ବଦଳିଗଲା ମାଷ୍ଟରକ୍ୟାଣ୍ଟିନ୍‍ ଛକ:ଗୋଲେଇ ଛକରୁ ହେଲା ଆଣ୍ଡାକୃତି, ବିନା ଗୋଲେଇରେ ସିଧା ଚାଲିଲା ଗାଡ଼ି

The Sakala Picture
Published On

ଭୁବନେଶ୍ୱର: ମାଷ୍ଟର୍‍କ୍ୟାଣ୍ଟିନ୍‍ ଛକର ଆକାର ବଦଳି ଯାଇଛି। ଗୋଲାକାର ଛକ ଏବେ ଅଣ୍ଡାକୃତିରେ ପରିଣତ ହୋଇଛି। ଏହି ଯୋଦ୍ଧା ଘୋଡ଼ାକୁ ନିଜ ସ୍ଥାନରେ ରଖି ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍‍ ନିଜର ରାସ୍ତା ପ୍ରକଳ୍ପ ଆଗକୁ ବଢ଼଼ାଇଛି। ଏହା ସହିତ ସମ୍ପୂର୍ଣ୍ଣ ଅଞ୍ଚଳର କାମ ଶେଷ ପର୍ଯ୍ୟାୟରେ ପହଞ୍ଚିବା ପରେ ସୋମବାରଠାରୁ ନିର୍ମାଣ ହୋଇଥିବା ନୂଆ ରାସ୍ତାକୁ ଗାଡ଼ି ଚଳାଚଳ ପାଇଁ ଖୋଲି ଦିଆଯାଇଛି। ଯାହାଦ୍ୱାରା ରାଜମହଲ ଆଡ଼ୁ ବାଣୀବିହାର ଓ ବାଣୀବିହାର ପଟୁ ରାଜମହଲକୁ ଆସୁଥିବା ଗାଡ଼ିଗୁଡ଼ିକ […]

ଭୁବନେଶ୍ୱର: ମାଷ୍ଟର୍‍କ୍ୟାଣ୍ଟିନ୍‍ ଛକର ଆକାର ବଦଳି ଯାଇଛି। ଗୋଲାକାର ଛକ ଏବେ ଅଣ୍ଡାକୃତିରେ ପରିଣତ ହୋଇଛି। ଏହି ଯୋଦ୍ଧା ଘୋଡ଼ାକୁ ନିଜ ସ୍ଥାନରେ ରଖି ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍‍ ନିଜର ରାସ୍ତା ପ୍ରକଳ୍ପ ଆଗକୁ ବଢ଼଼ାଇଛି। ଏହା ସହିତ ସମ୍ପୂର୍ଣ୍ଣ ଅଞ୍ଚଳର କାମ ଶେଷ ପର୍ଯ୍ୟାୟରେ ପହଞ୍ଚିବା ପରେ ସୋମବାରଠାରୁ ନିର୍ମାଣ ହୋଇଥିବା ନୂଆ ରାସ୍ତାକୁ ଗାଡ଼ି ଚଳାଚଳ ପାଇଁ ଖୋଲି ଦିଆଯାଇଛି। ଯାହାଦ୍ୱାରା ରାଜମହଲ ଆଡ଼ୁ ବାଣୀବିହାର ଓ ବାଣୀବିହାର ପଟୁ ରାଜମହଲକୁ ଆସୁଥିବା ଗାଡ଼ିଗୁଡ଼ିକ ସିଧାସଳଖ ନିଜ ରସ୍ତାରେ ଯାଉଛନ୍ତି। ପୂର୍ବରୁ ଏଠାରେ ଥିବା ଗୋଲେଇ ଛକ ବୁଲି ଗାଡ଼ିଗୁଡ଼ିକ ଯାଉଥିଲା। ଏବେ ଏହି ପ୍ରକ୍ରିୟାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି।

ଆହୁରି ପଢ଼ନ୍ତୁ: ଗୋଟିଏ ଦିନରେ ଭୁବନେଶ୍ୱରରୁ ଜଣେ ନାବାଳକ ଓ ଦୁଇ ନାବାଳିକା ନିଖୋଜ

ପୂର୍ବ ନିଷ୍ପତ୍ତି ଅନୁଯାୟୀ ଏଠାରେ ଥିବା ବିରାଟ ଗୋଲେଇ ଛକର ଆକୃତି କମ୍‍ କରିବା ସହିତ ଏହି ଗୋଲେଇ ଅଞ୍ଚଳ ମଧ୍ୟ ଦେଇ ରାସ୍ତା ଯାଇଛି। ଏହା ସହିତ ଦୁଇ ରାସ୍ତାର ମିଝରେ ମେଡିଆନ୍‍ ମଧ୍ୟ ରଖାଯାଇଛି। ତେବେ ଏହି ରାସ୍ତା ନିର୍ମାଣ ପରେ ଷ୍ଟେସନ୍‍ରୁ ଏଜି ଛକକୁ ଯିବା ବନ୍ଦ ହୋଇଯାଇଛି। ଏହି ରସ୍ତା ପାର ହେବା ପାଇଁ କେବଳ ଏକ ପାଦଚଲା ରାସ୍ତା ରହିବ। ଷ୍ଟେସନ୍‍କୁ ଯିବା ଆସିବା ପାଇଁ ୩ ଟି ରାସ୍ତା ରହୁଥିଲା। କିନ୍ତୁ ଏବେ ଲାଲ୍‍ଚାନ୍ଦ ଜୁଏଲର୍ସ ପାଖ ରାସ୍ତାକୁ ମୁଖ୍ୟରାସ୍ତା ଭାବେ ବ୍ୟବହାର କରାଯିବ। ଷ୍ଟେସନ୍‍ରୁ ଯିବାକୁ କିମ୍ବା ଷ୍ଟେସନରୁ ଯାତ୍ରୀମାନେ ଏହି ରାସ୍ତା ଦେଇ ବାହାରକୁ ଆସିବେ। ଫଳରେ ସେମାନେ ବାଣୀବିହାର, ରାଜମହଲ ଓ ପିଏମ୍‍ଜି ରାସ୍ତାକୁ ନିଦ୍ଦ୍ୱର୍ନ୍ଦ୍ୱରେ ଯାଇପାରିବାର ବ୍ୟବସ୍ଥା କରାଯାଇଛି। ଯାହାର ନକ୍ସା ପ୍ରସ୍ତୁତ କରାଯାଇଛି। ଜନପଥ ପ୍ରକଳ୍ପରେ ଏହି ଯୋଦ୍ଧା ଘୋଡ଼ା ଚାରିପାଖରେ ବିକାଶ କାମ ମଧ୍ୟ କରାଯାଇଛି। ବିଶିଷ୍ଟ ସ୍ଥପତି ତଥା ପଦ୍ମବିଭୂଷଣ ସୁଦର୍ଶନ ସାହୁଙ୍କ ନେତୃତ୍ୱରେ ଗଠନ ହୋଇଥିବା ଏକ ଟିମ୍‍ ଘୋଡ଼ାର ପାରିପାର୍ଶ୍ବିକ ସ୍ଥିତରେ ବିକାଶ କରିବା ସହିତ ଏଠାରେ ଉନ୍ନତିକରଣ କାର୍ଯ୍ୟ କରିଛନ୍ତି। ଖୁବ୍‍ଶୀଘ୍ର ଏହି ଅଞ୍ଚଳକୁ ସୁସଜ୍ଜିତ ଆଲୋକମାଳାରେ ରଙ୍ଗିନ କରାଯିବ। ଏ ନେଇ ସ୍ମାର୍ଟସିଟି ପକ୍ଷରୁ ଦିଲ୍ଲୀରୁ ଅତ୍ୟାଧୁନିକ ଆଲୋକ ଆଣିବା ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଜନପଥ ପ୍ରକଳ୍ପ ଯୋଗୁଁ ଏହି ଘୋଡ଼ାକୁ ସ୍ଥାନାନ୍ତର କରିବା ପାଇଁ ଯୋଜନା ହୋଇଥିଲା। ହେଲେ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତିରେ ନିୟନ୍ତ୍ରଣ ଲଗାଇବା ସହିତ ତୁରନ୍ତ ଘୋଡ଼ାର ଚାରିକଡ଼ ବିକାଶ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଆଧାରରେ ସ୍ମାର୍ଟସିଟି ପକ୍ଷରୁ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରାଯାଇ ପଦ୍ମବିଭୂଷଣ ଶ୍ରୀ ସାହୁଙ୍କୁ ଏହି କାର୍ଯ୍ୟର ଦାୟିତ୍ୱ ଦିଆଯାଇଥିଲା।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ: ହୋଲି ପୂର୍ବରୁ ଅଘଟଣ

ଘୋଡ଼ାର ସ୍ଥାନ ଅପରିବର୍ତ୍ତିତ ରଖି ଉନ୍ନତି କରଣ କାର୍ଯ୍ୟ କରାଯିବା ସହିତ ଗତ ଦୁଇମାସ ହେବ ଏହି ଅଞ୍ଚଳକୁ ସମ୍ପୂର୍ଣ୍ଣ ଆବଦ୍ଧ କରାଯାଇଥିଲା। ମାତ୍ର ଗୋଲାକାର ସ୍ଥାନକୁ ପରିବର୍ତ୍ତିିତ କରି ଅର୍ଦ୍ଧ ଗୋଲାକାର ଆକୃତି ଦେବା ସହିତ ରାସ୍ତା ନିର୍ମାଣ ପରେ ଏହାକୁ ଖୋଲାଯାଇଛି। ପୂର୍ବରୁ ଘୋଡ଼ା ଚାରିକଡ଼େ ନର୍ତ୍ତକୀ ରହିଥିବା ବେଳେ ଏବେ ସେସବୁ ମୂର୍ତ୍ତିକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ପାଖରେ ଥିବା ଗଛ ମଧ୍ୟ କଟାଯାଇଛି।

ଆହୁରି ପଢ଼ନ୍ତୁ: ଆସାମରେ ବାୟୁସେନାର ସୁଖୋଇ-୩୦ ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ, ୨ ପାଇଲଟ୍ ଶହୀଦ

ଖୁବଶୀଘ୍ର ଖୋଲିବ ନୂଆ ଟ୍ରାଫିକ୍‍ ପୋଷ୍ଟ୍‍
ରାସ୍ତାର ନକ୍ସା ବଦଳିଯିବା ପରେ ଟ୍ରାଫିକ୍‍ ପରିଚାଳନାରେ ମଧ୍ୟ ପରିବର୍ତ୍ତନ କରାଯିବ। ଖୁବ୍‍ଶୀଘ୍ର ମାଷ୍ଟରକ୍ୟାଣ୍ଟିନ୍‍ରେ ଏକ ଟ୍ରାଫିକ୍‍ ପୋଷ୍ଟ ଖୋଲିବ। ଘୋଡ଼ା ନିକଟରେ ଏକ ଅଟୋମେଟେଡ୍‍ ଟ୍ରାଫିକ ସିଗନାଲ୍‍ ପୋଷ୍ଟ୍‍ ରହିବା ପାଇଁ ନକ୍ସାରେ ଦର୍ଶାଯାଇଛି। ପୂର୍ବରୁ ଗୋଲେଇ ଛକ ଥିବା ସମୟରେ ଏଠାରେ କୌଣସି ଟ୍ରାଫିକ୍‍ ପରିଚାଳନା ବ୍ୟବସ୍ଥା ନ ଥିଲା। ଯାହାଦ୍ୱାରା ଗାଡ଼ି ଚାଳକମାନେ ମନଇଚ୍ଛା ରାସ୍ତା ଅତିକ୍ରମ କରୁଥିଲେ। ଏହା ଯୋଗୁଁ ଅନେକ ସମୟରେ ଛୋଟବଡ଼ ଦୁର୍ଘଟଣା ମଧ୍ୟ ଘଟୁଥିଲା। କିନ୍ତୁ ବର୍ତ୍ତମାନ ଏଠାରେ ଟ୍ରାଫିକ୍‍ ସିଗ୍‍ନାଲ୍‍ କାର୍ଯ୍ୟକ୍ଷମ ହେବ। ଏହି ସିଗ୍‍ନାଲ୍‍ ଆଧାରରେ ହିଁ ଗାଡ଼ି ଚଳପ୍ରଚଳ କରିବ। ଏହା ସହିତ ଯାନବାହନ ଚଳାଚଳକୁ ସରଳୀକରଣ କରିବା ପାଇଁ ଟ୍ରାଫିକ୍‍ ପୁଲିସ୍‍ ମଧ୍ୟ ଏଠାରେ ମୁତୟନ ହେବେ ବୋଲି ଜଣାପଡ଼ିଛି। ରାସ୍ତା ଖୋଲିବାର ପ୍ରଥମ ଦିନରେ ମଧ୍ୟ ଦୁଇ ଜଣ ଟ୍ରାଫିକ୍‍ କନଷ୍ଟେବଲ୍‍ ଘଟଣାସ୍ଥଳରେ ଉପସ୍ଥିତ ରହି ଯାନବାହନ ଚଳାଚଳର ନିୟନ୍ତ୍ରଣ କରିଛନ୍ତି।

26 Oct 2021 By The Sakala

https://www.thesakala.in/latest-odisha-news/mastercanteen-square-changed/article-6360
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର