ହାତି ଆକ୍ରମଣରେ ଜଣେ ମୃତ

The Sakala Picture
Published On

କାମାକ୍ଷାନଗର : ପୁଣି ଦନ୍ତା ନେଲା ଜୀବନ।ଦନ୍ତାହାତି ଆକ୍ରମଣରେ ଜଣେ ମୃତ।ମୃତକ ହେଲେ ମହାବିରରୋଡ ରେଞ୍ଜ ଡମଲ ଗ୍ରାମର କମାର ବେହେରା । ଆଜି ସକାଳେ କମାର ସୌଚ ପାଈଁ ଗାଁ ପାଖ ଘୋଡାଡିଆ ନାଳ କୁ ଯାଇଥିବା ବେଳେ ଦନ୍ତା ହାତୀ ର ଶିକାର ହୋଇଥିଲେ । ତେବେ କିଛି ସମୟ ପରେ ଗାଁ ଲୋକ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରିଥିଲେ ।ତେବେ ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ […]

କାମାକ୍ଷାନଗର : ପୁଣି ଦନ୍ତା ନେଲା ଜୀବନ।ଦନ୍ତାହାତି ଆକ୍ରମଣରେ ଜଣେ ମୃତ।ମୃତକ ହେଲେ ମହାବିରରୋଡ ରେଞ୍ଜ ଡମଲ ଗ୍ରାମର କମାର ବେହେରା । ଆଜି ସକାଳେ କମାର ସୌଚ ପାଈଁ ଗାଁ ପାଖ ଘୋଡାଡିଆ ନାଳ କୁ ଯାଇଥିବା ବେଳେ ଦନ୍ତା ହାତୀ ର ଶିକାର ହୋଇଥିଲେ । ତେବେ କିଛି ସମୟ ପରେ ଗାଁ ଲୋକ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରିଥିଲେ ।ତେବେ ଚିକିତ୍ସା ପାଇଁ ତାଙ୍କୁ ପ୍ରଥମେ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରିଥିଲେ। ତେବେ ଯିବା ରାସ୍ତା ରେ ହିଁ ତାଙ୍କର ମୃତ୍ୟୁ ଘଟିଛି।

ଆହୁରି ପଢ଼ନ୍ତୁ: ଗାଡ଼ି ମାଲିକଙ୍କୁ ବଡ଼ ଆଶ୍ୱସ୍ତି: ପିୟୁସିସି (PUCC) ନିୟମ ଉଲ୍ଲଂଘନ ପାଇଁ କମିଲା ଜରିମାନା

ବର୍ଷ ତମାମ ହାତି ମାନଙ୍କ ଉପଦ୍ରବ ଏହି ଅଞ୍ଚଳରେ ଲାଗି ରହିଥିବା ବେଳେ ଚାଷର ସମୟ ଆସିଲେ ହାତି ମାନଙ୍କ ଉପଦ୍ରବ ବଢିଯାଇଥାଏ।ଫଳରେ ହାତି ଆକ୍ରମଣ ବା ଉପଦ୍ରବ ଏକ ନିତିଦିନିଆ ଘଟଣାରେ ପରିଣତ ହେଲାଣି।ଏହି ଅଞ୍ଚଳରେ ଶତାଧିକ ହାତି ସର୍ବଦା ରହିଥିବାର ବନବିଭାଗ ତରଫରୁ ମଧ୍ୟ ସୂଚନା ରହିଛି।ବାରମ୍ବାର ହାତି ମାନଙ୍କ ଉପଦ୍ରବ ଲାଗି ରହିଥିବାରୁ ଘର ଭାଙ୍ଗିବା ସହିତ ଚାଷ ଜମି ମଧ୍ୟ ନଷ୍ଟ ହେଉଛି।ଯାହାକୁ ନେଇ ଅଞ୍ଚଳରେ ତିବ୍ର ଅସନ୍ତୋଷ ଦେଖାଦେଇଛି।ହାତିଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ପାଇିଁ ଦାବି ହେଉଥିଲେ ମଧ୍ୟ ବନବିଭାଗ କୈାଣସି ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ ହେଉଛି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର