ବଢୁଛି ବିଜେଡ଼ିର ବଳ: ବିଜେଡିରେ ସାମିଲ୍ ହେଲେ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ

The Sakala Picture
Published On

ଭୁବନେଶ୍ୱର: ଆହୁରି ସଶକ୍ତ ହେଉଛି ବିଜେଡି। ଦଳର ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ନେତୃତ୍ୱରେ ଦଳର ଶକ୍ତି ବୃଦ୍ଧି ହେବାରେ ଲାଗିଛି । ଆଜି ବିଜେଡିରେ ସମ୍ବଲପୁର ନାକଟିଦେଉଳ ବ୍ଲକର ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ଯୋଗ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସେମାନେ ବିଜେଡିରେ ସାମିଲ୍ ହୋଇଥିବା କହିଛନ୍ତି । ରେଢ଼ାଖୋଲ ବିଧାୟକ ତଥା ସରକାରୀ ଦଳର ଉପମୁଖ୍ୟ ସଚେତକ ରୋହିତ ପୂଜାରୀଙ୍କ ପ୍ରେରଣାରେ ନାକଟିଦେଉଳ ବ୍ଲକର ବିଜେଡି ବ୍ଲକ ସଭାପତିଙ୍କ ନେତୃତ୍ୱରେ ଆଜି ଭୁବନେଶ୍ୱରରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି ।

ଆହୁରି ପଢ଼ନ୍ତୁ: ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଘୋଷଣା: ଦୁର୍ଘଟଣାରେ ମୃତ୍ୟୁ ବା ସ୍ଥାୟୀ ବିକଳାଙ୍ଗ ହେଲେ ମିଳିବ ୨ ଲକ୍ଷ ଟଙ୍କାର ସହାୟତା ରାଶି

ବିଜେଡି ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ବାସଭବନ ଠାରେ ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ ଦଳରେ ଯୋଗ ଦେଇଛନ୍ତି । ନାକଟିଦେଉଳ ବ୍ଲକର ୧୪ଟି ପଞ୍ଚାୟତରୁ ବିଜେପି ଓ କଂଗ୍ରେସ କର୍ମୀ ବିଜେଡିରେ ମିଶିଛନ୍ତି । ମିଶ୍ରଣ ପର୍ବ କାର୍ଯ୍ଯକ୍ରମରେ ସମ୍ବଲପୁର ଜିଲ୍ଲା ବିଜେଡି ପର୍ଯ୍ଯବେକ୍ଷକ ନଳିନୀକାନ୍ତ ପ୍ରଧାନ ଓ ଜିଲ୍ଲା ସଭାପତି ସିଦ୍ଧାର୍ଥ ଉପସ୍ଥିତ ଥିଲେ । ନାକଟି ଦେଉଳ ବ୍ଲକ୍‌ରେ ବିଜେଡିକୁ ତୃଣମୂଳ ସ୍ତରରେ ଆହୁରି ସୁଦୃଢ଼ କରିବା ସହ ଓଡ଼ିଶାର ବିକାଶ ଦିଗରେ ମୁଖ୍ୟମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବାକୁ ସହଯୋଗ କରିବା ପାଇଁ ଆହ୍ୱାନ ଦେଇଥିଲେ ।

ଆହୁରି ପଢ଼ନ୍ତୁ: ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ଗଛରେ ଟାଙ୍ଗି ଦେଲେ ଦୁର୍ବୁତ୍ତ !

ମିଶ୍ରଣ ପର୍ବରେ ନାକଟିଦେଉଳ ବ୍ଲକ କଂଗ୍ରେସର ଯୁବ ସଭାପତି ବାବୁଲା ସାହୁ, ପିସିସି ସଭ୍ୟ ପ୍ରମୋଦ କୁମାର ପ୍ରଧାନ, ପଞ୍ଚାୟତ ସଭାପତି ଧନେଶ୍ୱର ବେହେରା, ମହେଶ କୁମାର ସ୍ୱାଇଁ, ପୂର୍ବତନ ସରପଞ୍ଚ ଲକ୍ଷ୍ଣଣ ଦେଓ, ପୂର୍ବତନ ଜିଲ୍ଲା ପିରଷଦ ସଭ୍ୟ ହରେକୃଷ୍ଣ ମେହେର, ପଞ୍ଚାୟତର ପୂର୍ବତନ ସଭାପତି ଲବ କିଶୋକ ସାହୁ, ବିଶ୍ୱାବସୁ ସଦର ସମାଜର ସମ୍ବଲପୁର ଜିଲ୍ଲା ସଭାପତି ଗୋବିନ୍ଦ ଶବର, ବ୍ଲକ କଂଗ୍ରେସର ଉପସଭାପତି ବିଶ୍ୱଜିତ ବାନାର୍ଜୀ, ନାକଟିଦେଉଳ ବ୍ଲକ ବିଜେପି ସାଧାରଣ ସମ୍ପାଦକ ଶଶାଙ୍କ ଶେଖର ବେହେରା, ସତ୍ୟାନନ୍ଦ ସାହୁ, ମୁରଲୀଧର ପ୍ରଧାନ, ସୁଲୋଚନା ପ୍ରଧାନ, ମୁରଲୀ ଧଳ ପ୍ରମୁଖ କର୍ମକର୍ତ୍ତାଙ୍କ ସମେତ ଶତାଧିକ କର୍ମୀ ବିଜେଡିରେ ଯୋଗଦାନ କରିଛନ୍ତି । ମିଶ୍ରଣ ପର୍ବରେ ସମ୍ବଲପୁର ବିଜେଡି ଜିଲ୍ଲା ଉପସଭାପତି ଅନାଦି ଚରଣ ସାହୁ, ଗୌତମ ବିଶ୍ୱାଳ, ମନୋଜ ରାଉଳ, କାଳିଆ ସାହୁ, ଦାମ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

ଆହୁରି ପଢ଼ନ୍ତୁ: ଗୋପାଳପୁର ଗାଁରୁ ବିଡ଼ା ବିଡ଼ା ଟଙ୍କା ସହ ୧ କ୍ବିଣ୍ଟାଲ ଗଞ୍ଜେଇ ଜବତ, ଦୁଇ ଗିରଫ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର