ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ସୁନ୍ଦରଗଡ଼ ଗସ୍ତ

The Sakala Picture
Published On

ରାଉରକେଲା : ଆସନ୍ତାକାଲି ରାଉରକେଲା ଆସିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଉରକେଲା ସମେତ ସୁନ୍ଦରଗଡ଼ ଜିଲ୍ଲାରେ ବିଭିନ୍ନ ଉନ୍ନୟନ ତଥା ବିକାଶ କାର୍ଯ୍ୟକ୍ରମ ପାଇଁ ୪ ହଜାର ୮୦୦ କୋଟି ଟଙ୍କାର ପ୍ରକଳ୍ପକୁ ଅନାବରଣ କରିବେ ମୁଖ୍ୟମନ୍ତ୍ରୀ। ଏଥିପାଇଁ ପୂର୍ଣ୍ଣ ପ୍ରସ୍ତୁତିରେ ଲାଗିପଡ଼ିଛି ଜିଲା ପ୍ରଶାସନ। ରାଉରକେଲା ସହରକୁ ଉନ୍ନତ ମାନର ସହର ଭାବେ ଗଢ଼ି ତୋଳିବା ପାଇଁ ଏହି କାର୍ଯ୍ୟକ୍ରମ ଏକ ପ୍ରୟାସ ରହିବ। ରାଜ୍ୟ ସରକାରଙ୍କ ଫୋକସ୍‌ରେ ପୂର୍ବରୁ ସୁନ୍ଦରଗଡ଼ ଜିଲ୍ଲା ରହିଆସିଛି। ସମସ୍ତ […]

ରାଉରକେଲା : ଆସନ୍ତାକାଲି ରାଉରକେଲା ଆସିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଉରକେଲା ସମେତ ସୁନ୍ଦରଗଡ଼ ଜିଲ୍ଲାରେ ବିଭିନ୍ନ ଉନ୍ନୟନ ତଥା ବିକାଶ କାର୍ଯ୍ୟକ୍ରମ ପାଇଁ ୪ ହଜାର ୮୦୦ କୋଟି ଟଙ୍କାର ପ୍ରକଳ୍ପକୁ ଅନାବରଣ କରିବେ ମୁଖ୍ୟମନ୍ତ୍ରୀ। ଏଥିପାଇଁ ପୂର୍ଣ୍ଣ ପ୍ରସ୍ତୁତିରେ ଲାଗିପଡ଼ିଛି ଜିଲା ପ୍ରଶାସନ। ରାଉରକେଲା ସହରକୁ ଉନ୍ନତ ମାନର ସହର ଭାବେ ଗଢ଼ି ତୋଳିବା ପାଇଁ ଏହି କାର୍ଯ୍ୟକ୍ରମ ଏକ ପ୍ରୟାସ ରହିବ। ରାଜ୍ୟ ସରକାରଙ୍କ ଫୋକସ୍‌ରେ ପୂର୍ବରୁ ସୁନ୍ଦରଗଡ଼ ଜିଲ୍ଲା ରହିଆସିଛି। ସମସ୍ତ ପ୍ରକାର ବିକାଶ ଯୋଜନା ଯେପରି ସଠିକ୍‌ ଭାବେ ଏଠାରେ କାର୍ଯ୍ୟକାରୀ ହୁଏ ସେନେଇ ଶାସକ ଦଳ ପକ୍ଷରୁ ଗୁରୁତ୍ୱାରୋପ କରାଯାଉଛି। ୧୬ ତାରିଖ ବିପିୟୁଟି କ୍ୟାମ୍ପସ ସମାବେଶ ନବୀନ ପଟ୍ଟନାୟକଙ୍କ ଏହି ଲକ୍ଷ୍ୟକୁ ସାକାର କରିବ ବୋଲି ଆଶା କରାଯାଉଛି।

ଆହୁରି ପଢ଼ନ୍ତୁ: ଆଜି T-20 ବିଶ୍ଵକପର ଦ୍ଵିତୀୟ ସେମିଫାଇନାଲ: ଫାଇନାଲ ଟିକେଟ ପାଇଁ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

ସଭାସ୍ଥଳରେ ଏନେଇ ପ୍ରସ୍ତୁତି ଚୂଡ଼ାନ୍ତ ରହିଛି। ସେଠାରେ ବହୁମୁଖୀ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କାର୍ଯ୍ୟକ୍ରମ ରହିଛି। ପ୍ରଶାସନିକ ଅଧିକାରୀଙ୍କ ସହ ବିଜେଡି କର୍ମୀ ଏବଂ ମନ୍ତ୍ରୀ, ରାଜ୍ୟସଭା ସାଂସଦ, ନିଗମ ଅଧ୍ୟକ୍ଷ ତଥା ବିଧାୟକ ଏହି ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି। ବିଜେଡି ରାଜ୍ୟ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ସୁନ୍ଦରଗଡ଼ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରୀତିରଞ୍ଜନ ଘଡ଼େଇ ପ୍ରମୁଖ ରବିବାର ପ୍ରସ୍ତୁତି କାର୍ଯ୍ୟର ତଦାରଖ କରିଛନ୍ତି। ଏଠାରେ ହେବାକୁ ଥିବା ସରକାରଙ୍କ ବିଭିନ୍ନ କାର୍ଯ୍ୟପନ୍ଥା ମଧ୍ୟରେ ହକି ବିଶ୍ୱକପ୍‍-୨୦୨୩ ଏବେ ରାଜ୍ୟ ସରକାରଙ୍କ ମୁଖ୍ୟ ରେଡାର୍‍ରେ ରହିଛି। ହକି ଏନ୍ତୁଡ଼ିଶାଳ ସୁନ୍ଦରଗଡ଼ ଜିଲ୍ଲାକୁ ବିଶ୍ୱସ୍ତରୀୟ ହକି ଖେଳାଯିବାକୁ ଥିବାରୁ ସବୁ ମହଲରେ ଉତ୍ସାହ ରହିଛି। ଏହାକୁ ସାକାର କରିବା ପାଇଁ କୌଣସି ପ୍ରକାର ପ୍ରସ୍ତୁତିକୁ ହାତଛଡ଼ା କରିବାକୁ ଚାହୁନାହାନ୍ତି ରାଜ୍ୟ ସରକାର। ରାଉରକେଲା ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ (ବିପିୟୁଟି) ପରିସରରେ ପ୍ରାୟ ୧୫ ଏକର ଜାଗାରେ ଏଥିପାଇଁ ସର୍ବବୃହତ୍‍ ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ ନିର୍ମାଣ କରାଯିବାକୁ ଘୋଷଣା ହୋଇସାରିଛି। ଏହାର ଭିତ୍ତିପ୍ରସ୍ତର ସ୍ଥାପନ ସହ ୩ ହଜାର ୯୫୮ କୋଟି ୭୬ ଲକ୍ଷ ଟଙ୍କା ବ୍ୟୟ ଅଟକଳ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ।

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ୧୭ଟି ବ୍ଲକରେ ଆଷ୍ଟ୍ରୋଟର୍ଫ ହକି ଷ୍ଟାଡିୟମ ନିର୍ମାଣ କରାଯିବ। କୃଷିକ୍ଷେତ୍ରର ଉନ୍ନତି ପାଇଁ ୩୫୨ କୋଟି ଟଙ୍କାରେ ୧୧ଟି ବୃହତ୍‍ ଉଠା ଜଳସେଚନ ପ୍ରକଳ୍ପର ଶୁଭାରମ୍ଭ ହେବ। ପାନୀୟଜଳର ସୁବିଧା ପାଇଁ ୧୨୦୦ କୋଟି ଟଙ୍କାର ପ୍ରକଳ୍ପ ରହିଥିବା ବେଳେ ବିଭିନ୍ନ ୧୬ ଶହ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପର ଶିଳାନ୍ୟାସ ସହ ଶିକ୍ଷାକ୍ଷେତ୍ରରେ ଉନ୍ନତି ପାଇଁ ୧୦ଟି କସ୍ତୁରବା ଗାନ୍ଧୀ ଆବାସିକ ବାଳିକା ବିଦ୍ୟାଳୟ ଏବଂ ଓଡ଼ିଆ ଆଦର୍ଶ ବିଦ୍ୟାଳୟରେ ୧୭ଟି ଛାତ୍ର ନିବାସ ଓ ୧୬ଟି ଛାତ୍ରୀ ନିବାସର ଶିଳାନ୍ୟାସ ଆଦି କାର୍ଯ୍ୟକ୍ରମ ରହିଛି।

ଆହୁରି ପଢ଼ନ୍ତୁ: ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ ପାଇଁ ରାଉରକେଲାରେ ବିପିୟୁଟି ସମେତ ୧୦ଟି ପ୍ରମୁଖ ସ୍ଥାନରେ ଏଲ୍‍ଇଡି ପ୍ରୋଜେକ୍ଟର ମଧ୍ୟ ବ୍ୟବସ୍ଥା କରାଯାଇଛି। ଜିଲ୍ଲାର ପ୍ରାୟ ୪ ଲକ୍ଷରୁ ଅଧିକ ଲୋକ ଏହାକୁ ସିଧାସଳଖ ଦେଖିପାରିବେ। ପଞ୍ଚାୟତରୁ ବ୍ଲକ ପର୍ଯ୍ୟନ୍ତ ଲୋକଙ୍କ ସହ ମନ୍ତ୍ରୀ, ନିଗମ ଅଧ୍ୟକ୍ଷ ଓ ବିଧାୟକମାନେ କଥା ହେବେ। ସରକାରୀ ଯୋଜନାଗୁଡ଼ିକ ସଠିକ୍‍ ଭାବେ କାର୍ଯ୍ୟକାରୀ ହେଉଛି କି ନାହିଁ ତଦାରଖ କରିବେ। ଏହାର ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରି ମନ୍ତ୍ରୀ, ନିଗମ ଅଧ୍ୟକ୍ଷ ଓ ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିବେ ବୋଲି ଜଣାପଡ଼ିଛି।

15 Feb 2021 By The Sakala

ଆସନ୍ତାକାଲି ମୁଖ୍ୟମନ୍ତ୍ରୀଙ୍କ ସୁନ୍ଦରଗଡ଼ ଗସ୍ତ

ରାଉରକେଲା : ଆସନ୍ତାକାଲି ରାଉରକେଲା ଆସିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଉରକେଲା ସମେତ ସୁନ୍ଦରଗଡ଼ ଜିଲ୍ଲାରେ ବିଭିନ୍ନ ଉନ୍ନୟନ ତଥା ବିକାଶ କାର୍ଯ୍ୟକ୍ରମ ପାଇଁ ୪ ହଜାର ୮୦୦ କୋଟି ଟଙ୍କାର ପ୍ରକଳ୍ପକୁ ଅନାବରଣ କରିବେ ମୁଖ୍ୟମନ୍ତ୍ରୀ। ଏଥିପାଇଁ ପୂର୍ଣ୍ଣ ପ୍ରସ୍ତୁତିରେ ଲାଗିପଡ଼ିଛି ଜିଲା ପ୍ରଶାସନ। ରାଉରକେଲା ସହରକୁ ଉନ୍ନତ ମାନର ସହର ଭାବେ ଗଢ଼ି ତୋଳିବା ପାଇଁ ଏହି କାର୍ଯ୍ୟକ୍ରମ ଏକ ପ୍ରୟାସ ରହିବ। ରାଜ୍ୟ ସରକାରଙ୍କ ଫୋକସ୍‌ରେ ପୂର୍ବରୁ ସୁନ୍ଦରଗଡ଼ ଜିଲ୍ଲା ରହିଆସିଛି। ସମସ୍ତ ପ୍ରକାର ବିକାଶ ଯୋଜନା ଯେପରି ସଠିକ୍‌ ଭାବେ ଏଠାରେ କାର୍ଯ୍ୟକାରୀ ହୁଏ ସେନେଇ ଶାସକ ଦଳ ପକ୍ଷରୁ ଗୁରୁତ୍ୱାରୋପ କରାଯାଉଛି। ୧୬ ତାରିଖ ବିପିୟୁଟି କ୍ୟାମ୍ପସ ସମାବେଶ ନବୀନ ପଟ୍ଟନାୟକଙ୍କ ଏହି ଲକ୍ଷ୍ୟକୁ ସାକାର କରିବ ବୋଲି ଆଶା କରାଯାଉଛି।

ସଭାସ୍ଥଳରେ ଏନେଇ ପ୍ରସ୍ତୁତି ଚୂଡ଼ାନ୍ତ ରହିଛି। ସେଠାରେ ବହୁମୁଖୀ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କାର୍ଯ୍ୟକ୍ରମ ରହିଛି। ପ୍ରଶାସନିକ ଅଧିକାରୀଙ୍କ ସହ ବିଜେଡି କର୍ମୀ ଏବଂ ମନ୍ତ୍ରୀ, ରାଜ୍ୟସଭା ସାଂସଦ, ନିଗମ ଅଧ୍ୟକ୍ଷ ତଥା ବିଧାୟକ ଏହି ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି। ବିଜେଡି ରାଜ୍ୟ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ସୁନ୍ଦରଗଡ଼ ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରୀତିରଞ୍ଜନ ଘଡ଼େଇ ପ୍ରମୁଖ ରବିବାର ପ୍ରସ୍ତୁତି କାର୍ଯ୍ୟର ତଦାରଖ କରିଛନ୍ତି। ଏଠାରେ ହେବାକୁ ଥିବା ସରକାରଙ୍କ ବିଭିନ୍ନ କାର୍ଯ୍ୟପନ୍ଥା ମଧ୍ୟରେ ହକି ବିଶ୍ୱକପ୍‍-୨୦୨୩ ଏବେ ରାଜ୍ୟ ସରକାରଙ୍କ ମୁଖ୍ୟ ରେଡାର୍‍ରେ ରହିଛି। ହକି ଏନ୍ତୁଡ଼ିଶାଳ ସୁନ୍ଦରଗଡ଼ ଜିଲ୍ଲାକୁ ବିଶ୍ୱସ୍ତରୀୟ ହକି ଖେଳାଯିବାକୁ ଥିବାରୁ ସବୁ ମହଲରେ ଉତ୍ସାହ ରହିଛି। ଏହାକୁ ସାକାର କରିବା ପାଇଁ କୌଣସି ପ୍ରକାର ପ୍ରସ୍ତୁତିକୁ ହାତଛଡ଼ା କରିବାକୁ ଚାହୁନାହାନ୍ତି ରାଜ୍ୟ ସରକାର। ରାଉରକେଲା ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ (ବିପିୟୁଟି) ପରିସରରେ ପ୍ରାୟ ୧୫ ଏକର ଜାଗାରେ ଏଥିପାଇଁ ସର୍ବବୃହତ୍‍ ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ ନିର୍ମାଣ କରାଯିବାକୁ ଘୋଷଣା ହୋଇସାରିଛି। ଏହାର ଭିତ୍ତିପ୍ରସ୍ତର ସ୍ଥାପନ ସହ ୩ ହଜାର ୯୫୮ କୋଟି ୭୬ ଲକ୍ଷ ଟଙ୍କା ବ୍ୟୟ ଅଟକଳ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ।

ସୁନ୍ଦରଗଡ଼ ଜିଲ୍ଲାର ସମସ୍ତ ୧୭ଟି ବ୍ଲକରେ ଆଷ୍ଟ୍ରୋଟର୍ଫ ହକି ଷ୍ଟାଡିୟମ ନିର୍ମାଣ କରାଯିବ। କୃଷିକ୍ଷେତ୍ରର ଉନ୍ନତି ପାଇଁ ୩୫୨ କୋଟି ଟଙ୍କାରେ ୧୧ଟି ବୃହତ୍‍ ଉଠା ଜଳସେଚନ ପ୍ରକଳ୍ପର ଶୁଭାରମ୍ଭ ହେବ। ପାନୀୟଜଳର ସୁବିଧା ପାଇଁ ୧୨୦୦ କୋଟି ଟଙ୍କାର ପ୍ରକଳ୍ପ ରହିଥିବା ବେଳେ ବିଭିନ୍ନ ୧୬ ଶହ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପର ଶିଳାନ୍ୟାସ ସହ ଶିକ୍ଷାକ୍ଷେତ୍ରରେ ଉନ୍ନତି ପାଇଁ ୧୦ଟି କସ୍ତୁରବା ଗାନ୍ଧୀ ଆବାସିକ ବାଳିକା ବିଦ୍ୟାଳୟ ଏବଂ ଓଡ଼ିଆ ଆଦର୍ଶ ବିଦ୍ୟାଳୟରେ ୧୭ଟି ଛାତ୍ର ନିବାସ ଓ ୧୬ଟି ଛାତ୍ରୀ ନିବାସର ଶିଳାନ୍ୟାସ ଆଦି କାର୍ଯ୍ୟକ୍ରମ ରହିଛି।

ଏହି କାର୍ଯ୍ୟକ୍ରମର ସିଧା ପ୍ରସାରଣ ପାଇଁ ରାଉରକେଲାରେ ବିପିୟୁଟି ସମେତ ୧୦ଟି ପ୍ରମୁଖ ସ୍ଥାନରେ ଏଲ୍‍ଇଡି ପ୍ରୋଜେକ୍ଟର ମଧ୍ୟ ବ୍ୟବସ୍ଥା କରାଯାଇଛି। ଜିଲ୍ଲାର ପ୍ରାୟ ୪ ଲକ୍ଷରୁ ଅଧିକ ଲୋକ ଏହାକୁ ସିଧାସଳଖ ଦେଖିପାରିବେ। ପଞ୍ଚାୟତରୁ ବ୍ଲକ ପର୍ଯ୍ୟନ୍ତ ଲୋକଙ୍କ ସହ ମନ୍ତ୍ରୀ, ନିଗମ ଅଧ୍ୟକ୍ଷ ଓ ବିଧାୟକମାନେ କଥା ହେବେ। ସରକାରୀ ଯୋଜନାଗୁଡ଼ିକ ସଠିକ୍‍ ଭାବେ କାର୍ଯ୍ୟକାରୀ ହେଉଛି କି ନାହିଁ ତଦାରଖ କରିବେ। ଏହାର ବିସ୍ତୃତ ରିପୋର୍ଟ ପ୍ରସ୍ତୁତ କରି ମନ୍ତ୍ରୀ, ନିଗମ ଅଧ୍ୟକ୍ଷ ଓ ବିଧାୟକମାନେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିବେ ବୋଲି ଜଣାପଡ଼ିଛି।

https://www.thesakala.in/latest-odisha-news/chief-minister-naveen-patanik-will-visit-sundargarh-tomorrow/article-6
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର