କେନ୍ଦ୍ରାପଡ଼ାରେ ଚାଞ୍ଚଲ୍ୟ: ଲୁଣା ନଦୀବନ୍ଧରୁ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

Madhusudan Das Picture
Published On

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାର ଲୁଣା ନଦୀବନ୍ଧରୁ ଅଚିହ୍ନା ମହିଳାଙ୍କ ମୁଣ୍ଡବିହୀନ ଉଲଗ୍ନ ମୃତଦେହ ଉଦ୍ଧାର ହୋଇଛି । କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ। ଲୁକୁଦାନଗରୀ ଥାନା ଅନ୍ତର୍ଗତ ଅଞ୍ଚଳରେ ଘଟିଥିବା ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ଭୟ ଓ ଆତଙ୍କର ବାତାବରଣ ଖେଳିଯାଇଛି।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ପ୍ରବଳ ବର୍ଷା ଓ ଝଡ଼ତୋଫାନ ଆଶଙ୍କା: ଆଗାମୀ ୨ ଘଣ୍ଟା ପାଇଁ 'ଅରେଞ୍ଜ ୱାର୍ଣ୍ଣିଂ' ଜାରି

ପ୍ରାପ୍ତ ସୂଚନା ଅନୁଯାୟୀ, ଗୁରୁବାର ସକାଳେ ମହାରକୁଳା ଗ୍ରାମର କିଛି ସ୍ଥାନୀୟ ଲୋକ ନଦୀ ବନ୍ଧ ପାର୍ଶ୍ୱରେ ଏକ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ମହିଳାଙ୍କ ମୁଣ୍ଡ ନଥିବା ଦେଖି ଗ୍ରାମବାସୀ ଭୟଭୀତ ହୋଇ ତୁରନ୍ତ ସ୍ଥାନୀୟ ପୁଲିସକୁ ଏ ବିଷୟରେ ସୂଚନା ଦେଇଥିଲେ। ମୃତଦେହ ନିକଟରେ ଦୁଇଟି ଚପଲ ପଡ଼ି ରହିଥିବା ବେଳେ ନଦୀ ବନ୍ଧ ଉପରେ ବ୍ୟାପକ ରକ୍ତର ଦାଗ ଦେଖିବାକୁ ମିଳିଛି। ତେବେ ଘଟଣାସ୍ଥଳରୁ କୌଣସି ପରିଚୟପତ୍ର ବା ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସୁରାକ ମିଳିପାରି ନାହିଁ।

ଆହୁରି ପଢ଼ନ୍ତୁ: ମାଝି ବାବା ହତ୍ୟା ଘଟଣାର ପର୍ଦ୍ଦାଫାଶ: ଅଭିଯୁକ୍ତ ଗିରଫ, କଟୁରୀ ଓ ବାଇକ୍ ଜବତ

ମହିଳାଙ୍କୁ କେହି ନୃଶଂସ ଭାବେ ହତ୍ୟା କରି ପ୍ରମାଣ ନଷ୍ଟ ଉଦ୍ଦେଶ୍ୟରେ ମୁଣ୍ଡ କାଟି ନେଇଥିବା ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି। ଖବର ପାଇ କୁଦାନଗରୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା ପଠାଇଛି।

ଆହୁରି ପଢ଼ନ୍ତୁ: ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ସରକାର ସଂପୂର୍ଣ୍ଣ ବିଫଳ: ମାନସ ରଞ୍ଜନ ମଙ୍ଗରାଜ

ମୃତ ମହିଳାଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରି ନଥିବା ବେଳେ ତାଙ୍କ ପରିଚୟ ଜାଣିବା ପାଇଁ ଆଖପାଖ ଥାନା ସହ ଯୋଗାଯୋଗ କରାଯାଉଛି। ଏହି ବର୍ବର କାଣ୍ଡ ପଛରେ କାହାର ହାତ ରହିଛି ଏବଂ କେଉଁ କାରଣରୁ ଏପରି ହତ୍ୟାକାଣ୍ଡ ଘଟିଛି, ସେନେଇ ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର