ମୁଖ୍ୟମନ୍ତ୍ରୀଙ୍କୁ ଜାତିସଂଘ ପ୍ରତିନିଧିଙ୍କ ଉଚ୍ଚ ପ୍ରଶଂସା, ମହିଳା ସଶକ୍ତିକରଣରେ ଓଡ଼ିଶା ଉଦାହରଣ

The Sakala Picture
Published On

ଭୁବନେଶ୍ୱର : ମିଶନ୍ ଶକ୍ତି ବଦଳାଇଛି ରାଜ୍ୟର ଛବି। ମହିଳାମାନଙ୍କୁ ଆତ୍ମନିର୍ଭଶୀଳ କରିବାରେ ଏହି ଯୋଜନା ଅଦ୍ଭୁତପୂର୍ବ ସଫଳତା ହାସଲ କରିଛି ଏବଂ ରାଜ୍ୟରେ ଦାରିଦ୍ର୍ୟ ମଧ୍ୟ ହ୍ରାସ କରାଇବାରେ ମିଶନଶକ୍ତି ଗୁରୁତ୍ବପୂର୍ଣ ଭୂମିକା ଗ୍ରହଣ କରିଛି। ‘ସୁଦକ୍ଷା’ ଯୋଜନାରେ ବୈଷୟିକ ଶିକ୍ଷା ପ୍ରତି ଛାତ୍ରୀମାନଙ୍କର ମଧ୍ୟ ଆଗ୍ରହ ବଢ଼ିଛି। ରାଜ୍ୟର ମହିଳା ଏବେ ଆତ୍ମନିର୍ଭରଶୀଳ ଓ ସ୍ଵାବଲମ୍ବୀ ହୋଇ ପାରିଛନ୍ତି। ବିଗତ ବର୍ଷ ଅପେକ୍ଷା ମହିଳାମାନଙ୍କ ବିକାଶ କ୍ଷେତ୍ରରେ ରାଜ୍ୟ ଅନେକ ସଫଳତା ହାସଲ କରିଛି। […]

ଭୁବନେଶ୍ୱର : ମିଶନ୍ ଶକ୍ତି ବଦଳାଇଛି ରାଜ୍ୟର ଛବି। ମହିଳାମାନଙ୍କୁ ଆତ୍ମନିର୍ଭଶୀଳ କରିବାରେ ଏହି ଯୋଜନା ଅଦ୍ଭୁତପୂର୍ବ ସଫଳତା ହାସଲ କରିଛି ଏବଂ ରାଜ୍ୟରେ ଦାରିଦ୍ର୍ୟ ମଧ୍ୟ ହ୍ରାସ କରାଇବାରେ ମିଶନଶକ୍ତି ଗୁରୁତ୍ବପୂର୍ଣ ଭୂମିକା ଗ୍ରହଣ କରିଛି। ‘ସୁଦକ୍ଷା’ ଯୋଜନାରେ ବୈଷୟିକ ଶିକ୍ଷା ପ୍ରତି ଛାତ୍ରୀମାନଙ୍କର ମଧ୍ୟ ଆଗ୍ରହ ବଢ଼ିଛି। ରାଜ୍ୟର ମହିଳା ଏବେ ଆତ୍ମନିର୍ଭରଶୀଳ ଓ ସ୍ଵାବଲମ୍ବୀ ହୋଇ ପାରିଛନ୍ତି। ବିଗତ ବର୍ଷ ଅପେକ୍ଷା ମହିଳାମାନଙ୍କ ବିକାଶ କ୍ଷେତ୍ରରେ ରାଜ୍ୟ ଅନେକ ସଫଳତା ହାସଲ କରିଛି। ଏଥି ପାଇଁ ଜାତିସଂଘର ମହିଳା ପ୍ରତିନିଧି ସୁଶାନ୍ ଜେନ ଫର୍ଗୁସନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରାଜ୍ୟ ସରକାରଙ୍କୁ ଭୂରିଭୂରି ପ୍ରଶଂସା କରିଛନ୍ତି।

ଆହୁରି ପଢ଼ନ୍ତୁ: ଆଜି ରାଜ୍ୟସଭା ନିର୍ବାଚନ ପାଇଁ ଓଡିଶାରୁ ନାମାଙ୍କନ ଦାଖଲ କରିବେ ୫ ପ୍ରାର୍ଥୀ

ମଙ୍ଗଳବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଆଲୋଚନା ସମୟରେ ସୁଶାନ୍ ଜେନ ଫର୍ଗୁସନ ମହିଳା ସଶକ୍ତିକରଣ ପାଇଁ ରାଜ୍ୟ ସରକାର ଗ୍ରହଣ କରିଥିବା ପଦକ୍ଷେପ ଅନ୍ୟ ରାଜ୍ୟ ନିମନ୍ତେ ଉଦାହରଣ ସୃଷ୍ଟି କରିଛି ବୋଲି କହିଛନ୍ତି। ନବୀନ  ନିବାସରେ ଜାତିସଂଘ ପ୍ରତିନିଧି ସୁଶାନ ଜେନ ଫର୍ଗୁସନ ଆଲୋଚନା କାଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ମହିଳାଙ୍କୁ ସ୍ଵାବଲମ୍ବୀ କରିବା ସେମାନଙ୍କର ବିକାଶ ନିମନ୍ତେ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ପର୍କରେ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟର ବାଳିକାମାନଙ୍କୁ ବୈଷୟିକ ଶିକ୍ଷା ନିପୁଣ କରିବା କରିବା ନିମନ୍ତେ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ବୈଷୟିକ ଶିକ୍ଷାନୁଷ୍ଠାନଗୁଡ଼ିକରେ ଅନ୍ୟୁନ ଏକ ତୃତୀୟାଂଶ ଆସନରେ ଯେପରି ଛାତ୍ରୀମାନେ ଶିକ୍ଷାଲାଭ କରିବେ ସେଥ୍ୟପାଇଁ ଯୋଜନା କରାଯାଉଛି। ମହିଳାମାନଙ୍କୁ ସଶକ୍ତ କରିବା ତଥା ରାଜ୍ୟର ବିଭିନ୍ନ  ବୈଷୟିକ ପ୍ରତିଷ୍ଠାନରେ ମହିଳାଙ୍କୁ ନିଯୁକ୍ତି  ଲାଗି ରାଜ୍ୟ ସରକାର ପ୍ରାଥମିକତା ଦେଉଛନ୍ତି। ଏଥୂପାଇଁ ‘ସୁଦକ୍ଷା’ ଯୋଜନା କାର୍ଯ୍ୟକାରୀ କରାଯାଉଛି।

ଆହୁରି ପଢ଼ନ୍ତୁ: ଗୋଟିଏ ଦିନରେ ଭୁବନେଶ୍ୱରରୁ ଜଣେ ନାବାଳକ ଓ ଦୁଇ ନାବାଳିକା ନିଖୋଜ

ଏହି ଯୋଜନା ଦ୍ବାରା ରାଜ୍ୟରେ ବୈଷୟିକ ଶିକ୍ଷା ପ୍ରତି ଛାତ୍ରୀମାନଙ୍କ ଆଗ୍ରହ ବୃଦ୍ଧି ପାଇଛି ଓ ଅଧିକରୁ ଅଧିକ ଛାତ୍ରୀ ବୈଷୟିକ ଶିକ୍ଷାନୁଷ୍ଠାନରେ ନାମ ଲେଖାଉଛନ୍ତି। ଅନୁରୂପ ଭାବରେ ରାଜ୍ୟର ବିଭିନ୍ନ ଆଇଟିଆଇଗୁଡ଼ିକରେ ଛାତ୍ରୀଙ୍କ ସଂଖ୍ୟା ଆଶାତୀତ ବୃଦ୍ଧି ପାଇଥିବା ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରି ପୂର୍ବରୁ ଆଇଟିଆଇରେ ଛାତ୍ରୀଙ୍କ ନାମଲେଖା ହାର ୬ ପ୍ରତିଶତ ଥିବାବେଳେ ଏବେ ଏହା ୧୮ ପ୍ରତିଶତକୁ ବୃଦ୍ଧି ପାଇଛି ବୋଲି କହିଛନ୍ତି। ସମ୍ପ୍ରତି ଉତ୍ପାଦନକାରୀ ଶିଳ୍ପ ଗୁଡିକ କ୍ଷେତ୍ରରେ ଏକ ବୈପ୍ଳବିକ ପରିବର୍ତ୍ତନ ଆସିଛି। ରାଜ୍ୟର ମହିଳାମାନଙ୍କ ସହଭାଗିତା ଦ୍ଵାରା ଏହା ସମ୍ଭବ ହୋଇ ପାରିଥିବାବେଳେ ରାଜ୍ୟରେ ମହିଳାମାନଙ୍କ ଦ୍ବାରା ଅନେକ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପ୍ରତିଷ୍ଠା ଲାଭ କରିଛି ବୋଲି ମଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ: ହୋଲି ପୂର୍ବରୁ ଅଘଟଣ

ଏହି ଅବସରରେ ମଧ୍ୟ ମୁଖ୍ୟମନ୍ତ୍ରୀ ମହିଳାମାନଙ୍କ ବିକାଶ ପାଇଁ ମହିଳା ଜାତିସଂଘର ସହଭାଗିତା ଲୋଡ଼ିଛନ୍ତି। ଜାତିସଂଘର ସହାୟତାରେ ମହିଳାମାନଙ୍କ ପାଇଁ ରହଣି ପାଇଁ ଉନ୍ନତ ମାନର ସୁବିଧା ତଥା ‘କ୍ରେଚ୍‌’ ଭଳି ସୁବିଧା ସୁଯୋଗ ଉପଲବ୍ଧ କରାଗଲେ ମହିଳା ସଶକ୍ତିକରଣ କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପଦକ୍ଷେପ ହୋଇ ପାରନ୍ତା ବୋଲି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ସେହିପରି ଜାତିସଂଘର ସହାୟତାରେ ରାଜ୍ୟର ମହିଳାମାନଙ୍କୁ ଶିକ୍ଷିତ କରାଇବାରେ ପଦକ୍ଷେପ ଗ୍ରହଣ କରାଯିବା ତଥା ଅଧାରୁ ପାଠ ଛାଡ଼ିଥିବା ମହିଳାମାନଙ୍କ ପାଇଁ ବିଶେଷ ପଦକ୍ଷେପ ଗ୍ରହଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି। ଜାତିସଂଘର ଦ୍ବିତୀୟ ପର୍ଯ୍ୟାୟ ଶିକ୍ଷା କାର୍ଯ୍ୟକ୍ରମ ଦ୍ବାରା ଅଧାରୁ ପାଠ ଛାଡ଼ିଥିବା ମହିଳା ମାନେ ବେଶ୍ ଉପକୃତ ହୋଇପାରିବା ସହିତ ସେମାନଙ୍କୁ ମଧ୍ୟ ଆତ୍ମନିର୍ଭରଶୀଳ କରାଇବା କ୍ଷେତ୍ରରେ ବେଶ୍ ସହାୟକ ହେବ। ସେମାନଙ୍କ ଦକ୍ଷତାର ବିକାଶ ସାଙ୍ଗକୁ କୁଶଳୀ କରିବରାରେ ମଧ୍ୟ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି। ସେହିପରି ରାଜ୍ୟରେ ପ୍ରତିଷ୍ଠା ହୋଇଥିବା ୱାଲ୍ଡ ସ୍କିଲ୍ ସେଣ୍ଟର ବାବଦରେ ମଧ୍ୟ ମୁଖ୍ୟମନ୍ତ୍ରୀ ଜାତିସଂଘର ମହିଳା ପ୍ରତିନିଧିଙ୍କୁ ଅବଗତ କରାଇବା ସହିତ ଜାତିସଂଘର ସହଭାଗିବା ଦ୍ବାରା ଏଠାରେ ମହିଳାମାନଙ୍କୁ ବିକାଶ ସାଧନ ହେବା ସହିତ ଲିଙ୍ଗଗତ ଭେଦଭାବକୁ ମଧ୍ୟ ଦୂର କରିବାରେ ସହାୟକ ହେବ ବୋଲି କହିଛନ୍ତି ।

ଏହି ଅବସରରେ ଜାତିସଂଘର ମହିଳା ପ୍ରତିନିଧି ସୁଶାନ୍ ଜେନ ଫର୍ଗୁସନ୍ ରାଜ୍ୟର ସରକାରଙ୍କ ଅଭିନବ ଯୋଜନାଗୁଡ଼ିକର ଉଚ୍ଚ ପ୍ରଶଂସା କରିବା ସହିତ ମହିଳାମାନଙ୍କ ପାଇଁ ନିଆଯାଇଥିବା ଦୂରଦୃଷ୍ଟି ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମଗୁଡ଼ିକ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅଭିବାଦନ ଜଣାଇଥିଲେ। ସେହିପରି ମିଶନ ଶକ୍ତି ଦ୍ୱାରା ଓଡ଼ିଶା ମହିଳା ସଶକ୍ତିକରଣରେ ଉଲ୍ଲେଖଯାଗ୍ୟ ଉଦକ୍ଷେପ, ରାଜ୍ୟରେ ଦୃତ ଗତିର ଦାରିଦ୍ର୍ୟ ହ୍ରାସ ଆଦି ବିଭିନ୍ନ ଅଭିନବ ଯୋଜନା ପାଇଁ ଜେନ ଫର୍ଗୁସନ୍ ରାଜ୍ୟ ସରକାରଙ୍କର ଭୂୟସୀ ପ୍ରଶଂସା କରିଥିଲେ। ଏହି ଆଲୋଚନା ସମୟରେ ୫ ଟି ସଚିବ ଭିକେ ପାଣ୍ଡିଆନ୍ ମଧ୍ୟ ଉପସ୍ଥିତ ଥିଲେ |

22 Sep 2021 By The Sakala

https://www.thesakala.in/latest-odisha-news/odisha-is-an-example-of-womens-empowerment/article-5557
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର