ନଈକୂଳିଆ ଗାଁରେ କୁମ୍ଭୀର ଆତଙ୍କ, ନଦୀପଠାରୁ ଝାମ୍ଫିନେଲା ଗୃହପାଳିତ ପଶୁ

The Sakala Picture
Published On

ଭଦ୍ରକ/ଆରଡି: ବାତ୍ଯା ଗୁଲାବ ପ୍ରଭାବରେ ଉପରମୁଣ୍ଡରେ ଲଗାଣ ବର୍ଷା ଓ ଧାମରା ମୁହାଣ ନିକଟରେ ସମୁଦ୍ର ଅଶାନ୍ତ ରହିବା ଫଳରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ତଳିଆ ଅଞ୍ଚଳଭାବେ ପରିଚିତ ସୁନ୍ଦରପୁର, ଦୋହରାପାଟଣା, ଓଳଗ, ଅମୃତମଣି ଆଦି ଗାଁ ଦେଇ ପ୍ରବାହିତ ହେଉଥିବା ବୈତରଣୀ ନଦୀ ସମେତ ଅନ୍ଯ ନଦୀ ଉଛୁଳା ରହିଛି। ଫଳରେ ନଦୀରେ ସନ୍ତରଣ କରୁଥିବା ହିଂସ୍ର କୁମ୍ଭୀର ନଦୀପଠା ସମେତ ଅନେକ ନଈକୂଳି ଗାଁ ନିକଟରେ ଶୋଇ ରହୁଛନ୍ତି। ସୋମବାର ସୁନ୍ଦରପୁର ପଞ୍ଚାୟତ […]

ଭଦ୍ରକ/ଆରଡି: ବାତ୍ଯା ଗୁଲାବ ପ୍ରଭାବରେ ଉପରମୁଣ୍ଡରେ ଲଗାଣ ବର୍ଷା ଓ ଧାମରା ମୁହାଣ ନିକଟରେ ସମୁଦ୍ର ଅଶାନ୍ତ ରହିବା ଫଳରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ତଳିଆ ଅଞ୍ଚଳଭାବେ ପରିଚିତ ସୁନ୍ଦରପୁର, ଦୋହରାପାଟଣା, ଓଳଗ, ଅମୃତମଣି ଆଦି ଗାଁ ଦେଇ ପ୍ରବାହିତ ହେଉଥିବା ବୈତରଣୀ ନଦୀ ସମେତ ଅନ୍ଯ ନଦୀ ଉଛୁଳା ରହିଛି। ଫଳରେ ନଦୀରେ ସନ୍ତରଣ କରୁଥିବା ହିଂସ୍ର କୁମ୍ଭୀର ନଦୀପଠା ସମେତ ଅନେକ ନଈକୂଳି ଗାଁ ନିକଟରେ ଶୋଇ ରହୁଛନ୍ତି। ସୋମବାର ସୁନ୍ଦରପୁର ପଞ୍ଚାୟତ ଦୋହରାପାଟଣା ଗାଁ ନିକଟସ୍ଥ ବୈତରଣୀ ନଦୀପଠାରେ କେତେକ ମଇଁଷି ଓ ଘୁଷୁରି ଚରୁଥିବା ବେଳେ ହିଂସ୍ର କୁମ୍ଭୀର ହଠାତ ଝାମ୍ଫ ମାରିଥିଲା। ପାଖରେ ଥିବା ଲୋକ କେହି କହିଥିଲେକି ମଇଁଷି ଶାବକକୁ କୁମ୍ଭୀର ଝାମ୍ଫିନେଲା, ଅନ୍ଯ କେହି ଲୋକ କହିଥିଲେ ଘୁଷୁରୀକୁ ଝାମ୍ଫିନେଲା ବୋଲି । ହେଲେ ହିଂସ୍ର କୁମ୍ଭୀର ନିମିଶକ ମଧ୍ଯରେ ନଦୀଗର୍ଭକୁ ଚାଲିଯାଇଥିଲା। ଯାହାକି ସଠିକ ଭାବେ କିଛି ଜଣାପଡିନଥିଲା।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ଏପରିକି ଭୟରେ ପାଖରେ ଥିବା ଅନ୍ଯ ମଇଁଶି ଓ ଘୁଷୁରି ଦୌଉଡିବାକୁ ଲାଗିଥିଲେ। ଅନେକ ସମୟରେ ନଦୀରେ ହିଂସ୍ର କୁମ୍ଭୀର ସନ୍ତରଣ କରୁଥିବାରୁ ଭୟରେ ନଦୀରେ ଯାତାୟତ କରୁଛନ୍ତି ସ୍ଥାନୀୟ ଲୋକମାନେ। ଏଥି ପୂର୍ବରୁ ହିଂସ୍ର କୁମ୍ଭୀର ନଦୀକୂଳରୁ ଶୌଚ ହେଉଥିବା ଲୋକଙ୍କୁ ନେଇଥିବା ବେଳେ ଆଜି ଏକ ଗୃହପାଳିତ ପଶୁକୁ ଝାମ୍ଫି ନେବାରୁ ଆତଙ୍କିତ ହୋଇ ପଡିଛନ୍ତି ନଦୀକୂଳିଆ। ସ୍ଥାନୀୟ ଲୋକଙ୍କର ଚାଷଜମି ନଈ ଆରପାରି ଅର୍ଥାତ ଯାଜପୁର ଜିଲା ଅଞ୍ଚଳରେ ଥିବାରୁ ପ୍ରତିଦିନ ନଦୀପାର ହୋଇ ଚାଷୀ ଓ ଅନ୍ଯମାନେ ଦେଶୀ ଡଙ୍ଗାରେ ଯାଆ ଆସ କରିଥାନ୍ତି। ହେଲେ ଜୀବନ ଜୀବିକା ପାଇଁ କୁମ୍ଭୀର ଭୟ ଏପରି ଥାଏ ଲୋକମାନେ ନିଜ ଜୀବନକୁ ବାଜି ଲଗାଇ ଯାଆ ଆସ କରିଥାନ୍ତି।

ଆହୁରି ପଢ଼ନ୍ତୁ: ନୟାଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗଛରେ ପିଟି ହେଲା ବସ୍, ଜଣେ ମୃତ ଓ ୨୫ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର