ବିଜେଡିରେ ବିଧିବଦ୍ଧ ଭାବେ ମିଶିଲେ ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝୀ
ନବରଙ୍ଗପୁର: ବିଜେଡିରେ ମିଶିଲେ କଂଗ୍ରେସର ପୂର୍ବତନ ସାଂସଦ ପ୍ରଦୀପ ମାଝୀ। ଗତ କିଛି ଦିନ ତଳେ ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ହଜାର ହଜାର ସମର୍ଥକଙ୍କୁ ନେଇ ପ୍ରଦୀପ ମାଝୀ ନବରଙ୍ଗପୁରରେ ଆୟୋଜିତ ଏକ ସ୍ଵତନ୍ତ୍ର ସମାରୋହରେ ବିଜେଡିରେ ଯୋଗ ଦେଇଛନ୍ତି । ନବରଙ୍ଗପୁର ଚାଉଁରିଆଗୁଡ଼ାରେ ଆୟୋଜିତ ସ୍ୱତନ୍ତ୍ର ମିଶ୍ରଣ ପର୍ବରେ ଶଙ୍ଖ ଧରିଛନ୍ତି ପ୍ରଦୀପ । ଏଥିସହିତ ଆହୁରି ଶକ୍ତିଶାଳୀ ହୋଇଛି ବିଜେଡି । ୧୦ ହଜାର ସମର୍ଥକଙ୍କୁ ଧରି ଦଳର ସାଂଗଠନିକ ସମ୍ପାଦକ […]
ନବରଙ୍ଗପୁର: ବିଜେଡିରେ ମିଶିଲେ କଂଗ୍ରେସର ପୂର୍ବତନ ସାଂସଦ ପ୍ରଦୀପ ମାଝୀ। ଗତ କିଛି ଦିନ ତଳେ ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ହଜାର ହଜାର ସମର୍ଥକଙ୍କୁ ନେଇ ପ୍ରଦୀପ ମାଝୀ ନବରଙ୍ଗପୁରରେ ଆୟୋଜିତ ଏକ ସ୍ଵତନ୍ତ୍ର ସମାରୋହରେ ବିଜେଡିରେ ଯୋଗ ଦେଇଛନ୍ତି । ନବରଙ୍ଗପୁର ଚାଉଁରିଆଗୁଡ଼ାରେ ଆୟୋଜିତ ସ୍ୱତନ୍ତ୍ର ମିଶ୍ରଣ ପର୍ବରେ ଶଙ୍ଖ ଧରିଛନ୍ତି ପ୍ରଦୀପ । ଏଥିସହିତ ଆହୁରି ଶକ୍ତିଶାଳୀ ହୋଇଛି ବିଜେଡି ।
୧୦ ହଜାର ସମର୍ଥକଙ୍କୁ ଧରି ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଉପସ୍ଥିତିରେ ବିଜେଡିରେ ପ୍ରଦୀପ ମାଝି ମିଶିଛନ୍ତି । ଗତ ୨୨ ତାରିଖରେ ପ୍ରଦୀପ କଂଗ୍ରେସ ନେତୃତ୍ୱ ପ୍ରତି ଅଙ୍ଗୁଳି ଉଠାଇ ଦଳରୁ ଇସ୍ତଫା ଦେଇଥିଲେ । କଂଗ୍ରେସ ହାଇକମାଣ୍ଡ, ପ୍ରଭାରୀ ଓ ପିସିସି ସଭାପତିଙ୍କୁ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଥିବା ଉଲ୍ଲେଖ କରି ପତ୍ର ପଠାଇଥିଲେ । କଂଗ୍ରେସରେ ଜନସେବାର ସୁଯୋଗ ନଥିବା କହି ସେ ଦଳରୁ ଇସ୍ତଫା ଦେଇଥିଲେ। ବିଜେଡିରେ ରହି ପଛୁଆ ଅଞ୍ଚଳର ବିକାଶ ପାଇଁ କାମ କରିବୁ ବୋଲି ସେ କହିଥିଲେ। ଗତ ମାସ ୨୪ ତାରିଖ ଦିନ ତାଙ୍କ ସମର୍ଥକମାନେ କଂଗ୍ରେସ ଛାଡ଼ିବା ସହ ବିଜେଡିରେ ଯୋଗଦେବା ନେଇ ଘୋଷଣା କରିଥିଲେ ।