୧ରେ ଅବପାତ, ୨ରେ ବାତ୍ୟା

The Sakala Picture
Published On

ଭୁବନେଶ୍ୱର: ପୂର୍ବାନୁମାନ ଅନୁଯାୟୀ ଥାଇଲାଣ୍ଡ ସାଗରରେ ସୃଷ୍ଟି ହେବାକୁ ଯାଉଥିବା ଲଘୁଚାପ କ୍ଷେତ୍ରରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଆସନ୍ତା ୨୯ ତାରିଖରେ ପହଞ୍ଚିବ। ପରେ ଏହା ଘନୀଭୂତ ହୋଇ ଡିସେମ୍ବର ୧ ତାରିଖ ସୁଦ୍ଧା ଅବପାତର ରୂପ ନେଇପାରେ। ସେହିପରି ଜିଏଫ୍‍ଏସ୍‍ର ମଡେଲ ଅନୁଯାୟୀ ,ଏହା କ୍ରମଶଃ ଘନୀଭୂତ ହୋଇ ଡିସେମ୍ବର ୨ ତାରିଖ ସୁଦ୍ଧା ବାତ୍ୟା ରୂପ ନେବାର ସମ୍ଭାବନା ରହିଛି ବୋଲି ବରିଷ୍ଠ ପାଣିପାଗ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଆଶଙ୍କା ପ୍ରକାଶ କରିଛନ୍ତି। ଯଦି ଏହା […]

ଭୁବନେଶ୍ୱର: ପୂର୍ବାନୁମାନ ଅନୁଯାୟୀ ଥାଇଲାଣ୍ଡ ସାଗରରେ ସୃଷ୍ଟି ହେବାକୁ ଯାଉଥିବା ଲଘୁଚାପ କ୍ଷେତ୍ରରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଆସନ୍ତା ୨୯ ତାରିଖରେ ପହଞ୍ଚିବ। ପରେ ଏହା ଘନୀଭୂତ ହୋଇ ଡିସେମ୍ବର ୧ ତାରିଖ ସୁଦ୍ଧା ଅବପାତର ରୂପ ନେଇପାରେ। ସେହିପରି ଜିଏଫ୍‍ଏସ୍‍ର ମଡେଲ ଅନୁଯାୟୀ ,ଏହା କ୍ରମଶଃ ଘନୀଭୂତ ହୋଇ ଡିସେମ୍ବର ୨ ତାରିଖ ସୁଦ୍ଧା ବାତ୍ୟା ରୂପ ନେବାର ସମ୍ଭାବନା ରହିଛି ବୋଲି ବରିଷ୍ଠ ପାଣିପାଗ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ ଆଶଙ୍କା ପ୍ରକାଶ କରିଛନ୍ତି। ଯଦି ଏହା ବାତ୍ୟାର ରୂପ ନିଏ ତାହେଲେ ଏହାର ନାମକରଣ ‘ତାୱାଦ’ ହେବାକୁ ଥିବାବେଳେ ମୌସୁମୀ ପ୍ରତ୍ୟାବର୍ତ୍ତନ ପରେ ଚଳିତ ବର୍ଷର ପ୍ରଥମ ବାତ୍ୟା ହେବ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଭିତରକନିକା ଜାତୀୟ ଉଦ୍ୟାନରେ ତିନି ଦିନିଆ ପକ୍ଷୀ ଗଣନା ଆରମ୍ଭ

ପ୍ରଫେସର ପଶୁପାଳକଙ୍କ ପ୍ରାଥମିକ ଆକଳନ ଅନୁଯାୟୀ, ଏହି ସମ୍ଭାବ୍ୟ ଅବପାତ ଦକ୍ଷିଣ ଆନ୍ଧ୍ର ଉପକୂଳ ଆଡ଼କୁ ମୁହାଁଇବ। ତେବେ ଉତ୍ତର ଆନ୍ଧ୍ର ଉପକୂଳ ବା ସଂଲଗ୍ନ ଦକ୍ଷିଣ ଓଡ଼ିଶା ଉପକୂଳ ମୁହାଁଇବାକୁ ବର୍ତ୍ତମାନ ଏଡ଼ାଇ ଦିଆଯାଇ ନ ପାରେ। ଗତ ଦୁଇଦିନ ମଧ୍ୟରେ ମଡେଲ ଆକଳନ ବାରମ୍ବାର ପରିବର୍ତ୍ତନ ହେଉଥିବାରୁ ବର୍ତ୍ତମାନ ନିର୍ଦ୍ଧିଷ୍ଟ କିଛି କୁହାଯାଇପାରିବ ନାହିଁ। ଯଦିବି ଏହା ଆନ୍ଧ୍ର ଉପକୂଳକୁ ଛୁଏଁ ତଥାପି ଏହାର ପ୍ରଭାବରେ ରାଜ୍ୟର କେତେକ ଅଞ୍ଚଳରେ ବର୍ଷା ହେବ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି। ସାରା ରାଜ୍ୟରେ ପାଗ ମେଘୁଆ ରହିବାକୁ ଥିବାବେଳେ ଦକ୍ଷିଣ ଓଡ଼ିଶା ଏବଂ ଉପକୂଳ ଓ ସଂଲଗ୍ନ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି। କେତେକ ସ୍ଥାନରେ ଭାରୀ ବର୍ଷା ହେବାର ସମ୍ଭାବନା ଥିବା ବେଳେ ଏହା ୧୦୦ ମିଲିମିଟରରୁ ଅଧିକ ହୋଇପାରେ। ୩ ଏବଂ ୪ ତାରିଖ ଦୁଇଦିନ ଧରି ଏପରି ପାଗ ଜାରି ରହିବ। ତେଣୁ ଚାଷୀମାନେ ଧାନ ଅମଳ କରି ଡିସେମ୍ବର ୨ ତାରିଖ ସୁଦ୍ଧା ନିରାପଦ ସ୍ଥାନକୁ ନେଇ ଆସିବାକୁ ପ୍ରଫେସର ପଶୁପାଳକ ପରାମର୍ଶ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ପଛକୁ ପଛ ଆସୁଛି ଦୁଇଟି ଲଘୁଚାପ ! ଆସନ୍ତା ୯ ତାରିଖରୁ ରାଜ୍ୟରେ ପୁଣି ବଢ଼ିବ ବର୍ଷାର ପରିମାଣ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର