MMDR ବିଲ୍ ଓ ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ, ଆସନ୍ତାକାଲି ଯାଏଁ ବିଧାନସଭା ମୁଲତବୀ

Madhusudan Das Picture
Published On

ଭୁବନେଶ୍ୱର: ବିଧାନସଭାର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ବିରୋଧୀ ସଦସ୍ୟଙ୍କ ପ୍ରବଳ ହଟ୍ଟଗୋଳ ଦେଖିବାକୁ ମିଳିଛି। ଫଳରେ ଗୃହକୁ ବୁଧବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି। ବିରୋଧୀମାନେ ମୁଖ୍ୟତଃ ଏମଏମଡିଆର ବିଲ୍ (MMDR Bill) ଏବଂ ସ୍କୁଲ ପାଠ୍ୟପୁସ୍ତକରେ ଥିବା ତ୍ରୁଟିକୁ ନେଇ ସରକାରଙ୍କୁ ଘେରିଥିଲେ।

ଆହୁରି ପଢ଼ନ୍ତୁ: ବୁଲା ଷଣ୍ଢଙ୍କ ଉପଦ୍ରବରେ ଅତିଷ୍ଠ ଶହଶହ ଚାଷୀ, ଶେଷରେ ଥାନାର ଦ୍ୱାରସ୍ଥ ହୋଇ ଦେଲେ ଏତଲା

ଅଧିବେଶନର ପ୍ରାରମ୍ଭରେ ଦିବଂଗତ ବିଧାୟକ, ଜନପ୍ରତିନିଧି ଏବଂ ସରକାରୀ କର୍ମଚାରୀମାନଙ୍କ ଉଦ୍ଦେଶ୍ୟରେ ଶୋକ ପ୍ରସ୍ତାବ ଆଗତ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରସ୍ତାବ ଆଗତ କରିବା ସହ ସେମାନଙ୍କ ବିୟୋଗରେ ଗଭୀର ଦୁଃଖ ପ୍ରକାଶ କରିଥିଲେ। ଏଥିସହିତ ନିକଟରେ ନେପାଳ ବନ୍ୟାରେ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ମଧ୍ୟ ଗୃହରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଆରମ୍ଭ ହେବା ପୂର୍ବରୁ ସଦସ୍ୟମାନେ ନୀରବ ପ୍ରାର୍ଥନା କରିଥିଲେ।

ଆହୁରି ପଢ଼ନ୍ତୁ: ସମ୍ପତ୍ତି ଆଗରେ ସମ୍ପର୍କ ତୁଚ୍ଛ: ସାନଭାଇକୁ ଚାପଡରେ ହାଣିଲା ବଡଭାଇ

ଶୋକ ପ୍ରସ୍ତାବ ପରେ ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିଜେଡି ଏବଂ କଂଗ୍ରେସ ବିଧାୟକମାନେ ହାତରେ ପ୍ଲାକାର୍ଡ ଧରି ଗୃହର ମଧ୍ୟଭାଗକୁ ଚାଲି ଆସିଥିଲେ। ସ୍କୁଲ ବହିରେ ତ୍ରୁଟି ଏବଂ ଏମଏମଡିଆର ବିଲକୁ ବିରୋଧ କରି ସେମାନେ ନାରାବାଜି କରିଥିଲେ। ବାଚସ୍ପତି ସୁରମା ପାଢ଼ୀ ବାରମ୍ବାର ଶାନ୍ତ ରହିବାକୁ ନିବେଦନ କରିଥିଲେ ମଧ୍ୟ କେହି ଶୁଣି ନଥିଲେ। ହଟ୍ଟଗୋଳ ଜାରି ରହିବାରୁ ବାଚସ୍ପତି ପ୍ରଥମେ ଦିନ ୧.୧୦ ମିନିଟ୍ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଥିଲେ।

ଆହୁରି ପଢ଼ନ୍ତୁ: ରାଜଧାନୀରେ ଫେସବୁକ୍ ଲାଇଭ୍‌କୁ ନେଇ ସଂଘର୍ଷ: ୨ ରାଉଣ୍ଡ ଗୁଳିଚାଳନା, ୫ ଆହତ

ପରବର୍ତ୍ତୀ ସମୟରେ ଗୃହର କାର୍ଯ୍ୟ ଆରମ୍ଭ ହେବା ପରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଥିଲା। ବିରୋଧୀଙ୍କ ନାରାବାଜି ଯୋଗୁଁ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ କରାଯାଇଥିଲା। ୪ଟା ପରେ ଗୃହର କାର୍ଯ୍ୟ ପୁଣିଥରେ ଆରମ୍ଭ ହେବାରୁ କଂଗ୍ରେସ ଏବଂ ବିଜେଡି ବିଧାୟକମାନେ ପୁଣିଥରେ ହଟ୍ଟଗୋଳ କରିଥିଲେ, ଯାହା ଫଳରେ ବାଚସ୍ପତି ଗୃହକୁ ଆସନ୍ତାକାଲି (ବୁଧବାର) ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିବାକୁ ବାଧ୍ୟ ହୋଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର