ଆକାଶଛୁଆଁ ପରିବା ଦର, ଚିନ୍ତାରେ ସାଧାରଣ ଖାଉଟି

The Sakala Picture
Published On

ଟାଂଗୀ: ଡିଜେଲ ଓ ପେଟ୍ରୋଲର ଅହେତୁକ କ୍ରମାଗତ ଭାବେ ମୂଲ୍ୟ ବୃଦ୍ଧି ଯୋଗୁ ପରିବା ଦର ଏବେ ଆକାଶଛୁଆଁ ହୋଇଛି। ଏହି କଞ୍ଚା ପରିବା ଉପରେ କାହାର ନିୟନ୍ତ୍ରଣ ନ ଥିବାରୁ ପ୍ରତିଦିନ ମଧ୍ୟ ଏହାର ମୂଲ୍ୟ ବୃଦ୍ଧି ଘଟିବାରେ ଲାଗିଛି। ଫଳରେ ସାଧାରଣ ଖଟିଖିଆ ଉପରେ ଏହାର ପ୍ରଭାବ ପଡିଥିବା ଲଖ୍ୟ କରାଯାଉଛି। ବାଇଗଣ କିଲୋପ୍ରତି ୫୦ ଟଙ୍କା, କାଙ୍କଡ କିଲୋପ୍ରତି ୭୦ ଟଙ୍କା, ପିଆଜ କିଲୋପ୍ରତି ୪୫ ରୁ ୫୦ ଟଙ୍କା, ଟମାଟୋ କିଲୋପ୍ରତି […]

ଟାଂଗୀ: ଡିଜେଲ ଓ ପେଟ୍ରୋଲର ଅହେତୁକ କ୍ରମାଗତ ଭାବେ ମୂଲ୍ୟ ବୃଦ୍ଧି ଯୋଗୁ ପରିବା ଦର ଏବେ ଆକାଶଛୁଆଁ ହୋଇଛି। ଏହି କଞ୍ଚା ପରିବା ଉପରେ କାହାର ନିୟନ୍ତ୍ରଣ ନ ଥିବାରୁ ପ୍ରତିଦିନ ମଧ୍ୟ ଏହାର ମୂଲ୍ୟ ବୃଦ୍ଧି ଘଟିବାରେ ଲାଗିଛି। ଫଳରେ ସାଧାରଣ ଖଟିଖିଆ ଉପରେ ଏହାର ପ୍ରଭାବ ପଡିଥିବା ଲଖ୍ୟ କରାଯାଉଛି। ବାଇଗଣ କିଲୋପ୍ରତି ୫୦ ଟଙ୍କା, କାଙ୍କଡ କିଲୋପ୍ରତି ୭୦ ଟଙ୍କା, ପିଆଜ କିଲୋପ୍ରତି ୪୫ ରୁ ୫୦ ଟଙ୍କା, ଟମାଟୋ କିଲୋପ୍ରତି ମଧ୍ୟ ୫୦ ଟଙ୍କା ହୋଇଥିବା ବେଳେ ପୋଟଳ କିଲୋପ୍ରତି ୬୦ ଟଙ୍କା, ଶାରୁ କିଲୋପ୍ରତି ୪୦ଟଙ୍କା, ବିନ କିଲୋପ୍ରତି ୭୦ ଟଙ୍କା ବିକ୍ରି କରାଯାଉଥିବା ଜଣାପଡିଛି । ଅନୁରୂପ ଭାବେ କଖାରୁ, ଭେଣ୍ଡି, ଦେଶିଆଳୁ ସମେତ ବିଭିନ୍ନ ପନାପରିବାର ମୂଲ୍ୟ ମଧ୍ୟ ଚିନ୍ତାଜନକ। ପନିପରିବା ବିକ୍ରୀ ର କେନ୍ଦ୍ର ସ୍ଥଳ ଚାନ୍ଦପୁରରେ ଏଭଳି ଚଢା ଦର ହୋଇଥିବା ବେଳେ ଏଠାରୁ କିଣି ଗାଁ ଗହଳିରେ ବିକ୍ରି କରୁଥିବା ଖୁଚୁରା ବ୍ୟବସାୟୀ କେତେ ଦରରେ ବିକ୍ରୀ କରୁଥିବେ ଓ ଗ୍ରାମାଞ୍ଚଳରେ ଜନସାଧାରଣ କିଭଳି ଦୟନୀୟ ପରିସ୍ଥିତି ଦେଇ ଗତି କରୁଥିବେ ତାହା ଏଥିରୁ ସ୍ପଷ୍ଟ। କାର୍ତିକ ମାସରେ ଅଧିକାଶଂ ପରିବାର ଘରକୁ ଆମିଷ ନେଉ ନ ଥିବାରୁ ପନିପରିବା କିଣିବା କଷ୍ଟସାଧ୍ୟ ହୋଇପଡୁଥିବା ଜଣାପଡୁଛି । ଅହେତୁକ ଦରଦାମ ବୃଦ୍ଧି କାରଣରୁ ଏହାର ସିଧାସଳଖ ପ୍ରଭାବ ଗ୍ରାହକଙ୍କ ପକେଟ ଉପରେ ପଡ଼ିଛି ।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉନାହିଁ FCI : ହାତ ଟେକିଦେଲେ ଅସହାୟ ଯୋଗାଣମନ୍ତ୍ରୀ; କହିଲେ, କେନ୍ଦ୍ର ଆମ କଥା ଶୁଣୁନି

ଧର୍ମମାସରେ ପରିବା ଚଢ଼ାଦର ଓ କରୋନା କଟକଣା ମଧ୍ୟରେ କିଣାବିକା ଉଭୟ ଗ୍ରାହକ ଓ ବ୍ୟବସାୟୀଙ୍କୁ ଚିନ୍ତାରେ ପକାଇଛି । ଧର୍ମମାସରେ ଅଧିକାଂଶ ଆମିଷ ତ୍ୟାଗ କରିଥା’ନ୍ତି । ତେବେ ପନିପରିବା ଦରକୁ ନେଇ ଗ୍ରାହକ ଚିନ୍ତାରେ ପଡ଼ିଛନ୍ତି । ଆଳୁ ଓ ଟମାଟୋ ଠାରୁ ଆରମ୍ଭ କରି ପ୍ରତ୍ୟେକ ପନିପରିବା ଚଢ଼ାଦରରେ ବିକ୍ରି ହୋଇଗଲାଣି ।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଶିକ୍ଷକଙ୍କୁ ମିଳିବନି ସମ୍ମାନ; ଅନିର୍ଦ୍ଦିଷ୍ଟ କାଳ ଘୁଞ୍ଚିଲା ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ସମାରୋହ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର