କଟକ ଓ ଭୁବନେଶ୍ବର ପାଇଁ ଅରେଞ୍ଜ ୱାର୍ଣ୍ଣିଂ : ୪୦ କିମି ବେଗରେ ପବନ ସହ ହେବ ପ୍ରବଳ ବର୍ଷା

The Sakala Picture
Published On

ଭୁବନେଶ୍ବର : ବାତ୍ୟା ‘ଜୱାଦ’ ଦୁର୍ବଳ ହୋଇଥିଲେ ବି ବର୍ଷା ଓ ପବନ ଥମିନି । ଭୁବନେଶ୍ୱର ଓ କଟକ ଟ୍ୱିନସିଟି ପାଇଁ ପ୍ରବଳ ବର୍ଷା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି । ଟ୍ୱିନସିଟିରେ ଆକାଶ ମେଘାଛନ୍ନ ରହିବା ସହ ଘଣ୍ଟାକୁ ୨ରୁ ୩ ସେଣ୍ଟିମିଟର ବର୍ଷା ହେବା ଆକଳନ କରିଛି ପାଣିପାଗ କେନ୍ଦ୍ର । ପ୍ରବଳ ବର୍ଷା ସହ ଘଣ୍ଟାକୁ ୩୦ରୁ ୪୦ କିଲୋମିଟର ବେଗରେ ପବନ ପ୍ରବାହିତ ହେବ । […]

ଭୁବନେଶ୍ବର : ବାତ୍ୟା ‘ଜୱାଦ’ ଦୁର୍ବଳ ହୋଇଥିଲେ ବି ବର୍ଷା ଓ ପବନ ଥମିନି । ଭୁବନେଶ୍ୱର ଓ କଟକ ଟ୍ୱିନସିଟି ପାଇଁ ପ୍ରବଳ ବର୍ଷା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି । ଟ୍ୱିନସିଟିରେ ଆକାଶ ମେଘାଛନ୍ନ ରହିବା ସହ ଘଣ୍ଟାକୁ ୨ରୁ ୩ ସେଣ୍ଟିମିଟର ବର୍ଷା ହେବା ଆକଳନ କରିଛି ପାଣିପାଗ କେନ୍ଦ୍ର । ପ୍ରବଳ ବର୍ଷା ସହ ଘଣ୍ଟାକୁ ୩୦ରୁ ୪୦ କିଲୋମିଟର ବେଗରେ ପବନ ପ୍ରବାହିତ ହେବ । ୭ରୁ ୧୧ ସେଣ୍ଟିମିଟର ଯାଏଁ ବର୍ଷା ହେବା ନେଇ ଆକଳନ କରାଯାଇଛି ।

ଆହୁରି ପଢ଼ନ୍ତୁ: ଏପ୍ରିଲ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ SIR ପ୍ରକ୍ରିୟା, ୯୦% ମ୍ୟାପିଂ କରାସରିଛି କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ବର୍ଷା ଫଳରେ ଅଣ୍ଡରପାସ ନିକଟ ଓ ତଳିଆ ଅଞ୍ଚଳରେ ଜଳମଗ୍ନ ସ୍ଥିତି ଉପୁଜିବ । ବର୍ଷା ଯୋଗୁଁ ବେଶୀ ଦୂର ଦେଖାଯିବ ନାହିଁ । ଗଛ ମଧ୍ୟ ଭାଙ୍ଗିପାରେ । ରାତିରୁ ଟ୍ୱିନସିଟିରେ ତୁହାକୁ ତୁହା ବର୍ଷା ଲାଗି ରହିଛି । ସକାଳ ୭ଟା ୩୦ ସୁଦ୍ଧା ଭୁବନେଶ୍ୱରରେ ପବନର ଘଣ୍ଟାପ୍ରତି ସର୍ବାଧିକ ବେଗ ୩୨ କିଲୋମିଟର ରେକର୍ଡ କରାଯାଇଛି ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଛତା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

ଶୁକ୍ରବାର ଅପରାହ୍‌ଣରୁ ରାଜଧାନୀରେ ବାତ୍ୟା ‘ଜୱାଦ’ର ପ୍ରାକ୍‌ ପ୍ରଭାବ ଅନୁଭୂତ ହୋଇଥିଲା । ସଂଧ୍ୟାରୁ ବର୍ଷା ଆରମ୍ଭ ହୋଇଯାଇଥିଲା ଓ ରାତି ସାରା ଝିପିଝିପି ବର୍ଷା ଲାଗି ରହିଥିଲା। ଶୁକ୍ରବାର ରାତିର ପାଗ ଶନିବାର ପାଇଁ ଭୟାବହତାର ବାର୍ତା ଦେଉଥିଲା । କିନ୍ତୁ ସକାଳୁ ସବୁ କିଛି ବଦଳି ଯାଇଥିଲା । ବର୍ଷା କିଛି ସମୟ ପାଇଁ ବିରତି ନେବାରୁ ଜୱାଦ ଧୀରେଧୀରେ ଦୁର୍ବଳ ହେଉଥିବା ଜଣାପଡ଼ିଥିଲା। ପାଣିପାଗ ବିଭାଗ ମଧ୍ୟ ବାତ୍ୟା ଦୁର୍ବଳ ହେଉଥିବା ଜଣାଇଥିଲା । ଗତକାଲି ଅପରାହ୍‌ଣ ପର୍ୟ୍ୟନ୍ତ ହାଲୁକାରୁ ମଧ୍ୟମଧରଣର ବର୍ଷିଥିଲା, ମାତ୍ର ବର୍ଷାର ପରିମାଣ ଅଧିକ ନଥିଲା । ତେବେ କୋହାଲା ପାଗ ସମସ୍ତଙ୍କୁ ଥରେଇ ଦେଇଥିଲା । ଘରେ ବାହାରେ ଶୀତର ପ୍ରକୋପ ଥିଲା ।

ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଅନୁଯାୟୀ ରାଜଧାନୀରେ ଜୱାଦ ପ୍ରଭାବରେ ଆସନ୍ତା ୪୮ଘଣ୍ଟା ଅର୍ଥାତ ୬ ତାରିଖ ପର୍ୟ୍ୟନ୍ତ ରାଜଧାନୀର ପାଗ କୋହଲା ରହିବ ବୋଲି କୁହାଯାଉଛି । କିନ୍ତୁ ଉଭୟ ବର୍ଷା ଓ ପବନର ତୀବ୍ରତା କମିବ ବୋଲି ପାଣିପାଗ କେନ୍ଦ୍ର କହିଛି । କୋହଲା ପାଗ ଯୋଗୁଁ ରାଜଧାନୀର ସର୍ବୋଚ୍ଚ ତାପମାତ୍ରା ୨୦.୮ଡିଗ୍ରି ଥିବା ବେଳେ ସର୍ବନିମ୍ନ ତାପମାତ୍ରା ୧୮.୪ ଡିଗ୍ରି ରହିଛି। ଆସନ୍ତା ୨ ଦିନ ଶୀତ କମ୍ ରହିବ । ୭ ତାରିଖ ପରେ ରାତ୍ରି ତାପମାତ୍ରା ଖସିବ ଓ ଶୀତ ବଢ଼ିବ ବୋଲି ସୂଚନା ମିଳିଛି ।

05 Dec 2021 By The Sakala

କଟକ ଓ ଭୁବନେଶ୍ବର ପାଇଁ ଅରେଞ୍ଜ ୱାର୍ଣ୍ଣିଂ : ୪୦ କିମି ବେଗରେ ପବନ ସହ ହେବ ପ୍ରବଳ ବର୍ଷା

ଭୁବନେଶ୍ବର : ବାତ୍ୟା ‘ଜୱାଦ’ ଦୁର୍ବଳ ହୋଇଥିଲେ ବି ବର୍ଷା ଓ ପବନ ଥମିନି । ଭୁବନେଶ୍ୱର ଓ କଟକ ଟ୍ୱିନସିଟି ପାଇଁ ପ୍ରବଳ ବର୍ଷା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି । ଟ୍ୱିନସିଟିରେ ଆକାଶ ମେଘାଛନ୍ନ ରହିବା ସହ ଘଣ୍ଟାକୁ ୨ରୁ ୩ ସେଣ୍ଟିମିଟର ବର୍ଷା ହେବା ଆକଳନ କରିଛି ପାଣିପାଗ କେନ୍ଦ୍ର । ପ୍ରବଳ ବର୍ଷା ସହ ଘଣ୍ଟାକୁ ୩୦ରୁ ୪୦ କିଲୋମିଟର ବେଗରେ ପବନ ପ୍ରବାହିତ ହେବ । ୭ରୁ ୧୧ ସେଣ୍ଟିମିଟର ଯାଏଁ ବର୍ଷା ହେବା ନେଇ ଆକଳନ କରାଯାଇଛି ।

ବର୍ଷା ଫଳରେ ଅଣ୍ଡରପାସ ନିକଟ ଓ ତଳିଆ ଅଞ୍ଚଳରେ ଜଳମଗ୍ନ ସ୍ଥିତି ଉପୁଜିବ । ବର୍ଷା ଯୋଗୁଁ ବେଶୀ ଦୂର ଦେଖାଯିବ ନାହିଁ । ଗଛ ମଧ୍ୟ ଭାଙ୍ଗିପାରେ । ରାତିରୁ ଟ୍ୱିନସିଟିରେ ତୁହାକୁ ତୁହା ବର୍ଷା ଲାଗି ରହିଛି । ସକାଳ ୭ଟା ୩୦ ସୁଦ୍ଧା ଭୁବନେଶ୍ୱରରେ ପବନର ଘଣ୍ଟାପ୍ରତି ସର୍ବାଧିକ ବେଗ ୩୨ କିଲୋମିଟର ରେକର୍ଡ କରାଯାଇଛି ।

ଶୁକ୍ରବାର ଅପରାହ୍‌ଣରୁ ରାଜଧାନୀରେ ବାତ୍ୟା ‘ଜୱାଦ’ର ପ୍ରାକ୍‌ ପ୍ରଭାବ ଅନୁଭୂତ ହୋଇଥିଲା । ସଂଧ୍ୟାରୁ ବର୍ଷା ଆରମ୍ଭ ହୋଇଯାଇଥିଲା ଓ ରାତି ସାରା ଝିପିଝିପି ବର୍ଷା ଲାଗି ରହିଥିଲା। ଶୁକ୍ରବାର ରାତିର ପାଗ ଶନିବାର ପାଇଁ ଭୟାବହତାର ବାର୍ତା ଦେଉଥିଲା । କିନ୍ତୁ ସକାଳୁ ସବୁ କିଛି ବଦଳି ଯାଇଥିଲା । ବର୍ଷା କିଛି ସମୟ ପାଇଁ ବିରତି ନେବାରୁ ଜୱାଦ ଧୀରେଧୀରେ ଦୁର୍ବଳ ହେଉଥିବା ଜଣାପଡ଼ିଥିଲା। ପାଣିପାଗ ବିଭାଗ ମଧ୍ୟ ବାତ୍ୟା ଦୁର୍ବଳ ହେଉଥିବା ଜଣାଇଥିଲା । ଗତକାଲି ଅପରାହ୍‌ଣ ପର୍ୟ୍ୟନ୍ତ ହାଲୁକାରୁ ମଧ୍ୟମଧରଣର ବର୍ଷିଥିଲା, ମାତ୍ର ବର୍ଷାର ପରିମାଣ ଅଧିକ ନଥିଲା । ତେବେ କୋହାଲା ପାଗ ସମସ୍ତଙ୍କୁ ଥରେଇ ଦେଇଥିଲା । ଘରେ ବାହାରେ ଶୀତର ପ୍ରକୋପ ଥିଲା ।

ପାଣିପାଗ ବିଜ୍ଞାନ କେନ୍ଦ୍ରର ଆକଳନ ଅନୁଯାୟୀ ରାଜଧାନୀରେ ଜୱାଦ ପ୍ରଭାବରେ ଆସନ୍ତା ୪୮ଘଣ୍ଟା ଅର୍ଥାତ ୬ ତାରିଖ ପର୍ୟ୍ୟନ୍ତ ରାଜଧାନୀର ପାଗ କୋହଲା ରହିବ ବୋଲି କୁହାଯାଉଛି । କିନ୍ତୁ ଉଭୟ ବର୍ଷା ଓ ପବନର ତୀବ୍ରତା କମିବ ବୋଲି ପାଣିପାଗ କେନ୍ଦ୍ର କହିଛି । କୋହଲା ପାଗ ଯୋଗୁଁ ରାଜଧାନୀର ସର୍ବୋଚ୍ଚ ତାପମାତ୍ରା ୨୦.୮ଡିଗ୍ରି ଥିବା ବେଳେ ସର୍ବନିମ୍ନ ତାପମାତ୍ରା ୧୮.୪ ଡିଗ୍ରି ରହିଛି। ଆସନ୍ତା ୨ ଦିନ ଶୀତ କମ୍ ରହିବ । ୭ ତାରିଖ ପରେ ରାତ୍ରି ତାପମାତ୍ରା ଖସିବ ଓ ଶୀତ ବଢ଼ିବ ବୋଲି ସୂଚନା ମିଳିଛି ।

https://www.thesakala.in/latest-odisha-news/orange-warning-for-cuttack-and-bhubaneswar-heavy-rains-with-winds-of-40-kmph/article-7359
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର