ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

The Sakala Picture
Published On

ଭୁବନେଶ୍ବର : ନିର୍ବାଚନ ପ୍ରଚାର ସମୟରେ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହସ୍ପିଟାଲରେ ଚିକିତ୍ସିତ ଥିବା ନେଇ ସେ ଚିନ୍ତା ପ୍ରକଟ କରିଛନ୍ତି। ମମତାଙ୍କ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରିଥିବା ନେଇ ଟୁଇଟ କରି ସୂଚନା ଦେଇଛନ୍ତ ମୁଖ୍ୟମନ୍ତ୍ରୀ। Concerned to know about the hospitalization of West Bengal Chief Minister @MamataOfficial. Wishing her […]

ଭୁବନେଶ୍ବର : ନିର୍ବାଚନ ପ୍ରଚାର ସମୟରେ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହସ୍ପିଟାଲରେ ଚିକିତ୍ସିତ ଥିବା ନେଇ ସେ ଚିନ୍ତା ପ୍ରକଟ କରିଛନ୍ତି। ମମତାଙ୍କ ସ୍ୱାସ୍ଥ୍ୟ ପାଇଁ ପ୍ରାର୍ଥନା କରିଥିବା ନେଇ ଟୁଇଟ କରି ସୂଚନା ଦେଇଛନ୍ତ ମୁଖ୍ୟମନ୍ତ୍ରୀ।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

ନନ୍ଦିଗ୍ରାମରେ ପ୍ରଚାର ବେଳେ ଟିଏମସି ନେତ୍ରୀ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆହତ ହୋଇଛନ୍ତି । ତାଙ୍କ ବାମ ପାଦରେ ଗଭୀର ଆଘାତ ଲାଗିଛି । ଏସ୍‌ଏସ୍‌କେଏମ୍‌ ହସ୍ପିଟାଲ୍‌’ରେ ଭର୍ତ୍ତି ହୋଇଥିବା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବଳାଗଣ୍ଠି ଓ କାନ୍ଧ ହାଡ଼ରେ ଭୀଷଣ ଆଘାତ ଲାଗିଥିବାରୁ ତାଙ୍କୁ ୪୮ ପର୍ଯ୍ୟବେକ୍ଷଣରେ ରଖାଯିବ ବୋଲି ଡାକ୍ତରମାନେ କହିଛନ୍ତି।

‘ଆଇପିଜିଏମ୍‌ଆର୍‌ ଆଣ୍ଡ୍‌ ଏସ୍‌ଏସ୍‌କେଏମ୍‌’ର ଡାକ୍ତର ଏମ୍‌. ବନ୍ଦୋପାଧ୍ୟାୟ କହିଛନ୍ତି, ପ୍ରାଥମିକ ପରୀକ୍ଷାରୁ ଜଣାପଡ଼ିଛି ଯେ, ତାଙ୍କ ବାମ ଗୋଡ଼ର ବଳାଗଣ୍ଠି ହାଡ଼ରେ ଭୀଷଣ ଆଘାତ ଲାଗିଛି ଓ ବାମ ପାଦ କ୍ଷତାକ୍ତ ହୋଇଛି। ତାଙ୍କର ଡାହାଣ କାନ୍ଧ, ବାହୁ ଓ ବେକରେ ମଧ୍ୟ ଆଘାତ ଲାଗିଛି। ଅଘଟଣ ପରଠାରୁ ଛାତିରେ ଯନ୍ତ୍ରଣା ହେବା ସହ ଅଣନିଃଶ୍ୱାସୀ ଲାଗୁଥିବା କଥା ମୁଖ୍ୟମନ୍ତ୍ରୀ କହୁଛନ୍ତି। ମମତାଙ୍କ ଚିକିତ୍ସା ପାଇଁ ଏକ ପାଞ୍ଚ ଜଣିଆ ଡାକ୍ତରୀ ଟିମ୍ ଗଠନ କରାଯାଇଛି। ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ତାଙ୍କୁ ଡାକ୍ତରୀ ପର୍ଯ୍ୟବେକ୍ଷଣରେ ରଖାଯିବ।

ସେପଟେ ମମତା ଆହତ ହେବା ଘଟଣାକୁ ନାଟକ ବୋଲି କହିଛନ୍ତି ବିଜେପି ଓ କଂଗ୍ରେସ ।  ମମତା ବାନାର୍ଜୀଙ୍କ ହୋଇଥିବା ଆକ୍ରମଣ ଘଟଣାକୁ ନେଇ ପଶ୍ଚିମବଙ୍ଗର ବିଜେପି ପ୍ରଭାରୀ କୈଳାଶ ବିଜୟବର୍ଗୀୟ କହିଛନ୍ତି, ଏସବୁକିଛି ସହାନୁଭୂତି ପାଇବା ପାଇଁ ମମତା କରୁଛନ୍ତି । କାରଣ ବଙ୍ଗରୁ ତାଙ୍କ ପାଦ ଖସିସାରିଛି । ସେ ନାଟକ କରୁଥିବା କହିଛନ୍ତି ।

ସେପଟେ ମତଦାନ ପୂର୍ବରୁ ସହାନୁଭୂତି ପାଇବାକୁ ଏହା ଦିଦିଙ୍କ ରାଜନୈତିକ ପାଖଣ୍ଡ ବୋଲି କହିଛନ୍ତି କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ । ଅଧିର ରଞ୍ଜନ କହିଛନ୍ତି, ନନ୍ଦୀଗ୍ରାମ ସିଟରେ ଅସୁବିଧାର ସମ୍ମୁଖୀନ ହେବା ଦେଖି ଦିଦି ଏଭଳି ନାଟକ କରୁଛନ୍ତି । ସେଠାରେ ପୁଲିସ କି ମନ୍ତ୍ରୀ ନଥିବା ଅବିଶ୍ବାସର ବିଷୟ ବୋଲି କହିଛନ୍ତି ଅଧିର ରଞ୍ଜନ ।

ମମତା ଅଭିଯୋଗ କରିଥିଲେ, ଗତକାଲି ନନ୍ଦିଗ୍ରାମରେ ପ୍ରଚାର ସାରି ଫେରିବେ ବେଳେ ଚାରି ପାଞ୍ଚ ଜଣ ଲୋକ ତାଙ୍କୁ ଧକ୍କା ଦେଇଥିଲେ । ଏହାପରେ ସେ ତଳେ ପଡ଼ି ଯାଇଥିଲେ । ଏହାପଛରେ ଷଡ଼ଯନ୍ତ୍ର ଅଭିଯୋଗ ବି ଆଣିଛନ୍ତି ମମତା । ତାଙ୍କୁ ଜେଡ୍ ପ୍ଲସ ସୁରକ୍ଷା ମିଳିଥିବା ବେଳେ କିଭଳି ଆକ୍ରମଣ ହେଲେ ସେନେଇ ବି ଉଠିଛି ପ୍ରଶ୍ନବାଚୀ ।

11 Mar 2021 By The Sakala

https://www.thesakala.in/latest-odisha-news/chief-minister-naveen-patnaik-wished-west-bengal-chief-minister-mamata-banerjee-a-speedy-recovery/article-606
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର