ଟମାଟୋ ୮୦, ଆଳୁ ୨୦

The Sakala Picture
Published On

ଭୁବନେଶ୍ୱର: ଦିନକୁ ଦିନ ମହଙ୍ଗା ହେବାରେ ଲାଗିଛି ବଜାର ଦର। ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ୍ ପରେ ପିଆଜ ଦର ଆକାଶଛୁଆଁ ହେଲା । ଏବେ ପାଳି ଟମାଟୋ ଆଉ ଆଳୁର। ମାତ୍ର ମାସଟା ଭିତରେ ପିଆଜ ଦର ଯେଉଁଭଳି ଭାବେ କିଲୋ ପିଛା ୨୦ ଟଙ୍କାରୁ ୫୦ ଟଙ୍କା ହେଲା ସେହିଭଳି ଏବେ ଟମାଟୋ ଦର ବଢ଼ିବାରେ ଲାଗିଛି । ଏଥିରୁ ବାଦ୍ ପଡ଼ିନି ଆଳୁ ଦର। ମାତ୍ର ସପ୍ତାହକ ମଧ୍ୟରେ ଆଳୁ କିଲୋ ୫ […]

ଭୁବନେଶ୍ୱର: ଦିନକୁ ଦିନ ମହଙ୍ଗା ହେବାରେ ଲାଗିଛି ବଜାର ଦର। ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ୍ ପରେ ପିଆଜ ଦର ଆକାଶଛୁଆଁ ହେଲା । ଏବେ ପାଳି ଟମାଟୋ ଆଉ ଆଳୁର। ମାତ୍ର ମାସଟା ଭିତରେ ପିଆଜ ଦର ଯେଉଁଭଳି ଭାବେ କିଲୋ ପିଛା ୨୦ ଟଙ୍କାରୁ ୫୦ ଟଙ୍କା ହେଲା ସେହିଭଳି ଏବେ ଟମାଟୋ ଦର ବଢ଼ିବାରେ ଲାଗିଛି । ଏଥିରୁ ବାଦ୍ ପଡ଼ିନି ଆଳୁ ଦର। ମାତ୍ର ସପ୍ତାହକ ମଧ୍ୟରେ ଆଳୁ କିଲୋ ୫ ଟଙ୍କା ବଢ଼ିଲାଣି । ସେହିଭଳି ମାତ୍ର ଦୁଇ ଦିନରେ ଖୁଚୁରା ବଜାରରେ ଟମାଟୋ କିଲୋ ୨୦ ଟଙ୍କା ବୃଦ୍ଧି ଘଟିଛି। ମାସକ ତଳେ କିଲୋ ଚାରି ଟଙ୍କା ଯୋଗୁ ନାସିକ୍ ଏବଂ ଔରଙ୍ଗାବାଦରେ ଚାଷୀମାନେ ରାସ୍ତାରେ ଟମାଟୋ ଫିଙ୍ଗି ଦେଇଥିଲେ। ଏବେ ମାସେ ପରେ ପରିସ୍ଥିତି ସମ୍ପୂର୍ଣ ଭାବେ ପଲଟିଯାଇଛି। କିଲେ ଟମାଟୋ ପାଇଁ ଖାଉଟି ଗଣୁଛନ୍ତି ୮୦ ଟଙ୍କା। ଏହିଭଳି ବଜର ଦରରୁ ଯାହା ଲାଗୁଛି ସତେ ଯେମିତି ପାର୍ବଣ ଆସିଲେ ପ୍ରତିବର୍ଷ ଆଳୁ, ପିଆଜଠାରୁ ଟମାଟୋ ଦର ବଢ଼ିବା ଏକ ଧାରାରେ ପରିଣତ ହୋଇଯାଇଛି।

ଆହୁରି ପଢ଼ନ୍ତୁ: ଆଜି ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ, ଭୂମିପୁତ୍ରଙ୍କୁ ମନେ ପକାଉଛି ସାରା ରାଜ୍ୟ

ଅଗଷ୍ଟ ମାସର ଶେଷ ସପ୍ତାହରେ ଦେଶରେ ଟମାଟୋର ଅଭାବି ବିକ୍ରି ଦେଖାଯାଇଥିଲା। ସେତେବେଳେ ନାସିକ୍ ଏବଂ ଔରଙ୍ଗାବାଦର କୃଷକମାନେ କିଲୋ ପିଛା ୪ ଟଙ୍କାରେ ପହଞ୍ଚିବା ପରେ କ୍ଵିଣ୍ଟାଲ କ୍ବିଣ୍ଟାଲ ପରିମାଣର ଟମାଟୋ ରାସ୍ତାରେ ଫିଙ୍ଗିଦେଇଥିଲେ। ଏବେ ଆଉ ସେହି ସମୟ ନାହିଁ । ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶ ଭଳି ଉତ୍ପାଦନକାରୀ ରାଜ୍ୟରେ ଟମାଟୋ ଫସଲ ଅତ୍ୟଧିକ ବର୍ଷା ଯୋଗୁ ନଷ୍ଟ ହୋଇଯାଇଛି । ଏମିତିକି ପ୍ରବଳ ବର୍ଷା ଯୋଗୁ ମହାରାଷ୍ଟ୍ରର ନାସିକ୍‌ରୁ ଟମାଟୋ ଯୋଗାଣ ପ୍ରଭାବିତ ହୋଇଛି, ଯାହା ବଜାରରେ ଦର ଢ଼େର ଉଚ୍ଚା କରିଛି। ଅପରପକ୍ଷେ ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ଭଳି ଉତ୍ପାଦନକାରୀ ରାଜ୍ୟରୁ ଟମାଟୋ ସରିଯାଉଥିବା ଯୋଗୁ ବଜାରରେ ଏକ ଅପ୍ରିତିକର ପରିସ୍ଥିତି ଦେଖାଦେଇଛି। ରାଜଧାନୀ ଭୁବନେଶ୍ବରର ହାଟ ଏବଂ ବଜାର ଗୁଡିକରେ ଇତିମଧ୍ୟରେ ଟମାଟୋ କିଲୋ ପିଛା ୭୦-୮୦ ଟଙ୍କାରେ ବିକ୍ରି ହେଉଛି। ଦୁଇ ଦିନର ବ୍ୟବଧାନରେ ହଠାତ୍ ଟମାଟୋ କିଲୋ ପିଛା ୨୦ ଟଙ୍କାରୁଅଧିକ ବୃଦ୍ଧି ଖାଉଟିଙ୍କ ହତାଶ କରିଛି ।

ଆହୁରି ପଢ଼ନ୍ତୁ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ଏ ସମ୍ପର୍କରେ କଟକ ଛତ୍ରବଜାର ବ୍ୟବସାୟୀ ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି ଯେ, ମହାରାଷ୍ଟ୍ର ଏବଂ କର୍ଣ୍ଣାଟକରୁ ପୁରୁଣା ଫସଲ ଶେଷ ହୋଇଯାଇଛି । ଏବେ ଛତିଶଗଡ ରାୟପୁରରୁ ଆସିବାକୁ ଥିବା ନୂଆ ଫସଲକୁ ଅପେକ୍ଷା । ସେଠାରୁ ନୂଆ ଟମାଟୋ ବଜାରକୁ ଆସିବାକୁ ଆଉ ୧୫ ଦିନ ଲାଗିବ । ଆହୁରିମଧ ପ୍ରବଳ ବର୍ଷା ଯୋଗୁ ନାସିକ୍‌ରେ ଟମାଟୋ ନଷ୍ଟ ହେବା ଏବଂ ପରିବହନ ଜନିତ ସମସ୍ୟା ଓଡ଼ିଶାରେ ଟମାଟୋ ଦର ମହଙ୍ଗା କରିଛି । ପ୍ରସଙ୍ଗ ଉପରେ ମତ ରଖି ଖାଉଟି ଚନ୍ଦ୍ରଶେଖରପୁର ଅଞ୍ଚଳର ଲକ୍ଷ୍ମୀପ୍ରିୟା ମହାପାତ୍ର କହିଛନ୍ତି ଯେ, ବର୍ତ୍ତମାନ ବଜାରରେ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ୍ ସହ ଆଳୁ, ପିଆଜ ଭଳି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦର ଯେଉଁ ଭଳି ବୃଦ୍ଧି ଘଟୁଛି ତାହ ଆମ ଭଳି ଗ୍ରାହକଙ୍କୁ ବେଶ ବାଧୁଛି। ଏହା ସାଙ୍ଗକୁ ଟମାଟୋ ଦର ଏବେ ଉଚ୍ଚା ହେବା ନିନ୍ଦନୀୟ ବିଷୟ। ବ୍ୟବସାୟୀମାନେ ପ୍ରତି ବର୍ଷ ଦଶହରା ସମୟରେ ଯୋଗାଣ ଅଭାବ ନାମରେ ଏହି ଭଳି ଦର ବୃଦ୍ଧି କରୁଛନ୍ତି। ଏହା ଉପରେ ପ୍ରଶାସନର ଲଗାମ୍ ଲାଗିବା ଦରକାର ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

ଅପରପକ୍ଷେ ରସୁଲଗଡ଼ର ଖୁଚୁରା ବ୍ଯବସାୟୀ ନାରାୟଣ ସାହୁ କହିଛନ୍ତି ଯେ, ଦୁଇ ଦିନ ହେବ ଆମକୁ ଟମାଟୋ ଏବଂ ଆଳୁ କିଣା ଅଧିକ ପଡୁଛି । ତେଣୁ ଆମେ ତାହାକୁ ଅଧିକ ଦରରେ ବିକ୍ରି କରୁଛୁ। ମଣ୍ଡିରେ ନାସିକ୍‌ରୁ ଯୋଗାଣ କମୁଥିବା କୁହାଯାଉଛି, ତେଣୁ ଦର ଅଧିକ ପଡ଼ୁଥିବା ସେ କହିଛନ୍ତି। ଅପରପକ୍ଷେ ଏସବୁ ସହ ଏବେ ତାଳ ଦେଇ ଖାଉଟି ବଜାରରେ ଆଳୁ ଦର ବଢ଼ିବାରେ ଲାଗିଛି। ସପ୍ତାହକ ମଧ୍ୟରେ ଆଳୁ କିଲୋ ପିଛା ୧୫ରୁ ୨୦ ଟଙ୍କାରେ ପହଞ୍ଚିଲାଣି। ଯଦିବା ପଶ୍ଚିମବଙ୍ଗରୁ ଯୋଗଣ ଠିକ୍‌ଠାକ୍ ରହିଛି ତଥାପି ଦର ବଢ଼ିବାରେ ଲାଗିଛି। ଏବେଠାରୁ ନିୟନ୍ତ୍ରଣ ନ ଲାଗିଲେ ଆଗକୁ ପରିସ୍ଥିତି ଭୟାଭୟ ହେବା ଆଶଙ୍କା କରାଯାଉଛି।

14 Oct 2021 By The Sakala

ଟମାଟୋ ୮୦, ଆଳୁ ୨୦

ଭୁବନେଶ୍ୱର: ଦିନକୁ ଦିନ ମହଙ୍ଗା ହେବାରେ ଲାଗିଛି ବଜାର ଦର। ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ୍ ପରେ ପିଆଜ ଦର ଆକାଶଛୁଆଁ ହେଲା । ଏବେ ପାଳି ଟମାଟୋ ଆଉ ଆଳୁର। ମାତ୍ର ମାସଟା ଭିତରେ ପିଆଜ ଦର ଯେଉଁଭଳି ଭାବେ କିଲୋ ପିଛା ୨୦ ଟଙ୍କାରୁ ୫୦ ଟଙ୍କା ହେଲା ସେହିଭଳି ଏବେ ଟମାଟୋ ଦର ବଢ଼ିବାରେ ଲାଗିଛି । ଏଥିରୁ ବାଦ୍ ପଡ଼ିନି ଆଳୁ ଦର। ମାତ୍ର ସପ୍ତାହକ ମଧ୍ୟରେ ଆଳୁ କିଲୋ ୫ ଟଙ୍କା ବଢ଼ିଲାଣି । ସେହିଭଳି ମାତ୍ର ଦୁଇ ଦିନରେ ଖୁଚୁରା ବଜାରରେ ଟମାଟୋ କିଲୋ ୨୦ ଟଙ୍କା ବୃଦ୍ଧି ଘଟିଛି। ମାସକ ତଳେ କିଲୋ ଚାରି ଟଙ୍କା ଯୋଗୁ ନାସିକ୍ ଏବଂ ଔରଙ୍ଗାବାଦରେ ଚାଷୀମାନେ ରାସ୍ତାରେ ଟମାଟୋ ଫିଙ୍ଗି ଦେଇଥିଲେ। ଏବେ ମାସେ ପରେ ପରିସ୍ଥିତି ସମ୍ପୂର୍ଣ ଭାବେ ପଲଟିଯାଇଛି। କିଲେ ଟମାଟୋ ପାଇଁ ଖାଉଟି ଗଣୁଛନ୍ତି ୮୦ ଟଙ୍କା। ଏହିଭଳି ବଜର ଦରରୁ ଯାହା ଲାଗୁଛି ସତେ ଯେମିତି ପାର୍ବଣ ଆସିଲେ ପ୍ରତିବର୍ଷ ଆଳୁ, ପିଆଜଠାରୁ ଟମାଟୋ ଦର ବଢ଼ିବା ଏକ ଧାରାରେ ପରିଣତ ହୋଇଯାଇଛି।

ଅଗଷ୍ଟ ମାସର ଶେଷ ସପ୍ତାହରେ ଦେଶରେ ଟମାଟୋର ଅଭାବି ବିକ୍ରି ଦେଖାଯାଇଥିଲା। ସେତେବେଳେ ନାସିକ୍ ଏବଂ ଔରଙ୍ଗାବାଦର କୃଷକମାନେ କିଲୋ ପିଛା ୪ ଟଙ୍କାରେ ପହଞ୍ଚିବା ପରେ କ୍ଵିଣ୍ଟାଲ କ୍ବିଣ୍ଟାଲ ପରିମାଣର ଟମାଟୋ ରାସ୍ତାରେ ଫିଙ୍ଗିଦେଇଥିଲେ। ଏବେ ଆଉ ସେହି ସମୟ ନାହିଁ । ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶ ଭଳି ଉତ୍ପାଦନକାରୀ ରାଜ୍ୟରେ ଟମାଟୋ ଫସଲ ଅତ୍ୟଧିକ ବର୍ଷା ଯୋଗୁ ନଷ୍ଟ ହୋଇଯାଇଛି । ଏମିତିକି ପ୍ରବଳ ବର୍ଷା ଯୋଗୁ ମହାରାଷ୍ଟ୍ରର ନାସିକ୍‌ରୁ ଟମାଟୋ ଯୋଗାଣ ପ୍ରଭାବିତ ହୋଇଛି, ଯାହା ବଜାରରେ ଦର ଢ଼େର ଉଚ୍ଚା କରିଛି। ଅପରପକ୍ଷେ ମହାରାଷ୍ଟ୍ର ଏବଂ କର୍ଣ୍ଣାଟକ ଭଳି ଉତ୍ପାଦନକାରୀ ରାଜ୍ୟରୁ ଟମାଟୋ ସରିଯାଉଥିବା ଯୋଗୁ ବଜାରରେ ଏକ ଅପ୍ରିତିକର ପରିସ୍ଥିତି ଦେଖାଦେଇଛି। ରାଜଧାନୀ ଭୁବନେଶ୍ବରର ହାଟ ଏବଂ ବଜାର ଗୁଡିକରେ ଇତିମଧ୍ୟରେ ଟମାଟୋ କିଲୋ ପିଛା ୭୦-୮୦ ଟଙ୍କାରେ ବିକ୍ରି ହେଉଛି। ଦୁଇ ଦିନର ବ୍ୟବଧାନରେ ହଠାତ୍ ଟମାଟୋ କିଲୋ ପିଛା ୨୦ ଟଙ୍କାରୁଅଧିକ ବୃଦ୍ଧି ଖାଉଟିଙ୍କ ହତାଶ କରିଛି ।

ଏ ସମ୍ପର୍କରେ କଟକ ଛତ୍ରବଜାର ବ୍ୟବସାୟୀ ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ କହିଛନ୍ତି ଯେ, ମହାରାଷ୍ଟ୍ର ଏବଂ କର୍ଣ୍ଣାଟକରୁ ପୁରୁଣା ଫସଲ ଶେଷ ହୋଇଯାଇଛି । ଏବେ ଛତିଶଗଡ ରାୟପୁରରୁ ଆସିବାକୁ ଥିବା ନୂଆ ଫସଲକୁ ଅପେକ୍ଷା । ସେଠାରୁ ନୂଆ ଟମାଟୋ ବଜାରକୁ ଆସିବାକୁ ଆଉ ୧୫ ଦିନ ଲାଗିବ । ଆହୁରିମଧ ପ୍ରବଳ ବର୍ଷା ଯୋଗୁ ନାସିକ୍‌ରେ ଟମାଟୋ ନଷ୍ଟ ହେବା ଏବଂ ପରିବହନ ଜନିତ ସମସ୍ୟା ଓଡ଼ିଶାରେ ଟମାଟୋ ଦର ମହଙ୍ଗା କରିଛି । ପ୍ରସଙ୍ଗ ଉପରେ ମତ ରଖି ଖାଉଟି ଚନ୍ଦ୍ରଶେଖରପୁର ଅଞ୍ଚଳର ଲକ୍ଷ୍ମୀପ୍ରିୟା ମହାପାତ୍ର କହିଛନ୍ତି ଯେ, ବର୍ତ୍ତମାନ ବଜାରରେ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ୍ ସହ ଆଳୁ, ପିଆଜ ଭଳି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଦର ଯେଉଁ ଭଳି ବୃଦ୍ଧି ଘଟୁଛି ତାହ ଆମ ଭଳି ଗ୍ରାହକଙ୍କୁ ବେଶ ବାଧୁଛି। ଏହା ସାଙ୍ଗକୁ ଟମାଟୋ ଦର ଏବେ ଉଚ୍ଚା ହେବା ନିନ୍ଦନୀୟ ବିଷୟ। ବ୍ୟବସାୟୀମାନେ ପ୍ରତି ବର୍ଷ ଦଶହରା ସମୟରେ ଯୋଗାଣ ଅଭାବ ନାମରେ ଏହି ଭଳି ଦର ବୃଦ୍ଧି କରୁଛନ୍ତି। ଏହା ଉପରେ ପ୍ରଶାସନର ଲଗାମ୍ ଲାଗିବା ଦରକାର ବୋଲି ସେ କହିଛନ୍ତି।

ଅପରପକ୍ଷେ ରସୁଲଗଡ଼ର ଖୁଚୁରା ବ୍ଯବସାୟୀ ନାରାୟଣ ସାହୁ କହିଛନ୍ତି ଯେ, ଦୁଇ ଦିନ ହେବ ଆମକୁ ଟମାଟୋ ଏବଂ ଆଳୁ କିଣା ଅଧିକ ପଡୁଛି । ତେଣୁ ଆମେ ତାହାକୁ ଅଧିକ ଦରରେ ବିକ୍ରି କରୁଛୁ। ମଣ୍ଡିରେ ନାସିକ୍‌ରୁ ଯୋଗାଣ କମୁଥିବା କୁହାଯାଉଛି, ତେଣୁ ଦର ଅଧିକ ପଡ଼ୁଥିବା ସେ କହିଛନ୍ତି। ଅପରପକ୍ଷେ ଏସବୁ ସହ ଏବେ ତାଳ ଦେଇ ଖାଉଟି ବଜାରରେ ଆଳୁ ଦର ବଢ଼ିବାରେ ଲାଗିଛି। ସପ୍ତାହକ ମଧ୍ୟରେ ଆଳୁ କିଲୋ ପିଛା ୧୫ରୁ ୨୦ ଟଙ୍କାରେ ପହଞ୍ଚିଲାଣି। ଯଦିବା ପଶ୍ଚିମବଙ୍ଗରୁ ଯୋଗଣ ଠିକ୍‌ଠାକ୍ ରହିଛି ତଥାପି ଦର ବଢ଼ିବାରେ ଲାଗିଛି। ଏବେଠାରୁ ନିୟନ୍ତ୍ରଣ ନ ଲାଗିଲେ ଆଗକୁ ପରିସ୍ଥିତି ଭୟାଭୟ ହେବା ଆଶଙ୍କା କରାଯାଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର