ପଞ୍ଚାୟତ, ପୌର ନିର୍ବାଚନ ପ୍ରସ୍ତୁତି ଜୋରଦାର୍: ଫେବ୍ରୁଆରୀ ଦ୍ବିତୀୟ ସପ୍ତାହରେ ହୋଇପାରେ ପଞ୍ଚାୟତ ନିର୍ବାଚନ

The Sakala Picture
Published On

ଭୁବନେଶ୍ୱର,: ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ଜୋର୍‌ଦାର୍ ଚାଲିଛି । କେଉଁ ଆସନ କାହା ପାଇଁ ସଂରକ୍ଷଣ ରହିବ, ସେ ନେଇ ଶୁଣାଣି ପ୍ରକ୍ରିୟା ଆରମ୍ଭ ହୋଇଗଲାଣି। ଆସନ୍ତା ୨୬ ତାରିଖରେ ଜିଲ୍ଲାପାଳ ଓ ରାଜ୍ୟ ସରକାର ସଂରକ୍ଷଣ ତାଲିକା ଧରାଇ ଦେବା ପରେ ସାଙ୍ଗେ ସାଙ୍ଗେ ରାଜ୍ୟ ନିର୍ବାଚନ କମିସନ ଭୋଟର ତାଲିକା ପ୍ରସ୍ତୁତି ସଂକ୍ରାନ୍ତ ବିଜ୍ଞପ୍ତି ଜାରି କରିବେ । ଏପଟେ ପୌର ନିର୍ବାଚନ ସଂରକ୍ଷଣ ସଂକ୍ରାନ୍ତ ଗେଜେଟ ବିଜ୍ଞପ୍ତି ପ୍ରକାଶ ପରେ ଏହି ନିର୍ବାଚନ […]

ଭୁବନେଶ୍ୱର,: ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ଜୋର୍‌ଦାର୍ ଚାଲିଛି । କେଉଁ ଆସନ କାହା ପାଇଁ ସଂରକ୍ଷଣ ରହିବ, ସେ ନେଇ ଶୁଣାଣି ପ୍ରକ୍ରିୟା ଆରମ୍ଭ ହୋଇଗଲାଣି। ଆସନ୍ତା ୨୬ ତାରିଖରେ ଜିଲ୍ଲାପାଳ ଓ ରାଜ୍ୟ ସରକାର ସଂରକ୍ଷଣ ତାଲିକା ଧରାଇ ଦେବା ପରେ ସାଙ୍ଗେ ସାଙ୍ଗେ ରାଜ୍ୟ ନିର୍ବାଚନ କମିସନ ଭୋଟର ତାଲିକା ପ୍ରସ୍ତୁତି ସଂକ୍ରାନ୍ତ ବିଜ୍ଞପ୍ତି ଜାରି କରିବେ ।

ଆହୁରି ପଢ଼ନ୍ତୁ: ବାଲିଅନ୍ତାରେ ପୁଣି ବର୍ବରତା ! ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଲୁହା ରଡ୍‌ରେ ପିଟିପିଟି ହତ୍ୟା

ଏପଟେ ପୌର ନିର୍ବାଚନ ସଂରକ୍ଷଣ ସଂକ୍ରାନ୍ତ ଗେଜେଟ ବିଜ୍ଞପ୍ତି ପ୍ରକାଶ ପରେ ଏହି ନିର୍ବାଚନ ସରକାର ତତ୍କାଳ କରିବେ କି ନାହିଁ; ତାହା ଉପରେ ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ଅଙ୍କ କଷା ଆରମ୍ଭ କରିଛନ୍ତି। ଅତି ବିଶ୍ବସ୍ତ ସୂତ୍ରରୁ ମିଳୁଥିବା ସୂଚନା ମୁତାବକ, ପଞ୍ଚାୟତ ଭଳି ପୌର ନିର୍ବାଚନ ଏତେ ଶୀଘ୍ର କରିବା ସମ୍ଭବ ହୋଇ ନ ପାରେ। ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ପଞ୍ଚାୟତ ନିର୍ବାଚନରେ ୱାର୍ଡ ବା ପଞ୍ଚାୟତ ସୀମା ନିର୍ଧାରଣ କରାଗଲା ନାହିଁ । ଯେହେତୁ ଏହି ପ୍ରକ୍ରିୟା ଗତ ନିର୍ବାଚନରେ ଶେଷ ହୋଇଥିଲା, ଏଣୁ ଏହାର ଆବଶ୍ୟକତା ନ ଥିଲା । ହେଲେ ପୌର ନିର୍ବାଚନ ପୂର୍ବରୁ ୱାର୍ଡ଼ ସୀମା ନିର୍ଧାରଣ ବା ପୌରାଞ୍ଚଳ ସୀମା ନିର୍ଧାରଣ ନିଶ୍ଚିତ କରିବାକୁ ହେବ । କାରଣ, ଇତିମଧ୍ୟରେ ଅନେକ ସହରର ଆକାର ବଢ଼ିଛି। ସେସବୁକୁ ଅନ୍ତର୍ଭୁକ୍ତ କରିବାକୁ ହେବ। ଭୁବନେଶ୍ବର ସହରକୁ ଉଦାହରଣ ଭାବେ ନେଲେ ବୁଝିହେଉଛି ଯେ ସହରଟି ଚାରିପଟୁ ଅନେକ କିଲୋମିଟର ପର୍ଯ୍ୟନ୍ତ ବଢ଼ିଗଲାଣି। ସହର ଭିତରକୁ ଆସିଥିବା ଏତେ ସଂଖ୍ୟକ ଲୋକଙ୍କୁ ବାଦ୍ ଦେଇ ନିର୍ବାଚନ କରିବା ସହଜ ନୁହେଁ । ଏଥିଲାଗି ପୂରା ରାଜ୍ୟରେ ସବୁ
ପୌରାଞ୍ଚଳରେ ସୀମା ପୁନଃ ନିର୍ଧାରଣ ଜରୁରୀ ।

ରାଜ୍ୟ ସରକାରଙ୍କ ସୂତ୍ରରୁ ଜଣାପଡିଛି ଯେ, ପୌର ନିର୍ବାଚନକ୍ଷେତ୍ରରେ ସୀମା ନିର୍ଧାରଣ ପ୍ରକ୍ରିୟାଟି ସବୁଠାରୁ ଜଟିଳ । କାରଣ ସୀମା ବିବାଦ ସଂକ୍ରାନ୍ତ ସମସ୍ତ ଆପରି ଅଭିଯୋଗକୁ ନିଜେ ନଗର ଉନ୍ନୟନ ମନ୍ତ୍ରୀ ଶୁଣିବେ । ମନ୍ତ୍ରୀଙ୍କ କୋର୍ଟରେ ବିଚାର ପରେ ଯାଇ ବିବାଦ ଉଠିଥିବା ଅଞ୍ଚଳର ସୀମା ଉପରେ ନିଷ୍ପତ୍ତି ହେବ। ସେହିଭଳି ରାଜ୍ୟ ସରକାରଙ୍କ ନିକଟରେ ଏବେ ଅନେକ ଅଞ୍ଚଳକୁ ଏନଏସି, ମ୍ୟୁନିସିପାଲିଟି ଘୋଷଣା ସଂକ୍ରାନ୍ତ ପ୍ରସ୍ତାବ ଅଟକି ରହିଛି। ଏସବୁକୁ ମଧ୍ୟ ସରକାର ବିଚାରକୁ ନେଇପାରନ୍ତି । ଅତଏବ
ପଞ୍ଚାୟତ ନିର୍ବାଚନ ସହିତ ବା ପରେ ପରେ ପୌର ନିର୍ବାଚନ ହେବା ସମ୍ଭାବନା କ୍ଷୀଣ।

ରାଜ୍ୟ ନିର୍ବାଚନ କମିସନଙ୍କ କାର୍ଯ୍ୟାଳୟରୁ ମିଳୁଥିବା ସୂଚନା ଅନୁସାରେ, ଥରେ ଯେତେବେଳେ ରାଜ୍ୟ ସରକାର ସୀମା ନିର୍ଧାରଣ କରିବେ ଓ ସଂରକ୍ଷଣ ପ୍ରକ୍ରିୟା ସାରିବେ, ତା’ ପରେ ଯାଇ ପୌର ଭୋଟର ତାଲିକା ପ୍ରସ୍ତୁତ କରାଯିବ। ପୌରାଞ୍ଚଳରେ ପାଖାପାଖ୍ ୪୫ ଲକ୍ଷରୁ ୫୦ ଲକ୍ଷ ଭୋଟର ଭାଗ ନେବେ ବା ଏହି ସଂଖ୍ୟା ଅଳ୍ପ କିଛି ଲକ୍ଷ ବଢ଼ିପାରନ୍ତି । ଏଣୁ ପଞ୍ଚାୟତ ନିର୍ବାଚନ ଭଳି ଏଥରେ ୩ କୋଟି ପାଖାପାଖୁ ଭୋଟର ଭାଗ ନେବେ ନାହିଁ। ଅତଏବ ଏହା ଏକ ଛୋଟ ନିର୍ବାଚନ। ପୁଣି ଏଥିରେ ବାଲାଟ୍ ନୁହେଁ; ଇଭିଏମ୍ ବ୍ୟବହାର ହୋଇଥାଏ। ଏଣୁ ଏହି ପ୍ରକ୍ରିୟାରେ ସରକାରଙ୍କ ପାଖରେ  ଅଧିକ କାମ ଏବଂ ରାଜ୍ୟ ନିର୍ବାଚନ କମିସନଙ୍କ ପାଖରେ କମ୍ କାମଥାଏ ।

ବର୍ତ୍ତମାନ ପରିସ୍ଥିତିରେ ସଂରକ୍ଷଣ ସଂକ୍ରାନ୍ତ ଗେଜେଟ୍‌ ବିଜ୍ଞପ୍ତି ପ୍ରକାଶ ପାଇଲେ ବି ପୌର ନିର୍ବାଚନ ତା’ ସହିତ ବା ପରେ ପରେ କରାଯିବା କାଠିକର ପାଠ ବୋଲି କମିସନର ଜଣେ ଅଧିକାରୀ କହିଛନ୍ତି ।

ଏହି ସୂତ୍ରରୁ ମିଳୁଥିବା ସୂଚନା ମୁତାବକ, ପୂଜା ଛୁଟି ସରିଯାଇଛି । ଏହାପରେ କମିସନ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟାକୁ ଅଧିକ ତ୍ବରାନ୍ବିତ କରିବେ । ଯେହେତୁ ପ୍ରଥମ ଥର ପାଇଁ ବ୍ଲକ୍‌ରେ ଗଣତି ବ୍ୟବସ୍ଥା ହେଉଛି, ଏଣୁ ସେଥିପାଇଁ କି ପ୍ରସ୍ତୁତି ହେବ, କିଭଳି ଭୋଟ୍ ବାକ୍ସ ସୁରକ୍ଷିତ ରହିବ, ସେଥିପାଇଁ କି କି ପଦକ୍ଷେପନେବାକୁ ହେବ, କେତେ ଦିନ ପର୍ଯ୍ୟନ୍ତ ଗଣତି ଚାଲିବ, ଫଳ ପ୍ରକାଶନ ପାଇଁ କି ହେବ, ସର୍ବୋପରି ବାଲାଟ ଗଣତି ପାଇଁ କେଉଁ ବର୍ଗର ଏବଂ କେତେ ଅଫିସର ନିୟୋଜିତ ହେବେ, ସେ ସଂକ୍ରାନ୍ତରେ ଏକ ବିସ୍ତୃତ ନିର୍ଦେଶାଳବଳୀ କମିସନ ଜାରି କରିବେ । ଏ ସଂକ୍ରାନ୍ତ ନିଷ୍ପତ୍ତି ସରିଛି । ଆସନ୍ତା ସପ୍ତାହରେ ଏହି ନିର୍ଦେଶନାମା ପ୍ରକାଶ ପାଇବ ଏବଂ ୨୬ ତାରିଖ ପରେ ପରେ ଭୋଟର ତାଲିକା ପ୍ରସ୍ତୁତି ଆରମ୍ଭ ହେବ।

ରାଜ୍ୟ ନିର୍ବାଚନ କମିସନଙ୍କ କାର୍ଯ୍ୟାଳୟ ପକ୍ଷରୁ ଆହୁରି ସୂଚନା ମିଳିଛି ଯେ, ଠିକ୍ ସମୟରେ ପଞ୍ଚାୟତ ନିର୍ବାଚନ କରାଯିବ । ଯଦି ସଂରକ୍ଷଣକୁ ନେଇ କିଛି ମାମଲା ବି ହୁଏ, ତେବେ ମଧ୍ୟ ଭୋଟର ତାଲିକା ପ୍ରସ୍ତୁତି ଜାରି ରହିବ। ଯଦି ସ୍ଥିତି ସ୍ବାଭାବିକ ରହେ, କୋର୍ଟରେ ମାମଲା ଆଦି ବାଧକ ନ ସାଜେ ଆପାତତଃ ଯାହା ସ୍ଥିର ହୋଇଛି, ଡିସେମ୍ବର ଶେଷ ସପ୍ତାହରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଜାରି କରାଯିବ। ଭୋଟ ଗଣତି ପ୍ରକ୍ରିୟା (ବ୍ଲକରେ ହେଉଥିବା କାରଣରୁ ଗୋଟିଏ ଦିନରେ ଫଳ ପ୍ରକାଶ ପାଇପାରିବ ନାହିଁ) ବିଳମ୍ବ ହେବା ପରିପ୍ରେକ୍ଷୀରେ ଫେବ୍ରୁଆରି ଦ୍ଵିତୀୟ ସପ୍ତାହରେ ପଞ୍ଚାୟତ ନିର୍ବାଚନ କରାଯିବାକୁ ଆପାତତଃ ସ୍ଥିର ହୋଇଥିବା ଏହି ସୂତ୍ରରୁ ଜଣାପଡ଼ିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର