ଷ୍ଟାରପ୍ଲସରେ ଖୁବ୍ ଶୀଘ୍ର ପ୍ରସାରିତ ହେବାକୁ ଯାଉଛି ଧାରାବାହିକ ‘ବିଦ୍ରୋହ’, ଯେଉଁଥିରେ ଦେଖିବାକୁ ମିଳିବ ଇଂରେଜଙ୍କ ବିରୁଦ୍ଧରେ ବକ୍ସି ଜଗବନ୍ଧୁଙ୍କ ଲଢ଼େଇ
ଭୁବନେଶ୍ୱର: ପାଇକ ବିଦ୍ରୋହର କାହାଣୀକୁ ନେଇ ଆଧାରିତ ଧାରାବାହିକ ‘ବିଦ୍ରୋହ’ ଖୁବ୍ ଶୀଘ୍ର ଷ୍ଟାରପ୍ଲସରେ ପ୍ରସାରିତ ହେବାକୁ ଯାଉଛି । ଇଂରେଜଙ୍କ ବିରୁଦ୍ଧରେ ବକ୍ସି ଜଗବନ୍ଧୁଙ୍କ କିଭଳି ଲଢ଼େଇ କରିଥିଲେ ତାହାକୁ ବର୍ଣ୍ଣନା କରାଯାଇଛି। ଭାରତୀୟ ମୁକ୍ତି ସଂଗ୍ରାମର ଆଦ୍ୟ କାଳରେ ବକ୍ସି ଥିଲେ ଜଣେ ଯୋଦ୍ଧା । ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ଭ୍ରମରବର ରାଏ ବା ପାଇକ ବକ୍ସି ନାମରେ ସେ ଥିଲେ ଜଣାଶୁଣା। ପାଇକ ବିପ୍ଳବୀମାନେ ତାଙ୍କର ନେତୃତ୍ବରେ ୧୮୧୭ ମସିହାରେ ଫିରିଙ୍ଗ ଶାସନ […]
ଆହୁରି ପଢ଼ନ୍ତୁ: ଗାଧୋଇବାବେଳେ ପୋଖରୀରେ ବୁଡି ଜେଜେ ଓ ନାତି ମୃତ
ଭୁବନେଶ୍ୱର: ପାଇକ ବିଦ୍ରୋହର କାହାଣୀକୁ ନେଇ ଆଧାରିତ ଧାରାବାହିକ ‘ବିଦ୍ରୋହ’ ଖୁବ୍ ଶୀଘ୍ର ଷ୍ଟାରପ୍ଲସରେ ପ୍ରସାରିତ ହେବାକୁ ଯାଉଛି । ଇଂରେଜଙ୍କ ବିରୁଦ୍ଧରେ ବକ୍ସି ଜଗବନ୍ଧୁଙ୍କ କିଭଳି ଲଢ଼େଇ କରିଥିଲେ ତାହାକୁ ବର୍ଣ୍ଣନା କରାଯାଇଛି। ଭାରତୀୟ ମୁକ୍ତି ସଂଗ୍ରାମର ଆଦ୍ୟ କାଳରେ ବକ୍ସି ଥିଲେ ଜଣେ ଯୋଦ୍ଧା । ଜଗବନ୍ଧୁ ବିଦ୍ୟାଧର ମହାପାତ୍ର ଭ୍ରମରବର ରାଏ ବା ପାଇକ ବକ୍ସି ନାମରେ ସେ ଥିଲେ ଜଣାଶୁଣା। ପାଇକ ବିପ୍ଳବୀମାନେ ତାଙ୍କର ନେତୃତ୍ବରେ ୧୮୧୭ ମସିହାରେ ଫିରିଙ୍ଗ ଶାସନ ବିରୁଦ୍ଧରେ ପାଇକ ବିଦ୍ରୋହ ଆରମ୍ଭ କରିଥିଲେ।ଆହୁରି ପଢ଼ନ୍ତୁ: ଆଜି ମା'ଙ୍କ ଭସାଣି: ସୁରକ୍ଷା ପାଇଁ ଭୁବନେଶ୍ୱରରେ ମୁତୟନ ହେବେ ୪୮ ପ୍ଲାଟୁନ୍ ପୋଲିସ, DJ ଉପରେ କଟକଣା
କଳିଙ୍ଗର ଏହି ଐତିହାସିକ କାହାଣୀକୁ ଏବେ ହିନ୍ଦୀ ଚ୍ୟାନେଲ ଷ୍ଟାରପ୍ଲସରେ ଦେଖିବେ ଅଗଣିତ ଦର୍ଶକ । ଗାଥା ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଏହି ଧାରାବାହିକରେ ମୁଖ୍ୟ ଭୂମିକାରେ ଶାହରଦ ମାଲୋହୋତ୍ରା, ହେମାଲ ଇଙ୍ଗ୍ଲେ ଓ ସୁଲଗ୍ନା ପାଣିଗ୍ରାହୀ ରହିଛନ୍ତି। ବର୍ତ୍ତମାନ ଧାରାବାହିକର ଟ୍ରେଲର ୟୁଟ୍ୟୁବରେ ଦେଖିବାକୁ ମିଳିଥିବାବେଳେ ଆସନ୍ତା ଅକ୍ଟୋବରରେ ଏହା ମୁକ୍ତିଲାଭ କରିବ ।






