୟା ଅଧିକ ବି ହୋଇପାରେ ତେବେ ଚିନ୍ତାର ବିଷୟ ଏହି ଯେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଯାତ୍ରୀଙ୍କୁ ଏବେ ଟ୍ରାକ୍‍ କରିବା ସମ୍ଭବ ହେଉ ନାହିଁ। କାରଣ ସେମାନେ ଫୋନ୍‍ ଉଠାଉ ନାହାନ୍ତି। ସେମାନଙ୍କ ବିବରଣୀ ଜିଲ୍ଲା ପ୍ରଶାସନକୁ ଦିଆଯାଇ ଥିଲେ ସୁଦ୍ଧା ସେମାନଙ୍କୁ ଟ୍ରାକ୍‍ କରି ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିବା ପ୍ରଶାସନ ପାଇଁ କଷ୍ଟସାଧ୍ୟ ହେଉଛି। ଏପରି ଅବସ୍ଥାରେ ଓମିକ୍ରନ୍‍ ଭୟ ଘାରୁଛି।

ଆହୁରି ପଢ଼ନ୍ତୁ: ବିଜେପି ସରକାରଙ୍କ ଅଢେଇ ବର୍ଷର ଶାସନରେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଭୁଶୁଡିବା ସ୍ଥିତିରେ ପହଞ୍ଚିଛି: ବିଜେଡି

ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁସାରେ ଓମିକ୍ରନ୍‍ ଭୟରେ ଅନେକ ଲୋକ ବିଦେଶରୁ ଭାରତ ଫେରୁଛନ୍ତି। ଦେଶର ପ୍ରମୁଖ ବିମାନବନ୍ଦର ଦେଇ ସେମାନେ ଓଡ଼ିଶା ଆସୁଛନ୍ତି। ସେମାନଙ୍କ ମଧ୍ୟରୁ କିଛି ବିମାନ ଯୋଗେ ଆସୁଥିବା ବେଳେ ଆଉ କିଛି ଟ୍ରେନ୍‍ ଏବଂ ସଡ଼କ ପଥରେ ଆସିଥିବା ସୂଚନା ମିଳିଛି। ବିମାନବନ୍ଦର ସୂତ୍ରରୁ ମିଳିଥିବା ସୂଚନା ଆଧାରରେ ବିଦେଶ ଫେରନ୍ତାଙ୍କ ତଥ୍ୟ ଜିଲ୍ଲା ପ୍ରଶାସନକୁ ଦିଆଯାଉଛି। ଯଦ୍ଦ୍ୱାରା ଜିଲ୍ଲା ପ୍ରଶାସନ ସେମାନଙ୍କୁ ଟ୍ରାକ୍‍ କରି ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିପାରିବେ। ହେଲେ ଅନେକ ଲୋକ ନିଜ ଫୋନ୍‍ ବନ୍ଦ କରି ରଖୁଥିବା ବେଳେ ଆଉ କିଛି ଲୋକ ଫୋନ୍‍ ରିସିଭ୍‍ କରୁ ନାହାନ୍ତି ବୋଲି କହିଛନ୍ତି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ କୋଠା ଭୁଶୁଡିବା ପରେ ରାଜ୍ୟ ସରକାର ତତ୍ପର; ସହରରେ ଭଙ୍ଗାଯିବ ଦୁର୍ବଳ ଓ ଅସୁରକ୍ଷିତ କୋଠା

ପ୍ରଥମ ଓ ଦ୍ୱିତୀୟ ଲହର ସମୟରେ ବି ସମାନ ଅବସ୍ଥା ହୋଇଥିଲା। ବାହାରୁ ଆସିଥିବା ଲୋକ ନିଜ ତଥ୍ୟ ଲୁଚାଇବା ସହ ଔଷଧ ଦୋକାନରୁ ମେଡିସିନ୍‍ ଆଣି ଖାଉଥିଲେ। ଫଳରେ ସେମାନଙ୍କ ଅବସ୍ଥା ଗୁରୁତର ହେବା ସହ ଅନ୍ୟମାନଙ୍କୁ ସଂକ୍ରମଣ କରିଥିଲେ। ଏବେ କିନ୍ତୁ ପରିସ୍ଥିତି ଆହୁରି ଖରାପ। କୋଭିଡ୍‍ର ସବୁଠାର ଘାତକ ଭାରିଆଣ୍ଟ ଓମିକ୍ରନ୍‍ ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇ ଥିବା ବେଳେ ଓଡ଼ିଶାରେ ସ୍ୱାସ୍ଥ୍ୟ ବିଭାଗ ଏହି ଭୁତାଣୁ ବାହାକଙ୍କୁ ଜଗିଛି। ଦେଶର ତିନିଟି ରାଜ୍ୟରେ ଓମିକ୍ରନ୍‍ ସଂକ୍ରମିତ ଚିହ୍ନଟ ହେଲେଣି। ଓମିକ୍ରନ୍‍ ପାଇଁ ତୃତୀୟ ଲହର ଆସିବା ଆଶଙ୍କା ଦେଖା ଦେଇଛି। କିନ୍ତୁ ବିଦେଶ ଫେରନ୍ତା ଧରାଛୁଆଁ ନଦେବା ପରିସ୍ଥିତିକୁ ଜଟିଳ କରିବାରେ ସହାୟକ ହେବ ବୋଲି କୁହାଯାଉଛି।

ଆହୁରି ପଢ଼ନ୍ତୁ: ସୋସିଆଲ ମିଡିଆରେ ନବୀନଙ୍କ ପ୍ରତି ଅପମାନଜନକ ପ୍ରଚାର; ଥାନାରେ ବିଜେପି କର୍ମକର୍ତ୍ତାଙ୍କ ନାମରେ ଅଭିଯୋଗ

ଡିଏମଇଟି ଡାକ୍ତର ରମାରମଣ ମହାନ୍ତି କହିଛନ୍ତି, ବର୍ତ୍ତମାନ ସୁଦ୍ଧା ତୃତୀୟ ଲହର ଆରମ୍ଭ ହୋଇ ନାହିଁ। କିନ୍ତୁ ଓମିକ୍ରନ୍‍ ପରିପ୍ରେକ୍ଷୀରେ ଆମେ ସକର୍ତ ରହିଛୁ। ବିଦେଶରୁ ଆସୁଥିବା ଲୋକଙ୍କର ବିବରଣୀ ଜିଲ୍ଲାପାଳଙ୍କୁ ଦିଆଯାଉଛି। ଜିଲ୍ଲା ପ୍ରଶାସନ ସେମାନଙ୍କ ନିକଟରେ ପହଞ୍ଚି ସ୍ୱାସ୍ଥ୍ୟାବସ୍ଥା ଓ ଆଇସୋଲେସନ୍‍ ବ୍ୟବସ୍ଥା ଯାଞ୍ଚ କରୁଛନ୍ତି। ବିଦପପୂର୍ଣ୍ଣ ଓ ବିପଦ ବିହୀନ ଦେଶରୁ ଆସୁଥିବା ଯାତ୍ରୀଙ୍କୁ କଡ଼ାକଡ଼ି ଭାବେ ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ରହିଛି। ବିଦେଶ ଫେରନ୍ତା ଯାତ୍ରୀ ପ୍ରଶାସନକୁ ସହଯୋଗ କରିବା ଆବଶ୍ୟକ। ସେମାନଙ୍କ ରିପୋର୍ଟ ପଜିଟିଭ୍‍ ଆସିଲେ ଜିନୋମ ସିକ୍ୱେନ୍ସିଂ ପାଇଁ ପଠାଯାଉଛି। ତେଣୁ ନିଜ ସମ୍ପର୍କରେ ସବିଶେଷ ବିବରଣୀ ସରକାରଙ୍କୁ ଦେବା ଆବଶ୍ୟକ। ଯଦି ସେମାନେ ଆଇସୋଲେସନରେ ରହିବେ ନାହିଁ, ସ୍ୱାସ୍ଥ୍ୟ ପରୀକ୍ଷା କରିବେ ନାହିଁ ତା ହେଲେ ସଂକ୍ରମଣ ବଢ଼଼ିବା ଆଶଙ୍କା ରହିଛି। ଆମେ ସମସ୍ତେ ଶିକ୍ଷିତ ଲୋକ ଏବଂ ସମାଜ ପ୍ରତି ଆମର କ’ଣ କର୍ତ୍ତବ୍ୟ ରହିଛି ତାହା ସମସ୍ତେ ଜାଣିଛନ୍ତି। ଏହାକୁ ପାଳନ କଲେ ବଡ଼ ବିପଦ ଟଳିଯିବ ବୋଲି ଡାକ୍ତର ମହାନ୍ତି କହିଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ କହିଛନ୍ତି, ବିଦେଶ ଫେରନ୍ତାଙ୍କ ଉପରେ ନଜର ରଖାଯାଇଛି। କିନ୍ତୁ ବିଦେଶ ଫେରନ୍ତାଙ୍କ ତଥ୍ୟ ଅପଲୋଡ୍‍ ପାଇଁ ଏକ ପୋର୍ଟାଲ ବ୍ୟବସ୍ଥା କରିବା ପାଇଁ କେନ୍ଦ୍ର ସରକାରଙ୍କୁ କୁହାଯାଇଛି। ଫଳରେ ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ କରିବା ସମ୍ଭବ ହେବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର