ରାଜଧାନୀରେ ଲଜ୍ଜା: ଦୁଷ୍କର୍ମ ଅଭିଯୋଗରେ ସମ୍ପର୍କୀୟ ଦାଦାଙ୍କୁ ବାନ୍ଧିଲା ମହିଳା ଥାନା ପୋଲିସ

Madhusudan Das Picture
Published On

ଭୁବନେଶ୍ୱର: ଭୁବନେଶ୍ୱରରେ ପୁଣି ଏକ ଲଜ୍ୟାଜନକ ଘଟଣା ସାମ୍ନାକୁ ଆସିଛି। ଦାଦାଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆଣିଲେ ଝିଆରୀ। ନାବାଳିକା ସମୟରୁ ସେ ତାଙ୍କୁ ଘରେ ରଖିବା ଆଳରେ ଭୁବନେଶ୍ୱର ଡକାଇଥିଲେ। ଏହାପରେ ତାଙ୍କୁ ବର୍ଷ ବର୍ଷ ଧରି ଯୌନ ନିର୍ଯାତନା ଦେଉଥିଲେ। ଲୋକ ଲଜ୍ଜା ଭୟରେ ପରିବାର ଲୋକେ ମୁହଁ ଖୋଲୁ ନଥିଲେ। ଶେଷରେ ମାଉସୀଙ୍କ ସହାୟତାରେ ଯୁବତୀ ଜଣଙ୍କ ସାମ୍ନାକୁ ଆସିଥିଲେ। ଯୁବତୀ ଜଣଙ୍କ ଏନେଇ ମହିଳା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। 

ଆହୁରି ପଢ଼ନ୍ତୁ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଓଡ଼ିଶାର ୨ ଯୁବ ଆଥଲେଟଙ୍କ ମୃତ୍ୟୁ

ଅଭିଯୋଗ ଅନୁଯାୟୀ, ଯୁବତୀଙ୍କ ଘର ପୁରୀ ଜିଲ୍ଲାରେ। ତାଙ୍କ ଦାଦା ଭୁବନେଶ୍ୱରରେ ଜଣେ ବ୍ୟବସାୟୀ ହୋଇଥିଲା ବେଳେ ଖୁଡି ଜଣେ ସରକାରୀ ଚାକିରିଆ। ସେମାନଙ୍କର କୌଣସି ପିଲା ନଥିବାରୁ ଦୁହେଁ ସମ୍ପୃକ୍ତ ଯୁବତୀଙ୍କୁ ପାଠ ପଢାଇବାକୁ ଭୁବନେଶ୍ୱରକୁ ନେଇ ଆସିଥିଲେ। ଖୁଡି ନଥିଲା ବେଳେ ଦାଦା ତାଙ୍କୁ ବାରମ୍ବାର ଯୌନ ଶୋଷଣ କରୁଥିଲେ। ଏନେଇ ଯୁବତୀ ଜଣଙ୍କ ପରିବାର ଲୋକଙ୍କୁ ଜଣାଇଲେ ବି ପରିବାର ଲୋକ ଦାଦାଙ୍କୁ କିଛି କହିଲେ ନାହିଁ। ଓଲଟା ଲୋକଲଜ୍ୟାର ଭୟରେ ରହିଲେ। ଶେଷରେ ଯୁବତୀ ଜଣଙ୍କ ତାଙ୍କ ମାମୁଁ ଘରକୁ ଚାଲିଗଲେ। ମାଉସୀଙ୍କ ସାହସରେ ମହିଳା ଥାନାରେ ଏତଲା ଦେଇଛନ୍ତି। 

ଆହୁରି ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ମୋଦୀଙ୍କ ଓଡ଼ିଶା ଗସ୍ତ: RBI ପ୍ରକଳ୍ପର କରିବେ ଉଦଘାଟନ, ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର