ଜେଏମଏମରେ ଫାଟ : ଦଳରୁ ଇସ୍ତଫା ଦେଲେ ମହେଶ ହେମ୍ବ୍ରମ

The Sakala Picture
Published On

ବାରିପଦା : ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ଦଳରେ ଥିବା ଫାଟ ବର୍ତ୍ତମାନ ପଦାରେ ପଡ଼ିଛି। ଦଳର ପୂର୍ବତନ ରାଜ୍ୟ ସଭାପତି ମହେଶ ହେମ୍ବ୍ରମ ଦଳରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କର ଇସ୍ତଫା ପତ୍ର ଦଳର କେନ୍ଦ୍ରୀୟ କମିଟି ସଭାପତିଙ୍କୁ ପ୍ରଦାନ କରି ତା’ର ଏକକିତା ନକଲ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ପ୍ରଦାନ କରିଛନ୍ତି। ଦଳରେ କାର୍ଯ୍ୟ କରିବାର ସୁଯୋଗ ଦେଇଥିବାରୁ ମହେଶ ସଭାପତିଙ୍କୁ କୃତଜ୍ଞତା ଜଣାଇବା ସହିତ ଦଳର ସାଧାରଣ ସଦସ୍ୟ ଓ ପଦପଦବୀରୁ ସେ ଇସ୍ତଫା ଦେଇଥିବା […]

ବାରିପଦା : ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ଦଳରେ ଥିବା ଫାଟ ବର୍ତ୍ତମାନ ପଦାରେ ପଡ଼ିଛି। ଦଳର ପୂର୍ବତନ ରାଜ୍ୟ ସଭାପତି ମହେଶ ହେମ୍ବ୍ରମ ଦଳରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କର ଇସ୍ତଫା ପତ୍ର ଦଳର କେନ୍ଦ୍ରୀୟ କମିଟି ସଭାପତିଙ୍କୁ ପ୍ରଦାନ କରି ତା’ର ଏକକିତା ନକଲ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ପ୍ରଦାନ କରିଛନ୍ତି। ଦଳରେ କାର୍ଯ୍ୟ କରିବାର ସୁଯୋଗ ଦେଇଥିବାରୁ ମହେଶ ସଭାପତିଙ୍କୁ କୃତଜ୍ଞତା ଜଣାଇବା ସହିତ ଦଳର ସାଧାରଣ ସଦସ୍ୟ ଓ ପଦପଦବୀରୁ ସେ ଇସ୍ତଫା ଦେଇଥିବା ଦର୍ଶାଇଛନ୍ତି।

ଆହୁରି ପଢ଼ନ୍ତୁ: 'ଏମ୍‌ଏମ୍‌ଡିଆର୍ ସଂଶୋଧନ ବିଲ୍' ଆମ ଖଣି ସମ୍ପଦ ଉପରେ ଥିବା ଆମ ଅଧିକାରକୁ ଛଡ଼ାଇ ନେଇଛି: ନବୀନ ପଟ୍ଟନାୟକ

ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭଉଣୀ ତଥା ଦଳର ସୁପ୍ରିମ ଶିବୁ ସୋରେନଙ୍କ ଝିଅ ଅଞ୍ଜନୀ ସୋରେନ ରାଜ୍ୟ ଅଧ୍ୟକ୍ଷା ହେବା ପରେ ଜେଏମଏମ ଦଳର ରାଜ୍ୟ ସଂଗଠନରେ ଅସନ୍ତୋଷ ଦେଖା ଦେଇଥିଲା। ଚିଟଫଣ୍ଡ ମାମଲାରେ ଅଭିଯୁକ୍ତ ଥାଇ ଜେଲ ଯାଇଥିବା ପୂର୍ବତନ ସାଂସଦ ରାମଚନ୍ଦ୍ର ହାଁସଦାଃ ଜେଏମଏମରେ ଯୋଗଦେଇ ଅଞ୍ଜନୀଙ୍କ ଟିମରେ ରାଜ୍ୟ ସାଧାରଣ ସମ୍ପାଦକ ପଦବୀ ପାଇଥିବା ବେଳେ ପୂର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତ୍ତିଙ୍କୁ ରାଜ୍ୟ କୋଷାଧ୍ୟକ୍ଷ ଓ ପ୍ରଭୁଦାନ ମାରାଣ୍ଡିଙ୍କୁ ଜିଲ୍ଲା ସଭାପତି ପଦବୀ ମିଳିଥିଲା। ଯାହାକୁ କେନ୍ଦ୍ର କରି ମହେଶ ହେମ୍ବ୍ରମ ତଥା ତାଙ୍କ ଟିମର ପୂର୍ବତନ ଜିଲ୍ଲା ସଭାପତି ଫାଗୁ ହାଁସଦାଃ ଓ ରାମଚନ୍ଦ୍ର ମୁର୍ମୁଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଅଞ୍ଜନୀଙ୍କ କୌଣସି କାର୍ଯ୍ୟକ୍ରମରେ ଏମାନେ ଯୋଗ ଦେଉନଥିଲେ। ମହେଶଙ୍କ ପରେ ପରେ ଫାଗୁ ଓ ରାମଚନ୍ଦ୍ର ସମର୍ଥକଙ୍କ ସହିତ ଦଳ ତ୍ୟାଗ ଆଶଙ୍କା ମଧ୍ୟ ଦେଖାଦେଇଛି।

ଆହୁରି ପଢ଼ନ୍ତୁ: କୋଣାର୍କ ସୂର୍ଯ୍ୟ ମନ୍ଦିରରୁ ବାଲି କାଢ଼ିବା କାର୍ଯ୍ୟର ସମୀକ୍ଷା କଲା ଏଏସଆଇର ୧୦ ଜଣିଆ ବିଶେଷଜ୍ଞ ଦଳ

ପ୍ରକାଶ ଥାଉ କି, ୨୦୧୪ ମସିହା ବିଧାନସଭା ନିର୍ବାଚନ ପୂର୍ବରୁ ତତ୍କାଳୀନ ରାଜ୍ୟ ସଭାପତି ତଥା ବର୍ତ୍ତମାନର ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି ଜେଏମଏମ ଦଳରୁ ଇସ୍ତଫା ଦେଇ ବିଜେଡ଼ିରେ ଯୋଗ ଦେବାପରେ ମହେଶ ହେମ୍ବ୍ରମ ରାଜ୍ୟ ସଭାପତି ହୋଇଥିଲେ। ୨୦୧୯ ବିଧାନସଭା ନିର୍ବାଚନରେ ମହେଶ ସାରସକଣା ଆସନରୁ, ଫାଗୁ ବାଙ୍ଗିରିପୋଷି ଆସନରୁ ଓ ରାମଚନ୍ଦ୍ର ରାଇରଙ୍ଗପୁର ଆସନରୁ ଦଳୀୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ। ୨୦୧୪ରୁ ୨୦୨୦ ପର୍ଯ୍ୟନ୍ତ ଦଳର ନେତୃତ୍ୱ ନେଇ ମହେଶ ଓ ତାଙ୍କ ଟିମ ଦଳର ସଂଗଠନକୁ ମୟୂରଭଞ୍ଜ ସମେତ ରାଜ୍ୟରେ ଶକ୍ତଶାଳୀ କରିବାରେ ବିଫଳ ରହିବାରୁ ଜେଏମଏମ କେନ୍ଦ୍ରୀୟ କମିଟି ସମସ୍ତଙ୍କ ହାତରୁ କ୍ଷମତା ପ୍ରତ୍ୟାହାର କରି ସଂଗଠନକୁ ପୁର୍ନଗଠିତ କରିଥିଲା। ସେବେ ଠାରୁ ଦଳରେ ଲାଗିଥିବା ପୁଞ୍ଜିଭୂତ କନ୍ଦଳ ଆଜି ପ୍ରକାଶ ପାଇଛି। ଖୁବ ଶୀଘ୍ର ମହେଶ ଓ ତାଙ୍କ ଟିମ ଅନ୍ୟ ରାଜନୈତିକ ଦଳରେ ଯୋଗଦେବେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।

ଆହୁରି ପଢ଼ନ୍ତୁ: ହଙ୍ଗର ଷ୍ଟ୍ରାଇକରେ ବସିଲେ ଓଡ଼ିଶା ଆଶାୟୀ ଶିକ୍ଷକ ସଂଘ; ଲୋୟର ପିଏମଜିରେ ଷଷ୍ଠ ଦିନରେ ଆନ୍ଦୋଳନ

25 Aug 2021 By The Sakala

ଜେଏମଏମରେ ଫାଟ : ଦଳରୁ ଇସ୍ତଫା ଦେଲେ ମହେଶ ହେମ୍ବ୍ରମ

ବାରିପଦା : ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ଦଳରେ ଥିବା ଫାଟ ବର୍ତ୍ତମାନ ପଦାରେ ପଡ଼ିଛି। ଦଳର ପୂର୍ବତନ ରାଜ୍ୟ ସଭାପତି ମହେଶ ହେମ୍ବ୍ରମ ଦଳରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କର ଇସ୍ତଫା ପତ୍ର ଦଳର କେନ୍ଦ୍ରୀୟ କମିଟି ସଭାପତିଙ୍କୁ ପ୍ରଦାନ କରି ତା’ର ଏକକିତା ନକଲ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ପ୍ରଦାନ କରିଛନ୍ତି। ଦଳରେ କାର୍ଯ୍ୟ କରିବାର ସୁଯୋଗ ଦେଇଥିବାରୁ ମହେଶ ସଭାପତିଙ୍କୁ କୃତଜ୍ଞତା ଜଣାଇବା ସହିତ ଦଳର ସାଧାରଣ ସଦସ୍ୟ ଓ ପଦପଦବୀରୁ ସେ ଇସ୍ତଫା ଦେଇଥିବା ଦର୍ଶାଇଛନ୍ତି।

ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଭଉଣୀ ତଥା ଦଳର ସୁପ୍ରିମ ଶିବୁ ସୋରେନଙ୍କ ଝିଅ ଅଞ୍ଜନୀ ସୋରେନ ରାଜ୍ୟ ଅଧ୍ୟକ୍ଷା ହେବା ପରେ ଜେଏମଏମ ଦଳର ରାଜ୍ୟ ସଂଗଠନରେ ଅସନ୍ତୋଷ ଦେଖା ଦେଇଥିଲା। ଚିଟଫଣ୍ଡ ମାମଲାରେ ଅଭିଯୁକ୍ତ ଥାଇ ଜେଲ ଯାଇଥିବା ପୂର୍ବତନ ସାଂସଦ ରାମଚନ୍ଦ୍ର ହାଁସଦାଃ ଜେଏମଏମରେ ଯୋଗଦେଇ ଅଞ୍ଜନୀଙ୍କ ଟିମରେ ରାଜ୍ୟ ସାଧାରଣ ସମ୍ପାଦକ ପଦବୀ ପାଇଥିବା ବେଳେ ପୂର୍ବତନ ବିଧାୟକ ପ୍ରହ୍ଲାଦ ପୂର୍ତ୍ତିଙ୍କୁ ରାଜ୍ୟ କୋଷାଧ୍ୟକ୍ଷ ଓ ପ୍ରଭୁଦାନ ମାରାଣ୍ଡିଙ୍କୁ ଜିଲ୍ଲା ସଭାପତି ପଦବୀ ମିଳିଥିଲା। ଯାହାକୁ କେନ୍ଦ୍ର କରି ମହେଶ ହେମ୍ବ୍ରମ ତଥା ତାଙ୍କ ଟିମର ପୂର୍ବତନ ଜିଲ୍ଲା ସଭାପତି ଫାଗୁ ହାଁସଦାଃ ଓ ରାମଚନ୍ଦ୍ର ମୁର୍ମୁଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଅଞ୍ଜନୀଙ୍କ କୌଣସି କାର୍ଯ୍ୟକ୍ରମରେ ଏମାନେ ଯୋଗ ଦେଉନଥିଲେ। ମହେଶଙ୍କ ପରେ ପରେ ଫାଗୁ ଓ ରାମଚନ୍ଦ୍ର ସମର୍ଥକଙ୍କ ସହିତ ଦଳ ତ୍ୟାଗ ଆଶଙ୍କା ମଧ୍ୟ ଦେଖାଦେଇଛି।

ପ୍ରକାଶ ଥାଉ କି, ୨୦୧୪ ମସିହା ବିଧାନସଭା ନିର୍ବାଚନ ପୂର୍ବରୁ ତତ୍କାଳୀନ ରାଜ୍ୟ ସଭାପତି ତଥା ବର୍ତ୍ତମାନର ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି ଜେଏମଏମ ଦଳରୁ ଇସ୍ତଫା ଦେଇ ବିଜେଡ଼ିରେ ଯୋଗ ଦେବାପରେ ମହେଶ ହେମ୍ବ୍ରମ ରାଜ୍ୟ ସଭାପତି ହୋଇଥିଲେ। ୨୦୧୯ ବିଧାନସଭା ନିର୍ବାଚନରେ ମହେଶ ସାରସକଣା ଆସନରୁ, ଫାଗୁ ବାଙ୍ଗିରିପୋଷି ଆସନରୁ ଓ ରାମଚନ୍ଦ୍ର ରାଇରଙ୍ଗପୁର ଆସନରୁ ଦଳୀୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ। ୨୦୧୪ରୁ ୨୦୨୦ ପର୍ଯ୍ୟନ୍ତ ଦଳର ନେତୃତ୍ୱ ନେଇ ମହେଶ ଓ ତାଙ୍କ ଟିମ ଦଳର ସଂଗଠନକୁ ମୟୂରଭଞ୍ଜ ସମେତ ରାଜ୍ୟରେ ଶକ୍ତଶାଳୀ କରିବାରେ ବିଫଳ ରହିବାରୁ ଜେଏମଏମ କେନ୍ଦ୍ରୀୟ କମିଟି ସମସ୍ତଙ୍କ ହାତରୁ କ୍ଷମତା ପ୍ରତ୍ୟାହାର କରି ସଂଗଠନକୁ ପୁର୍ନଗଠିତ କରିଥିଲା। ସେବେ ଠାରୁ ଦଳରେ ଲାଗିଥିବା ପୁଞ୍ଜିଭୂତ କନ୍ଦଳ ଆଜି ପ୍ରକାଶ ପାଇଛି। ଖୁବ ଶୀଘ୍ର ମହେଶ ଓ ତାଙ୍କ ଟିମ ଅନ୍ୟ ରାଜନୈତିକ ଦଳରେ ଯୋଗଦେବେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର