ଫେରିଗଲା ମୌସୁମୀ, ଆଗାମୀ ୫ ଦିନ ଯାଏଁ ଶୁଖିଲା ରହିବ ପାଗ

The Sakala Picture
Published On

ଭୁବନେଶ୍ବର: ରାଜ୍ୟବ୍ଯାପୀ ଶନିବାର ସୁଦ୍ଧା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସମ୍ପୂର୍ଣ୍ଣ ରୂପେ ଅପସାରିତ ହୋଇଛି । ଏନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡ. ଏଚ ଆର୍ ବିଶ୍ଵାସ ସୂଚନା ଦେଇଛନ୍ତି। ସେହିପରି ପାଣିପାଗ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ ରାଜ୍ୟର ଅଧିକାଂଶ ସ୍ଥାନରେ ଆଜି ପାଗ ଶୁଖିଲା ଥିବାବେଳେ ଆଗାମୀ ୫ ଦିନ ଯାଏଁ ଏହା ଅପରିବର୍ତ୍ତିତ ରହିବ। ତେବେ କେତେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରାରେ ହ୍ରାସ ଘଟିଛି। କେନ୍ଦ୍ରୀୟ ଓଡ଼ିଶାରେ […]

ଭୁବନେଶ୍ବର: ରାଜ୍ୟବ୍ଯାପୀ ଶନିବାର ସୁଦ୍ଧା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସମ୍ପୂର୍ଣ୍ଣ ରୂପେ ଅପସାରିତ ହୋଇଛି । ଏନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡ. ଏଚ ଆର୍ ବିଶ୍ଵାସ ସୂଚନା ଦେଇଛନ୍ତି। ସେହିପରି ପାଣିପାଗ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି ଯେ ରାଜ୍ୟର ଅଧିକାଂଶ ସ୍ଥାନରେ ଆଜି ପାଗ ଶୁଖିଲା ଥିବାବେଳେ ଆଗାମୀ ୫ ଦିନ ଯାଏଁ ଏହା ଅପରିବର୍ତ୍ତିତ ରହିବ। ତେବେ କେତେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରାରେ ହ୍ରାସ ଘଟିଛି। କେନ୍ଦ୍ରୀୟ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରାରେ ସାମନ୍ୟ ହ୍ରାସ ଦେଖାଦେଇଥିବା ବେଳେ ସେଠାରେ ବର୍ତ୍ତମାନ ଏହା ୧୭ରୁ ୨୦ ଡିଗ୍ରୀ ସେଲସିୟସ ରହିଛି। ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୨୧ରୁ ୨୩ ଡିଗ୍ରୀ ମଧ୍ୟରେ ରେକର୍ଡ କରାଯାଇଛି। ସେହିପରି ଭୁବନେଶ୍ଵରରେ ଶନିବାର ସର୍ବୋଚ୍ଚ ୩୨.୪ ଡିଗ୍ରୀ ଏବଂ ସର୍ବନିମ୍ନ ତାପମାତ୍ରା ୨୦.୨ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିବା ଡ ବିଶ୍ଵାସ୍ ସୂଚନା ଦେଇଛନ୍ତି |

ଆହୁରି ପଢ଼ନ୍ତୁ: ବନ୍ୟା ସହାୟତା ପ୍ରଦାନରେ ସରକାରଙ୍କ ପାତରଅନ୍ତର, ବିରୋଧୀ ପ୍ରତିନିଧିତ୍ୱ କରୁଥିବା ଅଞ୍ଚଳକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର