ଉତ୍ତର ଦିଗରେ ଗତି କରି ସ୍ଥଳଭାଗ ମୁହାଁ ବାତ୍ୟା ‘ଜୱାଦ’, ଆସନ୍ତାକାଲି ପୁରୀରେ କରିବ ଲ୍ୟାଣ୍ଡଫଲ୍‌

The Sakala Picture
Published On

ଭୁବନେଶ୍ବର : ବାତ୍ୟା ଜୱାଦ ଏବେ ସମୁଦ୍ର ମଝିରେ ଥିବା ବେଳେ ଆସନ୍ତାକାଲି ସ୍ଥଳଭାଗ ଛୁଇଁପାରେ । ବର୍ତ୍ତମାନ ଉତ୍ତର ଦିଗକୁ ଗତି କରୁଛି ବାତ୍ୟା ‘ଜୱାଦ’ । ୧୨ ଘଣ୍ଟା ଯାଏଁ ଉତ୍ତର ଦିଗକୁ ଗତି କରି ଦୁର୍ବଳ ହେବ। ଆସନ୍ତାକାଲି ମଧ୍ୟାହ୍ନ ସୁଦ୍ଧା ପୁରୀରେ ପହଞ୍ଚିବା ବେଳକୁ ଆହୁରି ଦୁର୍ବଳ ହୋଇଯାଇଥିବ ବୋଲି କହିଛନ୍ତି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶକ ଏଚ.ଆର ବିଶ୍ୱାସ । Cyclonic Storm ‘JAWAD’ about 210km eastsoutheast of […]

ଭୁବନେଶ୍ବର : ବାତ୍ୟା ଜୱାଦ ଏବେ ସମୁଦ୍ର ମଝିରେ ଥିବା ବେଳେ ଆସନ୍ତାକାଲି ସ୍ଥଳଭାଗ ଛୁଇଁପାରେ । ବର୍ତ୍ତମାନ ଉତ୍ତର ଦିଗକୁ ଗତି କରୁଛି ବାତ୍ୟା ‘ଜୱାଦ’ । ୧୨ ଘଣ୍ଟା ଯାଏଁ ଉତ୍ତର ଦିଗକୁ ଗତି କରି ଦୁର୍ବଳ ହେବ। ଆସନ୍ତାକାଲି ମଧ୍ୟାହ୍ନ ସୁଦ୍ଧା ପୁରୀରେ ପହଞ୍ଚିବା ବେଳକୁ ଆହୁରି ଦୁର୍ବଳ ହୋଇଯାଇଥିବ ବୋଲି କହିଛନ୍ତି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶକ ଏଚ.ଆର ବିଶ୍ୱାସ ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ: ହୋଲି ପୂର୍ବରୁ ଅଘଟଣ

ବାତ୍ୟା ପୁରୀ ପହଞ୍ଚିବା ବେଳକୁ ଦୁର୍ବଳ ହୋଇଯିବ। ଆଜି ରାତି ୧୧ଟା ୩୦ ସୁଦ୍ଧା ବାତ୍ୟା ଗଭୀର ଅବପାତରେ ପରିଣତ ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ପୁରୀରେ ବାତ୍ୟା ଜୱାଦ ପହଞ୍ଚିବା ପରେ ପବନର ବେଗ ୫୦ରୁ ୬୦ କିଲୋମିଟର ରହିବ । ସେହିଭଳି ସମୁଦ୍ର ତଟରେ ପବନର ବେଗ ୭୦ କିଲୋମିଟର ରହିବ । ପବନ ମୁଖ୍ୟତଃ ଉପକୂଳରେ ହେବ ଆଭ୍ୟନ୍ତରୀଣ ଅଞ୍ଚଳରେ ପବନ ପ୍ରଭାବ ନାହିଁ ।ବାତ୍ୟା ବିପଦ ଟଳିଥିବା ବେଳେ ବର୍ଷା କମିବ ନାହିଁ । ତେବେ ବାତ୍ୟା ପ୍ରଭାବରେ ଆଜି ସମସ୍ତ ଜିଲ୍ଲାରେ ବର୍ଷା ହେବ ।ତେବେ ଆସନ୍ତାକାଲି ଉତ୍ତର ଓଡ଼ିଶାରେ ଅଧିକ ମାତ୍ରାରେ ବର୍ଷା ହେବ । ୬ ତାରିଖରୁ ବର୍ଷାର ପରିମାଣ କମିବ।

ଅନ୍ୟପଟେ ବାତ୍ୟା ଜୱାଦ ବର୍ତ୍ତମାନ ବିଶାଖାପାଟଣାରୁ ୨୧୦ କିଲୋମିଟର, ଗୋପାଳପୁରଠାରୁ ୩୨୦ କିଲୋମିଟର, ପୁରୀରୁ ୩୯୦ କିମି, ପାରାଦୀପରୁ ୪୭୦ କିମି ଦୂରରେ ରହିଛି । ଘଣ୍ଟାକୁ ୬ କିଲୋମିଟର ବେଗରେ ବାତ୍ୟା ଗତି କରୁଛି । ବାତ୍ୟା ରିଭର୍ସ ହୋଇ ବେଗ କମିବ ବୋଲି ଆଇଏମଡି ସୂଚନାକୁ ଭିତ୍ତି କରି ଜଣାଇଛନ୍ତି ଏସଆରସି । ଗଞ୍ଜାମ, ପୁରୀ, ଜଗତସିଂହପୁର ଓ ଖୋର୍ଦ୍ଧା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ଭୁବନେଶ୍ୱରରେ ୨୦୦ ମିମି ବର୍ଷା ହୋଇପାରେ । ତେବେ, ବର୍ଷାରେ ଭିତ୍ତିଭୂମି କ୍ଷୟକ୍ଷତି ହେବାର ସମ୍ଭାବନା କମ୍ ବୋଲି ଏସଆରସି କହିଛନ୍ତି । ତେବେ, ଚାଷବାସ ବର୍ଷା ଦ୍ୱାରା ଅଧିକ କ୍ଷତିଗ୍ରସ୍ତ ହେବ । କ୍ଷେତରେ ଅମଳ ହୋଇନଥିବା ଧାନ ପବନରେ ଶୋଇଯିବ । ଆସନ୍ତାକାଲି ସଂଧ୍ୟା ସୁଦ୍ଧା ବାତ୍ୟା ଅବପାତ ରୂପେ ଓଡିଶା ଉପକୂଳ ଅତିକ୍ରମ କରିସାରିଥିବ । ରାତି ସୁଦ୍ଧା ପ୍ରଭାବ କମିଯିବ । ବର୍ଷା ଦେଖି ତଳିଆ ଅଂଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯିବ ବୋଲି ପ୍ରେସମିଟରେ ସୂଚନା ଦେଇଛନ୍ତି ଏସଆରସି । ବାତ୍ୟା ସରିବା ପରେ ଚାଷଜନିତ କ୍ଷୟକ୍ଷତିକୁ ପ୍ରାଥମିକତା ଭିତ୍ତିରେ ୭ ଦିନ ମଧ୍ୟରେ ଆକଳନ କରାଯିବ ।

ସେହିପରି ଅମାବାସ୍ୟା ପାଇଁ ସମୁଦ୍ରରେ ଉଚ୍ଚ ଜୁଆର ଆସିବ।  ବର୍ଷା ଦେଖି ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରାଯିବ। ଜୁଆରର ଉଚ୍ଚତା ମାତ୍ର ଦେଢ଼ ଫୁଟରୁ ୨ ଫୁଟ ବଢିବ। ପାଣିପାଗ ବିଭାଗ ସୂଚନା ଦେଇଛି। ସ୍ଵାଭାବିକଠାରୁ ଅଧା ମିଟର ଅଧିକ ଉଚ୍ଚର ଜୁଆର ଆସିବ। ୧୫୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ୩୦୦ ଜଣ ଗର୍ଭବତୀଙ୍କୁ ସ୍ଥାନାନ୍ତର କରାଯାଇଛି। ଓଡ୍ରାଫ, ଏନଡିଆରଫ ମୁତୟନ ଅଛନ୍ତି। ଜିଲ୍ଲା ପ୍ରଶାସନ ପକ୍ଷରୁ ଲୋକଙ୍କୁ କଚ୍ଚା ଘର ଛାଡ଼ିବା ପାଇଁ କୁହାଯାଉଛି। ଗଛ ଭାଙ୍ଗିବା ସମ୍ଭାବନା ଅଛି। ପବନ ସମୟରେ କେହି ଘରୁ ବାହାରନ୍ତୁ ନାହିଁ। ଘର ପାଖ କୋଠା ଘରରେ ରୁହନ୍ତୁବୋଲି ଏସଆରସି କହିଛନ୍ତି।

04 Dec 2021 By The Sakala

https://www.thesakala.in/latest-odisha-news/cyclone-jawad-move-in-north-side-and-weakened-in-sea-it-will-landfall-in-puri-tomorrow/article-7345
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର