ପୋଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ ଅଭିଯୋଗ, ପ୍ରତିବାଦରେ ମାଲକାନଗିରି ଥାନାରେ ଉତ୍ତେଜନା

Madhusudan Das Picture
Published On

ମାଲକାନଗିରି: ହରିୟାଣା ପୋଲିସ ହେପାଜତରେ ଥିବା ଗଞ୍ଜେଇ ଚାଲାଣ ଅଭିଯୁକ୍ତଙ୍କ ମୃତ୍ୟୁ । ମାଲକାନଗିରିର ଏକ ଘରୋଇ ହୋଟେଲରୁ ଅଭିଯୁକ୍ତ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ହରିୟାଣା ପୁଲିସ ଦ୍ୱାରା ଗଞ୍ଜେଇ ଚୋରାଚାଲାଣ ଅଭିଯୋଗରେ ଅଟକ ରଖାଯାଇଥିବା ଜଣେ ଯୁବକଙ୍କ ମୃତଦେହ ମାଲକାନଗିରିର ଏକ ହୋଟେଲ ଭିତରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେବା ପରେ ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ମୃତ ଯୁବକ ଜଣକ ହେଉଛନ୍ତି ଏମଭି-୬୫ ଗ୍ରାମର ବାପନ । ପ୍ରତିବାଦରେ ମୃତ ଯୁବକଙ୍କ ପରିବାର ଓ ସମ୍ପର୍କୀୟଙ୍କ ପକ୍ଷରୁ ମାଲକାନଗିରି ଥାନାରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି । 

ଆହୁରି ପଢ଼ନ୍ତୁ: ଆଜି କୋଟିଆ ଗସ୍ତରେ ଯିବ ବିଜେଡିର ପ୍ରତିନିଧି ଦଳ, ଆନ୍ଧ୍ର ସରକାରଙ୍କ ନିର୍ବାଚନ ସମ୍ପର୍କିତ କାର୍ଯ୍ୟକଳାପକୁ କରିବ ବିରୋଧ

ମିଳିଥିବା ସୂଚନା ଅନୁସାରେ, ଏକ ଗଞ୍ଜେଇ ଚୋରାଚାଲାଣ ସହ ତାଙ୍କର ସମ୍ପୃକ୍ତି ଥିବା ସନ୍ଦେହରେ ହରିୟାଣା ପୁଲିସ ତାଙ୍କୁ ଅଟକ ରଖିଥିଲା। ଏହାପରେ ଯୁବକଙ୍କୁ ମାଲକାନଗିରିର ଏକ ଘରୋଇ ହୋଟେଲରେ ହରିୟାଣା ପୁଲିସ ନିଜ ହେପାଜତରେ ରଖିଥିଲା। ତେବେ ଆଜି ସକାଳେ ହୋଟେଲ ଭିତରୁ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିବା ଘଟଣାକୁ ଅଧିକ ରହସ୍ୟମୟ କରି ଦେଇଛି ।

ଆହୁରି ପଢ଼ନ୍ତୁ: ବିଜେପି ନେତାଙ୍କ ମନ୍ତବ୍ୟକୁ ବିଜେଡିର କଡ଼ା ବିରୋଧ: ନବୀନଙ୍କ ବୟସକୁ ନେଇ ଆକ୍ଷେପ ବିକୃତ ମାନସିକତା

ଏହି ଘଟଣା ଜଣାପଡ଼ିବା ପରେ ମୃତ ଯୁବକଙ୍କ ପରିବାର ଓ ସମ୍ପର୍କୀୟମାନେ ମାଲକାନଗିରି ଥାନାରେ ପହଞ୍ଚିଥିଲେ। ଫଳରେ ଥାନା ପରିସରରେ ଉତ୍ତେଜନା ଦେଖାଦେଇଛି। ତେବେ ଯୁବକଙ୍କ ମୃତ୍ୟୁ କେଉଁ ପରିସ୍ଥିତିରେ ହେଲା, ତାହାକୁ ନେଇ ଏବେ ଉଠିଛି ପ୍ରଶ୍ନ। ଘଟଣାର ପ୍ରକୃତ କାରଣ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି କୁହାଯାଉଛି।

ଆହୁରି ପଢ଼ନ୍ତୁ: ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଓଡ଼ିଶା ସରକାରଙ୍କ ପ୍ରସ୍ତୁତି: ୬ଟି ଦକ୍ଷିଣ ଜିଲ୍ଲାରେ ରେସକ୍ୟୁ ଟିମ୍ ମୁତୟନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର