ଆଦିତ୍ୟ କ୍ଲିନିକ୍‍ ରେ ଚାଲିଥିଲା ଶହ ଶହ ଭୃଣହତ୍ୟା

The Sakala Picture
Published On

ନୟାଗଡ଼ : ନୟାଗଡ଼ ଜିଲ୍ଲା ସଦରମହକୁମାସ୍ଥିତ ଆଦିତ୍ୟ ହସ୍ପିଟାଲ ଆଣ୍ଡ କ୍ଲିନିକ୍‍ ରେ ମଙ୍ଗଳବାର ବେଆଇନ ଗର୍ଭପାତ କରାଯାଇଥିବା ଅଭିଯୋଗରେ ୫ ଜଣଙ୍କୁ ଗିରଫ କରାଯାଇଥିଲା। ବୁଧବାର ନୟାଗଡ଼ ତହସିଲଦାର ଭିକାରୀ ସାହୁ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଡାକ୍ତର ଅରବିନ୍ଦ ମହାପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆସିଷ୍ଟାଣ୍ଡ ମ୍ୟାନେଜର ଜୟକୃଷ୍ଣ ସାହୁ, ନୟାଗଡ଼ ଟାଉନଥାନା ଅଧିକାରୀ ଜୟଦୀପ ମହାନ୍ତିଙ୍କ ନେତୃତ୍ୱରେ ଏକ ପୁଲିସ ଟିମ୍‍ ମିଳିତ ଚଢଉ କରିଛନ୍ତି। ଦୀର୍ଘ ୩ ଘଣ୍ଟାରୁ ଊର୍ଦ୍ଧ୍ବ କ୍ଲିନିକ୍‍ ରେ […]

ନୟାଗଡ଼ : ନୟାଗଡ଼ ଜିଲ୍ଲା ସଦରମହକୁମାସ୍ଥିତ ଆଦିତ୍ୟ ହସ୍ପିଟାଲ ଆଣ୍ଡ କ୍ଲିନିକ୍‍ ରେ ମଙ୍ଗଳବାର ବେଆଇନ ଗର୍ଭପାତ କରାଯାଇଥିବା ଅଭିଯୋଗରେ ୫ ଜଣଙ୍କୁ ଗିରଫ କରାଯାଇଥିଲା। ବୁଧବାର ନୟାଗଡ଼ ତହସିଲଦାର ଭିକାରୀ ସାହୁ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଡାକ୍ତର ଅରବିନ୍ଦ ମହାପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆସିଷ୍ଟାଣ୍ଡ ମ୍ୟାନେଜର ଜୟକୃଷ୍ଣ ସାହୁ, ନୟାଗଡ଼ ଟାଉନଥାନା ଅଧିକାରୀ ଜୟଦୀପ ମହାନ୍ତିଙ୍କ ନେତୃତ୍ୱରେ ଏକ ପୁଲିସ ଟିମ୍‍ ମିଳିତ ଚଢଉ କରିଛନ୍ତି। ଦୀର୍ଘ ୩ ଘଣ୍ଟାରୁ ଊର୍ଦ୍ଧ୍ବ କ୍ଲିନିକ୍‍ ରେ ଛାନଭିନ୍‍ କରାଯାଇଥିଲା। ସୋମବାର କରାଯାଇଥିବା ବେଆଇନ ଗର୍ଭପାତର ଭୃଣ ଉଦ୍ଧାର କରାଯାଇଛି। ଭୃଣହତ୍ୟା ପରେ ତାକୁ ପାଇଖାନା ଦ୍ୱାରା ଟାଙ୍କି ଭିତରକୁ ଛାଡି ଦିଆଯାଉଥିଲା। ପୌର ସଫେଇ କର୍ମଚାରୀମାନେ ପାଇଖାନା ଟାଙ୍କି ଏବଂ ପାଇପ୍‍ ଭାଙ୍ଗି ଗୋଟିଏ ଭୃଣ ଉଦ୍ଧାର କରିଛନ୍ତି। ସେଠାରୁ ଭୃତ ହତ୍ୟା ପାଇଁ ବ୍ୟବହୃତ ଯନ୍ତ୍ରାଂଶ ଜବତ ହୋଇଛି।

ଆହୁରି ପଢ଼ନ୍ତୁ: ହିଟୱେଭ ପାଇଁ SOP: ଅଧିକ ଖରା ହେଉଥିବା ଜାଗାରେ ଆଶ୍ରୟସ୍ଥଳୀ ନିର୍ମାଣ, ଡ୍ରାଇଭରଙ୍କ ପାଇଁ ORS ଓ ପିଇବା ପାଣି ବ୍ୟବସ୍ଥା

କ୍ଲିନକ ପଛପାଖ ଡ୍ରେନ ଏବଂ ପାଇଖାନା ଟାଙ୍କିକୁ ଦେଖିବା ପରେ ଉକ୍ତ ସ୍ଥାନରେ ପୂର୍ବରୁ ଶହ ଶହ ଭୃଣହତ୍ୟା କରି ଫିଙ୍ଗା ଯାଇଥିବା ଅନୁମାନ କରାଯାଉଛି। ସେଠାରେ ଅନେକ ପଲିଥିନ ବନ୍ଧା ହୋଇ ପଡ଼ିଥିବା ବେଳେ ତାହା ଭୃଣହତ୍ୟାରେ ବ୍ୟବହୃତ ସାମଗ୍ରୀ ବୋଲି ଅନୁମାନ କରାଯାଉଛି। ଉଦ୍ଧାର କରାଯାଇଥିବା ମୃତ ଭୃଣ ବ୍ୟବଚ୍ଛେଦ ପାଇଁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ବ୍ୟବଚ୍ଛେଦ ରିର୍ପୋଟ ଆସିଲେ କନ୍ୟାଭୃଣ ନା ନୁହେଁ ସ୍ପଷ୍ଟ ହେବ। ତଦନ୍ତରେ ସାମିଲ ଡାକ୍ତର ମହାପାତ୍ର କହିଛନ୍ତି, କ୍ଲିନିକରୁ କିଛି ଡ୍ରଗ୍ସ ମ୍ୟାଟେରିଆଲ ଏବଂ ଅସ୍ତ୍ରୋପ୍ରଚାରରେ ବ୍ୟବହୃତ ସାମଗ୍ରୀ ଜବତ ହୋଇଛି।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଅକ୍ଷୟ ତୃତୀୟା, ଶ୍ରୀକ୍ଷେତ୍ରରେ ହେବ ବିଶ୍ୱ ନିୟନ୍ତାଙ୍କ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ

ଅନ୍ୟପକ୍ଷେ, ପୁଲିସ ମଙ୍ଗଳବାର ଗିରଫ କରିଥିବା କ୍ଲିନିକ ମାଲିକ ବକଳବନ୍ଧ ଗ୍ରାମର ସତ୍ୟପ୍ରିୟ ସ୍ୱାଇଁ, ନର୍ସ ଫୁଲବାଣୀର ବନିତା ରାଉତ, ରଣପୁର କୁଳାସର ସଙ୍ଗୀତା ମହାନ୍ତି, ଦଲାଲ ଖଣ୍ଡପଡ଼ା ଖଳିସାହିର ରାଜକିଶୋର ସାହୁ, ଗର୍ଭପାତ କରାଇଥିବା ମହିଳାଙ୍କ ସ୍ୱାମୀ ବାହାଡଝୋଲା ନିକଟ ତୋଡିସାହିର ଗଣେଶ ପ୍ରଧାନଙ୍କୁ ବୁଧବାର କୋର୍ଟ ଚାଲାଣ କରିଛି। ୨୦୦୮ରେ ବଦନାମ ହୋଇଥିଲା ନୟାଗଡ଼ କନ୍ୟାଭୃଣ ହତ୍ୟା ପାଇଁ ନୟାଗଡ଼ ୨୦୦୮ ମସିହାରେ ବଦନାମ ହୋଇଥିଲା। ପରେ ପରିସ୍ଥିତିରେ ସୁଧାର ଆଣିବାକୁ ରାଜ୍ୟ ସରକାର ବାରମ୍ୱାର ଚେଷ୍ଟା କରୁଥିଲେ ମଧ୍ୟ ଲୋକଙ୍କ ମାନସିକତାରେ ପରିବର୍ତ୍ତନ ଘଟୁନାହିଁ। ଲୁଚାଛପାରେ ବିଭିନ୍ନ ସ୍ଥାନରେ ଭୃଣହତ୍ୟା ହେଉଛି। ପୂର୍ବରୁ ଅନେକ ସ୍ଥାନରୁ ମୃତଭୃଣ ଉଦ୍ଧାର ଏହାର ପ୍ରମାଣ। ଜିଲ୍ଲାରେ ପୁଅ ତୁଳନାରେ ଝିଅ ସଂଖ୍ୟାକୁ ଦେଖିଲେ ସ୍ଥିତି ସ୍ପଷ୍ଟ ବୁଝାପଡୁଛି।

ଆହୁରି ପଢ଼ନ୍ତୁ: ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ଏପ୍ରିଲ ୨୭ରୁ ରାଜ୍ୟର ସମସ୍ତ ସରକାରୀ, ବେସରକାରୀ ସ୍କୁଲ ଛୁଟି

୧୯୯୧ରୁ ୨୦୨୦ ଯାଏ ମିଳିଥିବା ତଥ୍ୟରୁ ଜିଲ୍ଲାରେ ଦିନକୁ ଦିନ ଝିଅ ସଂଖ୍ୟା ହ୍ରାସ ପାଉଛି। ୧୯୯୧ ଜନଗଣନା ଅନୁସାରେ ୧ ହଜାର ପୁଅରେ ୯୫୦ ଝିଅ ଥିବାବେଳେ ୨୦୦୧ ଜନଗଣନାରେ ୧ ହଜାର ପୁଅରେ ୯୦୪ ଏବଂ ୨୦୧୧ ଜନଗଣନା ଅନୁସାରେ ୧ହଜାର ପୁଅରେ ୮୫୫ ଝିଅ ଥିଲେ। ମାତ୍ର ୨୦୨୦ରେ ୧ ହଜାର ପୁଅରେ ୮୪୧ ଝିଅ ଜନ୍ମ ନେଉଥିବା ଜଣାପଡ଼ିଛି। ବିଗତ ୫ ବର୍ଷର ତଥ୍ୟକୁ ଦେଖିଲେ, ୨୦୧୫ରେ ୧ ହଜାର ପୁଅରେ ୮୫୯ ଝିଅ, ୨୦୧୬ରେ ୮୯୦, ୨୦୧୭ରେ ୮୧୧, ୨୦୧୮ରେ ୮୩୩, ୨୦୧୯ରେ ୮୪୦, ୨୦୨୦ରେ ୮୪୧ ଏବଂ ଚଳିତବର୍ଷର ଆନୁମାନିକ ତଥ୍ୟରେ ଏକ ହଜାର ପୁଅରେ ସର୍ବନିମ୍ନ ୮୧୨ ଝିଅ ଜନ୍ମ ନେଉଛନ୍ତି।

02 Sep 2021 By The Sakala

ଆଦିତ୍ୟ କ୍ଲିନିକ୍‍ ରେ ଚାଲିଥିଲା ଶହ ଶହ ଭୃଣହତ୍ୟା

ନୟାଗଡ଼ : ନୟାଗଡ଼ ଜିଲ୍ଲା ସଦରମହକୁମାସ୍ଥିତ ଆଦିତ୍ୟ ହସ୍ପିଟାଲ ଆଣ୍ଡ କ୍ଲିନିକ୍‍ ରେ ମଙ୍ଗଳବାର ବେଆଇନ ଗର୍ଭପାତ କରାଯାଇଥିବା ଅଭିଯୋଗରେ ୫ ଜଣଙ୍କୁ ଗିରଫ କରାଯାଇଥିଲା। ବୁଧବାର ନୟାଗଡ଼ ତହସିଲଦାର ଭିକାରୀ ସାହୁ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଡାକ୍ତର ଅରବିନ୍ଦ ମହାପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆସିଷ୍ଟାଣ୍ଡ ମ୍ୟାନେଜର ଜୟକୃଷ୍ଣ ସାହୁ, ନୟାଗଡ଼ ଟାଉନଥାନା ଅଧିକାରୀ ଜୟଦୀପ ମହାନ୍ତିଙ୍କ ନେତୃତ୍ୱରେ ଏକ ପୁଲିସ ଟିମ୍‍ ମିଳିତ ଚଢଉ କରିଛନ୍ତି। ଦୀର୍ଘ ୩ ଘଣ୍ଟାରୁ ଊର୍ଦ୍ଧ୍ବ କ୍ଲିନିକ୍‍ ରେ ଛାନଭିନ୍‍ କରାଯାଇଥିଲା। ସୋମବାର କରାଯାଇଥିବା ବେଆଇନ ଗର୍ଭପାତର ଭୃଣ ଉଦ୍ଧାର କରାଯାଇଛି। ଭୃଣହତ୍ୟା ପରେ ତାକୁ ପାଇଖାନା ଦ୍ୱାରା ଟାଙ୍କି ଭିତରକୁ ଛାଡି ଦିଆଯାଉଥିଲା। ପୌର ସଫେଇ କର୍ମଚାରୀମାନେ ପାଇଖାନା ଟାଙ୍କି ଏବଂ ପାଇପ୍‍ ଭାଙ୍ଗି ଗୋଟିଏ ଭୃଣ ଉଦ୍ଧାର କରିଛନ୍ତି। ସେଠାରୁ ଭୃତ ହତ୍ୟା ପାଇଁ ବ୍ୟବହୃତ ଯନ୍ତ୍ରାଂଶ ଜବତ ହୋଇଛି।

କ୍ଲିନକ ପଛପାଖ ଡ୍ରେନ ଏବଂ ପାଇଖାନା ଟାଙ୍କିକୁ ଦେଖିବା ପରେ ଉକ୍ତ ସ୍ଥାନରେ ପୂର୍ବରୁ ଶହ ଶହ ଭୃଣହତ୍ୟା କରି ଫିଙ୍ଗା ଯାଇଥିବା ଅନୁମାନ କରାଯାଉଛି। ସେଠାରେ ଅନେକ ପଲିଥିନ ବନ୍ଧା ହୋଇ ପଡ଼ିଥିବା ବେଳେ ତାହା ଭୃଣହତ୍ୟାରେ ବ୍ୟବହୃତ ସାମଗ୍ରୀ ବୋଲି ଅନୁମାନ କରାଯାଉଛି। ଉଦ୍ଧାର କରାଯାଇଥିବା ମୃତ ଭୃଣ ବ୍ୟବଚ୍ଛେଦ ପାଇଁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ବ୍ୟବଚ୍ଛେଦ ରିର୍ପୋଟ ଆସିଲେ କନ୍ୟାଭୃଣ ନା ନୁହେଁ ସ୍ପଷ୍ଟ ହେବ। ତଦନ୍ତରେ ସାମିଲ ଡାକ୍ତର ମହାପାତ୍ର କହିଛନ୍ତି, କ୍ଲିନିକରୁ କିଛି ଡ୍ରଗ୍ସ ମ୍ୟାଟେରିଆଲ ଏବଂ ଅସ୍ତ୍ରୋପ୍ରଚାରରେ ବ୍ୟବହୃତ ସାମଗ୍ରୀ ଜବତ ହୋଇଛି।

ଅନ୍ୟପକ୍ଷେ, ପୁଲିସ ମଙ୍ଗଳବାର ଗିରଫ କରିଥିବା କ୍ଲିନିକ ମାଲିକ ବକଳବନ୍ଧ ଗ୍ରାମର ସତ୍ୟପ୍ରିୟ ସ୍ୱାଇଁ, ନର୍ସ ଫୁଲବାଣୀର ବନିତା ରାଉତ, ରଣପୁର କୁଳାସର ସଙ୍ଗୀତା ମହାନ୍ତି, ଦଲାଲ ଖଣ୍ଡପଡ଼ା ଖଳିସାହିର ରାଜକିଶୋର ସାହୁ, ଗର୍ଭପାତ କରାଇଥିବା ମହିଳାଙ୍କ ସ୍ୱାମୀ ବାହାଡଝୋଲା ନିକଟ ତୋଡିସାହିର ଗଣେଶ ପ୍ରଧାନଙ୍କୁ ବୁଧବାର କୋର୍ଟ ଚାଲାଣ କରିଛି। ୨୦୦୮ରେ ବଦନାମ ହୋଇଥିଲା ନୟାଗଡ଼ କନ୍ୟାଭୃଣ ହତ୍ୟା ପାଇଁ ନୟାଗଡ଼ ୨୦୦୮ ମସିହାରେ ବଦନାମ ହୋଇଥିଲା। ପରେ ପରିସ୍ଥିତିରେ ସୁଧାର ଆଣିବାକୁ ରାଜ୍ୟ ସରକାର ବାରମ୍ୱାର ଚେଷ୍ଟା କରୁଥିଲେ ମଧ୍ୟ ଲୋକଙ୍କ ମାନସିକତାରେ ପରିବର୍ତ୍ତନ ଘଟୁନାହିଁ। ଲୁଚାଛପାରେ ବିଭିନ୍ନ ସ୍ଥାନରେ ଭୃଣହତ୍ୟା ହେଉଛି। ପୂର୍ବରୁ ଅନେକ ସ୍ଥାନରୁ ମୃତଭୃଣ ଉଦ୍ଧାର ଏହାର ପ୍ରମାଣ। ଜିଲ୍ଲାରେ ପୁଅ ତୁଳନାରେ ଝିଅ ସଂଖ୍ୟାକୁ ଦେଖିଲେ ସ୍ଥିତି ସ୍ପଷ୍ଟ ବୁଝାପଡୁଛି।

୧୯୯୧ରୁ ୨୦୨୦ ଯାଏ ମିଳିଥିବା ତଥ୍ୟରୁ ଜିଲ୍ଲାରେ ଦିନକୁ ଦିନ ଝିଅ ସଂଖ୍ୟା ହ୍ରାସ ପାଉଛି। ୧୯୯୧ ଜନଗଣନା ଅନୁସାରେ ୧ ହଜାର ପୁଅରେ ୯୫୦ ଝିଅ ଥିବାବେଳେ ୨୦୦୧ ଜନଗଣନାରେ ୧ ହଜାର ପୁଅରେ ୯୦୪ ଏବଂ ୨୦୧୧ ଜନଗଣନା ଅନୁସାରେ ୧ହଜାର ପୁଅରେ ୮୫୫ ଝିଅ ଥିଲେ। ମାତ୍ର ୨୦୨୦ରେ ୧ ହଜାର ପୁଅରେ ୮୪୧ ଝିଅ ଜନ୍ମ ନେଉଥିବା ଜଣାପଡ଼ିଛି। ବିଗତ ୫ ବର୍ଷର ତଥ୍ୟକୁ ଦେଖିଲେ, ୨୦୧୫ରେ ୧ ହଜାର ପୁଅରେ ୮୫୯ ଝିଅ, ୨୦୧୬ରେ ୮୯୦, ୨୦୧୭ରେ ୮୧୧, ୨୦୧୮ରେ ୮୩୩, ୨୦୧୯ରେ ୮୪୦, ୨୦୨୦ରେ ୮୪୧ ଏବଂ ଚଳିତବର୍ଷର ଆନୁମାନିକ ତଥ୍ୟରେ ଏକ ହଜାର ପୁଅରେ ସର୍ବନିମ୍ନ ୮୧୨ ଝିଅ ଜନ୍ମ ନେଉଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର