୪କୋଟି ୩ଲକ୍ଷ ନେଲେଣି ଟିକା : ଖୁବଶୀଘ୍ର ଶହେ ପ୍ରତିଶତ କୋଭିଡ ଟିକାକରଣ ଲକ୍ଷ୍ୟ ପୂରଣ କରିବ ଓଡ଼ିଶା

The Sakala Picture
Published On

ଭୁବନେଶ୍ବର : କୋଭିଡ୍‌ ଟିକାକରଣରେ ଓଡ଼ିଶା ମାଇଲଖୁଣ୍ଟ ଅତିକ୍ରମ କରିଛି। ରାଜ୍ୟର ଟିକାକରଣ ହାର ଜାତୀୟ ହାର ଠାରୁ ଅଧିକ। ଖୁବ ଶୀଘ୍ର ଶହେ ପ୍ରତିଶତ କୋଭିଡ ଟିକାକରଣ ଲକ୍ଷ୍ୟ ପୂରଣ କରିବାକୁ ଯାଉଛି ଓଡ଼ିଶା । ଅର୍ଥାତ ରାଜ୍ୟରେ ୧୮ବର୍ଷରୁ ଊର୍ଦ୍ଧ୍ବ ସମସ୍ତଙ୍କ କୋଭିଡ ଟିକାକରଣ ଶେଷ ହେବ । ଏପର୍ଯ୍ୟନ୍ତ ରାଜ୍ୟରେ ୪କୋଟି ୩ଲକ୍ଷ ଲୋକଙ୍କୁ କୋଭିଡ ଟିକା ଦିଆଯାଇ ସାରିଛି। ପ୍ରଥମ ଡୋଜ ଜାତୀୟ ହାର ୭୯.୮% ଥିବା ବେଳେ ରାଜ୍ୟରେ ୮୨.୪% […]

ଭୁବନେଶ୍ବର : କୋଭିଡ୍‌ ଟିକାକରଣରେ ଓଡ଼ିଶା ମାଇଲଖୁଣ୍ଟ ଅତିକ୍ରମ କରିଛି। ରାଜ୍ୟର ଟିକାକରଣ ହାର ଜାତୀୟ ହାର ଠାରୁ ଅଧିକ। ଖୁବ ଶୀଘ୍ର ଶହେ ପ୍ରତିଶତ କୋଭିଡ ଟିକାକରଣ ଲକ୍ଷ୍ୟ ପୂରଣ କରିବାକୁ ଯାଉଛି ଓଡ଼ିଶା । ଅର୍ଥାତ ରାଜ୍ୟରେ ୧୮ବର୍ଷରୁ ଊର୍ଦ୍ଧ୍ବ ସମସ୍ତଙ୍କ କୋଭିଡ ଟିକାକରଣ ଶେଷ ହେବ । ଏପର୍ଯ୍ୟନ୍ତ ରାଜ୍ୟରେ ୪କୋଟି ୩ଲକ୍ଷ ଲୋକଙ୍କୁ କୋଭିଡ ଟିକା ଦିଆଯାଇ ସାରିଛି। ପ୍ରଥମ ଡୋଜ ଜାତୀୟ ହାର ୭୯.୮% ଥିବା ବେଳେ ରାଜ୍ୟରେ ୮୨.୪% ରହିଛି। ଦ୍ୱିତୀୟ ଡୋଜ୍‌ ଜାତୀୟ ହାର ୩୮.୪% ଥିବା ବେଳେ ରାଜ୍ୟରେ ୪୧.୫% ରହିଛି।ଲୋକସେବା ଭବନ କନଫରେନ୍ସ ହଲରେ ଆଜି ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ର । କୋଭିଡ ଟିକାକରଣରେ ଜାତୀୟ ହାର ଠାରୁ ରାଜ୍ୟ ହାର ଅଧିକ ରହିଥିବା ସମୀକ୍ଷା ପରେ କୁହାଯାଇଛି ।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ନିର୍ବାଚନ ପାଇଁ ନାମାଙ୍କନ ଭରିଲେ ସଂତୃପ୍ତ ମିଶ୍ର ଓ ଦତ୍ତେଶ୍ବର ହୋତା

ରାଜ୍ୟରେ ଏବେ ସୁଦ୍ଧା ୪ ଦଶମିକ ୦୩ କୋଟି ଲୋକଙ୍କୁ ଦିଆଯାଇଛି ଟିକା । ୨କୋଟି ୬୮ଲକ୍ଷ ୪ହଜାର ୭୫୫ ଜଣ ପ୍ରଥମ ଡୋଜ ନେଇଥିବା ବେଳେ ୧କୋଟି ୩୪ଲକ୍ଷ ୯୬ହଜାର ୫୯ଜଣଙ୍କୁ କରୋନାର ଦୁଇଟି ଡୋଜ ଟିକା ଦିଆଯାଇଛି । ଜାତୀୟ ସ୍ତରରେ ୧୮ବର୍ଷରୁ ଊର୍ଦ୍ଧ୍ବ ନାଗରିକଙ୍କ ୭୯ ଦଶମିକ ୮ପ୍ରତିଶତ ପ୍ରଥମ ଡୋଜ ଟିକାକରଣ ହୋଇଥିବା ବେଳେ ଓଡ଼ିଶାରେ ୮୨ ଦଶମିକ ୪ପ୍ରତିଶତ ଲୋକଙ୍କ ପ୍ରଥମ ଡୋଜ ଟିକାକରଣ ହୋଇଛି । ସେହିପରି ଜାତୀୟ ସ୍ତରରେ ୩୮.୪ ପ୍ରତିଶତ ଲୋକଙ୍କୁ ଦୁଇଟି ଡୋଜ ଦିଆଯାଇଥିବା ବେଳେ ଓଡ଼ିଶାରେ ଏହି ହାର ରହିଛି ୪୧.୫ ପ୍ରତିଶତ । ୩୦ନଭେମ୍ବର ସୁଦ୍ଧା ଧାର୍ଯ୍ୟ ଲକ୍ଷ୍ୟର ୯୦ପ୍ରତିଶତ ଲୋକଙ୍କୁ ପ୍ରଥମ ଡୋଜ ଓ ଡିସେମ୍ବର ଶେଷ ସୁଦ୍ଧା ସମସ୍ତଙ୍କୁ ୨ଟି ଡୋଜ କରୋନା ଟିକା ଦିଆଯାଇ ସାରିଥିବ ବୋଲି ସମୀକ୍ଷା ପରେ ମୁଖ୍ୟ ଶାସନ ସଚିବ କହିଛନ୍ତି।

ଆହୁରି ପଢ଼ନ୍ତୁ: ଭାରତର ଏହି ରାଜ୍ୟରେ ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍...

ଅନ୍ୟ ପକ୍ଷରେ ଟିକାର ଅପଚୟ ରାଜ୍ୟରେ ବହୁତ କମ୍ ହୋଇଥିବାରୁ ଏହାକୁ ପ୍ରଶଂସା କରିଛନ୍ତି ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଲିନୀ ପଣ୍ଡିତ । ରାଜ୍ୟରେ ଟିକାର ପରିବହନକୁ ଅତ୍ୟନ୍ତ ବ୍ୟବସ୍ଥିତ ଢଙ୍ଗରେ କରାଯାଇଥିବାରୁ ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କ କୁଶଳ ଟିକାକରଣ ଯୋଗୁଁ ରାଜ୍ୟରେ ଟିକାର ଅପଚୟ କମ୍ ହୋଇଥିବା ସେ କହିଛନ୍ତି । ରାଜ୍ୟ ପ୍ରାୟ ୨୦ ଲକ୍ଷ କରୋନା ଡୋଜ୍‌ର ଅପଚୟକୁ ରୋକିପାରିଛି ।ରାଜ୍ୟରେ ଟିକା ଓ୍ବେଷ୍ଟେଜ୍ ହାର ରହିଛି ମାତ୍ର ମାଇନସ୍ ୫ ଦଶମିକ ୩ ପ୍ରତିଶତ ।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

16 Nov 2021 By The Sakala

୪କୋଟି ୩ଲକ୍ଷ ନେଲେଣି ଟିକା : ଖୁବଶୀଘ୍ର ଶହେ ପ୍ରତିଶତ କୋଭିଡ ଟିକାକରଣ ଲକ୍ଷ୍ୟ ପୂରଣ କରିବ ଓଡ଼ିଶା

ଭୁବନେଶ୍ବର : କୋଭିଡ୍‌ ଟିକାକରଣରେ ଓଡ଼ିଶା ମାଇଲଖୁଣ୍ଟ ଅତିକ୍ରମ କରିଛି। ରାଜ୍ୟର ଟିକାକରଣ ହାର ଜାତୀୟ ହାର ଠାରୁ ଅଧିକ। ଖୁବ ଶୀଘ୍ର ଶହେ ପ୍ରତିଶତ କୋଭିଡ ଟିକାକରଣ ଲକ୍ଷ୍ୟ ପୂରଣ କରିବାକୁ ଯାଉଛି ଓଡ଼ିଶା । ଅର୍ଥାତ ରାଜ୍ୟରେ ୧୮ବର୍ଷରୁ ଊର୍ଦ୍ଧ୍ବ ସମସ୍ତଙ୍କ କୋଭିଡ ଟିକାକରଣ ଶେଷ ହେବ । ଏପର୍ଯ୍ୟନ୍ତ ରାଜ୍ୟରେ ୪କୋଟି ୩ଲକ୍ଷ ଲୋକଙ୍କୁ କୋଭିଡ ଟିକା ଦିଆଯାଇ ସାରିଛି। ପ୍ରଥମ ଡୋଜ ଜାତୀୟ ହାର ୭୯.୮% ଥିବା ବେଳେ ରାଜ୍ୟରେ ୮୨.୪% ରହିଛି। ଦ୍ୱିତୀୟ ଡୋଜ୍‌ ଜାତୀୟ ହାର ୩୮.୪% ଥିବା ବେଳେ ରାଜ୍ୟରେ ୪୧.୫% ରହିଛି।ଲୋକସେବା ଭବନ କନଫରେନ୍ସ ହଲରେ ଆଜି ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ର । କୋଭିଡ ଟିକାକରଣରେ ଜାତୀୟ ହାର ଠାରୁ ରାଜ୍ୟ ହାର ଅଧିକ ରହିଥିବା ସମୀକ୍ଷା ପରେ କୁହାଯାଇଛି ।

ରାଜ୍ୟରେ ଏବେ ସୁଦ୍ଧା ୪ ଦଶମିକ ୦୩ କୋଟି ଲୋକଙ୍କୁ ଦିଆଯାଇଛି ଟିକା । ୨କୋଟି ୬୮ଲକ୍ଷ ୪ହଜାର ୭୫୫ ଜଣ ପ୍ରଥମ ଡୋଜ ନେଇଥିବା ବେଳେ ୧କୋଟି ୩୪ଲକ୍ଷ ୯୬ହଜାର ୫୯ଜଣଙ୍କୁ କରୋନାର ଦୁଇଟି ଡୋଜ ଟିକା ଦିଆଯାଇଛି । ଜାତୀୟ ସ୍ତରରେ ୧୮ବର୍ଷରୁ ଊର୍ଦ୍ଧ୍ବ ନାଗରିକଙ୍କ ୭୯ ଦଶମିକ ୮ପ୍ରତିଶତ ପ୍ରଥମ ଡୋଜ ଟିକାକରଣ ହୋଇଥିବା ବେଳେ ଓଡ଼ିଶାରେ ୮୨ ଦଶମିକ ୪ପ୍ରତିଶତ ଲୋକଙ୍କ ପ୍ରଥମ ଡୋଜ ଟିକାକରଣ ହୋଇଛି । ସେହିପରି ଜାତୀୟ ସ୍ତରରେ ୩୮.୪ ପ୍ରତିଶତ ଲୋକଙ୍କୁ ଦୁଇଟି ଡୋଜ ଦିଆଯାଇଥିବା ବେଳେ ଓଡ଼ିଶାରେ ଏହି ହାର ରହିଛି ୪୧.୫ ପ୍ରତିଶତ । ୩୦ନଭେମ୍ବର ସୁଦ୍ଧା ଧାର୍ଯ୍ୟ ଲକ୍ଷ୍ୟର ୯୦ପ୍ରତିଶତ ଲୋକଙ୍କୁ ପ୍ରଥମ ଡୋଜ ଓ ଡିସେମ୍ବର ଶେଷ ସୁଦ୍ଧା ସମସ୍ତଙ୍କୁ ୨ଟି ଡୋଜ କରୋନା ଟିକା ଦିଆଯାଇ ସାରିଥିବ ବୋଲି ସମୀକ୍ଷା ପରେ ମୁଖ୍ୟ ଶାସନ ସଚିବ କହିଛନ୍ତି।

ଅନ୍ୟ ପକ୍ଷରେ ଟିକାର ଅପଚୟ ରାଜ୍ୟରେ ବହୁତ କମ୍ ହୋଇଥିବାରୁ ଏହାକୁ ପ୍ରଶଂସା କରିଛନ୍ତି ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଲିନୀ ପଣ୍ଡିତ । ରାଜ୍ୟରେ ଟିକାର ପରିବହନକୁ ଅତ୍ୟନ୍ତ ବ୍ୟବସ୍ଥିତ ଢଙ୍ଗରେ କରାଯାଇଥିବାରୁ ଏବଂ ସ୍ୱାସ୍ଥ୍ୟ କର୍ମୀଙ୍କ କୁଶଳ ଟିକାକରଣ ଯୋଗୁଁ ରାଜ୍ୟରେ ଟିକାର ଅପଚୟ କମ୍ ହୋଇଥିବା ସେ କହିଛନ୍ତି । ରାଜ୍ୟ ପ୍ରାୟ ୨୦ ଲକ୍ଷ କରୋନା ଡୋଜ୍‌ର ଅପଚୟକୁ ରୋକିପାରିଛି ।ରାଜ୍ୟରେ ଟିକା ଓ୍ବେଷ୍ଟେଜ୍ ହାର ରହିଛି ମାତ୍ର ମାଇନସ୍ ୫ ଦଶମିକ ୩ ପ୍ରତିଶତ ।

https://www.thesakala.in/latest-odisha-news/odisha-is-ahead-of-the-national-average-in-the-coronavirus-vaccination/article-6913
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର