ପିଚୁ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳି ପୋଡ଼ି ପାଉଁଶ

The Sakala Picture
Published On

ସମ୍ବଲପୁର : ସମ୍ବଲପୁର ସଦର ଥାନା ଅନ୍ତର୍ଗତ ଜୟନ୍ତପୁରରେ ଥିବା ପିଚୁ ଫ୍ୟାକ୍ଟ୍ରିରେ ଗତକାଲି ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡ ଯୋଗୁଁ କ୍ଷୟକ୍ଷତି ସମ୍ପର୍କରେ କିଛି ସ୍ପଷ୍ଟ ଭାବେ ଜଣାପଡ଼ି ନ ଥିଲେ ମଧ୍ୟ ଫ୍ୟାକ୍ଟ୍ରିରେ ଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଥିବା ଅନୁମାନ କରାଯାଉଛି । ସୂଚନା ପାଇ ସମ୍ବଲପୁର ଅଗ୍ନିଶମ ବାହିନୀର ୨ଟି ଟିମ୍‌ ଓ ମାନେଶ୍ୱର ଅଗ୍ନିଶମ ବାହିନୀର ୨ଟି ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା […]

ସମ୍ବଲପୁର : ସମ୍ବଲପୁର ସଦର ଥାନା ଅନ୍ତର୍ଗତ ଜୟନ୍ତପୁରରେ ଥିବା ପିଚୁ ଫ୍ୟାକ୍ଟ୍ରିରେ ଗତକାଲି ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡ ଯୋଗୁଁ କ୍ଷୟକ୍ଷତି ସମ୍ପର୍କରେ କିଛି ସ୍ପଷ୍ଟ ଭାବେ ଜଣାପଡ଼ି ନ ଥିଲେ ମଧ୍ୟ ଫ୍ୟାକ୍ଟ୍ରିରେ ଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଥିବା ଅନୁମାନ କରାଯାଉଛି । ସୂଚନା ପାଇ ସମ୍ବଲପୁର ଅଗ୍ନିଶମ ବାହିନୀର ୨ଟି ଟିମ୍‌ ଓ ମାନେଶ୍ୱର ଅଗ୍ନିଶମ ବାହିନୀର ୨ଟି ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ ଆରମ୍ଭ କରିଥିଲେ । ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବାରମ୍ବାର ଏହି ନିର୍ଦ୍ଧିଷ୍ଟ ପିଚୁ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ହେବା ଘଟଣାକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି । ତେବେ ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇଥିବାର ସୂଚନା ମିଳିନି।

ଆହୁରି ପଢ଼ନ୍ତୁ: କଲେଜକୁ ପରୀକ୍ଷା ଦେବାକୁ ଯାଉଥିଲେ ଛାତ୍ରୀ, ବ୍ଲେଡରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

07 Nov 2021 By The Sakala

ପିଚୁ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳି ପୋଡ଼ି ପାଉଁଶ

ସମ୍ବଲପୁର : ସମ୍ବଲପୁର ସଦର ଥାନା ଅନ୍ତର୍ଗତ ଜୟନ୍ତପୁରରେ ଥିବା ପିଚୁ ଫ୍ୟାକ୍ଟ୍ରିରେ ଗତକାଲି ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡ ଯୋଗୁଁ କ୍ଷୟକ୍ଷତି ସମ୍ପର୍କରେ କିଛି ସ୍ପଷ୍ଟ ଭାବେ ଜଣାପଡ଼ି ନ ଥିଲେ ମଧ୍ୟ ଫ୍ୟାକ୍ଟ୍ରିରେ ଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଥିବା ଅନୁମାନ କରାଯାଉଛି । ସୂଚନା ପାଇ ସମ୍ବଲପୁର ଅଗ୍ନିଶମ ବାହିନୀର ୨ଟି ଟିମ୍‌ ଓ ମାନେଶ୍ୱର ଅଗ୍ନିଶମ ବାହିନୀର ୨ଟି ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ ଆରମ୍ଭ କରିଥିଲେ । ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ବାରମ୍ବାର ଏହି ନିର୍ଦ୍ଧିଷ୍ଟ ପିଚୁ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ହେବା ଘଟଣାକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି । ତେବେ ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇଥିବାର ସୂଚନା ମିଳିନି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର