ଦୀପାବଳି ପାଇଁ ରାଜଧାନୀରେ ଥିମ୍‍ମିଠା, ବଜାରରେ ମିଳୁଛି ଶିଳପୁଆ, ହ୍ୱାଟ୍ସଆପ୍‍, ପାନ ମିଠା ପରି ଭଳିକି ଭଳି ମିଠା

The Sakala Picture
Published On

ଭୁବନେଶ୍ୱର: ମିଠା। ଏହି ଶବ୍ଦ ଶୁଣିବାମାତ୍ରେ ପାଟିରେ ପାଣି ଜକେଇ ଆସେ। କେବଳ ସୁଆଦ ନୁହେଁ, ଆକାର ବି ଗ୍ରାହକଙ୍କୁ ଦୂରରୁ ଟାଣିଆଣେ। ଗୋଲାକାର, ତ୍ରିକୋଣୀୟା, ବର୍ଗକ୍ଷେତ୍ର ଭଳି ଆକାରରୁ ବାହାରି ଏବେ ଭିନ୍ନଭିନ୍ନ ପ୍ରକାରର ମିଠାର ରୂପ ନେଇଛି। କେବଳ ପୂଜାପର୍ବ ନୁହେଁ ବିଭିନ୍ନ ସମୟରେ ମିଠାର ଆକାର, ଆକୃତି ଏବଂ ସ୍ୱାଦକୁ ତିଆରି କରାଯାଉଛି ବିଭିନ୍ନ ମିଠା। ଓଡ଼ିଶାର ପ୍ରସିଦ୍ଧ ରସଗୋଲାକୁ ନେଇ ଅନେକ ସମୟରେ ବାଦବିବାଦ ହୋଇଥିଲେ ବି ରାଜଧାନୀ ଭୁବନେଶ୍ୱରରେ ମିଳୁଛି […]

ଭୁବନେଶ୍ୱର: ମିଠା। ଏହି ଶବ୍ଦ ଶୁଣିବାମାତ୍ରେ ପାଟିରେ ପାଣି ଜକେଇ ଆସେ। କେବଳ ସୁଆଦ ନୁହେଁ, ଆକାର ବି ଗ୍ରାହକଙ୍କୁ ଦୂରରୁ ଟାଣିଆଣେ। ଗୋଲାକାର, ତ୍ରିକୋଣୀୟା, ବର୍ଗକ୍ଷେତ୍ର ଭଳି ଆକାରରୁ ବାହାରି ଏବେ ଭିନ୍ନଭିନ୍ନ ପ୍ରକାରର ମିଠାର ରୂପ ନେଇଛି। କେବଳ ପୂଜାପର୍ବ ନୁହେଁ ବିଭିନ୍ନ ସମୟରେ ମିଠାର ଆକାର, ଆକୃତି ଏବଂ ସ୍ୱାଦକୁ ତିଆରି କରାଯାଉଛି ବିଭିନ୍ନ ମିଠା। ଓଡ଼ିଶାର ପ୍ରସିଦ୍ଧ ରସଗୋଲାକୁ ନେଇ ଅନେକ ସମୟରେ ବାଦବିବାଦ ହୋଇଥିଲେ ବି ରାଜଧାନୀ ଭୁବନେଶ୍ୱରରେ ମିଳୁଛି ଭଳିକି ଭଳି ମିଠା। ରସଗୋଲାରେ ଶିଳପୁଆ ମିଠା, ଦହି ରସଗୋଲା, ତୁଳସୀ ରସଗୋଲା, ଗୁଡ଼ ରସଗୋଲା ଓ ସୁଗାର୍‍ଫ୍ରି ରସଗୋଲା ମିଳୁଥିବାବେଳେ ଶୁଖିଲା ମିଠା ବା ସନ୍ଦେଶରେ ବି ବିଭିନ୍ନ କିସମର ମିଠା ମିଳୁଛି। ଯାହାକି ଲୋକଙ୍କୁ ଆକୃଷ୍ଟ କରୁଛି।

ଆହୁରି ପଢ଼ନ୍ତୁ: ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ଆଜି ସୁପ୍ରିମକୋର୍ଟରେ ଶୁଣାଣି, ଆସିପାରେ ବଡ଼ ନିର୍ଦ୍ଦେଶ

ପୂର୍ବରୁ ରସାବଳୀ, ରସଗୋଲା, ଛେନା ମିଠା, ଗୋଲାପ ଜାମୁ, କାଲା ଜାମୁ, ପେଡ଼ା, ବରଫି, କାଜୁ ବରଫି ଇତ୍ୟାଦି ରହିଥିଲା। କିନ୍ତୁ ଲୋକଙ୍କ ଚାହିଦାକୁ ଦେଖି ଭୁବନେଶ୍ୱରର ବିଭିନ୍ନ ମିଠା ଦୋକାନରେ ‘ଥିମ୍‍ ମିଠା’ ବିକ୍ରି ହେଉଛି। ଏହି ମିଠା ମଧ୍ୟରେ ରହିଛି ହ୍ୱାଟ୍ସଆପ୍‍ ମିଠା, ପାନ ମିଠା, ପଦ୍ମ ମିଠା, ନଡ଼ିଆ ମିଠା, ଷ୍ଟ୍ରବେରୀ ମିଠା, ଛେନା ଜିଲାପି ଇତ୍ୟାଦି ଭଳି ଥିମ୍‍ ମିଠା ମିଳୁଛି। ଆଗକୁ ଆଲୋକର ପର୍ବ ଦୀପାବଳି ଆସୁଥିବାରୁ ବଜାରରେ ବିଭିନ୍ନ ଡିଜାଇନ୍‍ର ମିଠା ମିଳୁଛି। ବର୍ତ୍ତମାନ ସମୟରେ ହ୍ୱାଟସ୍‍ଆପର ବେଶ୍‍ ଲୋକପ୍ରିୟତା ହାସଲ କରିଥିବାବେଳେ ମିଠାରେ ଏଭଳି ଆକାର ବେଶ୍‍ ଆଦୃତି ଲାଭ କରିଛି। ଗୋଟିଏ ପିସ୍‍ ମିଠାର ଦାମ୍‍ ୨୫ଟଙ୍କା ରହିଛି। ସେହିପରି କାଜୁରେ ତିଆରି ପାନ ମିଠାରେ ପାନର ବିଭିନ୍ନ ମସଲା ଦିଆଯାଇ ପ୍ରସ୍ତୁତ କରାଯାଉଛି। ପାନକୁ ଖାଇବାବେଳେ ପାନ୍‍ର ସ୍ୱାଦ ବାରି ହୋଇପଡୁଛି।

ଆହୁରି ପଢ଼ନ୍ତୁ: ୧୪ରେ ଆସୁଛି ଆଉ ଏକ ଲଘୁଚାପ ! ସେପ୍ଟେମ୍ବର ୮ରୁ ରାଜ୍ୟରେ ପୁଣି ବଢିବ ବର୍ଷା

ରବିଟକିଜ୍‍ରେ ଥିବା ଭାଇଭାଇ ସୁଇଟ୍‍ ଷ୍ଟଲରେ ମିଳୁଥିବା ପ୍ରାୟ ୨୫ରୁ ଊର୍ଦ୍ଧ୍ବ ପ୍ରକାରର ମିଠା ବିକ୍ରି ହେଉଛି। ନଡ଼ିଆ ଆକୃତିର ହୋଇଥିବା ଏହି ମିଠା ଦେଖିବାପାଇଁ ଯେଉଁଭଳି ନିଆରା ସ୍ୱାଦ ବି ନିଆରା। ଗୋଟିଏ ଲେଖାଏଁ ପିସ୍‍ର ଦାମ୍‍ ୧୦ଟଙ୍କାରୁ ଆରମ୍ଭ କରି ୩୫ଟଙ୍କା ପର୍ଯ୍ୟନ୍ତ ରହିଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ କୋଠା ଭୁଶୁଡ଼ିବା ଘଟଣା ପରେ ତତ୍ପର ରାଜ୍ୟ ସରକାର: ୧୫ ଦିନ ଭିତରେ ଅସୁରକ୍ଷିତ କୋଠା ଚିହ୍ନଟ ପାଇଁ ନିର୍ଦ୍ଦେଶ

ଶିଳପୁଆ ଆକୃତିର ରସଗୋଲା। ୧୪ଇଞ୍ଚର ଏହି ଗୋଟିଏ ମିଠାର ଦାମ୍‍ ୨୫୦ଟଙ୍କା। ରସଗୋଲା ମଧ୍ୟରେ ଏହା ସବୁଠାରୁ ବଡ଼ ଆକୃତିର ମିଠା। ଗୋଲାକାର ଆକୃତିର ରସଗୋଲା ମିଳୁଥିବାବେଳେ ଶିଳପୁଆ ଆକାରର ଏହି ମିଠା ବେଶ୍‍ ଚାହିଦାରେ ରହିଛି। ସେହିପରି ଛୋଟ ଓ ବଡ଼ ଶିଳପୁଆ ମିଠା ବି ରହିଛି। ଯାହାର ଦାମ୍‍ ୫୦ଟଙ୍କାରୁ ଆରମ୍ଭ କରି ୫ଶହ ଟଙ୍କା ପର୍ଯ୍ୟନ୍ତ ରହିଛି। ଏତେ ବଡ଼ ଶିଳପୁଆ ମିଠାର ଓଜନ ୧୨୫୦ଗ୍ରାମ୍‍ରୁ ଅଧିକ ହେବ। ସେହିପରି ଦହି, କଞ୍ଚାଲଙ୍କା, ଗାଜର, ଲୁଣକୁ ମିଶାଇ ପ୍ରସ୍ତୁତ ହେଉଛି ‘ଦହି ମିଠା’। ଆଗକୁ ଦୀପାବଳୀ ଆସୁଥିବାରୁ ଏଥର ଗ୍ରାହକଙ୍କ ନିକଟରେ କିଛି ନୂଆ ଢଙ୍ଗର ମିଠା ଯୋଗାଇବା ପାଇଁ ପ୍ରସ୍ତୁତି ଚାଲିଛି। ବିଶେଷକରି ଦୀପାବଳୀକୁ ଦୃଷ୍ଟିରେ ରଖି ଆହୁରି ମିଠାର ଥିମ୍‍କୁ ନେଇ ଗିଫ୍ଟ ପ୍ୟାକ୍‍ କରାଯିବ ବୋଲି ମିଠା ଦୋକାନୀ ଜଗନ୍ନାଥ ଦଳାଇ କହିଛନ୍ତି। ଦିନକୁ ଦିନ ମିଠାର ଭେରାଇଟି ବଢ଼଼ିବା ସହ ଦାମ୍‍ ବି ବଢ଼ୁଛି। ଲୋକଙ୍କୁ ପସନ୍ଦ ହେଲା ଭଳି ମିଠା ସବୁ ପ୍ରସ୍ତୁତ କରାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର