ପତ୍ନୀ ହନ୍ତା ସ୍ୱାମୀକୁ ଆଜୀବନ କାରାଦଣ୍ଡାଦେଶ

The Sakala Picture
Published On

ବିଜାତଳା: ବିଶୋଇ ଥାନା ବାଢୁଣିଆ ଗାଁରେ ବଧୁ ହତ୍ୟା ଅଭିଯୋଗରେ ଗାଁର ରଥ ନାଏକ(୨୭)କୁ କୋର୍ଟ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଘଟଣା କ୍ରମରେ ଗତ ୧. ୮. ୨୦୧୬ ରାତିରେ ଅଭିଯୁକ୍ତ ରଥ ନାଏକ ତାର ସ୍ତ୍ରୀ ରାଣୀ ସିଂକୁ ହାତ ଗୋଡ଼ ବାନ୍ଧି କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲା । ସେ କୌଶଳ କ୍ରମେ ବାହାରକୁ ଚାଲି ଆସିବା ପରେ ପଡୋଶୀ ଲୋକେ ୧୦୮ଯୋଗେ ମେଡିକାଲ ପଠାଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ […]

ବିଜାତଳା: ବିଶୋଇ ଥାନା ବାଢୁଣିଆ ଗାଁରେ ବଧୁ ହତ୍ୟା ଅଭିଯୋଗରେ ଗାଁର ରଥ ନାଏକ(୨୭)କୁ କୋର୍ଟ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଘଟଣା କ୍ରମରେ ଗତ ୧. ୮. ୨୦୧୬ ରାତିରେ ଅଭିଯୁକ୍ତ ରଥ ନାଏକ ତାର ସ୍ତ୍ରୀ ରାଣୀ ସିଂକୁ ହାତ ଗୋଡ଼ ବାନ୍ଧି କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲା । ସେ କୌଶଳ କ୍ରମେ ବାହାରକୁ ଚାଲି ଆସିବା ପରେ ପଡୋଶୀ ଲୋକେ ୧୦୮ଯୋଗେ ମେଡିକାଲ ପଠାଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ଘଟିଥିଲା। ଜମାନ ବନ୍ଦୀରେ ମାଜିଷ୍ଟ୍ରେଟ ଉପସ୍ଥିତିରେ ରାଣୀ ତାର ଶାଶୁ ଉପସ୍ଥିତିରେ ସ୍ୱାମୀ ଏହି କାଣ୍ଡ କରିଥିବା କହିଥିଲା। ସ୍ୱାମୀ ଓ ଶାଶୁ ଉଚ୍ଚ ଶିକ୍ଷିତା ରାଣୀର ଚରିତ୍ର ଉପରେ ସନ୍ଦେହ କରୁଥିଲେ। ଏନେଇ ରାଣୀର ବାପା ନନ୍ଦ ସିଂ ୩. ୮.୨୦୧୬ ରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ବିଶୋଇ ପୁଲିସ କେସ ନଂ ୭୩/୧୬ ଏବଂ ଏସଟି କେସ ନଂ ୧୦/୧୭ର ବିଚାର କରି ଧାରା ୩୦୨ ମୂଳେ ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଅନୁପ ରଞ୍ଜନ ପଟ୍ଟନାୟକ ସ୍ୱାମୀ ରଥ ନାଏକକୁ ଆଜୀବନ କାରାଦଣ୍ଡାଦେଶ ସହ ୧୦ହଜାର ଟଙ୍କା ଜୋରିମାନା ଅନାଦେୟ ୬ମାସ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ଏପିପି ପଙ୍କଜ ଦାସ ମାମଲା ପରିଚାଳନା କରୁଥିଲେ।

ଆହୁରି ପଢ଼ନ୍ତୁ: କାଶୀପୁରରେ ଛତୁ ଚାଷ ଜରିଆରେ ଗ୍ରାମୀଣ ମହିଳାମାନଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ

27 Oct 2021 By The Sakala

ପତ୍ନୀ ହନ୍ତା ସ୍ୱାମୀକୁ ଆଜୀବନ କାରାଦଣ୍ଡାଦେଶ

ବିଜାତଳା: ବିଶୋଇ ଥାନା ବାଢୁଣିଆ ଗାଁରେ ବଧୁ ହତ୍ୟା ଅଭିଯୋଗରେ ଗାଁର ରଥ ନାଏକ(୨୭)କୁ କୋର୍ଟ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଘଟଣା କ୍ରମରେ ଗତ ୧. ୮. ୨୦୧୬ ରାତିରେ ଅଭିଯୁକ୍ତ ରଥ ନାଏକ ତାର ସ୍ତ୍ରୀ ରାଣୀ ସିଂକୁ ହାତ ଗୋଡ଼ ବାନ୍ଧି କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲା । ସେ କୌଶଳ କ୍ରମେ ବାହାରକୁ ଚାଲି ଆସିବା ପରେ ପଡୋଶୀ ଲୋକେ ୧୦୮ଯୋଗେ ମେଡିକାଲ ପଠାଇଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ଘଟିଥିଲା। ଜମାନ ବନ୍ଦୀରେ ମାଜିଷ୍ଟ୍ରେଟ ଉପସ୍ଥିତିରେ ରାଣୀ ତାର ଶାଶୁ ଉପସ୍ଥିତିରେ ସ୍ୱାମୀ ଏହି କାଣ୍ଡ କରିଥିବା କହିଥିଲା। ସ୍ୱାମୀ ଓ ଶାଶୁ ଉଚ୍ଚ ଶିକ୍ଷିତା ରାଣୀର ଚରିତ୍ର ଉପରେ ସନ୍ଦେହ କରୁଥିଲେ। ଏନେଇ ରାଣୀର ବାପା ନନ୍ଦ ସିଂ ୩. ୮.୨୦୧୬ ରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ବିଶୋଇ ପୁଲିସ କେସ ନଂ ୭୩/୧୬ ଏବଂ ଏସଟି କେସ ନଂ ୧୦/୧୭ର ବିଚାର କରି ଧାରା ୩୦୨ ମୂଳେ ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଅନୁପ ରଞ୍ଜନ ପଟ୍ଟନାୟକ ସ୍ୱାମୀ ରଥ ନାଏକକୁ ଆଜୀବନ କାରାଦଣ୍ଡାଦେଶ ସହ ୧୦ହଜାର ଟଙ୍କା ଜୋରିମାନା ଅନାଦେୟ ୬ମାସ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି। ସରକାରଙ୍କ ପକ୍ଷରୁ ଏପିପି ପଙ୍କଜ ଦାସ ମାମଲା ପରିଚାଳନା କରୁଥିଲେ।

https://www.thesakala.in/latest-odisha-news/husband-life-in-prison-for-killing-wife/article-6406
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର