ମଦ ପିଇବାକୁ ଟଙ୍କା ନଦେବାରୁ ବିଚ ରାସ୍ତାରେ ରାତି ଜଗୁଆଳଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୁତ୍ତ

The Sakala Picture
Published On

କେନ୍ଦ୍ରାପଡା: ରାତିରେ ଲୋକଙ୍କୁ ନିରାପଦରେ ରଖି ନିଜେ ବୁଲି ବୁଲି ଜଗୁଆଳ କାମ କରିଥାନ୍ତି । ବର୍ଷ ବର୍ଷ ଜଗୁଆଳ କାମ କରି ନିଜ ପରିବାର ପ୍ରତିପୋଷଣ କରନ୍ତି । ହେଲେ ଶନିବାର ସନ୍ଧ୍ୟାରେ କେନ୍ଦ୍ରାପଡା ଟାଉନ ଥାନା ଅନ୍ତର୍ଗତ ମହିପାଳ ଛକରେ ଉକ୍ତ ଜଗୁଆଳଙ୍କୁ ଆକ୍ରମଣ କରି ଦୁର୍ବୁର୍ତ୍ତ ଫେରାର ହୋଇଯାଇଛନ୍ତି । ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତିଙ୍କ ନାମ ଭୀମ ରାଓ ବୋଲି ଜଣାପଡିଛି। ଆକ୍ରମଣର ଶିକାର ବ୍ୟକ୍ତିଙ୍କ ରକ୍ତ ଜୁଡୁବୁଡୁ ଭିଡିଓ ଏବେ […]

କେନ୍ଦ୍ରାପଡା: ରାତିରେ ଲୋକଙ୍କୁ ନିରାପଦରେ ରଖି ନିଜେ ବୁଲି ବୁଲି ଜଗୁଆଳ କାମ କରିଥାନ୍ତି । ବର୍ଷ ବର୍ଷ ଜଗୁଆଳ କାମ କରି ନିଜ ପରିବାର ପ୍ରତିପୋଷଣ କରନ୍ତି । ହେଲେ ଶନିବାର ସନ୍ଧ୍ୟାରେ କେନ୍ଦ୍ରାପଡା ଟାଉନ ଥାନା ଅନ୍ତର୍ଗତ ମହିପାଳ ଛକରେ ଉକ୍ତ ଜଗୁଆଳଙ୍କୁ ଆକ୍ରମଣ କରି ଦୁର୍ବୁର୍ତ୍ତ ଫେରାର ହୋଇଯାଇଛନ୍ତି । ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତିଙ୍କ ନାମ ଭୀମ ରାଓ ବୋଲି ଜଣାପଡିଛି। ଆକ୍ରମଣର ଶିକାର ବ୍ୟକ୍ତିଙ୍କ ରକ୍ତ ଜୁଡୁବୁଡୁ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହେଉଛି । ରକ୍ତାକ୍ତ ଅବସ୍ଥାରେ ବ୍ୟକ୍ତି ଜଣଙ୍କ କାହାକୁ ଫୋନ ଯୋଗେ ଯୋଗାଯୋଗ କରୁଥିବା ଦେଖିବାକୁ ମିଳିଛି। ବ୍ୟକ୍ତିଙ୍କ ବେକ, ପିଠି, ହାତରେ ଗଭୀର କ୍ଷତ ସୃଷ୍ଠି ହେବା ସହ ପ୍ରଚୁର ରକ୍ତ ସ୍ରାବ ହେଉଥିବା ଭିଡିଓରୁ ଜଣାପଡୁଛି । ସମ୍ପୃକ ବ୍ୟକ୍ତିଙ୍କୁ ପରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଆହୁରି ପଢ଼ନ୍ତୁ: କୋଷ୍ଟାଲ ହାଇଓ୍ବେକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲା ବିଜେଡ଼ି; 'ଏ ପ୍ରକଳ୍ପ ପର୍ଯ୍ୟଟନ ବିକାଶରେ ସହାୟକ ହେବ ନାହିଁ'

କିଛି ବ୍ୟବସାୟୀଙ୍କ କହିବା ଅନୁଯାୟୀ ଗୁରୁତର ଆହତ ଭୀମ ଜଣେ ଅଣଓଡ଼ିଆ ବ୍ୟକ୍ତି । ସେ ସ୍ଥାନୀୟ ଅଞ୍ଚଳରେ ରାତ୍ର ଜଗୁଆଳ ଭାବେ କାର୍ଯ୍ୟ କରନ୍ତି । ଗତକାଲି ସନ୍ଧ୍ୟା ୫ଟା ବେଳେ ୪ ଜଣ ଦୁର୍ବୁର୍ତ୍ତ ମହିପାଳ ଛକରେ ପହଂଚି ଭୀମଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଫେରାର ହୋଇଯାଇଥିଲେ । ତେବେ କେନ୍ଦ୍ରାପଡ଼ା ଟାଉନ୍ ଥାନା ଅନ୍ତର୍ଗତ ମହିପାଳର ଜନୈକ ଅପରାଧୀ ଜୁବୁଲା ଓରଫ ସାଗର ମହାନ୍ତି କାକଟ ଗ୍ରାମରେ ରହୁଥିବା ଜଣେ ରାତ୍ର ଜଗୁଆଳୀ ଭୀମ ରାଓ ବାହାଦୂରଙ୍କୁ ରାସ୍ତାରେ ଗୋଡାଇ ଗୋଡାଇ ଭୂଜାଲିରେ ହାଣି ତାଙ୍କୁ ଗୁରୁତର କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ତାଙ୍କ ମୁଣ୍ଡରେ ଗୁରୁତର କ୍ଷତ ସୃଷ୍ଟି ହୋଇଛି । ସୂଚନା ଅନୁଯାଇ ରାତ୍ର ଜଗୁଆଳୀ ଜଣଙ୍କ କେନ୍ଦ୍ରାପଡ଼ା ସହରର ତିନିମୁହାଣୀ ଛକରୁ କାକଟ ଛକ ପର୍ଯ୍ୟନ୍ତ ରାତିରେ ଜଗୁଆଳି ଭାବେ କାର୍ଯ୍ୟ କରନ୍ତି । ଲୋକମାନେ ଶୋଇଗଲା ପରେ ସେ ରାସ୍ତାରେ ହୁଇସିଲ ମାରି ପହରା ଦିଅନ୍ତି । ସ୍ଥାନୀୟ ବାସିନ୍ଦା ଓ ଦୋକାନୀମାନେ ଯାହା କିଛି ଦିଅନ୍ତି ସେଥିରେ ସେ ପରିବାର ପ୍ରତିପୋଷଣ କରିଥାନ୍ତି । ଶନିବାର ସନ୍ଧ୍ୟାରେ ସେ ମହିପାଳ ପେଟ୍ରାଲ ଟାଙ୍କି ନିକଟରେ ଛିଡା ହୋଇଥିବା ବେଳେ ତାଙ୍କୁ ଜୁବୁଲା ଏବଂ ତାଙ୍କର କେତେଜଣ ସହଯୋଗୀ ମଦ ପିଇବାକୁ ଟଙ୍କା ମାଗିଥିଲେ । ସେ ଟଙ୍କା ଦେବାକୁ ଅସମର୍ଥ ବୋଲି କହିବାରୁ ଏଥିରେ ଉତ୍ୟକ୍ତ ହୋଇ ଜୁବୁଲା ଭୀମ ରାଓଙ୍କୁ ଏକ ଭୁଜାଲୀରେ ମରଣାନ୍ତଙ୍କ ଆକ୍ରମଣ କରିଥିଲା । ସେ ଜୀବନ ବିକଳରେ ଦୌଡୁଥିବା ବେଳେ ଜୁବୁଲା ତାଙ୍କୁ ଗୋଡାଇ ଗୋଡାଇ ହାଣିଥିଲା ବୋଲି ପ୍ରତ୍ୟେକ୍ଷ ଦର୍ଶୀଙ୍କ କହିଛନ୍ତି । ଜୁବୁଲା ନାମରେ ଟାଉନ୍ ଥାନାରେ ଏକାଧିକ ଅପରାଧୀକ ମାମଲା ରହିଥିବା ପୋଲିସ ସୂଚନା ଦେଇଛି । ଖବର ପାଇ ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ  କରିଛି l

ଆହୁରି ପଢ଼ନ୍ତୁ: ଅଦିନିଆ ରଥଯାତ୍ରାକୁ ନେଇ ଗଜପତିଙ୍କ କ୍ଷୋଭ: ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ଦ୍ୱାରସ୍ଥ ହେବ ଶ୍ରୀମନ୍ଦିର ପରିଚାଳନା କମିଟି

12 Sep 2021 By The Sakala

ମଦ ପିଇବାକୁ ଟଙ୍କା ନଦେବାରୁ ବିଚ ରାସ୍ତାରେ ରାତି ଜଗୁଆଳଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୁତ୍ତ

କେନ୍ଦ୍ରାପଡା: ରାତିରେ ଲୋକଙ୍କୁ ନିରାପଦରେ ରଖି ନିଜେ ବୁଲି ବୁଲି ଜଗୁଆଳ କାମ କରିଥାନ୍ତି । ବର୍ଷ ବର୍ଷ ଜଗୁଆଳ କାମ କରି ନିଜ ପରିବାର ପ୍ରତିପୋଷଣ କରନ୍ତି । ହେଲେ ଶନିବାର ସନ୍ଧ୍ୟାରେ କେନ୍ଦ୍ରାପଡା ଟାଉନ ଥାନା ଅନ୍ତର୍ଗତ ମହିପାଳ ଛକରେ ଉକ୍ତ ଜଗୁଆଳଙ୍କୁ ଆକ୍ରମଣ କରି ଦୁର୍ବୁର୍ତ୍ତ ଫେରାର ହୋଇଯାଇଛନ୍ତି । ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତିଙ୍କ ନାମ ଭୀମ ରାଓ ବୋଲି ଜଣାପଡିଛି। ଆକ୍ରମଣର ଶିକାର ବ୍ୟକ୍ତିଙ୍କ ରକ୍ତ ଜୁଡୁବୁଡୁ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହେଉଛି । ରକ୍ତାକ୍ତ ଅବସ୍ଥାରେ ବ୍ୟକ୍ତି ଜଣଙ୍କ କାହାକୁ ଫୋନ ଯୋଗେ ଯୋଗାଯୋଗ କରୁଥିବା ଦେଖିବାକୁ ମିଳିଛି। ବ୍ୟକ୍ତିଙ୍କ ବେକ, ପିଠି, ହାତରେ ଗଭୀର କ୍ଷତ ସୃଷ୍ଠି ହେବା ସହ ପ୍ରଚୁର ରକ୍ତ ସ୍ରାବ ହେଉଥିବା ଭିଡିଓରୁ ଜଣାପଡୁଛି । ସମ୍ପୃକ ବ୍ୟକ୍ତିଙ୍କୁ ପରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

କିଛି ବ୍ୟବସାୟୀଙ୍କ କହିବା ଅନୁଯାୟୀ ଗୁରୁତର ଆହତ ଭୀମ ଜଣେ ଅଣଓଡ଼ିଆ ବ୍ୟକ୍ତି । ସେ ସ୍ଥାନୀୟ ଅଞ୍ଚଳରେ ରାତ୍ର ଜଗୁଆଳ ଭାବେ କାର୍ଯ୍ୟ କରନ୍ତି । ଗତକାଲି ସନ୍ଧ୍ୟା ୫ଟା ବେଳେ ୪ ଜଣ ଦୁର୍ବୁର୍ତ୍ତ ମହିପାଳ ଛକରେ ପହଂଚି ଭୀମଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ଫେରାର ହୋଇଯାଇଥିଲେ । ତେବେ କେନ୍ଦ୍ରାପଡ଼ା ଟାଉନ୍ ଥାନା ଅନ୍ତର୍ଗତ ମହିପାଳର ଜନୈକ ଅପରାଧୀ ଜୁବୁଲା ଓରଫ ସାଗର ମହାନ୍ତି କାକଟ ଗ୍ରାମରେ ରହୁଥିବା ଜଣେ ରାତ୍ର ଜଗୁଆଳୀ ଭୀମ ରାଓ ବାହାଦୂରଙ୍କୁ ରାସ୍ତାରେ ଗୋଡାଇ ଗୋଡାଇ ଭୂଜାଲିରେ ହାଣି ତାଙ୍କୁ ଗୁରୁତର କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ତାଙ୍କ ମୁଣ୍ଡରେ ଗୁରୁତର କ୍ଷତ ସୃଷ୍ଟି ହୋଇଛି । ସୂଚନା ଅନୁଯାଇ ରାତ୍ର ଜଗୁଆଳୀ ଜଣଙ୍କ କେନ୍ଦ୍ରାପଡ଼ା ସହରର ତିନିମୁହାଣୀ ଛକରୁ କାକଟ ଛକ ପର୍ଯ୍ୟନ୍ତ ରାତିରେ ଜଗୁଆଳି ଭାବେ କାର୍ଯ୍ୟ କରନ୍ତି । ଲୋକମାନେ ଶୋଇଗଲା ପରେ ସେ ରାସ୍ତାରେ ହୁଇସିଲ ମାରି ପହରା ଦିଅନ୍ତି । ସ୍ଥାନୀୟ ବାସିନ୍ଦା ଓ ଦୋକାନୀମାନେ ଯାହା କିଛି ଦିଅନ୍ତି ସେଥିରେ ସେ ପରିବାର ପ୍ରତିପୋଷଣ କରିଥାନ୍ତି । ଶନିବାର ସନ୍ଧ୍ୟାରେ ସେ ମହିପାଳ ପେଟ୍ରାଲ ଟାଙ୍କି ନିକଟରେ ଛିଡା ହୋଇଥିବା ବେଳେ ତାଙ୍କୁ ଜୁବୁଲା ଏବଂ ତାଙ୍କର କେତେଜଣ ସହଯୋଗୀ ମଦ ପିଇବାକୁ ଟଙ୍କା ମାଗିଥିଲେ । ସେ ଟଙ୍କା ଦେବାକୁ ଅସମର୍ଥ ବୋଲି କହିବାରୁ ଏଥିରେ ଉତ୍ୟକ୍ତ ହୋଇ ଜୁବୁଲା ଭୀମ ରାଓଙ୍କୁ ଏକ ଭୁଜାଲୀରେ ମରଣାନ୍ତଙ୍କ ଆକ୍ରମଣ କରିଥିଲା । ସେ ଜୀବନ ବିକଳରେ ଦୌଡୁଥିବା ବେଳେ ଜୁବୁଲା ତାଙ୍କୁ ଗୋଡାଇ ଗୋଡାଇ ହାଣିଥିଲା ବୋଲି ପ୍ରତ୍ୟେକ୍ଷ ଦର୍ଶୀଙ୍କ କହିଛନ୍ତି । ଜୁବୁଲା ନାମରେ ଟାଉନ୍ ଥାନାରେ ଏକାଧିକ ଅପରାଧୀକ ମାମଲା ରହିଥିବା ପୋଲିସ ସୂଚନା ଦେଇଛି । ଖବର ପାଇ ଟାଉନ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ  କରିଛି l

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର