ସେବା ନାମରେ ଟାଟା ପାୱାରର ଶୋଷଣ

The Sakala Picture
Published On

ଭୁବନେଶ୍ବର: କରୋନା ମହାମାରୀ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଥିବା, ବେଳେ ବର୍ଦ୍ଧିତ ବିଦ୍ୟୁତ ବିଲ୍ ବେଶ୍ ବାଧୁଛି । ତେବେ ସମସ୍ୟା ଏହା ନୁହେଁ । ସମସ୍ୟା ହେଉଛି ଯାହା ମାସକୁ ଦୁଇ ଚାରି ଶହ ଟଙ୍କା ବିଲ୍ ଆସୁଥିଲା ତା ହାତରେ ଏବେ ୨୩ ହଜାର ଟଙ୍କାର ବିଲ୍ ଧରାଇ ଦିଆଯାଉଛି। କେତେବେଳେ ମାସ ମାସ ଧରି ମିଟର୍ ରିଡିଂ ହେଉ ନାହିଁତ ଆଉ କେଉଁଠି ମିଟର୍ ରିଡିଂ ନିଆଯିବା ସତ୍ତ୍ବେ ହଜାରେ ଗୁଣା […]

ଭୁବନେଶ୍ବର: କରୋନା ମହାମାରୀ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଥିବା, ବେଳେ ବର୍ଦ୍ଧିତ ବିଦ୍ୟୁତ ବିଲ୍ ବେଶ୍ ବାଧୁଛି । ତେବେ ସମସ୍ୟା ଏହା ନୁହେଁ । ସମସ୍ୟା ହେଉଛି ଯାହା ମାସକୁ ଦୁଇ ଚାରି ଶହ ଟଙ୍କା ବିଲ୍ ଆସୁଥିଲା ତା ହାତରେ ଏବେ ୨୩ ହଜାର ଟଙ୍କାର ବିଲ୍ ଧରାଇ ଦିଆଯାଉଛି। କେତେବେଳେ ମାସ ମାସ ଧରି ମିଟର୍ ରିଡିଂ ହେଉ ନାହିଁତ ଆଉ କେଉଁଠି ମିଟର୍ ରିଡିଂ ନିଆଯିବା ସତ୍ତ୍ବେ ହଜାରେ ଗୁଣା ଅଧିକ ବିଲ୍ ଆସୁଥିବା ଅଭିଯୋଗ ହେଉଛି। ପ୍ରତି ମାସ ମିଟର ରିଡିଂ ନିଆଯିବା ବଦଳରେ ଦୁଇ ତିନି ମାସରେ ଥରେ ଆସୁଛନ୍ତି ଆଉ ବିଳମ୍ବ ଫି ଯୋଡ଼ି ଗ୍ରାହକଙ୍କୁ ମାତ୍ରାଧୂକ ବିଲ୍ ଧରାଇ ଦିଆଯାଉଛି। ଟାଟା ପାୱାର ବିରୁଦ୍ଧରେ ଏପରି ମାଳ ମାଳ ଅଭିଯୋଗ ଚାଲିଛି। କିନ୍ତୁ ସମାଧାନ ହେଉ ନଥିବା ଗ୍ରାହକ ଅଭିଯୋଗ କରିଛନ୍ତି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶ ଆହତ

ଠକାମୀର ଶିକାର ବିଦ୍ୟୁତ୍ ଗ୍ରାହକ ଟ୍ଵିଟ୍ କରି କମ୍ପାନୀ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ ଜରିଆରେ ଜଣାଉଛନ୍ତି। ଆଉ କମ୍ପାନୀ ପକ୍ଷରୁ ଅଭିଯୋଗ ସମାଧାନ ପାଇଁ ଉଦ୍ୟମ କରାଯାଉଛି ବୋଲି ତୁରନ୍ତ ଜଣାଇ ଦିଆଯାଉଛି। ଏହାର କିଛି ଦିନ ପରେ କମ୍ପାନୀ ଉତ୍ତର ଦେଉଛି ଯେ ଅଭିଯୋଗର ସମାଧାନ ହୋଇଯାଇଛି। କିନ୍ତୁ ବାସ୍ତବତା ହେଉଛି ପରିସ୍ଥିତି ଯଥା ପୂର୍ବ ତଥା ପରଂ । ଭୁବନେଶ୍ବରର ସହିଦନଗରରେ ରହୁଥିବା ବବିନ୍ ମହାନ୍ତି ଅଭିଯୋଗ କରିଛନ୍ତି ଯେ ଟାଟା ପାୱାର ବିଜୁଳି ବିତରଣ ଦାୟିତ୍ବ ନବା ପରେ ଆର୍ଥିକ ଶୋଷଣ ଚଳାଇଛନ୍ତି। ମିଟର ରିଡିଂ ନେଉଥବା କର୍ମଚାରୀ ପ୍ରତି ମାସ ଆସୁ ନାହାନ୍ତି | ତାଙ୍କୁ ଫୋନ୍ କରି ନ ଆସିବା କାରଣ ପଚାରିବାରେ ସମୋନେ କହୁଛନ୍ତି ସମୟ ହେଲେ ଯିବୁ। ଅପେକ୍ଷା କରନ୍ତୁ। ଆଉ ଦୁଇ ମାସ ପରେ ଆସି ଦୁଇ ମାସର ବିଲ୍ ଏକ ସଙ୍ଗରେ ଧରାଇଦେଲେ। ଫଳରେ ୟୁନିଟ୍ ପିଛା ଅଧିକ ଅର୍ଥ ଦେବାକୁ ହେଉଛି।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଗାନ୍ଧିମାର୍ଗରେ ସ୍କୁଲ ଓ କଲେଜ ଶିକ୍ଷକଙ୍କ ବିକ୍ଷୋଭ, ଗ୍ରାଣ୍ଟ-ଇନ୍-ଏଡ୍ ସମେତ ବିଭିନ୍ନ ଦାବି

କମ୍ପାନୀର ଅବହେଳା ପାଇଁ ଅଧିକ ବିଲ୍ ଆସୁଥିବାରୁ ସେ କମ୍ପାନୀ କର୍ତ୍ତୃପକ୍ଷଙ୍କୁ ଟ୍ଵିଟ୍ କରି ଏ ସମ୍ପର୍କରେ ଅଭିଯୋଗ କରିବା ସହ ବିଲ୍‌ରେ ତ୍ରୁଟି ସୁଧାରିବା ପାଇଁ ଅନୁରୋଧ କରିଥିଲେ । ଅଭିଯୋଗ ଗ୍ରହଣ କରାଗଲା ଆଉ ସମସ୍ୟାର ସମାଧାନ ଶୀଘ୍ର କରାଯିବ ବୋଲି କମ୍ପାନୀ ପକ୍ଷରୁ ଉତ୍ତର ଦିଆଗଲା । ଦୁଇ ଦିନ ପରେ ପୁଣି କମ୍ପାନୀ କହିଥିଲା ଯେ ସମସ୍ୟାର ସମାଧାନ ହୋଇଗଲା। ଯେତେବେଳେ ଶ୍ରୀ ମହାନ୍ତିଙ୍କ ବିଲ୍ ପୂର୍ବପରି ତ୍ରୁଟିପୂର୍ଣ୍ଣ ରହିଛି। ତ୍ରୁଟି ତ ସଂଶୋଧନ ହେଲା ନାହିଁ ବରଂ ଅଧିକ ଖଚ୍ଚାନ୍ତ ହେବା ଭୟରେ ଶ୍ରୀ ମହାନ୍ତି ବର୍ଦ୍ଧିତ ବିଲ୍ ଦେବାକୁ ବାଧ୍ୟ ହେଲେ ବୋଲି ସେ ଅଭିଯୋଗ କରିଛନ୍ତି । ସେହିପରି ଲିକ୍ ନାୟକ ନାମକ ଜଣେ ଛାତ୍ର ଟାଟା ପାୱାରକୁ ଟ୍ଵିଟ୍ ଜରିଆରେ ଏକାଧୂକବାର ପତ୍ର ଲେଖୁ ତ୍ରୁଟିପୂର୍ଣ୍ଣ ବିଲ୍ ସଂଶୋଧନ କରିବା ପାଇଁ ଗୁହାରି କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳି ନାହିଁ ।

ଆହୁରି ପଢ଼ନ୍ତୁ: ବିଜେପି ସରକାରଙ୍କ ଅଢେଇ ବର୍ଷର ଶାସନରେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଭୁଶୁଡିବା ସ୍ଥିତିରେ ପହଞ୍ଚିଛି: ବିଜେଡି

ଶ୍ରୀ ନାୟକ ନିଜ ପତ୍ରରେ ଦର୍ଶାଇଛନ୍ତି ଯେ ପ୍ରତି ମାସ ତାଙ୍କର ବିଦ୍ୟୁତ୍ ମିଲ୍ ମାତ୍ର କିଛି ଶହ ଟଙ୍କାରେ ସୀମିତ ରହେ | କିନ୍ତୁ ଜୁଲାଇ ମାସରେ ତାଙ୍କର ବିଲ୍ ୨୩,୭୮୩ ଟଙ୍କା ଆସିଛି। ବିଲ୍‌ରେ ତାଙ୍କର ଠିକଣା ମଧ୍ୟ ଭୁଲ୍ ରହିଛି। ତାଙ୍କ ପିତା ରୋଗାକ୍ରାନ୍ତ ହୋଇ ଘରେ ଶଯ୍ୟାଶାୟୀ ଥିବାରୁ ଏତେ ଟଙ୍କା ଦେବା ପାଇଁ ସେ ଅସମର୍ଥ ବିଲ୍‌ରେ ଥିବା ତ୍ରୁଟି ସୁଧାରିବା ପାଇଁ ଶ୍ରୀ ନାୟକ ଏକାଧୂକ ବାର ଟାଟା ପାୱାର କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ନୟାନ୍ତ ହୋଇଛନ୍ତି ସିନା ଅଭିଯୋଗର ସମାଧାନ ହୋଇପାରି ନାହିଁ। କେବଳ ଶ୍ରୀ ମହାନ୍ତି କିମ୍ବା ଶ୍ରୀ ନାୟକ ନୁହନ୍ତି ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଏପରି ଅଭିଯୋଗର ସୁଅ ଛୁଟୁଛି। କମ୍ପାନୀର ଭୁଲ୍ ପାଇଁ ଆମେ କାହିଁକି ଅଧିକ ବିଲ୍ ଦେବୁ ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି। କର୍ତ୍ତୃପକ୍ଷଙ୍କ ନିକଟରେ ଶୀଘ୍ର ଅଭିଯୋଗ ପହଞ୍ଚାଇବା ପାଇଁ ସାମାଜିକ ଗଣମାଧ୍ୟମ ‘ଟ୍ଵିଟ୍ର୍‌’ର ସାହାରା ନେଉଛନ୍ତି। କମ୍ପାନୀ ଏଥରେ ଅଭିଯୋଗ ଗ୍ରହଣ ମଧ୍ୟ କରୁଛି। କିନ୍ତୁ ସମାଧାନ ହୋଇପାରୁ ନଥିବା ଅଭିଯୋଗ ହେଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର