ପଞ୍ଚଭୂତରେ ଲୀନ ହେଲେ ସାମ୍ବାଦିକ ଅରିନ୍ଦମ ଦାସ

The Sakala Picture
Published On

ଭୁବନେଶ୍ୱର: ପଞ୍ଚଭୂତରେ ଲୀନ ହେଲେ ସାମ୍ବାଦିକ ଅରିନ୍ଦମ ଦାସ । ତାଙ୍କ ଅକାଳ ବିୟୋଗ ପରେ କେନ୍ଦୁଝରରରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ଜନ୍ମମାଟିରେ କେନ୍ଦୁଝର ପାଟଣା ବ୍ଲକ ରାଜନଗର ରାଇକଳା ଗ୍ରାମରେ ଶୋକାକୂଳ ପରିବେଶରେ ଅନ୍ତିମ ସଂସ୍କାର କରାଯାଇଛି । କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ । ଅରିନ୍ଦମଙ୍କ ପତ୍ନୀ ଓ ମା’ ସମ୍ପୂର୍ଣ୍ଣ ବାକଶୂନ୍ୟ ହୋଇପଡିଛନ୍ତି। ସୂଚନା ଅନୁଯାୟୀ, ବୈତରଣୀ ନଦୀକୂଳରେ ଅରିନ୍ଦମଙ୍କ ଶେଷକୃତ୍ୟ ହୋଇଛି । ଏହି ଅବସରରେ ଶେଷ ଦର୍ଶନ […]

ଭୁବନେଶ୍ୱର: ପଞ୍ଚଭୂତରେ ଲୀନ ହେଲେ ସାମ୍ବାଦିକ ଅରିନ୍ଦମ ଦାସ । ତାଙ୍କ ଅକାଳ ବିୟୋଗ ପରେ କେନ୍ଦୁଝରରରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ଜନ୍ମମାଟିରେ କେନ୍ଦୁଝର ପାଟଣା ବ୍ଲକ ରାଜନଗର ରାଇକଳା ଗ୍ରାମରେ ଶୋକାକୂଳ ପରିବେଶରେ ଅନ୍ତିମ ସଂସ୍କାର କରାଯାଇଛି । କାନ୍ଦ ବୋବାଳିରେ ଫାଟି ପଡୁଛି ଗାଁ । ଅରିନ୍ଦମଙ୍କ ପତ୍ନୀ ଓ ମା’ ସମ୍ପୂର୍ଣ୍ଣ ବାକଶୂନ୍ୟ ହୋଇପଡିଛନ୍ତି। ସୂଚନା ଅନୁଯାୟୀ, ବୈତରଣୀ ନଦୀକୂଳରେ ଅରିନ୍ଦମଙ୍କ ଶେଷକୃତ୍ୟ ହୋଇଛି । ଏହି ଅବସରରେ ଶେଷ ଦର୍ଶନ କରିଛନ୍ତି ପାଟଣା ବିଧାୟକ ଜଗନ୍ନାଥ ନାଏକ, ପୂର୍ବତନ ମନ୍ତ୍ରୀ ତଥା ଘସିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ର ।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଗାନ୍ଧିମାର୍ଗରେ ସ୍କୁଲ ଓ କଲେଜ ଶିକ୍ଷକଙ୍କ ବିକ୍ଷୋଭ, ଗ୍ରାଣ୍ଟ-ଇନ୍-ଏଡ୍ ସମେତ ବିଭିନ୍ନ ଦାବି

ଉଲ୍ଲେଖଯୋଗ୍ୟ, ଗତକାଲି ହାତୀ ଉଦ୍ଧାର ବେଳେ ଓଡ୍ରାଫ୍ ବୋଟ୍ ଓଲଟି ଯାଇଥିଲା। ବୋଟ୍ ଓଲଟିବା ପରେ ଭାସି ଯାଇଥିବା ଗଣମାଧ୍ୟମ ପ୍ରତିନିଧି ଅରିନ୍ଦମ ଦାସଙ୍କ ଅକାଳ ବିୟୋଗ ହୋଇଥିଲା। ବୋଟ୍ ଓଲଟିବା ପରେ ଓଡ୍ରାଫ୍ ଟିମ୍ ସହ ଘରୋଇ ଟିଭି ଚ୍ୟାନେଲର ପ୍ରତିନିଧି ଓ କ୍ୟାମେରାମ୍ୟାନ ଭାସି ଯାଇଥିଲେ । ଭାସିଯିବାର କିଛି ସମୟ ପରେ ଖୋଜାଖୋଜି ଆରମ୍ଭ ହୋଇଥିଲା । ଦେଶୀ ଡଙ୍ଗାରେ ଅରିନ୍ଦମଙ୍କୁ ମୁର୍ମୁଷୁ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ପରବର୍ତ୍ତୀ ସମୟରେ ୪ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଏସସିବିରେ ଭର୍ତ୍ତି କରାଯାଇଥିଲା। ୨ ଗଣମାଧ୍ୟମ ପ୍ରତିନିଧିଙ୍କ ଅବସ୍ଥା ଗୁରୁତର ରହିଥିଲା। ଏହି ଅଘଟଣରେ ଅରିନ୍ଦମ ଦାସଙ୍କ ଅକାଳ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ କଟକ ବଡ ମେଡିକାଲରେ ଚିକିତ୍ସାଧୀନ ରହିଛନ୍ତି ।

ଆହୁରି ପଢ଼ନ୍ତୁ: ବିଜେପିର ଜନବିରୋଧୀ ନୀତି ପାଇଁ ଓଡ଼ିଶା ଉପେକ୍ଷିତ: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର