ଶ୍ରେଣୀ ଗୃହରେ ବସି ପାଠ ପଢିବେ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀ, ୧୦ଟାରୁ ସାଢ଼େ ଗୋଟାଏ ଯାଏ କ୍ଲାସ

The Sakala Picture
Published On

ଭୁବନେଶ୍ବର : ପୂଜା ଛୁଟି ପରେ ଆଜିଠାରୁ ଏକାଦଶ ଶ୍ରେଣୀ ପିଲାଙ୍କ ପାଇଁ ଅଫଲାଇନ୍ ପାଠପଢା ଆରମ୍ଭ । ନାମଲେଖା ପ୍ରକ୍ରିୟା ପ୍ରାୟତଃ ସରିଥିବାରୁ ପ୍ରଥମ ଥର ପାଇଁ ଛାତ୍ରଛାତ୍ରୀମାନେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ ଦୁଇ କଲେଜରେ ପାଦ ଥାପିବେ । କୋରୋନାକୁ ଦୃଷ୍ଟିରେ ରଖି କ୍ୟାମ୍ପସର ବିଶୋଧନ, ସାମାଜିକ ଦୂରତା ଓ ମାସ୍କ ପରିଧାନ ଉପରେ ଗୁରୁତ୍ୱ ଦିଆଯାଇଛି ।  ସକାଳ ୧୦ରୁ ସାଢେ ଗୋଟାଏ ଯାଏଁ ଏକାଦଶ ଶ୍ରେଣୀ ପିଲାଙ୍କ ପାଠପଢା […]

ଭୁବନେଶ୍ବର : ପୂଜା ଛୁଟି ପରେ ଆଜିଠାରୁ ଏକାଦଶ ଶ୍ରେଣୀ ପିଲାଙ୍କ ପାଇଁ ଅଫଲାଇନ୍ ପାଠପଢା ଆରମ୍ଭ । ନାମଲେଖା ପ୍ରକ୍ରିୟା ପ୍ରାୟତଃ ସରିଥିବାରୁ ପ୍ରଥମ ଥର ପାଇଁ ଛାତ୍ରଛାତ୍ରୀମାନେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ ଦୁଇ କଲେଜରେ ପାଦ ଥାପିବେ । କୋରୋନାକୁ ଦୃଷ୍ଟିରେ ରଖି କ୍ୟାମ୍ପସର ବିଶୋଧନ, ସାମାଜିକ ଦୂରତା ଓ ମାସ୍କ ପରିଧାନ ଉପରେ ଗୁରୁତ୍ୱ ଦିଆଯାଇଛି ।  ସକାଳ ୧୦ରୁ ସାଢେ ଗୋଟାଏ ଯାଏଁ ଏକାଦଶ ଶ୍ରେଣୀ ପିଲାଙ୍କ ପାଠପଢା ଚାଲିବ ।

ଆହୁରି ପଢ଼ନ୍ତୁ: ନାରୀ ଶକ୍ତି ବନ୍ଦନ ଅଧିନିୟମ ନାଁରେ ବିଜେପି ସରକାର ପ୍ରହସନ ନକରୁ: ବିଜେଡି

ରାଜ୍ୟରେ କୋରୋନା ସଂକ୍ରମଣ ଜାରି ରହିଥିବାରୁ ଉଭୟ ଅଫଲାଇନ ଓ ଅନଲାଇନରେ ପିଲାମାନେ ପାଠ ପଢିବେ । ଅଭିଭାବକଙ୍କ ସହମତିରେ ଛାତ୍ରଛାତ୍ରୀ କ୍ଲାସ ଆସିବେ ।କଣ୍ଟେନ୍‌ମେଣ୍ଟ ଜୋନ୍‌ ମଧ୍ୟରେ ଥିବା ବିଦ୍ୟାଳୟ ଖୋଲିବ ନାହିଁ। ଏଭଳି ଜୋନ୍‌ ଅଧୀନରେ ଆସୁଥିବା ଶିକ୍ଷକ, କର୍ମଚାରୀ ଓ ଛାତ୍ରଛାତ୍ରୀ ଶିକ୍ଷାନୁଷ୍ଠାନକୁ ଆସିବେ ନାହିଁ। କ୍ୟାମ୍ପସରେ ପାନୀୟ ଜଳ ସୁବିଧା କରାଇବା, ପରିବହନ ବ୍ୟବସ୍ଥାକୁ ଏଡ଼ାଇବା ଦିଗରେ ବିଦ୍ୟାଳୟଗୁଡ଼ିକ ଯଥାସମ୍ଭବ ଚେଷ୍ଟା କରିବେ। କ୍ଲାସରୁମ୍‌ରେ ବସିବା ସମୟରେ ସାମାଜିକ ଦୂରତା ରକ୍ଷା, ପ୍ରତି ପିଲାଙ୍କ ପାଇଁ ନିଦ୍ଧିଷ୍ଟ ସ୍ଥାନ ଚିହ୍ନଟ, ଷ୍ଟାଫ୍‌ କମନ୍‌ ରୁମ୍‌ରେ ଦୂରତା ରକ୍ଷା, ମାସ୍କ ପରିଧାନ, ହାତ ଧୋଇବା ପାଇଁ ପର୍ୟ୍ୟାପ୍ତ ପରିମାଣର ସାବୁନ୍‌ ରଖିବା, ହାତ ଧୋଇବାକୁ ବାଧ୍ୟତାମୂଳକ କରିବା, ସ୍ବତନ୍ତ୍ର ଆଇସୋଲେସନ୍‌ ରୁମ୍‌ ରଖିବା, କ୍ଲାସରୁମ୍‌ରେ ଅତିବେଶିରେ ୨୦ରୁ ୨୫ ପିଲାଙ୍କ ବସିବା ପାଇଁ ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ସୀମା ପୁନଃନିର୍ଦ୍ଧାରଣ ପ୍ରସଙ୍ଗରେ ଓଡ଼ିଶାର ସମସ୍ତ ସାଂସଦଙ୍କୁ ନବୀନଙ୍କ ଚିଠି, 'ଓଡ଼ିଶାର ସ୍ବାର୍ଥ ପାଇଁ ଏକାଠି ହେବାକୁ ଆହ୍ୱାନ'

ପାଠ ପଢିଲା ବେଳେ ପିଲାମାନଙ୍କ ମଧ୍ୟରେ ସାମାଜିକ ଦୂରତା ଅବଲମ୍ବନ କରାଯିବ। ନଭେମ୍ବର ପହିଲାରୁ ପିଲାମାନ ୟୁନିଫର୍ମରେ ଆସିବେ। ଛାତ୍ରଛାତ୍ରୀଙ୍କୁ ଅସ୍ଥାୟୀ ପରିଚୟପତ୍ର ପ୍ରଦାନ କରାଯିବ। ଏଥିସହ ଛାତ୍ରଛାତ୍ରୀଙ୍କୁ ପିଡିଏଫ ଫର୍ମରେ ପୁସ୍ତକ ଯୋଗାଇ ଦିଆଯିବ। ସବୁଠି କୋଭିଡ ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯିବ। ସେପଟେ ଆସନ୍ତା ୨୫ରୁ ଖୋଲିବ ଅଷ୍ଟମ ଶ୍ରେଣୀ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱର ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ଶତପ୍ରତିଶତ ସଫଳତା: ୯୭% ମାର୍କ ସହ ଟପ୍ପର ହେଲେ ସାଗରିକା

21 Oct 2021 By The Sakala

ଶ୍ରେଣୀ ଗୃହରେ ବସି ପାଠ ପଢିବେ ଏକାଦଶ ଶ୍ରେଣୀ ଛାତ୍ରଛାତ୍ରୀ, ୧୦ଟାରୁ ସାଢ଼େ ଗୋଟାଏ ଯାଏ କ୍ଲାସ

ଭୁବନେଶ୍ବର : ପୂଜା ଛୁଟି ପରେ ଆଜିଠାରୁ ଏକାଦଶ ଶ୍ରେଣୀ ପିଲାଙ୍କ ପାଇଁ ଅଫଲାଇନ୍ ପାଠପଢା ଆରମ୍ଭ । ନାମଲେଖା ପ୍ରକ୍ରିୟା ପ୍ରାୟତଃ ସରିଥିବାରୁ ପ୍ରଥମ ଥର ପାଇଁ ଛାତ୍ରଛାତ୍ରୀମାନେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ତଥା ଯୁକ୍ତ ଦୁଇ କଲେଜରେ ପାଦ ଥାପିବେ । କୋରୋନାକୁ ଦୃଷ୍ଟିରେ ରଖି କ୍ୟାମ୍ପସର ବିଶୋଧନ, ସାମାଜିକ ଦୂରତା ଓ ମାସ୍କ ପରିଧାନ ଉପରେ ଗୁରୁତ୍ୱ ଦିଆଯାଇଛି ।  ସକାଳ ୧୦ରୁ ସାଢେ ଗୋଟାଏ ଯାଏଁ ଏକାଦଶ ଶ୍ରେଣୀ ପିଲାଙ୍କ ପାଠପଢା ଚାଲିବ ।

ରାଜ୍ୟରେ କୋରୋନା ସଂକ୍ରମଣ ଜାରି ରହିଥିବାରୁ ଉଭୟ ଅଫଲାଇନ ଓ ଅନଲାଇନରେ ପିଲାମାନେ ପାଠ ପଢିବେ । ଅଭିଭାବକଙ୍କ ସହମତିରେ ଛାତ୍ରଛାତ୍ରୀ କ୍ଲାସ ଆସିବେ ।କଣ୍ଟେନ୍‌ମେଣ୍ଟ ଜୋନ୍‌ ମଧ୍ୟରେ ଥିବା ବିଦ୍ୟାଳୟ ଖୋଲିବ ନାହିଁ। ଏଭଳି ଜୋନ୍‌ ଅଧୀନରେ ଆସୁଥିବା ଶିକ୍ଷକ, କର୍ମଚାରୀ ଓ ଛାତ୍ରଛାତ୍ରୀ ଶିକ୍ଷାନୁଷ୍ଠାନକୁ ଆସିବେ ନାହିଁ। କ୍ୟାମ୍ପସରେ ପାନୀୟ ଜଳ ସୁବିଧା କରାଇବା, ପରିବହନ ବ୍ୟବସ୍ଥାକୁ ଏଡ଼ାଇବା ଦିଗରେ ବିଦ୍ୟାଳୟଗୁଡ଼ିକ ଯଥାସମ୍ଭବ ଚେଷ୍ଟା କରିବେ। କ୍ଲାସରୁମ୍‌ରେ ବସିବା ସମୟରେ ସାମାଜିକ ଦୂରତା ରକ୍ଷା, ପ୍ରତି ପିଲାଙ୍କ ପାଇଁ ନିଦ୍ଧିଷ୍ଟ ସ୍ଥାନ ଚିହ୍ନଟ, ଷ୍ଟାଫ୍‌ କମନ୍‌ ରୁମ୍‌ରେ ଦୂରତା ରକ୍ଷା, ମାସ୍କ ପରିଧାନ, ହାତ ଧୋଇବା ପାଇଁ ପର୍ୟ୍ୟାପ୍ତ ପରିମାଣର ସାବୁନ୍‌ ରଖିବା, ହାତ ଧୋଇବାକୁ ବାଧ୍ୟତାମୂଳକ କରିବା, ସ୍ବତନ୍ତ୍ର ଆଇସୋଲେସନ୍‌ ରୁମ୍‌ ରଖିବା, କ୍ଲାସରୁମ୍‌ରେ ଅତିବେଶିରେ ୨୦ରୁ ୨୫ ପିଲାଙ୍କ ବସିବା ପାଇଁ ବ୍ୟବସ୍ଥା କରିବାକୁ ପରାମର୍ଶ ଦିଆଯାଇଛି।

ପାଠ ପଢିଲା ବେଳେ ପିଲାମାନଙ୍କ ମଧ୍ୟରେ ସାମାଜିକ ଦୂରତା ଅବଲମ୍ବନ କରାଯିବ। ନଭେମ୍ବର ପହିଲାରୁ ପିଲାମାନ ୟୁନିଫର୍ମରେ ଆସିବେ। ଛାତ୍ରଛାତ୍ରୀଙ୍କୁ ଅସ୍ଥାୟୀ ପରିଚୟପତ୍ର ପ୍ରଦାନ କରାଯିବ। ଏଥିସହ ଛାତ୍ରଛାତ୍ରୀଙ୍କୁ ପିଡିଏଫ ଫର୍ମରେ ପୁସ୍ତକ ଯୋଗାଇ ଦିଆଯିବ। ସବୁଠି କୋଭିଡ ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଯିବ। ସେପଟେ ଆସନ୍ତା ୨୫ରୁ ଖୋଲିବ ଅଷ୍ଟମ ଶ୍ରେଣୀ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର