ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦରେ ବଢୁଛି ଜଳସ୍ତର, ମହାନଦୀର ତଳ ମୁଣ୍ଡରେ ଆସିବ ସ୍ୱଳ୍ପ-ମଧ୍ୟମ ବନ୍ୟା

The Sakala Picture
Published On

ଭୁବନେଶ୍ୱର: ମହାନଦୀର ତଳ ମୁଣ୍ଡରେ ଆସିବ ସ୍ୱଳ୍ପ-ମଧ୍ୟମ ବନ୍ୟା । ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦରେ ବଢୁଛି ଜଳସ୍ତର । ଆଜି ସକାଳେ ହୀରାକୁଦରେ ୬ଟି ଗେଟ ଖୋଲାଯାଇଥିବାବେଳେ ଦିନ ୨ଟାରେ ଆଉ ୬ଟି ଗେଟ ଖୋଲାଯାଇଛି । ଏବେ ମୋଟ ୧୮ଟି ଗେଟରେ ଖୋଲାଯାଇଛି ବନ୍ୟାଜଳ । ହୀରାକୁଦକୁ ୩ଲକ୍ଷ ୫୦ ହଜାର କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ୨.୨୫ଲକ୍ଷ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ମୁଣ୍ଡଳିରେ ୭ଲକ୍ଷ କ୍ୟୁସେକ ପାଖାପାଖି ବନ୍ୟାଜଳ […]

ଭୁବନେଶ୍ୱର: ମହାନଦୀର ତଳ ମୁଣ୍ଡରେ ଆସିବ ସ୍ୱଳ୍ପ-ମଧ୍ୟମ ବନ୍ୟା । ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦରେ ବଢୁଛି ଜଳସ୍ତର । ଆଜି ସକାଳେ ହୀରାକୁଦରେ ୬ଟି ଗେଟ ଖୋଲାଯାଇଥିବାବେଳେ ଦିନ ୨ଟାରେ ଆଉ ୬ଟି ଗେଟ ଖୋଲାଯାଇଛି । ଏବେ ମୋଟ ୧୮ଟି ଗେଟରେ ଖୋଲାଯାଇଛି ବନ୍ୟାଜଳ । ହୀରାକୁଦକୁ ୩ଲକ୍ଷ ୫୦ ହଜାର କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ୨.୨୫ଲକ୍ଷ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ମୁଣ୍ଡଳିରେ ୭ଲକ୍ଷ କ୍ୟୁସେକ ପାଖାପାଖି ବନ୍ୟାଜଳ ପ୍ରବାହିତ ହେବ ଏବେ ସୁଦ୍ଧା ୨୧ ଜିଲ୍ଲାର ୧୨୬ ବ୍ଲକ ପ୍ରବାଭିତ ହୋଇଛି ବୋଲି କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ।

ଆହୁରି ପଢ଼ନ୍ତୁ: ଓଡ଼ିଶା ଉପକୂଳ ସୁରକ୍ଷା ପାଇଁ ବଡ଼ ରୋଡମ୍ୟାପ୍: ଦେଶର ଶ୍ରେଷ୍ଠ ମେରାଇନ୍ ପୋଲିସ ହେବାକୁ ଡିଜିପିଙ୍କ ଲକ୍ଷ୍ୟ

୪୩୩୪ ଗାଁ ଓ ୩୯ଟି ପୌରାଞ୍ଚଳ ପ୍ରଭାବିତ ହୋଇଥିବାବେଳେ ୪ଜଣଙ୍କ ମୃତ୍ୟୁ, ୨ ଜଣ ନିଖୋଜ ହୋଇଛନ୍ତି । ୩ହଜାର ୮୩୯ ଘର ଓ ୧.୩୦ଲକ୍ଷ ହେକ୍ଟର ଜମି ପ୍ରଭାବିତ ହୋଇଛି । ଗତ ୨୪ ଘଣ୍ଟାରେ ବାଲେଶ୍ୱର ଭୋଗରାଇରେ ୧୨୨ ମିମି ବର୍ଷା ହୋଇଛି । ସୁନ୍ଦରଗଡ଼ ସବଡେଗାରେ ୧୧୮ ମିମି ବର୍ଷା ରେକର୍ଡ କରାଯାଇଛି । ୮ ଜିଲ୍ଲାର ୨୩ ବ୍ଲକରେ ୫୦ରୁ ଶହେ ମିମି ପର୍ୟ୍ୟନ୍ତ ବର୍ଷା ହୋଇଛି । ବୈତରଣୀ ଓ ବ୍ରାହ୍ମଣୀରେ ଜଳସ୍ତର ବଢୁଛି । ଜଳକାରେ ମଧ୍ୟ ବନ୍ୟା ପରିସ୍ଥିତି ରହିଛି । ବ୍ରାହ୍ମଣୀ ନଦୀର ତିନିଟି ସ୍ଥାନରେ ଘାଇ ହୋଇଛି । ତିନି ଦିନର ପ୍ରବଳ ବୃଷ୍ଟିପାତକୁ ରାଜ୍ୟ ସରକାର ରାଜ୍ୟ ଭିତ୍ତିକ ବିପର୍ଯ୍ଯୟ ଘୋଷଣା କରିଛନ୍ତି ।

ଆହୁରି ପଢ଼ନ୍ତୁ: ଦୀଘା ଜଗନ୍ନାଥ ମନ୍ଦିର ନାମରୁ ‘ଧାମ’ ଶବ୍ଦ ହଟାଇବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୋହନ ମାଝୀ

ଆହୁରି ପଢ଼ନ୍ତୁ: ନିଶା ଔଷଧ ସ୍ପ୍ରେ କରି ଘରୁ ୨୫ ଲକ୍ଷର ସୁନା ଗହଣା ସହ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

15 Sep 2021 By The Sakala

ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦରେ ବଢୁଛି ଜଳସ୍ତର, ମହାନଦୀର ତଳ ମୁଣ୍ଡରେ ଆସିବ ସ୍ୱଳ୍ପ-ମଧ୍ୟମ ବନ୍ୟା

ଭୁବନେଶ୍ୱର: ମହାନଦୀର ତଳ ମୁଣ୍ଡରେ ଆସିବ ସ୍ୱଳ୍ପ-ମଧ୍ୟମ ବନ୍ୟା । ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦରେ ବଢୁଛି ଜଳସ୍ତର । ଆଜି ସକାଳେ ହୀରାକୁଦରେ ୬ଟି ଗେଟ ଖୋଲାଯାଇଥିବାବେଳେ ଦିନ ୨ଟାରେ ଆଉ ୬ଟି ଗେଟ ଖୋଲାଯାଇଛି । ଏବେ ମୋଟ ୧୮ଟି ଗେଟରେ ଖୋଲାଯାଇଛି ବନ୍ୟାଜଳ । ହୀରାକୁଦକୁ ୩ଲକ୍ଷ ୫୦ ହଜାର କ୍ୟୁସେକ ଜଳ ପ୍ରବେଶ କରୁଥିବାବେଳେ ୨.୨୫ଲକ୍ଷ କ୍ୟୁସେକ ଜଳ ନିଷ୍କାସିତ ହେଉଛି । ମୁଣ୍ଡଳିରେ ୭ଲକ୍ଷ କ୍ୟୁସେକ ପାଖାପାଖି ବନ୍ୟାଜଳ ପ୍ରବାହିତ ହେବ ଏବେ ସୁଦ୍ଧା ୨୧ ଜିଲ୍ଲାର ୧୨୬ ବ୍ଲକ ପ୍ରବାଭିତ ହୋଇଛି ବୋଲି କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ।

୪୩୩୪ ଗାଁ ଓ ୩୯ଟି ପୌରାଞ୍ଚଳ ପ୍ରଭାବିତ ହୋଇଥିବାବେଳେ ୪ଜଣଙ୍କ ମୃତ୍ୟୁ, ୨ ଜଣ ନିଖୋଜ ହୋଇଛନ୍ତି । ୩ହଜାର ୮୩୯ ଘର ଓ ୧.୩୦ଲକ୍ଷ ହେକ୍ଟର ଜମି ପ୍ରଭାବିତ ହୋଇଛି । ଗତ ୨୪ ଘଣ୍ଟାରେ ବାଲେଶ୍ୱର ଭୋଗରାଇରେ ୧୨୨ ମିମି ବର୍ଷା ହୋଇଛି । ସୁନ୍ଦରଗଡ଼ ସବଡେଗାରେ ୧୧୮ ମିମି ବର୍ଷା ରେକର୍ଡ କରାଯାଇଛି । ୮ ଜିଲ୍ଲାର ୨୩ ବ୍ଲକରେ ୫୦ରୁ ଶହେ ମିମି ପର୍ୟ୍ୟନ୍ତ ବର୍ଷା ହୋଇଛି । ବୈତରଣୀ ଓ ବ୍ରାହ୍ମଣୀରେ ଜଳସ୍ତର ବଢୁଛି । ଜଳକାରେ ମଧ୍ୟ ବନ୍ୟା ପରିସ୍ଥିତି ରହିଛି । ବ୍ରାହ୍ମଣୀ ନଦୀର ତିନିଟି ସ୍ଥାନରେ ଘାଇ ହୋଇଛି । ତିନି ଦିନର ପ୍ରବଳ ବୃଷ୍ଟିପାତକୁ ରାଜ୍ୟ ସରକାର ରାଜ୍ୟ ଭିତ୍ତିକ ବିପର୍ଯ୍ଯୟ ଘୋଷଣା କରିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର