କଟକ ରେଳ ଷ୍ଟେସନରୁ ନିଖୋଜ ନାବାଳିକା ସୁରକ୍ଷିତ ଉଦ୍ଧାର, ସନ୍ଦେହରେ ବୃଦ୍ଧ ଅଟକ

Madhusudan Das Picture
Published On

କଟକ: କଟକ ରେଳ ଷ୍ଟେସନରୁ ଗତ ଶନିବାର ଅପହୃତ ହୋଇଥିବା ଜଣେ ୭ ବର୍ଷୀୟା ନାବାଳିକାଙ୍କୁ ସୋମବାର କମିଶନରେଟ୍ ପୋଲିସ ସୁରକ୍ଷିତ ଭାବେ ଉଦ୍ଧାର କରିଛି। ଏହି ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହରେ ଜଣେ ବୃଦ୍ଧଙ୍କୁ ଅଟକ ରଖି ପୋଲିସ ତରଫରୁ ପଚରାଉଚରା କରାଯାଉଛି। ନାବାଳିକାଙ୍କ ଉଦ୍ଧାର ପରେ ପରିବାର ଲୋକେ ଆଶ୍ୱସ୍ତି ଲାଭ କରିଛନ୍ତି।

ଆହୁରି ପଢ଼ନ୍ତୁ: ଶୁଦ୍ଧିକ୍ରିୟାର ମାସକ ପରେ ଘରକୁ ଫେରିଲେ ସ୍ୱାମୀ, ପୁଣି ଶଙ୍ଖା-ସିନ୍ଦୁର ନାଇଲେ ବିଧବା ସ୍ତ୍ରୀ...

କମିଶନରେଟ୍ ପୋଲିସ, ସରକାରୀ ରେଳବାଇ ପୋଲିସ (ଜିଆରପି), ରେଳ ସୁରକ୍ଷା ବଳ (ଆରପିଏଫ୍) ଏବଂ ଶିଶୁ କଲ୍ୟାଣ ସମିତି (ସିଡବ୍ଲ୍ୟୁସି) ର ମିଳିତ ଉଦ୍ୟମରେ କଟକର ବାଲିକୁଦା ଅଞ୍ଚଳରୁ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି। ନାବାଳିକା ନିଖୋଜ ହେବା ପରେ ତାଙ୍କୁ ଠାବ କରିବା ଓ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଚିହ୍ନଟ କରିବା ପାଇଁ ପୋଲିସ ପକ୍ଷରୁ ୧୦ଟି ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ଲଗାଣ ବର୍ଷାରେ ମୟୂରଭଞ୍ଜ ସ୍ଥିତି ବେହାଲ; ବାଙ୍ଗିରିପୋଷି ଓ ସାରସକଣାରେ ସର୍ବାଧିକ ବର୍ଷା, କାତରା ଓ ବୁଢାବଳଙ୍ଗରେ ବନ୍ୟା

ରେଳ ଷ୍ଟେସନ ଏବଂ ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ପରେ ଜଣେ ବୃଦ୍ଧ ନାବାଳିକାଙ୍କୁ ସାଥିରେ ନେଇଯାଉଥିବାର ଦୃଶ୍ୟ ପୋଲିସର ହସ୍ତଗତ ହୋଇଥିଲା। ଏହି ସିସିଟିଭି ଫୁଟେଜ୍ ଏବଂ ଅନ୍ୟାନ୍ୟ ବୈଷୟିକ ପ୍ରମାଣକୁ ଆଧାର କରି ପୋଲିସ ସନ୍ଦିଗ୍ଧଙ୍କ ଗତିବିଧି ଟ୍ରାକ୍ କରିବାରେ ସଫଳ ହୋଇଥିଲା। ଶେଷରେ ବାଲିକୁଦା ଅଞ୍ଚଳରେ ରହୁଥିବା ଉକ୍ତ ବୃଦ୍ଧଙ୍କୁ ଧରିବା ସହ ତାଙ୍କ ପାଖରୁ ନାବାଳିକାଙ୍କୁ ଉଦ୍ଧାର କରାଯାଇଥିଲା।

ଆହୁରି ପଢ଼ନ୍ତୁ: ଓଡ଼ିଶାର ପ୍ରତି ଚାଷୀ ପରିବାର ଉପରେ ୩୨,୭୨୧ଟଙ୍କା ଋଣ: କେନ୍ଦ୍ର

ପୋଲିସର ସୂଚନାନୁସାରେ, ଉଦ୍ଧାର ହୋଇଥିବା ନାବାଳିକାଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଅଛି। ନିୟମ ଅନୁଯାୟୀ ତାଙ୍କୁ ସିଡବ୍ଲ୍ୟୁସିକୁ ହସ୍ତାନ୍ତର କରାଯାଇଛି ।

ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଅଞ୍ଚଳର ଆଈ ଏବଂ ଅଜା ନାବାଳିକାଙ୍କୁ ଧରି ଅନୁଗୋଳ ଜିଲ୍ଲାର ପାଲଲହଡ଼ା ଯିବା ପାଇଁ ଶନିବାର ଅପରାହ୍ନରେ କଟକ ରେଳ ଷ୍ଟେସନରେ ଟ୍ରେନ୍ ଅପେକ୍ଷାରେ ଥିଲେ। ଏହି ସମୟରେ ନାବାଳିକା ଜଣକ ହଠାତ୍ ଷ୍ଟେସନ ପରିସରରୁ ନିଖୋଜ ହୋଇଯାଇଥିଲେ।

ବହୁ ଖୋଜାଖୋଜି ପରେ ମଧ୍ୟ ନାତୁଣୀର କୌଣସି ପତ୍ତା ନ ମିଳିବାରୁ ସେମାନେ ପ୍ରଥମେ ଜିଆରପି ନିକଟରେ ପହଞ୍ଚିଥିଲେ। ପରେ ଜିଆରପିଙ୍କ ପରାମର୍ଶ କ୍ରମେ ଆଈ ଚାଉଳିଆଗଞ୍ଜ ଥାନାରେ ଏକ ନିଖୋଜ ମାମଲା ରୁଜୁ କରିଥିଲେ। ଅଭିଯୋଗ ପାଇବା ପରେ ପୋଲିସ ତତ୍ପରତା ଦେଖାଇ ୨ ଦିନର ତଲାସି ଅଭିଯାନ ପରେ ଏହି ସଫଳତା ହାସଲ କରିଛି ଏବଂ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର