ଆଜି ଲୋକାର୍ପିତ ହେବ ୫ ଜିଲ୍ଲାର ୧୩୦ ରୂପାନ୍ତରିତ ହାଇସ୍କୁଲ

The Sakala Picture
Published On

ଭୁବନେଶ୍ୱର: ପିଲାଙ୍କ ଭବିଷ୍ୟତକୁ ସୁନ୍ଦର, ଶ୍ରେଷ୍ଠ ଭାବେ ଗଢ଼ିତୋଳିବା ପାଇଁ ରାଜ୍ୟ ସରକାର ହାଇସ୍କୁଲ ‘ରୂପାନ୍ତରଣ’ ପରି ଅନନ୍ୟ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ‘୫-ଟି’ର ଏହି ରୂପାନ୍ତରଣ କାର୍ଯ୍ୟକ୍ରମରେ ସରକାରୀ ହାଇସ୍କୁଲର ଭିତ୍ତିଭୂମିରେ ଆମୂଳଚୂଳ ପରିବର୍ତ୍ତନ କରାଯାଉଛି। ଯାହାକୁ ନେଇ ରାଜ୍ୟବ୍ୟାପୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅପୂର୍ବ ଉତ୍ସାହ ଦେଖାଯାଉଛି। ଏହିକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୫ଟି ଜିଲ୍ଲାର ଆଉ ୧୩୦ଟି ହାଇସ୍କୁଲକୁ ଲୋକାର୍ପଣ କରିବେ । ଏଥିରେ ନୂଆପଡ଼ାର ୭ଟି ହାଇସ୍କୁଲ ଥିବାବେଳେ, ସମ୍ବଲପୁରର […]

ଭୁବନେଶ୍ୱର: ପିଲାଙ୍କ ଭବିଷ୍ୟତକୁ ସୁନ୍ଦର, ଶ୍ରେଷ୍ଠ ଭାବେ ଗଢ଼ିତୋଳିବା ପାଇଁ ରାଜ୍ୟ ସରକାର ହାଇସ୍କୁଲ ‘ରୂପାନ୍ତରଣ’ ପରି ଅନନ୍ୟ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ‘୫-ଟି’ର ଏହି ରୂପାନ୍ତରଣ କାର୍ଯ୍ୟକ୍ରମରେ ସରକାରୀ ହାଇସ୍କୁଲର ଭିତ୍ତିଭୂମିରେ ଆମୂଳଚୂଳ ପରିବର୍ତ୍ତନ କରାଯାଉଛି। ଯାହାକୁ ନେଇ ରାଜ୍ୟବ୍ୟାପୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅପୂର୍ବ ଉତ୍ସାହ ଦେଖାଯାଉଛି। ଏହିକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୫ଟି ଜିଲ୍ଲାର ଆଉ ୧୩୦ଟି ହାଇସ୍କୁଲକୁ ଲୋକାର୍ପଣ କରିବେ । ଏଥିରେ ନୂଆପଡ଼ାର ୭ଟି ହାଇସ୍କୁଲ ଥିବାବେଳେ, ସମ୍ବଲପୁରର ୨୫ଟି, ଗଞ୍ଜାମର ୮୩ଟି, ରାୟଗଡ଼ାର ୭ଟି ଏବଂ ନୟାଗଡ଼ର ୮ଟି ହାଇସ୍କୁଲ ରହିଛି।

ଆହୁରି ପଢ଼ନ୍ତୁ: ପେଟ୍ରୋଲ-ଡିଜେଲ ସରିଯିବା ନେଇ ମାଲକାନଗିରିରେ ଗୁଜବ, ପେଟ୍ରୋଲ ପମ୍ପରେ ଅସମ୍ଭାଳ ଭିଡ

ସୂଚନାଯୋଗ୍ୟ ଯେ, ଆସନ୍ତା ନଭେମ୍ବର ୨୪ ସୁଦ୍ଧା ପ୍ରଥମ ପର୍ଯ୍ୟାୟ ରୂପାନ୍ତରଣ କାର୍ଯ୍ୟକ୍ରମରେ ୧୦୭୫ଟି ରୂପାନ୍ତରିତ ହାଇସ୍କୁଲକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିବେ । ଏଯାବତ୍ ୪୦୧ଟି ହାଇସ୍କୁଲକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରି ସାରିଥିବା ବେଳେ ବଳକା ୬୭୪ଟି ହାଇସ୍କୁଲ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିବେ ବୋଲି ଜଣାପଡ଼ିଛି। ରୂପାନ୍ତରିତ ହୋଇସାରିଥିବା ସମସ୍ତ ବିଦ୍ୟାଳୟରେ ସହରାଞ୍ଚଳର ଘରୋଇ ବିଦ୍ୟାଳୟ ପରି ସମସ୍ତ ଅତ୍ୟାଧୁନିକ ସୁବିଧା, ସୁଯୋଗ ରହିଛି। ସରକାରୀ ହାଇସ୍କୁଲରେ ଉତ୍ତମ ଶୈକ୍ଷିକ ବାତାବରଣ ସୃଷ୍ଟି କରି ପାଠପଢ଼ାକୁ ନେଇ ଛାତ୍ରଛାତ୍ରୀଙ୍କ ମନରେ ଆଗ୍ରହ ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ଅନ୍ୟତମ ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ଆହୁରି ପଢ଼ନ୍ତୁ: ଘରେ ଶୋଇଥିବା ବେଳେ ହଠାତ୍ ଲାଗିଗଲା ନିଆଁ, ଜୀବନ୍ତ ଦଗ୍ଧ ହୋଇଗଲେ ଯୁବକ

16 Nov 2021 By The Sakala

ଆଜି ଲୋକାର୍ପିତ ହେବ ୫ ଜିଲ୍ଲାର ୧୩୦ ରୂପାନ୍ତରିତ ହାଇସ୍କୁଲ

ଭୁବନେଶ୍ୱର: ପିଲାଙ୍କ ଭବିଷ୍ୟତକୁ ସୁନ୍ଦର, ଶ୍ରେଷ୍ଠ ଭାବେ ଗଢ଼ିତୋଳିବା ପାଇଁ ରାଜ୍ୟ ସରକାର ହାଇସ୍କୁଲ ‘ରୂପାନ୍ତରଣ’ ପରି ଅନନ୍ୟ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ‘୫-ଟି’ର ଏହି ରୂପାନ୍ତରଣ କାର୍ଯ୍ୟକ୍ରମରେ ସରକାରୀ ହାଇସ୍କୁଲର ଭିତ୍ତିଭୂମିରେ ଆମୂଳଚୂଳ ପରିବର୍ତ୍ତନ କରାଯାଉଛି। ଯାହାକୁ ନେଇ ରାଜ୍ୟବ୍ୟାପୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅପୂର୍ବ ଉତ୍ସାହ ଦେଖାଯାଉଛି। ଏହିକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୫ଟି ଜିଲ୍ଲାର ଆଉ ୧୩୦ଟି ହାଇସ୍କୁଲକୁ ଲୋକାର୍ପଣ କରିବେ । ଏଥିରେ ନୂଆପଡ଼ାର ୭ଟି ହାଇସ୍କୁଲ ଥିବାବେଳେ, ସମ୍ବଲପୁରର ୨୫ଟି, ଗଞ୍ଜାମର ୮୩ଟି, ରାୟଗଡ଼ାର ୭ଟି ଏବଂ ନୟାଗଡ଼ର ୮ଟି ହାଇସ୍କୁଲ ରହିଛି।

ସୂଚନାଯୋଗ୍ୟ ଯେ, ଆସନ୍ତା ନଭେମ୍ବର ୨୪ ସୁଦ୍ଧା ପ୍ରଥମ ପର୍ଯ୍ୟାୟ ରୂପାନ୍ତରଣ କାର୍ଯ୍ୟକ୍ରମରେ ୧୦୭୫ଟି ରୂପାନ୍ତରିତ ହାଇସ୍କୁଲକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିବେ । ଏଯାବତ୍ ୪୦୧ଟି ହାଇସ୍କୁଲକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରି ସାରିଥିବା ବେଳେ ବଳକା ୬୭୪ଟି ହାଇସ୍କୁଲ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିବେ ବୋଲି ଜଣାପଡ଼ିଛି। ରୂପାନ୍ତରିତ ହୋଇସାରିଥିବା ସମସ୍ତ ବିଦ୍ୟାଳୟରେ ସହରାଞ୍ଚଳର ଘରୋଇ ବିଦ୍ୟାଳୟ ପରି ସମସ୍ତ ଅତ୍ୟାଧୁନିକ ସୁବିଧା, ସୁଯୋଗ ରହିଛି। ସରକାରୀ ହାଇସ୍କୁଲରେ ଉତ୍ତମ ଶୈକ୍ଷିକ ବାତାବରଣ ସୃଷ୍ଟି କରି ପାଠପଢ଼ାକୁ ନେଇ ଛାତ୍ରଛାତ୍ରୀଙ୍କ ମନରେ ଆଗ୍ରହ ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ଅନ୍ୟତମ ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

https://www.thesakala.in/latest-odisha-news/today-cm-naveen-will-inaugurate-130-transformed-high-schools-in-5-districts/article-6897
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର