ପ୍ରକାଶ ପାଇଲା ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ରେଜଲ୍ଟ

The Sakala Picture
Published On

ଭୁବନେଶ୍ବର : ପ୍ରକାଶ ପାଇଲା ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ପରୀକ୍ଷା ଫଳ । ଆଜି ପରୀକ୍ଷା ଫଳ ଓଜେଇଇ ସାଇଟ୍‌ରେ ପ୍ରକାଶ ପାଇଥିବା ବେଳେ ୪୯ ହଜାର ୨୭୯ ଜଣଙ୍କୁ ର‌୍ୟାଙ୍କ ମିଳିଛି । ବିଟେକ୍ ( ସ୍ପେଶାଲ)ରେ ପୀୟୂଷ ଚନ୍ଦୁକା ଟପ୍ପର ହୋଇଥିବା ବେଳେ ବି.ଫାର୍ମାରେ ଲକ୍ଷ୍ମୀପ୍ରୀୟା ସେନାପତି ଓ ଏମବିଏରେ ଆଷୁତୋଷ ରଥ ଟପ୍ପର ହୋଇଛନ୍ତି । ଛାତ୍ରଛାତ୍ରୀମାନେ ଓଜେଇଇ ୱେବସାଇଟ୍ ojee.nic.inରୁ  ତାଙ୍କର ର‌୍ୟାଙ୍କ କାର୍ଡ  ଡାଉନଲୋଡ୍‌ କରିପାରିବେ । ତେବେ ଚଳିତ […]

ଭୁବନେଶ୍ବର : ପ୍ରକାଶ ପାଇଲା ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ପରୀକ୍ଷା ଫଳ । ଆଜି ପରୀକ୍ଷା ଫଳ ଓଜେଇଇ ସାଇଟ୍‌ରେ ପ୍ରକାଶ ପାଇଥିବା ବେଳେ ୪୯ ହଜାର ୨୭୯ ଜଣଙ୍କୁ ର‌୍ୟାଙ୍କ ମିଳିଛି । ବିଟେକ୍ ( ସ୍ପେଶାଲ)ରେ ପୀୟୂଷ ଚନ୍ଦୁକା ଟପ୍ପର ହୋଇଥିବା ବେଳେ ବି.ଫାର୍ମାରେ ଲକ୍ଷ୍ମୀପ୍ରୀୟା ସେନାପତି ଓ ଏମବିଏରେ ଆଷୁତୋଷ ରଥ ଟପ୍ପର ହୋଇଛନ୍ତି । ଛାତ୍ରଛାତ୍ରୀମାନେ ଓଜେଇଇ ୱେବସାଇଟ୍ ojee.nic.inରୁ  ତାଙ୍କର ର‌୍ୟାଙ୍କ କାର୍ଡ  ଡାଉନଲୋଡ୍‌ କରିପାରିବେ ।

ଆହୁରି ପଢ଼ନ୍ତୁ: ଜଙ୍ଗଲରୁ ନିଖୋଜ ନାବାଳିକାଙ୍କ ଗଳିତ ମୃତଦେହ ଉଦ୍ଧାର, ଗଣଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ

ତେବେ ଚଳିତ ମାସ ୬ ରୁ ୧୮ ତାରିଖ ମଧ୍ୟରେ ହୋଇଥିଲା ଓଜେଇଇ ପରୀକ୍ଷା । ମୋଟ୍ ୪୯ ହଜାର ୩୬୦ ଜଣ ଛାତ୍ରଛାତ୍ରୀ ପ୍ରବେଶିକା ପରୀକ୍ଷା ଦେଇଥିଲେ। ସେଥି ମଧ୍ୟରୁ ୪୯ ହଜାର ୨୭୯ ଜଣଙ୍କୁ ର‌୍ୟାଙ୍କ ମିଳିଛି। କରୋନା କଟକଣା ମଧ୍ୟରେ ୧୨ ଟି ବୈଷୟିକ ଓ ବୃତ୍ତିଗତ ଶିକ୍ଷା ପାଇଁ ପ୍ରବେଶିକା  ପରୀକ୍ଷା କରାଯାଇଥିଲା। କରୋନା ଯୋଗୁଁ ରେଜଲ୍ଟ ପ୍ରକାଶ ପାଇବା ନେଇ ବିଳମ୍ବ ହେବ ବୋଲି ଆଶା କରାଯାଉଥିବା ବେଳେ ଆଜି ପ୍ରକାଶ ପାଇଛି ପରୀକ୍ଷା ଫଳ ।

ଆହୁରି ପଢ଼ନ୍ତୁ: ବାଲିଅନ୍ତାରେ ପୁଣି ବର୍ବରତା ! ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ଲୁହା ରଡ୍‌ରେ ପିଟିପିଟି ହତ୍ୟା

 

ଆହୁରି ପଢ଼ନ୍ତୁ: ସମ୍ଭାବ୍ୟ ବାତ୍ୟାକୁ ନେଇ ରାୟଗଡ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି: ୩ପାୱାର ବୋଟ୍‌ ସହ ୮୪ ଅସ୍ଥାୟୀ ଆଶ୍ରୟସ୍ଥଳୀ ପ୍ରସ୍ତୁତ, ସମସ୍ତ ଅଧିକାରୀଙ୍କ ଛୁଟି ବାତିଲ

 

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର