ମାୟାଧର ସେଠୀ ହେବେ ଦ୍ବୈତନଗରୀର ନୂଆ ଟ୍ରାଫିକ ଡିସିପି

The Sakala Picture
Published On

ଭୁବନେଶ୍ବର: କମିସନରେଟ ପୁଲିସର ପ୍ରାକ୍ତନ ଟ୍ରାଫିକ ଡିସିପି ସୌମ୍ୟ ମିଶ୍ର ପଞ୍ଜାବ କ୍ୟାଡରକୁ ଯିବା ପରେ ଟ୍ରାଫିକ ଡିସିପି ପଦବୀ ଖାଲି ପଡ଼ିଥିଲା। ପ୍ରାୟ ୭ ମାସ ପରେ ପୁଣି ବୈତନଗରୀରେ ନୂଆ ଟ୍ରାଫିକ ଡିସିପି ନିଯୁକ୍ତ କରାଯାଇଛି। ଖୋର୍ଦ୍ଧା ମହିଳା ନିରୋଧୀ ହିଂସା ତଦନ୍ତକାରୀ ଶାଖା ( ଆଇୟୁସିଏଡବଲ୍ଯୁ)ର ଅତିରିକ୍ତ ଏସ୍‌ପି ଥିବା ମାୟାଧର ସେଠୀଙ୍କୁ କମିସନରେଟ୍ ଟ୍ରାଫିକ ଡିସିପି ଭାବେ ଯୋଗଦେବେ ବୋଲିସୂଚନା ମିଳିଛି। ସେହିପରି ଆଗକୁ ପାର୍ବଣ ଋତୁ ଆସୁଛି। ଏଥିସହିତ ଦୈତନଗରୀରେ […]

ଭୁବନେଶ୍ବର: କମିସନରେଟ ପୁଲିସର ପ୍ରାକ୍ତନ ଟ୍ରାଫିକ ଡିସିପି ସୌମ୍ୟ ମିଶ୍ର ପଞ୍ଜାବ କ୍ୟାଡରକୁ ଯିବା ପରେ ଟ୍ରାଫିକ ଡିସିପି ପଦବୀ ଖାଲି ପଡ଼ିଥିଲା। ପ୍ରାୟ ୭ ମାସ ପରେ ପୁଣି ବୈତନଗରୀରେ ନୂଆ ଟ୍ରାଫିକ ଡିସିପି ନିଯୁକ୍ତ କରାଯାଇଛି। ଖୋର୍ଦ୍ଧା ମହିଳା ନିରୋଧୀ ହିଂସା ତଦନ୍ତକାରୀ ଶାଖା ( ଆଇୟୁସିଏଡବଲ୍ଯୁ)ର ଅତିରିକ୍ତ ଏସ୍‌ପି ଥିବା ମାୟାଧର ସେଠୀଙ୍କୁ କମିସନରେଟ୍ ଟ୍ରାଫିକ ଡିସିପି ଭାବେ ଯୋଗଦେବେ ବୋଲିସୂଚନା ମିଳିଛି।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

ସେହିପରି ଆଗକୁ ପାର୍ବଣ ଋତୁ ଆସୁଛି। ଏଥିସହିତ ଦୈତନଗରୀରେ ଟ୍ରାଫିକ ସମସ୍ୟା ଦେଖାଯିବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଖାଲି ପଡ଼ିଥିବା ଟ୍ରାଫିକ ଡିସିପି ପଦରେ ଅବସ୍ଥାପିତ କରାଯାଇଛି। ସେହିପରି ଅଟକ ରହିଥିବା ଟ୍ରାଫିକର କିଛି ପୁରୁଣା ଯୋଜନାକୁ ପୁନଃ କାର୍ଯ୍ୟକ୍ଷମ କରିବା ଉପରେ ଗୁରୁତ୍ଵ ଦେବେ ବୋଲି ଜଣାପଡ଼ିଛି। ପ୍ରାକ୍ତନ ଟ୍ରାଫିକ ଡିସିପି ସାଗରିକା ନାଥଙ୍କୁ ସୁନ୍ଦରଗଡ଼ ଜିଲ୍ଲାକୁ ବଦଳି କରିବା ପରେ ତାଙ୍କ ସ୍ଥାନରେ ସୌମ୍ୟ ମିଶ୍ରଙ୍କୁ ଟ୍ରାଫିକ ଡିସିପି ଦାୟିତ୍ବ ଦିଆଯାଇଥିଲା।

ଆହୁରି ପଢ଼ନ୍ତୁ: ଜଳେଶ୍ୱର ରେଳ ଷ୍ଟେସନ ନିକଟରେ ଅଘଟଣ: ଟ୍ରେନ ଆଗକୁ ଡେଇଁ ଶାଳୀ-ଭିଣୋଇଙ୍କ ଆତ୍ମହତ୍ୟା

୨୦୨୦ ମସିହା ସେପ୍ଟେମ୍ବର ୫ ତାରିଖରେ ଟ୍ରାଫିକ ଡିସିପି ଭାବେ ସୌମ୍ୟ ମିଶ୍ର ଯୋଗ ଦେଇଥିଲେ। ଏହାପରେ ସେ ୨୦୨୧ ଫେବୃଆରୀ ୧୦ ତାରିଖରେ କ୍ୟାଡର ପରିବର୍ତ୍ତନ କରି ପଞ୍ଜାବ ପଳାଇଥିଲେ। ସେହିଦିନ ଠାରୁ ଉକ୍ତ ପଦବୀ ଖାଲି ପଡ଼ିବା ସହ ଟ୍ରାଫିକର
ଅତିରିକ୍ତ ଡିସିପି କିଶୋର ପାଣିଗ୍ରାହୀଙ୍କୁ ଅତିରିକ୍ତ ଦାୟିତ୍ବ ଦିଆଯାଇଥିଲା। ତେବେ ଦ୍ବୈତନଗରୀରେ ଗାଡ଼ି ଚଳାଚଳ ବଢ଼ିବାରୁ ନୂଆ ଡିସିପିଙ୍କୁ ନିଯୁକ୍ତ କରିଛି ପୁଲିସ ବିଭାଗ।

ସେପଟେ ଟ୍ରାଫିକ ଡିସିପି ଭାବେ ନିଯୁକ୍ତି ପାଇଥିବା ମାୟାଧର ସେଠୀ ପୂର୍ବରୁ କମିସନରେଟ ପୁଲିସରେ କାର୍ଯ୍ୟ କରିଥିଲେ। ସେ ଜୋନ୍-୨ ଏସିପି ଥିଲେ ବୋଲି ସୂଚନା ମିଳିଛି। ଦୈତନଗରୀ ବିଷୟରେ ଅଭିଜ୍ଞତା ଥିବାରୁ ତାଙ୍କୁ  ଭାରପ୍ରାପ୍ତ ଟ୍ରାଫିକ ଡିସିପି ଭାବେ ନିଯୁକ୍ତ ଦେଇଛି ବିଭାଗ।

01 Oct 2021 By The Sakala

ମାୟାଧର ସେଠୀ ହେବେ ଦ୍ବୈତନଗରୀର ନୂଆ ଟ୍ରାଫିକ ଡିସିପି

ଭୁବନେଶ୍ବର: କମିସନରେଟ ପୁଲିସର ପ୍ରାକ୍ତନ ଟ୍ରାଫିକ ଡିସିପି ସୌମ୍ୟ ମିଶ୍ର ପଞ୍ଜାବ କ୍ୟାଡରକୁ ଯିବା ପରେ ଟ୍ରାଫିକ ଡିସିପି ପଦବୀ ଖାଲି ପଡ଼ିଥିଲା। ପ୍ରାୟ ୭ ମାସ ପରେ ପୁଣି ବୈତନଗରୀରେ ନୂଆ ଟ୍ରାଫିକ ଡିସିପି ନିଯୁକ୍ତ କରାଯାଇଛି। ଖୋର୍ଦ୍ଧା ମହିଳା ନିରୋଧୀ ହିଂସା ତଦନ୍ତକାରୀ ଶାଖା ( ଆଇୟୁସିଏଡବଲ୍ଯୁ)ର ଅତିରିକ୍ତ ଏସ୍‌ପି ଥିବା ମାୟାଧର ସେଠୀଙ୍କୁ କମିସନରେଟ୍ ଟ୍ରାଫିକ ଡିସିପି ଭାବେ ଯୋଗଦେବେ ବୋଲିସୂଚନା ମିଳିଛି।

ସେହିପରି ଆଗକୁ ପାର୍ବଣ ଋତୁ ଆସୁଛି। ଏଥିସହିତ ଦୈତନଗରୀରେ ଟ୍ରାଫିକ ସମସ୍ୟା ଦେଖାଯିବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଖାଲି ପଡ଼ିଥିବା ଟ୍ରାଫିକ ଡିସିପି ପଦରେ ଅବସ୍ଥାପିତ କରାଯାଇଛି। ସେହିପରି ଅଟକ ରହିଥିବା ଟ୍ରାଫିକର କିଛି ପୁରୁଣା ଯୋଜନାକୁ ପୁନଃ କାର୍ଯ୍ୟକ୍ଷମ କରିବା ଉପରେ ଗୁରୁତ୍ଵ ଦେବେ ବୋଲି ଜଣାପଡ଼ିଛି। ପ୍ରାକ୍ତନ ଟ୍ରାଫିକ ଡିସିପି ସାଗରିକା ନାଥଙ୍କୁ ସୁନ୍ଦରଗଡ଼ ଜିଲ୍ଲାକୁ ବଦଳି କରିବା ପରେ ତାଙ୍କ ସ୍ଥାନରେ ସୌମ୍ୟ ମିଶ୍ରଙ୍କୁ ଟ୍ରାଫିକ ଡିସିପି ଦାୟିତ୍ବ ଦିଆଯାଇଥିଲା।

୨୦୨୦ ମସିହା ସେପ୍ଟେମ୍ବର ୫ ତାରିଖରେ ଟ୍ରାଫିକ ଡିସିପି ଭାବେ ସୌମ୍ୟ ମିଶ୍ର ଯୋଗ ଦେଇଥିଲେ। ଏହାପରେ ସେ ୨୦୨୧ ଫେବୃଆରୀ ୧୦ ତାରିଖରେ କ୍ୟାଡର ପରିବର୍ତ୍ତନ କରି ପଞ୍ଜାବ ପଳାଇଥିଲେ। ସେହିଦିନ ଠାରୁ ଉକ୍ତ ପଦବୀ ଖାଲି ପଡ଼ିବା ସହ ଟ୍ରାଫିକର
ଅତିରିକ୍ତ ଡିସିପି କିଶୋର ପାଣିଗ୍ରାହୀଙ୍କୁ ଅତିରିକ୍ତ ଦାୟିତ୍ବ ଦିଆଯାଇଥିଲା। ତେବେ ଦ୍ବୈତନଗରୀରେ ଗାଡ଼ି ଚଳାଚଳ ବଢ଼ିବାରୁ ନୂଆ ଡିସିପିଙ୍କୁ ନିଯୁକ୍ତ କରିଛି ପୁଲିସ ବିଭାଗ।

ସେପଟେ ଟ୍ରାଫିକ ଡିସିପି ଭାବେ ନିଯୁକ୍ତି ପାଇଥିବା ମାୟାଧର ସେଠୀ ପୂର୍ବରୁ କମିସନରେଟ ପୁଲିସରେ କାର୍ଯ୍ୟ କରିଥିଲେ। ସେ ଜୋନ୍-୨ ଏସିପି ଥିଲେ ବୋଲି ସୂଚନା ମିଳିଛି। ଦୈତନଗରୀ ବିଷୟରେ ଅଭିଜ୍ଞତା ଥିବାରୁ ତାଙ୍କୁ  ଭାରପ୍ରାପ୍ତ ଟ୍ରାଫିକ ଡିସିପି ଭାବେ ନିଯୁକ୍ତ ଦେଇଛି ବିଭାଗ।

https://www.thesakala.in/latest-odisha-news/mayadhar-will-be-the-new-traffic-dcp-of-the-twin-city/article-5784
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର